Posted inଫୁରସତ

ସୁଖ୍ୟାତ ଲେଖକ ଆନ୍ଥୋନୀ ବର୍ଗେସ

ସମାନୁପାତିକ ଭାବରେ ସେ ଥିଲେ ଜଣେ ଲେଖକ ଏବଂ ଜଣେ ମ୍ୟୁଜିକ୍‌ କମ୍ପୋଜର। ସେ ସାହିତ୍ୟ ସୃଷ୍ଟିକରି ଯେତିକି ଶୀର୍ଷକୁ ଯାଇଥିଲେ; ସଂଗୀତ ମଧ୍ୟ ତାଙ୍କ ପାଇଁ ସେତିକି ଖ୍ୟାତି ଆଣିଦେଇଥିଲା। ସେ ହେଉଛନ୍ତି ପ୍ରସିଦ୍ଧ ବ୍ରିଟିଶ୍‌ ଲେଖକ ଆନ୍ଥୋନୀ ବର୍ଗେସ। ଗଳ୍ପ, ଉପନ୍ୟାସ, କମେଡି, ସମାଲୋଚନା, ନାଟକ, ଚିତ୍ରନାଟ୍ୟ, ବ୍ୟଙ୍ଗ ତଥା ଜୀବନୀ ରଚନା କରି ସେ ନିଜକୁ ବିଶ୍ୱର ଜଣେ ସୁଖ୍ୟାତ ଲେଖକର ତାଲିକାରେ ସ୍ଥାନିତ କରିପାରିଥିଲେ। ତାଙ୍କର ଅନେକ ଉପନ୍ୟାସ ଫିଲ୍ମକୁ ରୂପାନ୍ତରିତ ହୋଇଥିଲା। ତେବେ ମଜାର କଥା ଯେ, ସାରା ଜୀବନ ବିବାଦ ତାଙ୍କ ପିଛା ଛାଡ଼ି ନ ଥିଲା। କାରଣ ସେ ଏଭଳି ଢଙ୍ଗରେ ସତ୍ୟର ପ୍ରକାଶ କରୁଥିଲେ ଯେ, ଯାହା ତାଙ୍କୁ ମନକୁ ମନ ବିବାଦ ଭିିତରକୁ ଟାଣିନଉଥିଲା। ଆଉ ସେହି ବିବାଦ ହିଁ ତାଙ୍କ ସଫଳତାର କଞ୍ଚାମାଲ ବୋଲି ସେ ବାରମ୍ବାର ମତବ୍ୟକ୍ତ କରୁଥିଲେ। ‘କ୍ଲକ୍‌ଓ୍ବର୍କ ଅରେଞ୍ଜ୍‌’କୁ ତାଙ୍କର ସର୍ବୋତ୍ତମ କୃତି ବୋଲି ବିବେଚନା କରା ଯାଇଥାଏ। ଆନ୍ଥୋନୀ ୨୫୦ରୁ ଅଧିକ ମ୍ୟୁଜିକ୍‌ କମ୍ପୋଜ୍‌ କରିଛନ୍ତି। ସବୁଥିରେ ତାଙ୍କର ଭିନ୍ନଶୈଳୀର ସୃଜନଶୀଳତା ଭରି ହୋଇ ରହିଥିବାର ପରିଲକ୍ଷିତ କରିହୁଏ।
ଗ୍ରେଟ୍‌ ଡିପ୍ରେସନ୍‌ : ୧୯୧୭, ଫେବୃୟାରୀ ୨୫ ତାରିଖରେ ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ଆନ୍ଥୋନୀଙ୍କର ଜନ୍ମ। ବାପା ଜୋସେଫ୍‌ ଥିଲେ ଜଣେ ବ୍ୟବସାୟୀ। ବିଶେଷକରି ତାଙ୍କର ଲିକର ବ୍ୟବସାୟ ଥିଲା। ତାଙ୍କ ପିଲାବେଳେ ବିଶ୍ୱରେ ଗ୍ରେଟ୍‌ ଡିପ୍ରେସନ୍‌ ବା ଗଭୀର ମାନ୍ଦାବସ୍ଥା ସୃଷ୍ଟି ହୋଇଥିଲା। ଏହା ବିଶ୍ୱକୁ ବହୁଭାବରେ ବ୍ୟତିବ୍ୟସ୍ତ କରିପକେଇଥିଲା। ଲୋକମାନଙ୍କର ଆର୍ଥିକ ମାନଦଣ୍ଡ ଭୁଶୁଡ଼ି ପଡ଼ିଥିଲା। ଅବଶ୍ୟ ଏଥିରେ ଆନ୍ଥୋନୀଙ୍କ ପରିବାରର କୌଣସି କ୍ଷତି ହୋଇ ନ ଥିଲା। ଲିକର ବ୍ୟବସାୟରେ ମାନ୍ଦାବସ୍ଥା କୌଣସି କ୍ଷତି ପହଞ୍ଚାଇ ପାରି ନ ଥିଲା। ସେହିଭଳି ସେମାନଙ୍କର ହୋଲ୍‌ସେଲ୍‌ ଗ୍ରୋସରି ବ୍ୟବସାୟ ରହିଥିଲା। ଯେହେତୁ ଏ ସବୁ ଉପରେ ଲୋକଙ୍କ ଦୈନନ୍ଦିନ ଜୀବନ ନିର୍ଭର କରୁଥିଲା ତେଣୁ ସେସବୁର ଚାହିଦା କମି ନ ଥିଲା। ବ୍ୟବସାୟର ଗତି ମନ୍ଥର ହୋଇଯାଇଥିଲେ ମଧ୍ୟ ତାହା ଜାରି ରହିଥିଲା। ତେଣୁ ଗ୍ରେଟ୍‌ ଡିପ୍ରେସନ୍‌ ସତ୍ତ୍ୱେ ଆନ୍ଥୋନୀଙ୍କ ପରିବାର ଭଲ ଭାବରେ ଚଳିଯାଇଥିଲେ।
ମହାମାରୀ କବଳିତ ପିଲାବେଳ : ଆନ୍ଥୋନୀଙ୍କ ପିଲାବେଳର ନାମ ଥିଲା ଜାକ୍‌। ତାଙ୍କୁ କେହିକେହି ଲିଟିଲ୍‌ ଜାକ୍‌ ବୋଲି ମଧ୍ୟ ଡାକୁଥିଲେ। ସ୍କୁଲରେ ନାମ ଲେଖାଇବା ପାଇଁ ତାଙ୍କର ନାମ ଆନ୍ଥୋନୀ ରଖାଯାଇଥିଲା। ବର୍ଗେସ୍‌ ହେଉଛି ତାଙ୍କର ଛଦ୍ମନାମ। ସେ ଏହି ନାମକୁ ୧୯୫୬ ମସିହାରେ ବ୍ୟବହାର କରିଥିଲେ। ଏହି ମସିହାରେ ପ୍ରକାଶ ପାଇଲା ତାଙ୍କ ଉପନ୍ୟାସ ‘ଟାଇମ୍‌ ଫର ଏ ଟାଇଗର’। ଏହି ଉପନ୍ୟାସରେ ସେ ନିଜ ନାମ ଆନ୍ଥୋନୀ ବର୍ଗେସ ବୋଲି ଉଲ୍ଲେଖ କରିଥିଲେ। ପିଲାବେଳେ ନିମୋନିଆ ଏକପ୍ରକାର ଆତଙ୍କ ଖେଳେଇ ଦେଇଥିଲା। ଆଗ ତାଙ୍କ ମାଆ ଏଲିଜାବେଥ ମରିଗଲେ। ପରେ ପରେ ତାଙ୍କର ଭଉଣୀ ମରିଗଲା। ଘରେ ସମସ୍ତେ ଭାବି ନେଇଥିଲେ ଯେ, ଏହା ପରେ ହେଉଛି ଆନ୍ଥୋନୀଙ୍କ ପାଳି। ଏହାର କାରଣ ହେଉଛି ମୂଳରୁ ଆନ୍ଥୋନୀ ରୋଗିଣା ଓ ଦୁର୍ବଳ ଥିଲେ। ସେଥିଲାଗି ତାଙ୍କୁ ଆଉ ଗୋଟିଏ ବି ଦିନ ଘରେ ନ ରଖି ମାମୁଘରକୁ ପଠେଇ ଦିଆଗଲା। ସେବେଠାରୁ ସେ ମାମୁଘରେ ରହିଲେ। କୁହାଯାଏ, ସେ ମାମୁଘରେ ରହିଲେ ବୋଲି ମହାମାରୀରୁ ବର୍ତ୍ତିଗଲେ।
ମ୍ୟୁଜିକ୍‌ : ବିଶ୍ୱର ଜଣେ ପ୍ରସିଦ୍ଧ କମ୍ପୋଜର ଭାବେ ସୁନାମ ଅର୍ଜନ କରିଥିବା ଆନ୍ଥୋନୀଙ୍କର ପିଲାବେଳେ ଆଦୌ ମ୍ୟୁଜିକ୍‌ ପ୍ରତି ରୁଚି ନ ଥିଲା। ନା ସେ ଗୀତ ଶୁଣୁଥିଲେ ନା ମ୍ୟୁଜିକ୍‌ ଶୁଣିବାରେ ଆଗ୍ରହ ରଖୁଥିଲେ। ଓଲଟି ଗୀତକଥା ଶୁଣିଲେ ସେ ବାହାରକୁ ଚାଲିଯାଉଥିଲେ। ମାତ୍ର ଦିନେ ଗୋଟିଏ ଓଲଟା କଥା ଘଟିଲା। ରେଡିଓରେ ଏକକ ବଂଶୀବାଦନର ଏକ କାର୍ଯ୍ୟକ୍ରମ ପ୍ରସାରିତ ହେଲା। ସେତେବେଳେ ବାଳକ ଆନ୍ଥୋନୀଙ୍କ ଦେହ ଅସୁସ୍ଥ ଥିଲା ଆଉ ସେ ବିଛଣାରେ ପଡ଼ିରହୁଥିଲେ। ସେତିକିବେଳେ ବଂଶୀବାଦନ କାର୍ଯ୍ୟକ୍ରମଟି ପ୍ରସାରିତ ହେଲା। ଆଉ ଇଚ୍ଛା ନ ଥାଇ ବି ସେ ତାହାକୁ ଶୁଣିଣେ। ସତେଯେମିତି ମିରାକ୍ଲ ଘଟିଗଲା। ଆନ୍ଥୋନୀ ମ୍ୟୁଜିକ୍‌ର ପ୍ରେମରେ ପଡ଼ିଗଲେ। ଭଲ ହେବା ପରେ କହିଲେ, ମୁଁ ମ୍ୟୁଜିକ୍‌ ଶିଖିବି। ତେବେ ତାଙ୍କୁ ମ୍ୟୁଜିକ୍‌ ଶିଖାଇବା ଲାଗି ତାଙ୍କ ପରିବାର ଲୋକମାନେ ଆଦୌ ରାଜି ନ ଥିଲେ। କାରଣ ସେତେବେଳେ ମ୍ୟୁଜିକ୍‌ରୁ କିଛି ରୋଜଗାର ହେଉ ନ ଥିଲା। ତଥାପି ପଛକୁ ଫେରି ନ ଥିଲେ ଆନ୍ଥୋନୀ। ସେ ବଡ଼ହୋଇ ପିଆନୋ ଶିଖିବା ଆରମ୍ଭ କରିଦେଲେ।
ସାହିତ୍ୟ : ମ୍ୟୁଜିକ୍‌ ସହିତ ସାହିତ୍ୟକୁ ସେ ସମାନ୍ତରାଳ ଭାବେ ଆଗକୁ ନେଉଥିଲେ। ତାଙ୍କର ପ୍ରଥମ ବଡ଼ ପୁସ୍ତକ ପ୍ରକାଶନ ହେଉଛି ‘ଦି ଲଙ୍ଗ୍‌ ଡେ’ ଟ୍ରାୟୋଲୋଜି। ଏଥିରେ ଥିଲା ଟାଇମ୍‌ ଫର ଏ ଟାଇଗର, ଦି ଏନିମି ଇନ୍‌ ଦ ବ୍ଲାଙ୍କେଟ୍‌ ଏବଂ ବେଡ୍ସ ଇନ୍‌ ଦ ଇଷ୍ଟ। ପରେ ପରେ ସେ ଏଥିରେ ଡେଭିଲ୍‌ ଅଫ୍‌ ଏ ଷ୍ଟେଟ୍‌ ପୁସ୍ତକକୁ ମଧ୍ୟ ଯୋଗକରିଥିଲେ। ଏହା ପରେ ପରେ ଆସିଥିଲା ତାଙ୍କର ସବୁଠୁ ଅଧିକ ବିବାଦୀୟ ପୁସ୍ତକ ‘ଏ କ୍ଲକ୍‌ଓ୍ବର୍କ ଅରେଞ୍ଜ୍‌’। ଏହି ପୁସ୍ତକଟି ମଧ୍ୟ ଚଳଚ୍ଚିତ୍ରକୁ ରୂପାନ୍ତରିତ ହେଲା। ଆଉ ତାଙ୍କୁ ରାତାରାତ୍‌ ପ୍ରସିଦ୍ଧ କରିଦେଲା।
୧୯୯୩ ମସିହା ନଭେମ୍ବର ୨୨ ତାରିଖରେ ଏହି ପ୍ରତିଭାଧର ବ୍ୟକ୍ତିତ୍ୱଙ୍କର ଜୀବନାବସାନ ଘଟିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?