ସାର୍ଥକ ମାର୍ଗ

ଅନୀତା ପଟ୍ଟନାୟକ

ପାଞ୍ଚ ଝିଅଙ୍କ ପରେ ଆମ ଘରେ ପ୍ରଣବର ଜନ୍ମ। ସେଥିପାଇଁ ପ୍ରଣବର ସ୍ଥାନ ଆମ ଘରେ ସ୍ବତନ୍ତ୍ର ଥିଲା। ମୋର ମାତାପିତା ତାକୁ ଖୁବ୍‌ ଭଲ ପାଉଥିଲେ ମୁଁ କୋଡ଼ପୋଛା ଝିଅ ହୋଇଥିବାରୁ ପ୍ରଣବର ଜନ୍ମ ପୂର୍ବରୁ ମୋର ମାତାପିତା ଓ ବଡ଼ଭଉଣୀଙ୍କଠାରୁ ଅଧିକ ସ୍ନେହ ପାଉଥିଲି। ପ୍ରଣବ ଜନ୍ମ ହେବା ପରେ ମୋ ଜୀବନରେ ସତେଯେପରି ସବୁକିଛି ଓଲଟପାଲଟ ହୋଇଗଲା। ଘରେ ମହାଆଡ଼ମ୍ବରରେ ପ୍ରଣବର ଜନ୍ମଦିନ ପାଳିତ ହେବାକୁ ଲାଗିଲା ଓ ଆମ ଭଉଣୀମାନଙ୍କର ଜନ୍ମଦିନ ପାଳନ ବନ୍ଦ ହୋଇଗଲା। ମୁଁ ଏହାର କାରଣ ବୁଝିବାକୁ ଯାଇ ଅତ୍ୟନ୍ତ କ୍ଷୋଭର ସହ ମୋର ମାମୁ ସରଞ୍ଜନଙ୍କୁ ପଚାରିବାରୁ ସେ କହିଲେ ‘ସଂସାରରେ ଆମେ ସମ୍ମୁଖୀନ ହେଉଥିବା ଉତ୍ଥାନ, ପତନ ହିଁ ସୁଖ ଓ ଦୁଃଖର କାରଣ। ଦୁଃଖ ନିବୃତ୍ତିକୁ ସୁଖ ହିସାବରେ ସ୍ବାଗତ କରାଯାଏ ଓ ସୁଖ ନ ମିଳିଲେ ତାହା ଦୁଃଖଦ ବିଳାପ ପାଲଟିଯାଏ। ସୁଖ ଓ ଦୁଃଖ ସଂସାରରୂପୀ ମୁଦ୍ରାର ଦୁଇଟି ପାର୍ଶ୍ୱ। ସଂସାରରେ ଅଣୁମାତ୍ର ସତ୍ୟ ଅଛି। ଏହା ଅଶ୍ୱ ବୃକ୍ଷ ଭାବେ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି। ଏହାର ଅର୍ଥ କାଲିକି ଯାହା ନ ଥିବ। ମାମୁ କହିଲେ, ତତେ ସଂସାର ଚିରସ୍ଥାୟୀ ବା ସତ ଲାଗୁଛି। ଏହା ପ୍ରକୃତରେ ଏକ ମୋହ ଓ ବିଶାଳ ବୃକ୍ଷ ସଦୃଶ। ଜ୍ଞାନାଗ୍ନି ଦ୍ୱାରା ଏ ବିଶାଳ ବୃକ୍ଷକୁ ନଷ୍ଟ କରାଯାଇପାରିବ।’
ମୋର ଜ୍ଞାନ ତୁଳନାରେ ମାମୁଙ୍କ କଥା ମୁଁ ବୁଝିପାରି ନ ଥିଲି। ବଡ଼ ହେବା ସହିତ ଜଗନ୍ନାଥ ଚେତନାରେ ନିମଗ୍ନ ହେଲି। ସାଂସାରିକ ଜିନିଷରେ ଅଧିକ ମୁଣ୍ଡ ଖେଳାଇ ଲାଭ ନାହିଁ। ଦିନେ ମୋର ଜଣେ ବାନ୍ଧବୀ ମୁକ୍ତି ସହିତ ପୁରୀରେ ଦେଖାହେଲା। ମୁକ୍ତି କହିଲା ତୋର ସଂସାର କିପରି ଚାଲିଛି? ମୁଁ କହିଲି ଜଗନ୍ନାଥଙ୍କ କୃପାରୁ ସବୁ ଠିକ୍‌ଠାକ୍‌ ଚାଲିଛି। ମୁଁ ତା’ ପରିବାର ବିଷୟରେ ପଚାରିବାରୁ ସେ ପରିବାର ତ୍ୟାଗ କରି ଏକ ମଠରେ ରହୁଥିବାର କହିଲା। ମୁକ୍ତି କହିଲା ଚେତନାର ଅଗ୍ନି ଉପତ୍ନ୍ନ କରିବାକୁ ହେଲେ ଆଧ୍ୟାତ୍ମିକ ଶୃଙ୍ଖଳା ଆବଶ୍ୟକ। ଏହା ହିଁ ଏକମାତ୍ର ମାର୍ଗ। ଚେତନାରେ ଚେର ବିସ୍ତାର କରିଥିବା ଅହଂକାରକୁ ଅତିକ୍ରମ କରିବା ଅତ୍ୟନ୍ତ ଜରୁରୀ। ପ୍ରତିଟି କର୍ମ ଈଶ୍ୱରଙ୍କୁ ଅର୍ପିତ ହେବା ଆବଶ୍ୟକ। ସତ୍‌କର୍ମ, ସତ୍‌ସଙ୍ଗ, ଗୁଣ ମଣ୍ଡିତ ପ୍ରେମରେ ଉବୁଟୁବୁ ହେବା ଦରକାର। ଏହି ଗୁଣଗୁଡ଼ିକ ମଣିଷର ଅନ୍ତର୍ନିହିତ ଶୋଭା। ଭଗବାନଙ୍କ ପ୍ରତି ସଭକ୍ତି ପାଇଁ ମୁଁ ମଠରେ ରହୁଛି। ସାଂସାରିକ ବିବାଦ, କଳହ ମୋର ଶୃଙ୍ଖଳାକୁ ଭାଙ୍ଗି ନ ଦେଉ, ସେ ନିମନ୍ତେ ପ୍ରାର୍ଥନା ପାଇଁ ପୁରୀ ଜଗନ୍ନାଥଙ୍କ ପାଖକୁ ଆସିଛି। ମୁଁ କହିଲି ଠିକ୍‌ କହିଲୁ। ଧର୍ମ ନାମରେ ବିଭିନ୍ନ ସମ୍ପ୍ରଦାୟର ଲୋକ, ଯେଉଁମାନେ କେବେ ବି ଭଗବାନଙ୍କୁ ଦର୍ଶନ କରି ନ ଥାନ୍ତି, ସେମାନେ ବିବାଦୀୟ କଳହ ସୃଷ୍ଟି କରିଥାନ୍ତି। ଶୁକୁବାଇ ପଥରମୂର୍ତ୍ତିକୁ ଏକ ସାକାର ପ୍ରତିମାରେ ପରିଣତ କରିପାରିଥିଲେ। ଆମେ ନିଜର ବିଶ୍ୱାସକୁ ବଢ଼ାଇବା, ଅନ୍ୟର ବିଶ୍ୱାସକୁ ବିଚଳିତ କରିବା ନାହିଁ। ଦୁଇବନ୍ଧୁ ମିଶି ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାକୁ ଗଲୁ। ମୁଁ ପଚାରିଲି ତୁ ଘର ଛାଡ଼ିଲୁ କାହିଁକି? ସେ କହିଲା, ଆଧ୍ୟାତ୍ମିକ ଶୃଙ୍ଖଳା ପାଇଁ ଚାଲାକି, ଆଡ଼ମ୍ବରପୂର୍ଣ୍ଣ ଜୀବନ ଓ ବାକ୍‌ଚାତୁରି କାମ କରେ ନାହିଁ। କଥା ଚାତୁରିରେ ଆମେ ସାରସ ପକ୍ଷୀକୁ ଚନ୍ଦ୍ରଠାରୁ ବଡ଼ ବୋଲି ପ୍ରମାଣ କରିବାକୁ ଯାଇ ଆମେ କହିଥାଉ, ଚନ୍ଦ୍ର କେବଳ ଗୋଟିଏ ପକ୍ଷରେ ଧଳା କିନ୍ତୁ ସାରସ ପକ୍ଷୀ ସବୁବେଳେ ଧଳା। ଚନ୍ଦ୍ର ଫୁଟୁଥିବା ପଦ୍ମଫୁଲର ଶତ୍ରୁ, କାରଣ ଚନ୍ଦ୍ର ଉଦୟ ହେଲେ ପଦ୍ମ ବୁଜି ହୋଇଯାଏ। ଏପରି ସବୁ ପାଣ୍ଡିତ୍ୟ ମୂଲ୍ୟହୀନ। ମୋ ଜଗନ୍ନାଥଙ୍କ ପାଇଁ ପ୍ରେମ ଯଥେଷ୍ଟ। ସେ ପୁଣି ଘୃଣାଭାବ ନ ଥିବା ପ୍ରେମ, ସ୍ନେହ ଓ ସମବେଦନାଶୀଳ ପ୍ରେମ। ଜଗନ୍ନାଥଙ୍କର ଚାରୋଟି ଗୁଣ ଅଛି। ପ୍ରେମ, ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ ଓ ଶୋଭା ପ୍ରେମ, ଯାହା ସମସ୍ତଙ୍କୁ ପୁରୀ ବଡ଼ଦାଣ୍ଡକୁ ଟାଣି ଆଣେ। ଭଗବାନଙ୍କ ସହ ପ୍ରେମ ହିଁ ସୌନ୍ଦର୍ଯ୍ୟ। ତୁମେ ଯେତେବେଳେ ବିଶ୍ୱପ୍ରେମରେ ନିମଜ୍ଜିତ ହେବ ତାହା ହେବ ମାଧୁର୍ଯ୍ୟତା। ଭଗବାନଙ୍କ ମନ ଓ ତୋ ମନ ଏକ ହୋଇଗଲେ ତୁ ତୋର ପରିଚୟ ହରାଇବୁ ଓ ତୋ ନିକଟରେ ଅବର୍ଣ୍ଣନୀୟ ଶୋଭା ପରିଲକ୍ଷିତ ହେବ। ମୁଁ କହିଲି ଶୃଙ୍ଖଳାବାଟ ଦୁର୍ବଳ ଓ ଅସ୍ଥିର ମଣିଷଙ୍କ ପାଇଁ ନୁହେଁ। ନିଜକୁ ପ୍ରମାଣିତ କରିବା ପାଇଁ ସେ କୌଣସି ନା କୌଣସି ଆଳ ଦେଖାଇବେ।
ଥରେ ଆମ ଘର ପୋଷା ବିଲେଇ ମତେ ରାମ୍ପୁଡ଼ି ଦେଲା। ମୁଁ ତାକୁ ଗୋଟିଏ କଣ୍ଟାବାଡ଼ିରେ ପିଟିଲି। ମୋର ଭାଇ ପ୍ରଣବ ବାପାଙ୍କୁ ଏକଥା ଜଣାଇଲା। ବାପା କହିଲେ, ନିଜକୁ ବଞ୍ଚାଇବା ପାଇଁ ତୁ କ’ଣ ଗୋଟିଏ କଣ୍ଟା ନ ଥିବା ବାଡ଼ିରେ ବିଲେଇକୁ ବାଡ଼େଇ ପାରିନଥାନ୍ତୁ। ମୁଁ କହିଲି ଜୀବନ ବଞ୍ଚାଇବା ସମୟରେ ବାଡ଼ି ବାଛିବା ଓ ତାକୁ ପସନ୍ଦ କରି ଜୀବନ ରକ୍ଷା କରିବାକୁ ବେଳ ନଥିଲା। ସେ ତା’ର ମୁନିଆ ଦାନ୍ତ ଦେଖାଇ ମତେ ରାମ୍ପୁଡ଼ି ନ ଥିଲେ ଓ ତା’ର ରୁମୁରୁମିଆ ଲାଞ୍ଜ ମୋ ଦେହରେ ବଜାଇ ଥିଲେ ମୁଁ ଏପରି କରି ନ ଥାନ୍ତି। କଥା ଚାତୁରିରେ ବାପାଙ୍କଠାରୁ ଗାଳି ଖାଇବାରୁ ମୁଁ ବଞ୍ଚତ୍ଗଲି। କିନ୍ତୁ ମୋର କାର୍ଯ୍ୟରେ ଶୃଙ୍ଖଳା ନ ଥିଲା। ମୁକ୍ତି କହିଲା, ତୁ ଠିକ୍‌ କହିଲୁ। ସିଧାସଳଖ କଥାରେ ଆମ ମନ ଭରେ ନାହିଁ। ଏହି ସମୟରେ ମନ୍ଦିର ଭିତରୁ ଓଁକାର ଧ୍ୱନି ଶୁଣାଗଲା। ମୁକ୍ତି କହିଲା, ଓଁ ସୃଷ୍ଟିର ମୂଳ। ଏହା ହିଁ ଜୀବନ ଶକ୍ତି, ଏହା ହିଁ ବଳ। ପ୍ରତ୍ୟେକ ଜୀବର ପ୍ରାଣ ହେଉଛି ଓଁ। ଗୀତାରେ ଭଗବାନ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯିଏ ପ୍ରଣବ ଧ୍ୱନି (ଓଁ) ସହ ଶେଷ ନିଃଶ୍ୱାସ ତ୍ୟାଗ କରେ ସେ ନିଶ୍ଚୟ ମୁକ୍ତିଲାଭ କରେ। ମୁଁ କହିଲି, ଏହା କ’ଣ ସ୍ତ୍ରୀଲୋକଙ୍କ ପକ୍ଷେ ସମ୍ଭବ ? ମୁକ୍ତି କହିଲା ନିଶ୍ଚୟ। ଯାଜ୍ଞବଳ୍‌କଙ୍କ ସ୍ତ୍ରୀ ମୈତ୍ରେୟୀ ବ୍ରହ୍ମବିଦ୍ୟା ଲାଭ କରିଥିଲେ। ଗାର୍ଗୀ ଜଣେ ବିଦୁଷୀ ନାରୀ ଥିଲେ ଯେ ନିଜକୁ ଜନକଙ୍କ ରାଜଦରବାରରେ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ମହାନ ପଣ୍ଡିତ ଭାବେ ପ୍ରମାଣିତ କରିଥିଲେ। ପ୍ରଣବ ହିଁ ଓଁ। ଓଁ ଏକାକ୍ଷର ବ୍ରହ୍ମ। ତେଣୁ ପାଠପଢ଼ା ଆରମ୍ଭ କରିବା ପୂର୍ବରୁ ଓଁ ଲେଖାଯାଏ। ମୁଁ ସେହି ଦିନ ବୁଝିପାରିଲି ବାପା ଭାଇର ନାଁ କାହିଁକି ପ୍ରଣବ ରଖିଛନ୍ତି। ମୁଁ ମଧ୍ୟ ମୋର ବାନ୍ଧବୀ ମୁକ୍ତିକୁ ପ୍ରତିଶ୍ରୁତି ଦେଲି ମୁଁ ମଧ୍ୟ ସେହି ମାର୍ଗରେ ବ୍ରତୀ ହେବି। ସେ ମତେ ଆନନ୍ଦରେ କୁଣ୍ଢାଇ ପକାଇଲା।
ଅବସରପ୍ରାପ୍ତ ପ୍ରଧ୍ୟାପିକା, ସିଡିଏ, କଟକ
ମୋ: ୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri