ସହଜରେ ବିମାନ ବନ୍ଦରରୁ ମିଳିପାରିବ ହଜିଯାଇଥିବା ସାମଗ୍ରୀ

ଭୁବନେଶ୍ୱର, ୬।୮(ବ୍ୟୁରୋ): ବିମାନ ବନ୍ଦରରେ ଛାଡ଼ି ଚାଲି ଆସିଥିବା ବା ହଜିଯାଇଥିବା ଜିନିଷପତ୍ର ଅତି ସହଜରେ ପାଇପାରିବେ ଯାତ୍ରୀ। ଏଥିପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ପଦକ୍ଷେପ ଗ୍ରହଣ କରିଛି। ହଜି ଯାଇଥିବା ଜିନିଷପତ୍ରର ଫଟୋ ସହ ତଥ୍ୟ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ଏଣିକି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ଏହି ସେବା ମିଳିପାରିବ ବୋଲି ଏହାର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି। ତାଙ୍କ ସୂଚନାନୁସାରେ, ଏଥିପାଇଁ ଯାତ୍ରୀମାନେ www.aai.aero/en/lost-found/item-list ଲିଙ୍କ୍‌ରେ ଯାଇ ହଜାଇଥିବା ଜିନିଷକୁ ଦେଖିପାରିବେ। ନିଖୋଜ ଜିନିଷଟିକୁ ଚିହ୍ନିବା ପରେ ଓ୍ବେବ୍‌ସାଇଟ୍‌ ପେଜ୍‌ର ଡାହାଣ ପାର୍ଶ୍ୱରେ ଥିବା ଏକ ଲିଙ୍କ୍‌ରେ ଅଭିଯୋଗ କରିପାରିବେ। ଏଥିପାଇଁ ଆବଶ୍ୟକ କାଗଜପତ୍ର ଯଥା- ଯାତ୍ରା ଟିକଟ, ପରିଚୟ ପତ୍ର (୨୦୦କେ.ବି. ମଧ୍ୟରେ) ଅପ୍‌ଲୋଡ୍‌ କରିବାକୁ ହେବ। ପରେ ବିମାନ ବନ୍ଦରର ‘ନିଖୋଜ ଓ ସନ୍ଧାନ’ ବିଭାଗରୁ ଯାଞ୍ଚ କରାଯାଇ ନିଶ୍ଚିତ କରାଯିବ। ଏହାପରେ ଆବଶ୍ୟକ କାଗଜପତ୍ର ସହ ଯାତ୍ରୀମାନେ ସୋମବାରରୁ ଶୁକ୍ରବାର ସକାଳ ୯ଟା ୩୦ରୁ ଅପରାହ୍ନ ୫ଟା ୩୦ ସମୟ ମଧ୍ୟରେ ବିମାନ ବନ୍ଦରରେ ପହଞ୍ଚତ୍ ସେମାନଙ୍କ ଜିନିଷଟିକୁ ନେଇ ପାରିବେ। ସମ୍ପୃକ୍ତ ଯାତ୍ରୀଙ୍କ ବଦଳରେ ଅନ୍ୟ କେହି ଜିନିଷପତ୍ର ଗ୍ରହଣ ପାଇଁ ଗଲେ ଅଧିକାରକ ପତ୍ର ଆବଶ୍ୟକ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ହୋତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?