ସିଲାବସ୍‌ ବାହାରୁ ପ୍ରଶ୍ନ

କାମାକ୍ଷାନଗର, ୧୫ା୩(ଡି.ଏନ.ଏ.) – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଯୁକ୍ତ ୨ପରୀକ୍ଷା। ପରୀକ୍ଷାକୁ ଶୃଙ୍ଖଳିତ ଏବଂ ବିଧିବ୍ୟବସ୍ଥିତ କରିବାକୁ କାଉନ୍‌ସିଲ ପକ୍ଷରୁ ଯଥାସାଧ୍ୟ ଉଦ୍ୟମ କରାଯାଇଥିବା କୁହାଯାଉଛି। ହେଲେ ବୁଧବାର ଶେଷ ହୋଇଥିବା ଗଣିତ ପରୀକ୍ଷାରେ ସିଲାବସ୍‌ ବାହାରୁ ଆସିଥିବା ପ୍ରଶ୍ନକୁ ନେଇ ପରୀକ୍ଷାର୍ଥୀଙ୍କ ଚିନ୍ତା ବଢ଼ିଛି। ଏହାକୁ ନେଇ ଅନେକ ପରୀକ୍ଷାର୍ଥୀ ଚାପରେ ଥିବାବେଳେ ଆଗାମୀ ପରୀକ୍ଷାରେ ମଧ୍ୟ ସିଲାବସ୍‌ ବାହାରୁ ପ୍ରଶ୍ନ ଆସିପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଢେଙ୍କାନାଳ ଜିଲାର କେତେଜଣ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି, ଗଣିତ ପରୀକ୍ଷାରେ କେତେକ ପ୍ରଶ୍ନ ପୁରୁଣା ସିଲାବସ୍‌ ଅନୁଯାୟୀ ଆସିଥିଲା। ଆଉ କେତେକ ପ୍ରଶ୍ନ ସିଲାବସ୍‌ ବାହାରୁ ପଡ଼ିଥିଲା। ଗଣିତ ପ୍ରଶ୍ନପତ୍ର ଏ-ସେଟ୍‌ର ୫ନଂ. ଡି, ଡି-ସେଟ୍‌ର ୫ନଂ. ସି, ଡି- ସେଟର ୫ନଂ. ଏ, ଡି-ସେଟ୍‌ର ୫ନଂ. ଇ ପ୍ରଶ୍ନ ସିଲାବସ୍‌ ବାହାରୁ ଆସିଛି। ଅନ୍ୟ କେତେକ ପ୍ରଶ୍ନ ପାଠ୍ୟପୁସ୍ତକ ସମ୍ପର୍କିତ ନୁହେଁ ବୋଲି ଅଭିଯୋଗ ହୋଇଛି। ମେଧାବୀ ଛାତ୍ରୀଛାତ୍ର ଭଲ ମାର୍କ ରଖିବାକୁ ଆଶା ବାନ୍ଧିଥିବାବେଳେ ଏପରି ପ୍ରଶ୍ନ ସେମାନଙ୍କ ମନୋବଳକୁ ହ୍ରାସ କରିଛି।
ଏ ନେଇ ଘରୋଇ ଆବାସିକ କଲେଜର ଛାତ୍ର ପ୍ରିୟାଂଶୁ ବେହେରା କୁହନ୍ତି, ସେ ମାଟ୍ରିକ୍‌ ପରୀକ୍ଷାରେ ୯୪% ନମ୍ବର ରଖି ପାସ୍‌ ହୋଇଥିଲେ। ଚଳିତ ବର୍ଷ ମଧ୍ୟ ଭଲ କରିବେ ବୋଲି ଆଶା ରଖିଛନ୍ତି। ଗଣିତରେ ୧୦୦ ମାର୍କ ରଖିବାକୁ ସେ କଠିନ ପରିଶ୍ରମ କରିଥିଲେ। ହେଲେ ସିଲାବସ୍‌ ବାହାରୁ ଆସିଥିବା ପ୍ରଶ୍ନ ଯୋଗୁ ଲକ୍ଷ୍ୟ ପୂରଣ ହେବା ନେଇ ଆଶଙ୍କା ବଢ଼ିଛି। ଛାତ୍ରୀ ସୋନାଲି ନାୟକ କୁହନ୍ତି, ପ୍ରଶ୍ନରେ କେତେକ ତ୍ରୁଟି ରହିଛି। କାଉନସିଲ ପକ୍ଷରୁ ପ୍ରଦାନ କରାଯାଉଥିବା ଉତ୍ତର ଖାତା ଲେଖିବାକୁ ଯଥେଷ୍ଟ ହେଉନାହିଁ। ଏହା ଅନ୍ୟ ଏକ ସମସ୍ୟା ସୃଷ୍ଟି କରିଛି। ଏଥି ପ୍ରତି ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। କାମାକ୍ଷାନଗର ମହାବିଦ୍ୟାଳୟର ଛାତ୍ରୀ ପାୟଲ ପଲ୍ଲବୀ ସାହୁ କୁହନ୍ତି, ପାଠ୍ୟପୁସ୍ତକ ଅନୁଯାୟୀ ପ୍ରଶ୍ନ ଆସିବ ଭାବି ତଦନୁଯାୟୀ ପ୍ରସ୍ତୁତ ହୋଇଥିଲୁ। ହେଲେ ବାହାରୁ ଆସିଥିବା ପ୍ରଶ୍ନ ଗଣିତରେ ମାର୍କ କମାଇବା ଆଶଙ୍କା ବଢ଼ାଇଛି। ଇ-ଟେକ୍‌ ଆବାସିକ କଲେଜ ଅଧ୍ୟକ୍ଷ ତଥା ଗଣିତ ଅଧ୍ୟାପକ ଡ. ସୁରେଶ ମିଶ୍ର କୁହନ୍ତି, ସାଧାରଣତଃ ପିଲାମାନେ ପାଠ୍ୟପୁସ୍ତକରେ ଥିବା ବିଷୟ ଅନୁଯାୟୀ ପ୍ରସ୍ତୁତ ହୋଇଥାନ୍ତି। ବାହାରୁ ପ୍ରଶ୍ନ ଆସିଲେ ଏହା ସେମାନଙ୍କ ପାଇଁ କଷ୍ଟକର ହୋଇଥାଏ। ବିଶେଷ କରି ମେଧାବୀ ଛାତ୍ରୀଛାତ୍ର ଏଥିରେ ବେଶି ସମସ୍ୟାରେ ପଡ଼ିଥାନ୍ତି। କାମାକ୍ଷାନଗର କଲେଜ ଅଧ୍ୟକ୍ଷ ତଥା ବରିଷ୍ଠ ଗଣିତ ଅଧ୍ୟାପକ ଡ. ରାମଚନ୍ଦ୍ର ସାହୁ କୁହନ୍ତି, ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରସ୍ତୁତିରେ ତ୍ରୁଟିବିଚ୍ୟୁତି ଦେଖିବାକୁ ମିଳିଛି। ଗଣିତ ଉତ୍ତର ଖାତାରେ ଅଧିକ ସ୍ଥାନ ନ ଥିବାରୁ ପିଲାମାନେ ସମସ୍ୟାରେ ପଡ଼ିଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳା ପଲ୍‌ସରରେ ଆସି ଖେଳାଇଲେ ଆତଙ୍କ; ଭୁଜାଲି ଦେଖାଇ ଲୁଟିନେଲେ ୩୦ହଜାରରୁ ଅଧିକ ଟଙ୍କା

ଭୁବନ,୬।୭( ବିପିନ ବିହାରୀ ସେଠୀ) : ଢେଙ୍କାନାଳ ଜିଲା ଭୁବନ ମହିଳା କଲେଜ ନିକଟସ୍ଥ ଜାତୀୟ ରାଜପଥ ୫୩ ଓଭର ବ୍ରିଜ ଉପରେ ଏକ କଳା ପଲସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri