ଏଇ ଭାରତରେ

ସିଗାରେଟ ବଟ୍‌କୁ ରିସାଇକେଲ କରି ପରିବେଶ ସୁରକ୍ଷାରେ ଲାଗିଛନ୍ତି ନଏଡାର ନମନ ଗୁପ୍ତା। ସେ ସିଗାରେଟ ବଟ୍‌ରୁ ଖେଳଣା, କାଗଜ ଓ ଖତ ପ୍ରସ୍ତୁତ କରୁଛନ୍ତି। ନମନ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ ପରେ ସିଗାରେଟ ବର୍ଜ୍ୟ ସମସ୍ୟାର ସମାଧାନ କରିବା ଲାଗି ନିଷ୍ପତ୍ତି ନେଇଥିଲେ। କାରଣ ଭାରତରେ ପ୍ରତିବର୍ଷ ୧୦ ହଜାର କୋଟି ସିଗାରେଟ ବଟ୍‌ ଫିଙ୍ଗି ଦିଆଯାଏ, ଯାହାର ଓଜନ ୨୬,୦୦୦ ଟନ୍‌ରୁ ଅଧିକ। ଏଣୁ ଛୋଟ ହେଲେ ମଧ୍ୟ ପରିବେଶ ଉପରେ ଏହାର ବଡ଼ ନକାରାମତ୍କ ପ୍ରଭାବ ଥିବାରୁ ଏହାକୁ ରିସାଇକେଲ କରି ପରିବେଶ ସୁରକ୍ଷାରେ ଲାଗିଛନ୍ତି ନମନ। ସେ ୭ ମାସ ଗବେଷଣା କରିବା ପରେ ସିଗାରେଟ ଓ୍ବେଷ୍ଟର ରିସାଇକେଲ କରିବା ଆରମ୍ଭ କରିଥିଲେ। ଏହି କାର୍ଯ୍ୟ ପାଇଁ ସେ ‘କୋଡ୍‌ ଇଫେକ୍ଟ’ କମ୍ପାନୀ ଖୋଲିଛନ୍ତି। ଗୋଟିଏ ମାସରେ ପାଖାପାଖି ୧ ଟନ୍‌ରୁ ଅଧିକ ସିଗାରେଟ ବଟ୍‌ ରିସାଇକେଲ କରୁଛନ୍ତି। ଏବେ ସୁଦ୍ଧା ସେ ୨୦୦ କୋଟି ସିଗାରେଟ ବଟ୍‌ ରିସାଇକେଲ କରିସାରିଲେଣି। ଏହି ପରିମାଣର ବଟ୍‌ ରିସାଇକେଲ କରି ନମନ ୫ହଜାର କୋଟି ଲିଟର ପାଣିକୁ ଦୂଷିତ ହେବାରୁ ରୋକିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଡାକ୍ତରଖାନାରେ ବାହାଘର! ଯେଉଁଠି ସମସ୍ତେ ରୋଗରୁ ମୁକ୍ତି ପାଇବା ପାଇଁ ଆସନ୍ତି ସେଠି ପୁଣି ବିବାହ ଭଳି ଏକ କାର୍ଯ୍ୟ। କଥାଟି ଶୁଣିଲେ ଯେ କେହି...

ସୀମା ଭିତରେ ଜିଇବା

ବିପ୍ଳବ   ମଣିଷ ଗୋଟିଏ ସାମାଜିକ ପ୍ରାଣୀ। ତେଣୁ ସାମାଜିକ ବିଧି ବ୍ୟବସ୍ଥା ଭିତରେ ଏକ ଶୃଙ୍ଖଳିତ ଜୀବନଯାପନ ପାଇଁ ଅନେକ ସୀମାରେଖା ତା’ ପାଇଁ...

ଲିଙ୍ଗଗତ ନିରପେକ୍ଷତାର ବାର୍ତ୍ତା

ଡ. ସନ୍ତୋଷ କୁମାର ମହାପାତ୍ର     ଲିଙ୍ଗଗତ ବ୍ୟବଧାନ, ବିଭିନ୍ନ ଲିଙ୍ଗର ଲୋକଙ୍କ ମଧ୍ୟରେ ଆପେକ୍ଷିକ ପାର୍ଥକ୍ୟ, ଯାହା ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଫଳିତ...

ଗୋଟିଏ ନିଯୁକ୍ତି ୩.୨ କୋଟି

୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ରରେ ଭାଜପା ସରକାର ଗଢ଼ିଆସିଥିଲା। ନାମକୁମାତ୍ର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର କୁହାଯାଉଥିଲେ ମଧ୍ୟ ସହଯୋଗୀ ଦଳଗୁଡ଼ିକର କୌଣସି ଗୁରୁତ୍ୱ...

ଏଇ ଭାରତରେ

ଅଦରକାରୀ ପୁରୁଣା ଜିନିଷର ପୁନଃବ୍ୟବହାର କରି ଏକ ସୁନ୍ଦର ବଗିଚା କରିଛନ୍ତି ଉତ୍ତରପ୍ରଦେଶ ମିରଟର ସୁରଭି ଯାଦବ। ସେ ଅଦରକାରୀ ବୋତଲ, ବାସନ ଏବଂ ଅନ୍ୟାନ୍ୟ...

ବାପା: ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ

ସଂଗ୍ରାମ କେଶରୀ ପୃଷ୍ଟି   ଅସରା ଅସରା ଦୁଃଖକୁ ହୃଦୟରେ ଚାପି, ଛାତିକୁ ପଥରକରି ସନ୍ତାନକୁ ଏ ଦୁନିଆରେ ପରିଚିତ କରାଇବା ପାଇଁ ନିଜର ଲୁହ...

ପରିବେଶ ସୁରକ୍ଷାରେ ଗ୍ରହର ସୁରକ୍ଷା

ଇଂ. ପ୍ରକାଶ କୁମାର ମହାନ୍ତି   ପଞ୍ଚ ମହାଭୂତ- ପୃଥିବୀ, ଜଳ, ତେଜ, ବାୟୁ ଓ ଆକାଶକୁ ନେଇ ସମଗ୍ର ପ୍ରକୃତିର ସୃଷ୍ଟି। ଆଜି ପ୍ରକୃତିର...

ନୂଆ କ୍ୟାବିନେଟ୍‌

ଭାରତର ନୂତନ ସରକାରର ନୂଆ କ୍ୟାବିନେଟ୍‌ ଏକ ପୁରୁଣା କ୍ୟାବିନେଟ୍‌। ଏଥିରେ ସ୍ବରାଷ୍ଟ୍ର, ଅର୍ଥ, ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀମାନେ ପୂର୍ବଭଳି ରହିଛନ୍ତି। ଏହି ୪ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri