ସିଂହଦ୍ୱାର ସମ୍ମୁଖରେ ସାଂସ୍କୃତିକ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ:ଘୋଡ଼ା ନାଚରେ କମ୍ପିଲା ବଡ଼ଦାଣ୍ଡ

ପୁରୀ ଅଫିସ, ୧୧ା୮: ସିଂହଦ୍ୱାର ସମ୍ମୁଖରେ ପୁଣି ଜମିଲା ରବିବାରିଆ ସକାଳ। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ସାଉଣ୍ଟିଥିଲେ ନିଆରା ଅନୁଭୂତି। ଭାବ ଭକ୍ତିର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି କିଛି ସମୟ ଅଟକି ଯାଉଥିଲେ। ଅଉ ହଜିଯାଉଥିବା ଘୋଡ଼ାନାଚ, ପାଇକ ଆଖଡା ନୃତ୍ୟ ଦେଖିବାର ସୁଯୋଗ ପାଇଥିଲେ। ବ୍ୟାରିକେଡିଂ ହୋଇଥିବା ସିଂହଦ୍ୱାର ସମ୍ମୁଖ ଅଞ୍ଚଳରେ ସକାଳୁ ଜମିଥିଲା ଏମିତି ଆଧ୍ୟାତ୍ମିକଭରା ସାଂସ୍କୃତିକ କାର୍ଯ୍ୟକ୍ରମ। ବିବିଧ ନୃତ୍ୟ, ରଙ୍ଗୋଲି, ଝୋଟି ସଂକୀର୍ତ୍ତନ ସାଙ୍ଗକୁ ଯୋଗ ପ୍ରଦର୍ଶନ କରାଯାଇଥିଲା।
ପ୍ରତ୍ୟୁଷରେ ନାମ ସଂକୀର୍ତ୍ତନ ସହ ଶ୍ରୀମନ୍ଦିର ପରିକ୍ରମା କରାଯାଇଥିଲା। ପରେ ସିଂହଦ୍ୱାର ସମ୍ମୁଖରେ ଆରମ୍ଭ ହୋଇଥିଲା ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ। ତେବେ ଏହି କାର୍ଯ୍ୟକ୍ରମ ମଧ୍ୟରେ ବେଶ୍‌ ଆକର୍ଷଣୀୟ ସାଜିଥିଲା ପାଇକ ଆଖଡା ନୃତ୍ୟ ଏବଂ ଘୋଡା ନାଚ। ସମାଜରୁ ହଜି ଯାଉଥିବା ଘୋଡ଼ା ନାଚରେ କମ୍ପି ଉଠିଥିଲା ବଡ଼ଦାଣ୍ଡ। ମା’ଦକ୍ଷିଣେଶ୍ୱରୀ ଗ୍ରୁପ୍‌ ପକ୍ଷରୁ ଘୋଡ଼ାନାଚ ପରିବେଷଣ କରାଯାଥିଲା ବେଳେ ବ୍ରହ୍ମଗିରିର ନାରାୟଣୀ ପାଇକ ଆଖଡା ସଂଘ ପକ୍ଷରୁ ପାଇକ ଆଖଡ଼ା ନୃତ୍ୟ କରାଯାଇଥିଲା। ଏହାବ୍ୟତୀତ ମା’ ବନଦୁର୍ଗା ସଂକୀର୍ତ୍ତନମଣ୍ଡଳୀ, ରାଧାମାଧବ ସଂକୀର୍ତ୍ତନମଣ୍ଡଳୀ, ଶ୍ରୀଶ୍ରୀ ରାଧାମୋହନ ନଦିଆ ସଂକୀର୍ତ୍ତନମଣ୍ଡଳୀ ଏବଂ ନର ନାରାୟଣ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ। ବାହାର ରାଜ୍ୟରୁ ଆସିଥିବା ମହିଳା ଭକ୍ତ ନାମ ସଂକୀର୍ତ୍ତନରେ ବିଭୋର ହୋଇ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ବାରବାଟୀ ଡ୍ୟାନ୍ସ ଗ୍ରୁପ୍‌, ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟ, ଶ୍ରୀଜଗନ୍ନାଥ ଯୋଗ ବେଦାନ୍ତ ଓ ସାଂସ୍କୃତିକ କେନ୍ଦ୍ର, ଭାରତୀ ଯୋଗ କେନ୍ଦ୍ର ଛାତ୍ରୀଛାତ୍ର ଯୋଗ, ସ୍କାଉଟ୍‌ ଓ ଗାଇଡ ପ୍ରମୁଖ ସେମାନଙ୍କ ପ୍ରତିଭା ଦେଖାଇଥିଲେ। ଗୁରୁ ନାରାୟଣ ପାଣ୍ଡେ ଓ ସାଗରିକା ମହାନ୍ତିଙ୍କ ଗ୍ରୁପ୍‌ ପକ୍ଷରୁ ପରିବେଶିତ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ମନ୍ତ୍ରମୁଗ୍ଧ କରିଥିଲା। ସେହିପରି ରାଧାକୃଷ୍ଣ ମହିଳା ସମିତି, ଦକ୍ଷିଣକାଳୀ ମହିଳା ସମିତି ଓ ମା’ ବିଶେଶ୍ୱରୀ ମହିଳା ସମିତି ପକ୍ଷରୁ ରଙ୍ଗୋଲି ଏବଂ ଝୋଟି କରାଯାଇଥିଲା। ଉତ୍କଳ ବଳାଶ୍ରମର ଅନ୍ତେବାସୀ ସବୁଜ ରକ୍ଷା ବନ୍ଧନର ବାର୍ତ୍ତା ଦେଇଥିଲେ। ସେମାନେ ମୁରୁଜରେ ଗୋ ମାତା, ବୃକ୍ଷ ଏବଂ ତୁଳସୀ ଚଉଁରା ଆଙ୍କି ଏମାନଙ୍କୁ ରାକ୍ଷୀ ବାନ୍ଧିବାକୁ ବାର୍ତ୍ତା ଦେଇଥିଲେ। ସେହିପରି ଭୁବନେଶ୍ୱର ବିକେ ଆର୍ଟ କଲେଜର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ରାକେଶ ଦାଶ ମୁରୁଜରେ ରାଧାକୃଷ୍ଣ ଯୁଗଳବନ୍ଦୀ ଚିତ୍ର କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୁରୁବୀର ସିଂ ପ୍ରମୁଖଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri