ସର୍ଭିଲାନ୍ସ ଜରିଆରେ ପ୍ରିଭେସି ଉଲ୍ଲଂଘନ

ଅଦୃଶ୍ୟ ରାକ୍ଷସ କରୋନା ବିଶ୍ୱର ୨୦୯ ରାଷ୍ଟ୍ରକୁ କବଳିତ କରିଛି। ଏହି ଘାତକ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପନ୍ଥା ଆପଣାଇବାରେ ଲାଗିଛନ୍ତି। ଏହି କ୍ରମରେ ୨୫ଟି ଦେଶର ସରକାର କରୋନା ମୁକାବିଲା ଲାଗି ଅସ୍ଥାୟୀ କିମ୍ବା ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରୟାସ ଚଳାଇଛନ୍ତି। ସଂକ୍ରମିତଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇ ଭୂତାଣୁମୁକ୍ତ କରାଯାଉଥିବା ବେଳେ ଦେଶଗୁଡ଼ିକ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ନୂ୍ୟନ କରିଦେଉଛି। କନ୍‌ଟେଣ୍ଟମେଣ୍ଟ ରଣନୀତି ପ୍ରସ୍ତୁତି ଓ କେଉଁ ଅଞ୍ଚଳକୁ ଫୋକ୍‌ସ କରାଯିବ ତାହା ସ୍ଥିର କରିବା ପାଇଁ ସରକାରମାନଙ୍କୁ ସୂଚନା ଦରକାର। ଏଭଳି ସମୟରେ ସରକାରମାନେ ଏପରି ଏକ ପଦ୍ଧତି ଆପଣାଉଛନ୍ତି, ଯାହା ସଂକ୍ରମିତଙ୍କ ପ୍ରିଭେସିକୁ ବିପନ୍ନ କରୁଛି। ଉଦାହରଣସ୍ବରୂପ ୯/୧୧ ଆକ୍ରମଣ ପରେ ଆମେରିକା ପାଟ୍ରିୟଟ ଆକ୍ଟ, ୨୦୦୧ ପ୍ରଣୟନ କରିଥିଲା। ଏହି ଆଇନ ସେଠାକାର ସରକାରୀ କର୍ତ୍ତୃପକ୍ଷଙ୍କୁ ସର୍ଭିଲାନ୍ସ କ୍ଷମତା ପ୍ରଦାନ କରିଥିଲା। ଉକ୍ତ ଆଇନ ବଳରେ କୋର୍ଟଙ୍କ ବିନା ଅନୁମତିରେ କୌଣସି ବ୍ୟକ୍ତିଙ୍କୁ ତାଙ୍କର ବ୍ୟକ୍ତିଗତ ତଥ୍ୟ ଦାବି କରାଯାଇପାରିବ। ୨୦ ବର୍ଷ ପରେ ମଧ୍ୟ ଏହି ଆଇନ ବଳବତ୍ତର ରହିଛି। ମହାମାରୀ କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ବିଶ୍ୱବ୍ୟାପୀ ସର୍ଭିଲାନ୍ସ ଉପାୟର ତଥ୍ୟାବଳୀ ପ୍ରସ୍ତୁତ କରିବା ସକାଶେ ଅନ୍ତର୍ଜାତୀୟ ସଂସ୍ଥା ‘ଓ୍ବାନ୍‌ ଜିରୋ’ ପକ୍ଷରୁ ୨୫ରୁ ଊର୍ଦ୍ଧ୍ୱ ଦେଶରୁ ସଂଗୃହୀତ ତଥ୍ୟକୁ ସଙ୍କଳିତ କରାଯାଇଛି, ଯେଉଁଠି ନାଗରିକଙ୍କ ପ୍ରିଭେସି ସହ ସାଲିସ କରାଯାଉଥିବା ଆଶଙ୍କା ସୃଷ୍ଟି ହୋଇଛି।

ଭାରତ
ଭାରତୀୟ ଅଧିକାରୀମାନେ ଡିଜିଟାଲ ଓ ଆନାଲଗ୍‌ ଜରିଆରେ ନାଗରିକଙ୍କୁ ଟ୍ରାକିଂ କରିବା ବଢ଼ାଇଦେଇଛନ୍ତି। ଲୋକେଶନ ଡାଟା ଏବଂ ସିସିଟିଭି କ୍ୟାମେରା ଫୁଟେଜ୍‌କୁ ଦକ୍ଷିଣ ଭାରତୀୟ ରାଜ୍ୟ କେରଳରେ ବ୍ୟବହାର କରାଯାଉଥିବା ନେଇ ରଏଟର୍ସରେ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ପଶ୍ଚିମାଞ୍ଚଳ ରାଜ୍ୟଗୁଡ଼ିକର ବିମାନବନ୍ଦରରେ ପହଞ୍ଚୁଥିବା ଯାତ୍ରୀଙ୍କ ହାତରେ ଷ୍ଟାମ୍ପ୍‌ ଚିହ୍ନ ଦିଆଯାଉଛି। ସଂକ୍ରମିତଙ୍କ ହାତରେ ଅଲିଭା କାଳିରେ ଉଲ୍ଲେଖ ରହୁଛି ଯେ ସେ କେତେଦିନ ଧରି କ୍ୱାରାଣ୍ଟାଇନରେ ରହିବେ। ପର୍ସନାଲ ଟ୍ରାକିଂ ବ୍ୟତୀତ ଭାରତୀୟ ଅଧିକାରୀମାନେ ଏୟାରଲାଇନ୍ସ ଓ ରେଳରୋଡ୍‌ କମ୍ପାନୀଗୁଡ଼ିକଠାରୁ ମଧ୍ୟ ଯାତ୍ରୀଙ୍କ ତଥ୍ୟ ନେଉଛନ୍ତି। ଏବେ ଫିଙ୍ଗରପ୍ରିଣ୍ଟ ସ୍କାନର ଭଳି ସ୍ପର୍ଶଭିତ୍ତିକ ପ୍ରମାଣୀକରଣ କରାଯାଉଛି। ଲୋକଙ୍କୁ ଏକ ସାଧାରଣ ପୃଷ୍ଠ (କମନ୍‌ ସର୍ଫେସ)କୁ ଛୁଇଁବାକୁ ଓ ମୁହଁ ଚିହ୍ନଟୀକରଣ ଦେଇ ଗତି କରିବାକୁ କୁହାଯାଉଥିବାରୁ ଏହାକୁ ବିପଜ୍ଜନକ ବୋଲି ବିବେଚନା କରାଯାଉଛି। ସିକ୍ୟୋରଆଇ ନାମକ ଏକ ଟେଲିକମ୍‌ କମ୍ପାନୀ ଅଫିସ୍‌ ଓ ହୋଟେଲ ଭଳି ୬୦୦ ସିକ୍ୟୁରିଟି ଚେକ୍‌ ପଏଣ୍ଟରେ ଯାଞ୍ଚ କରୁଥିବା ଜଣାପଡ଼ିଛି।

ଆର୍ଜେଣ୍ଟିନା
ଆର୍ଜେଣ୍ଟିନାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ଦେଶକୁ ପ୍ରବେଶ କରୁଥିବା ଲୋକଙ୍କ ପାଇଁ ଏକ ଆପ୍‌ ବିକଶିତ କରିଛି। ସେମାନଙ୍କୁ ଉକ୍ତ ଆପ୍‌ ଇନ୍‌ଷ୍ଟଲ୍‌ କରି ୧୪ ଦିନ ପାଇଁ ମୋବାଇଲରେ ରଖିବା ଲାଗି ବାଧ୍ୟ କରାଯାଉଛି। ୟୁଜର୍ସମାନଙ୍କ ଲୋକେଶନ ଡାଟା ଏଥିରୁ ମିଳିପାରୁଛି। ସେହି ଅବସ୍ଥିତି ତଥ୍ୟରୁ ସରକାର ଲୋକଙ୍କୁ ସକ୍ରିୟ ଭାବେ ଟ୍ରାକିଂ କରୁଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ ସାଣ୍ଟା ଫେ ପ୍ରଦେଶରେ କ୍ୱାରାଣ୍ଟାଇନ୍‌ ନିୟମ ଭଙ୍ଗ କରୁଥିବା ବ୍ୟକ୍ତିଙ୍କୁ ସେମାନଙ୍କ ଅବସ୍ଥିତି ଜାଣିବା ପାଇଁ ଏହାକୁ ଡାଉନ୍‌ଲୋଡ୍‌ କରିବା ପାଇଁ ବାଧ୍ୟ କରାଯାଉଛି।
ଅଷ୍ଟ୍ରେଲିଆ
କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ପାଇଥିବା ଲୋକେ ନିଜ ନିଜ ଘରେ ସରକାରୀ ସର୍ଭିଲାନ୍ସ ଡିଭାଇସ୍‌ ରଖିବେ। ନଚେତ୍‌ ସେମାନଙ୍କୁ ଇଲେକ୍ଟ୍ରୋନିକ୍‌ ସର୍ଭିଲାନ୍ସ ଉପକରଣ ପିନ୍ଧିବାକୁ ବାଧ୍ୟ କରାଯିବ ବୋଲି ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆରେ ଏକ ନୂଆ ଆଇନ ପ୍ରଣୟନ କରାଯାଇଛି। ତେବେ ଅଷ୍ଟ୍ରେଲିଆ ସରକାର ସେଲ୍‌ଫୋନ୍‌ଭିତ୍ତିକ ଲୋକେଶନ ଟ୍ରାକିଂରୁ ସଂଗୃହୀତ ତଥ୍ୟକୁ ବ୍ୟବହାର ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଅଷ୍ଟ୍ରିଆ
ଏହି ଦେଶର ଏକ ଟେଲିକମ୍‌ କମ୍ପାନୀ ଦୁଇଦିନ ଅବଧିର ଅନାମୀକୃତ ଅବସ୍ଥିତି ତଥ୍ୟ ସରକାରଙ୍କୁ ପ୍ରଦାନ କରୁଛି। ସରକାର ତାକୁ ଦେଶ ଭିତରେ ଲୋକଙ୍କ ଗତିବିଧି ଉପରେ ବିଶ୍ଳେଷଣ ଲାଗି ବ୍ୟବହାର କରୁଛନ୍ତି। ୨୦ ଜଣରୁ କମ୍‌ ଗୋଷ୍ଠୀର ତଥ୍ୟ ବିଶ୍ଳେଷଣ କରିବାକୁ ଏହି ତଥ୍ୟ ଅକ୍ଷମ ଥିବା କୁହାଯାଉଛି।
ବେଲ୍‌ଜିୟମ୍‌
ବେଲ୍‌ଜିୟମ୍‌ର ୩ଟି ଟେଲିକମ୍‌ ଡାଲବର୍ଗ ଡାଟା ଇନ୍‌ସାଇଟ୍‌ ନାମକ ଏକ କମ୍ପାନୀକୁ ତଥ୍ୟ ଦେଉଛନ୍ତି। ଉକ୍ତ କମ୍ପାନୀ ସେଗୁଡ଼ିକୁ ବିଶ୍ଳେଷଣ କରି ଦେଶବ୍ୟାପୀ ଗତିବିଧିର ଧାରା ଉପରେ ନଜର ରଖୁଛି।
ବ୍ରାଜିଲ
ସାରା ବ୍ରାଜିଲର ସ୍ଥାନୀୟ ସରକାରମାନେ ନାଗରିକମାନଙ୍କ ସ୍ମାର୍ଟଫୋନ୍‌କୁ ଟ୍ରାକିଂ କରି ଅବସ୍ଥିତି ତଥ୍ୟ ନେଉଛନ୍ତି। କେବଳ ରେସିଫ୍‌ ସହରରେ ୭ ଲକ୍ଷ ଲୋକଙ୍କ ବ୍ୟକ୍ତିଗତ ଡିଭାଇସ୍‌ ଜରିଆରେ ସେମାନଙ୍କ ଲୋକେଶନଗୁଡ଼ିକୁ ଠାବ କରାଯାଉଛି। ଆମ ପାଖରେ ଏପରି କେତେକ ନିର୍ଦ୍ଦିଷ୍ଟ ବ୍ୟବହାରର ଦୃଶ୍ୟମାନତା (ଭିଜିବିଲିଟି) ରହିଛି, ଯାହା ଅନ୍ୟ ଟେକ୍ନୋଲୋଜି ଦ୍ୱାରା ସଂଗ୍ରହ କରାଯାଇପାରିବ ନାହିଁ। ଜଣେ ବ୍ୟକ୍ତି ତାଙ୍କ ଘରୁ ବାହାରିଲେ ତାକୁ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଚିହ୍ନଟ କରାଯାଇ ପାରୁଛି ବୋଲି ଏକ ବ୍ରାଜିଲିୟନ୍‌ ଫାର୍ମ ସିଇଓ ସୂଚନା ଦେଇଛନ୍ତି।
ଚାଇନା
କରୋନା ଭାଇରସ୍‌ର ସଂକ୍ରମଣ ଆରମ୍ଭ ହୋଇଥିବା ଚାଇନା ସର୍ଭିଲାନ୍ସ ପାଇଁ ଯଥାସମ୍ଭବ ଅଧିକ ଟ୍ରାକିଂ ସିଷ୍ଟମ୍‌ ବ୍ୟବହାର କରୁଛି। ଅଧିକାରୀମାନେ ବିଭିନ୍ନ ସ୍ଥାନରେ ସଂଯୋଗ କରାଯାଇଥିବା କ୍ୟାମେରାକୁ ଖୋଲାଖୋଲି ଭାବେ ଟ୍ୟାପିଂ ପାଇଁ କାମରେ ଲଗାଉଛନ୍ତି। ନାଗରିକଙ୍କ ଫୋନ୍‌ରୁ ସେମାନଙ୍କ ଅବସ୍ଥିତି ଠାବ କରାଯାଉଛି। ସେହିପରି ସରକାରୀ ନିର୍ଦ୍ଦେଶକୁ ଲୋକଙ୍କ ନିକଟରେ ପହଞ୍ଚତ୍ାଇବା ଲାଗି ଡ୍ରୋନ୍‌ ବ୍ୟବହାର କରାଯାଉଛି। ଚାଇନାର ୨୦୦ ସହରରେ ଲୋକଙ୍କ ଉପରେ କଡ଼ା ନଜର ରଖି ସେମାନଙ୍କୁ ସବୁଜ, ହଳଦିଆ ଓ ଲାଲ ରଙ୍ଗ ଭାବେ ବର୍ଗୀକୃତ କରିବା ପାଇଁ ଏକ ସ୍ମାର୍ଟଫୋନ୍‌ ବ୍ୟବହାର କରାଯାଉଛି। ଏହି ଆପ୍‌ ପୋଲିସକୁ ଲୋକଙ୍କ ତଥ୍ୟ ପ୍ରେରଣ କରୁଛି। ଏପରି କି ମହାମାରୀର ମୁକାବିଲା ଆଳରେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଦେବା ପାଇଁ କମ୍ପାନୀଗୁଡ଼ିକୁ ଚାଇନା ବାଧ୍ୟ କରୁଛି।
ଦୁବାଇ
ଏଠାରେ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଧରିବା ପାଇଁ ବ୍ୟବହୃତ କ୍ୟାମେରା ଏବେ ଡ୍ରାଇଭରଙ୍କ ଲାଇସେନ୍ସ ପ୍ଲେଟକୁ ଅନୁଧ୍ୟାନ କରୁଛି। ସମ୍ପୃକ୍ତ ଚାଳକଙ୍କୁ ଅତ୍ୟାବଶ୍ୟକ କର୍ମୀ ଭାବେ ପରିଗଣିତ କରାଯିବ କି ନାହିଁ ତାହା ଏଥିରୁ ସ୍ଥିର କରାଯାଉଛି।
ଇକ୍ୱେଡର
ଇକ୍ୱେଡରରେ ଦେଶବ୍ୟାପୀ କରୋନା ଭାଇରସ୍‌ ବିସ୍ତାର ରୋକିବା ଲାଗି ସେଲ୍‌ଫୋନ୍‌ଗୁଡ଼ିକର ଲୋକେଶନକୁ ଟ୍ରାକ୍‌ କରାଯାଉଛି। ରାତି ୯ଟା ପର୍ଯ୍ୟନ୍ତ ଜାରି କର୍ଫ୍ୟୁକୁ ମଧ୍ୟ ସୁନିଶ୍ଚିତ କରିବାରେ ଏହା ସହାୟକ ହେଉଛି।
ଜର୍ମାନୀ
ଜର୍ମାନ ଟେଲିକମ୍‌ କମ୍ପାନୀ ଟେଲିକମ୍‌ ଗ୍ରାହକଙ୍କ ଲୋକେଶନ ଡାଟା ଦେଶରେ କରୋନା ଭାଇରସ୍‌ ବିରୋଧରେ ଜାତୀୟ କାର୍ଯ୍ୟାନୁଷ୍ଠାନର ସମନ୍ବୟ ରକ୍ଷାକାରୀ ସଂସ୍ଥା ରବର୍ଟ କୋଚ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ଦେଉଛି। ଦେଶରେ ଖୁବ୍‌ଶୀଘ୍ର ଏକ ବ୍ଲୁଟୁଥ୍‌ଭିତ୍ତିକ ଆପ୍‌ ଲଞ୍ଚ କରାଯିବ। ଏଥିରେ ସିଙ୍ଗାପୁର ଓ ଇଣ୍ଡୋନେସିଆ ଭଳି ଲୋକଙ୍କ ବ୍ୟକ୍ତିଗତ ଗତିବିଧି ଓ କଣ୍ଟାକ୍ଟକୁ ଟ୍ରାକ୍‌ କରାଯାଇପାରିବ।
ହଂକଂ
ଏଠାରେ କ୍ୱାରାଣ୍ଟାଇନ୍‌ରେ ରହୁଥିବା ଲୋକଙ୍କୁ ଏକ ବୈଦ୍ୟୁତିକ ଉପକରଣକୁ କଟିବନ୍ଧରେ ପିନ୍ଧିବାକୁ କୁହାଯାଉଛି। ଏହା ସେମାନଙ୍କ ଅବସ୍ଥିତିକୁ ଟ୍ରାକ୍‌ କରି ଅଧିକାରୀମାନଙ୍କୁ ତଥ୍ୟ ପ୍ରେରଣ କରୁଛି।
ଇଣ୍ଡୋନେସିଆ
ଇଣ୍ଡୋନେସିଆ ସରକାର ଏକ ଆପ୍‌ ବିକଶିତ କରିଛନ୍ତି, ଯାହା ନିକଟସ୍ଥ ବ୍ଲୁଟୁଥ୍‌ ଡିଭାଇସ୍‌ ସହ ଯୋଗସୂତ୍ର ସ୍ଥାପନ କରି ଲୋକଙ୍କ ସ୍ମାର୍ଟଫୋନରୁ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବାରେ ସକ୍ଷମ।
ଇରାନ
ଇରାନ ସରକାରଙ୍କ ପକ୍ଷରୁ ବିକଶିତ ଏକ ଆପ୍‌ କେତେକ ସଂକ୍ଷିପ୍ତ ପ୍ରଶ୍ନ ଜରିଆରେ ଲକ୍ଷ ଲକ୍ଷ ୟୁଜର୍ସଙ୍କ ଅବସ୍ଥିତିକୁ ଠାବ କରିପାରୁଛି। ଏଥିରୁ ଲୋକଙ୍କ ସଂକ୍ରମଣ ଆଶଙ୍କା ନେଇ ତଥ୍ୟ ମିଳିପାରୁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ୩.୫ ନିୟୁତ ନାଗରିକ ସେମାନଙ୍କ ଲୋକେଶନ୍‌ ଶେୟାର କରିଥିବା ଇରାନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଇସ୍ରାଏଲ
ଇସ୍ରାଏଲ ସରକାର ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକରୁ ଲକ୍ଷ ଲକ୍ଷ ନାଗରିକଙ୍କ ତଥ୍ୟ ନେଉଛନ୍ତି। ଏଥିରୁ ସମ୍ଭାବ୍ୟ ସଂକ୍ରମିତ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସମ୍ପର୍କରେ ସୂଚନା ମିଳିପାରୁଛି। କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ ପଠାଯାଉଛି।
ଇଟାଲୀ
ଇଂଲିଶ ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌ ଇଟାଲୀ ସରକାରଙ୍କୁ ମୋବାଇଲ୍‌ ଫୋନ୍‌ ୟୁଜର୍ସଙ୍କ ଲୋକେଶନର ହିଟ୍‌ମ୍ୟାପ୍‌ ପ୍ରଦାନ କରୁଛି। ଲୋମ୍ବାର୍ଡେରେ ପ୍ରଥମକରି ଏହାକୁ ବ୍ୟବହାର କରାଯାଇଛି। ଅତ୍ୟଧିକ ବୁଲାବୁଲି କରୁଥିବା ୪୦% ଲୋକଙ୍କୁ ଏଥିରୁ ଠାବ କରାଯାଇଛି।
କେନିଆ
ଏଠାରେ ଏକ ୨୪ ଘଣ୍ଟିଆ ଏରିଆଲ୍‌ ସର୍ଭିଲାନ୍ସ ପ୍ରତିଷ୍ଠା କରାଯାଉଛି। ସୀମାରେ ଲୋକଙ୍କ ବେଆଇନ ଅନୁପ୍ରବେଶ ଓ ସାମଗ୍ରୀ ପରିବହନକୁ ଏହା ଠାବ କରିପାରୁଛି।
ନରଓ୍ବେ
ନରଓ୍ବେଜିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ଓ ଟେକ୍‌ କମ୍ପାନୀ ସିମୁଲା ଏକ ଆପ୍‌ ବିକଶିତ କରୁଛନ୍ତି, ଯାହା ଜିପିଏସ୍‌, ବ୍ଲୁଟୁଥ୍‌ ଡାଟା ଆଦିକୁ ଟ୍ରାକ୍‌ କରି ୩୦ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବ।
ପାକିସ୍ତାନ
ଲୋକେଶନ ସର୍ଭିଲାନ୍ସ ଓ ମାସ୍‌ ଟେକ୍ଟସ ଜରିଆରେ ପାକିସ୍ତାନ ସରକାର କରୋନା ସଂକ୍ରମିତଙ୍କୁ ଟ୍ରାକ୍‌ କରୁଛନ୍ତି।
ପୋଲାଣ୍ଡ
ଏହି ଦେଶରେ ହୋମ୍‌କ୍ୱାରାଣ୍ଟାଇନ୍‌ ନାମକ ଏକ ଆପ୍‌ ବିକଶିତ କରାଯାଇଛି, ଯାହା କ୍ୱାରାଣ୍ଟାଇନ୍‌ରେ ଥିବା ଲୋକଙ୍କ ସମ୍ପର୍କରେ ଯାଞ୍ଚ କରୁଛି। ଏଥିରେ ସଂକ୍ରମିତ ନିଜ ଫଟୋକୁ ୨୦ ମିନିଟ ଭିତରେ ନ ପଠାଇଲେ ଜରିମାନା କରାଯାଉଛି।
ରୁଷିଆ
ରାଜଧାନୀ ମସ୍କୋରେ ୧,୦୦,୦୦୦ କ୍ୟାମେରା ସଂଯୋଗ କରାଯାଇଛି। ସରକାର ଏଗୁଡ଼ିକୁ ମୁହଁ ଚିହ୍ନଟୀକରଣ ପାଇଁ ବ୍ୟବହାର କରୁଛନ୍ତି। ଫୋନ୍‌ରୁ ଲୋକେଶନ ଟ୍ରାକିଂ କରାଯାଇ କ୍ୱାରାଣ୍ଟାଇନ୍‌ରେ ଥିବା ୟୁଜର୍ସଙ୍କୁୁ ଅନୁଧ୍ୟାନ କରାଯାଉଛି।
ସିଙ୍ଗାପୁର
ସିଙ୍ଗାପୁର ସରକାର ଟ୍ରେସ୍‌ ଟୁଗେଦର ନାମକ ଏକ ଆପ୍‌ ଜାରି କରିଛନ୍ତି। ଏହା ନିକଟସ୍ଥ ସ୍ମାର୍ଟଫୋନ୍‌ଗୁଡ଼ିକୁ ବ୍ଲୁଟୁଥ୍‌ ଜରିଆରେ ଟ୍ରାକ୍‌ କରି ୩୦ ମିନିଟ ମଧ୍ୟରେ ୬.୫ ଫୁଟ୍‌ ନିକଟତର ହୋଇଥିବା ଲୋକଙ୍କୁ ଧରିବାରେ ସକ୍ଷମ। ଏହି ତଥ୍ୟ ୨୧ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖାଯାଇ ପାରୁଛି।
ଦକ୍ଷିଣ ଆଫ୍ରିକା
ଟେଲିକମ୍‌ କମ୍ପାନୀଗୁଡ଼ିକ ମହାମାରୀର ମୁକାବିଲା ପାଇଁ ସେଲ୍‌ଫୋନ୍‌ ଜରିଆରେ ଲୋକେଶନ ଡାଟା ସଂଗ୍ରହ କରୁଛନ୍ତି। ଅଦ୍ୟାବଧି ୧,୫୦୦ ଲୋକଙ୍କ ତଥ୍ୟ ଏଥିରୁ ମିଳିପାରିଛି।
ଦକ୍ଷିଣ କୋରିଆ
କରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ ମାମଲାଗୁଡ଼ିକୁ ଦକ୍ଷିଣ କୋରିଆରେ କ୍ରେଡିଟ୍‌ କାର୍ଡ ଓ ସ୍ମାର୍ଟଫୋନ୍‌ ଜରିଆରେ ଟ୍ରାକିଂ କରାଯାଉଛି। ସିସିଟିଭି ଫୁଟେଜ୍‌ ମଧ୍ୟ ଫେସିଆଲ୍‌ ରିକଗ୍ନିଶନରେ ସହାୟକ ହେଉଛି।
ସୁଇଜରଲାଣ୍ଡ
ସୋସିଆଲ ଡିଷ୍ଟାନ୍ସିଂକୁ କାର୍ଯ୍ୟକାରୀ କରିବା ଲାଗି ଟେଲିକମ୍‌ କମ୍ପାନୀ ସୁଇସ୍‌କମ୍‌ ସଂଘୀୟ ସରକାରଙ୍କୁ ତଥ୍ୟ ପ୍ରଦାନ ପାଇଁ ଯୋଜନା କରୁଛି। ୧୦୦ ବର୍ଗ ମିଟର ମଧ୍ୟରେ ୨୦ରୁ ଅଧିକ ଫୋନ୍‌ ଥିଲେ ଏହା ଅଧିକାରୀମାନଙ୍କୁ ଆଲର୍ଟ କରାଇବ।
ତାଇଓ୍ବାନ
ସର୍ଭିଲାନ୍ସ ଟେକ୍ନୋଲୋଜି ଆପଣାଇଥିବା ଅଭିଯୋଗକୁ ସରକାର ଖଣ୍ଡନ କରିଥିଲେ ହେଁ ତାଇଓ୍ବାନ ନାଗରିକମାନଙ୍କ ଗତିବିଧି ଟ୍ରାକିଂ କରୁଛି। ସେଲ୍‌ ଟାଓ୍ବାର ଜରିଆରେ ସେଲ୍‌ଫୋନ୍‌ର ଅବସ୍ଥିତିକୁ ଠାବ କରାଯାଉଛି।
ବ୍ରିଟେନ
ଏଠାକାର ଟେଲିକମ୍‌ କମ୍ପାନୀଗୁଡ଼ିକ ନାଗରିକଙ୍କ ଲୋକେଶନ ଡାଟା ଟ୍ରାକ୍‌ କରୁଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ ନ୍ୟାଶନାଲ ହେଲ୍‌ଥ ସର୍ଭିସ୍‌ ପାଲାଣ୍ଟିର୍‌ ସହିତ ମିଶି କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଉଦ୍ୟମ ଆାରମ୍ଭ କରିଛି।
ଥାଇଲାଣ୍ଡ
ଥାଇଲାଣ୍ଡର ଅତି ବିପଜ୍ଜନକ ଅଞ୍ଚଳରେ ପହଞ୍ଚୁଥିବା ଲୋକଙ୍କୁ ଏକ ସିମ୍‌ କାର୍ଡ ଦିଆଯିବ। ଏହା ସମ୍ପୃକ୍ତ ବ୍ୟକ୍ତିଙ୍କ ଗତିବିଧି ସମ୍ପର୍କରେ ୧୪ ଦିନ ଧରି ସରକାରଙ୍କୁ ତଥ୍ୟ ପ୍ରେରଣ କରିବ।
ଆମେରିକା
କରୋନା ଭାଇରସ୍‌ ସଂକ୍ରମଣରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଶକ୍ତିଶାଳୀ ଆମେରିକା। ଏଥିଯୋଗୁ ନାଗରିକଙ୍କ ଗତିବିଧିକୁ ଟ୍ରାକ୍‌ କରିବା ପାଇଁ ମୋବାଇଲ୍‌ ଆଡ୍‌ ଇଣ୍ଡଷ୍ଟ୍ରି ସମ୍ପ୍ରତି ସ୍ଥାନୀୟ, ପ୍ରାଦେଶିକ ଓ ସଂଘୀୟ ସରକାରଙ୍କୁ ତଥ୍ୟ ପ୍ରଦାନ କରୁଛି। ଓ୍ବେଷ୍ଟ ଭର୍ଜିନିଆରେ କରୋନା ପଜିଟିଭ ବାହାରିଥିବା ବ୍ୟକ୍ତି କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ମନା କଲେ ତାଙ୍କୁ ଜିପିଏସ୍‌ ମନିଟର ଧାରଣ କରିବାକୁ ବାଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

ବଡ଼ ଭୁଲ୍‌ କରିଦେଲେ ଶ୍ରେୟସ ଆୟର: ୨୪୯ ରନ କରି ମଧ୍ୟ ହାରିଲା ଟିମ ଇଣ୍ଡିଆ, ଜାଣନ୍ତୁ ପରାଜୟର ୩ ବଡ଼ କାରଣ

ରାଞ୍ଚି,୧୦।୧୦: ରାଞ୍ଚିରେ ରୋମାଞ୍ଚକର ମୁକାବିଲାରେ ୨୪୯ ରନ କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ୱେଷ୍ଟଇଣ୍ଡିଜ ୨୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ…

ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ୫ ଦେଶକୁ ସୁନାମୀ ଚେତାବନୀ

ପାନାମା,୧୦।୧୦: ମଧ୍ୟ ଆମେରିକୀୟ ଦେଶ ପାନାମାର ଦକ୍ଷିଣ ଉପକୂଳ ନିକଟରେ ଶୁକ୍ରବାର ୭.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଝଟକା ରାଜଧାନୀ ପାନାମା…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?