ଏଇ ଭାରତରେ

ସିଗାରେଟ ବଟ୍‌କୁ ରିସାଇକେଲ କରି ପରିବେଶ ସୁରକ୍ଷାରେ ଲାଗିଛନ୍ତି ନଏଡାର ନମନ ଗୁପ୍ତା। ସେ ସିଗାରେଟ ବଟ୍‌ରୁ ଖେଳଣା, କାଗଜ ଓ ଖତ ପ୍ରସ୍ତୁତ କରୁଛନ୍ତି। ନମନ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ ପରେ ସିଗାରେଟ ବର୍ଜ୍ୟ ସମସ୍ୟାର ସମାଧାନ କରିବା ଲାଗି ନିଷ୍ପତ୍ତି ନେଇଥିଲେ। କାରଣ ଭାରତରେ ପ୍ରତିବର୍ଷ ୧୦ ହଜାର କୋଟି ସିଗାରେଟ ବଟ୍‌ ଫିଙ୍ଗି ଦିଆଯାଏ, ଯାହାର ଓଜନ ୨୬,୦୦୦ ଟନ୍‌ରୁ ଅଧିକ। ଏଣୁ ଛୋଟ ହେଲେ ମଧ୍ୟ ପରିବେଶ ଉପରେ ଏହାର ବଡ଼ ନକାରାମତ୍କ ପ୍ରଭାବ ଥିବାରୁ ଏହାକୁ ରିସାଇକେଲ କରି ପରିବେଶ ସୁରକ୍ଷାରେ ଲାଗିଛନ୍ତି ନମନ। ସେ ୭ ମାସ ଗବେଷଣା କରିବା ପରେ ସିଗାରେଟ ଓ୍ବେଷ୍ଟର ରିସାଇକେଲ କରିବା ଆରମ୍ଭ କରିଥିଲେ। ଏହି କାର୍ଯ୍ୟ ପାଇଁ ସେ ‘କୋଡ୍‌ ଇଫେକ୍ଟ’ କମ୍ପାନୀ ଖୋଲିଛନ୍ତି। ଗୋଟିଏ ମାସରେ ପାଖାପାଖି ୧ ଟନ୍‌ରୁ ଅଧିକ ସିଗାରେଟ ବଟ୍‌ ରିସାଇକେଲ କରୁଛନ୍ତି। ଏବେ ସୁଦ୍ଧା ସେ ୨୦୦ କୋଟି ସିଗାରେଟ ବଟ୍‌ ରିସାଇକେଲ କରିସାରିଲେଣି। ଏହି ପରିମାଣର ବଟ୍‌ ରିସାଇକେଲ କରି ନମନ ୫ହଜାର କୋଟି ଲିଟର ପାଣିକୁ ଦୂଷିତ ହେବାରୁ ରୋକିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନାଲୋ ସଜନୀ

ଜୋତା ଦୋକାନର ପିଲାଟିକୁ ମୋ ପାଇଁ ଜୋତା ଦେଖେଇବାକୁ କହିଛି କି ନାହିଁ ମତେ ସାମାନ୍ୟ ଠେଲିଦେଇ ଜଣେ ଯୁବତୀ ଏବଂ ତାଙ୍କ ମାଆ ଭିତରକୁ ପଶିଆସିଲେ।…

ଭଗବାନ୍‌ ଆମ ଅନ୍ତରରେ

ନିର୍ଜୀବରୁ ଜୀବ ସୃଷ୍ଟି – ଏ ଏକ ନିୟମ ା ମଣିଷର ଦେହକୁ ଅଣୁ ପରମାଣୁ ଭଳି ଟିକି ଟିକି କରିପାରିଲେ ଆମ ଚକ୍ଷୁରେ ସେଗୁଡିକ ନିର୍ଜୀବ…

ମହତ୍ତ୍ୱାକାଂକ୍ଷୀ ଗତିଶୀଳତା

ନିୟମିତ ଭାବେ କିଛି ବର୍ଷ ବ୍ୟବଧାନରେ ବାସ୍ତବ ସ୍ଥିତିକୁ ସ୍ବୀକାର କରି ତଦନୁଯାୟୀ କାର୍ଯ୍ୟ କରିବା ପାଇଁ ଭାରତ ଏହାର ରାଷ୍ଟ୍ରଦୂତଙ୍କୁ ଆହ୍ବାନ ଦିଏ। ସମ୍ପ୍ରତି ରାଷ୍ଟ୍ରଦୂତ…

ଏଇ ଭାରତରେ

ମହିଳା ସଶକ୍ତୀକରଣର ପ୍ରତୀକ ସାଜିଛନ୍ତି ବେଙ୍ଗାଲୁରୁର ଜାନ୍ସି ବି.ଭି.। ସେ ଏକାବେଳକେ ଜଣେ ମା’, ଅଟୋଚାଳକ ଓ ପ୍ରଶିକ୍ଷକ ଭୂମିକା ନିର୍ବାହ କରୁଛନ୍ତି। ଜାନ୍ସିଙ୍କୁ ବୟସ ଏବେ…

ଗୋଟିଏ କିଲୋର କାମ ଅନେକ

ଯକୃତ ବା ଲିଭର ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି। ଏହା ପାଚନରେ ସହାୟକ ଏକାଧିକ ପ୍ରକାରର ରସ ସୃଷ୍ଟିକରେ ଏବଂ ଶରୀରକୁ ବିଷମୁକ୍ତ ବା ଡିଟକ୍ସିଫିକେଶନ୍‌ କରିଥାଏ।…

ଗାନ୍ଧୀ ଆଦର୍ଶର ହତ୍ୟାକାରୀ

ମଣିଷ ଇତିହାସ ସୃଷ୍ଟି କରିଥାଏ ଓ ଇତିହାସ ମଧ୍ୟ ଅନେକ ସମୟରେ ନିଷ୍ଠୁର ସତ୍ୟକୁ ପ୍ରତିପାଦନ କରିବାକୁ ଯାଇ ମଣିଷକୁ କ୍ଷମା କରି ନ ଥାଏ। ବର୍ତ୍ତମାନର…

ପିଟରଙ୍କ ନୂଆ ରଣନୀତି

ହଙ୍ଗେରୀରେ ପିଟର ମାଗୟାରଙ୍କ ବିପୁଳ ବିଜୟ ଏକ ବିଶ୍ୱସ୍ତରରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ହଙ୍ଗେରୀର ଅନୁଭୂତି ପ୍ରାୟତଃ ଦର୍ଶାଏ, ଜଣେ ଜିତିବାକୁ ହେଲେ ବର୍ତ୍ତମାନର ଦୁର୍ନୀତି ଉପରେ…

କର୍ମଫଳର ଜୀବନଚକ୍ର

ମଣିଷର ଭାବନା ଏବଂ ଜ୍ଞାନର ଗହନ କଥାକୁ ବୁଝାଇବା ପାଇଁ ପୁରାଣରେ ଅନେକ ଅବଧାରଣା ରହିଛି। ମଣିଷ ଚିନ୍ତାଧାରାରେ ଈଶ୍ୱର ଅଛନ୍ତି ଏବଂ ତାହାର ଧାରଣା ଅଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri