ସରିନି ଧାନକିଣା, କଟକଣା ଆରମ୍ଭ

ବରଗଡ଼ ଅଫିସ୍‌,୧୭।୬:  ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟକୁ ଆଉ ସପ୍ତାହକ ପରେ ଦେଢ଼ମାସ ବିତିବ । ଏହି ପ୍ରକ୍ରିୟାରେ ଜିଲାରେ ଖୋଲା ଯାଇଥିବା ମଣ୍ଡି ତଥା ଧାନକ୍ରୟ କେନ୍ଦ୍ର ଗୁଡ଼ିକରେ ଉଭୟ ଧାନ ସଂଗ୍ରହ ଓ ଉଠାଣ ଚାଲିଛି । ମାତ୍ର ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧୀନ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇପାରିନାହିଁ । ସେହିପରି ବରଗଡ଼ ଓ ଅତାବିରା ଆରଏମସି ଅଧୀନ କେତେକ ମଣ୍ଡିରେ ଧାନ ଉଠାଣ ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅପରପକ୍ଷେ ଧାନ ସଂଗ୍ରହ ପ୍ରକ୍ରିୟାରେ ଗତ ଏପ୍ରିଲ ୩୦ତାରିଖରେ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧାନ ସଂଗ୍ରହ କମିଟି ନିଷ୍ପତ୍ତି ଉପରେ କିଛି ପରିବର୍ତ୍ତନ କରାଯାଇଛି । ଶୁକ୍ରବାରଠାରୁ ଜିଲାର କେତେକ ଧାନକ୍ରୟ କେନ୍ଦ୍ର(ପିପିସି)କୁ ନିକଟସ୍ଥ ମାର୍କେଟ ୟାର୍ଡ଼(ଏମଓ୍‌ାଇ)କୁ ସ୍ଥାନାନ୍ତର କରାଯାଇଛି । ଧାନ କିଣାବିକା ପ୍ରକ୍ରିୟାରେ ଉତ୍ତମ ପରିଚାଳନା ପାଇଁ ସେଭଳି କରାଯାଇଥିବା କୁହାଯାଉଛି । ମାତ୍ର ଏହାଦ୍ୱାରା ଚାଷୀମାନଙ୍କୁ ହିଁ ହଟହଟା ହେବାକୁ ପଡ଼ିବ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି।
ଜିଲାପାଳଙ୍କ କାର୍ଯ୍ୟାଳୟ (ଯୋଗାଣ ବିଭାଗ)ର ପତ୍ରସଂଖ୍ୟା:-୪୦୨୧ ତା:-୧୨।୬।୧୯ କ୍ରମେ ଅତାବିରା ଆରଏମ୍‌ସି ଅଧୀନ ଅତାବିରା ପ୍ୟାକ୍ସ ଅନ୍ତର୍ଗତ ଲସ୍ତଲା, ମନାପଡ଼ା, ସିଂହପାଲି ଓ ଟୋପ ଧାନ କ୍ରୟକେନ୍ଦ୍ର (ପିପିସି)କୁ ଅତାବିରା ମାର୍କେଟ ୟାର୍ଡ଼କୁ ସ୍ଥାନାନ୍ତର କରାଯାଇଛି । ସେହିପରି ଭେଡ଼େନ ପ୍ୟାକ୍ସ ଅନ୍ତର୍ଗତ ପ୍ରଧାନପାଲି ଧାନକ୍ରୟ କେନ୍ଦ୍ରକୁ ରେଶମ ଓ ସାଲେପାଲି ଧାନକ୍ରୟ କେନ୍ଦ୍ରକୁ ଭେଡ଼େନ ମାର୍କେଟ୍‌ୟାର୍ଡ଼କୁ ସ୍ଥାନାନ୍ତର ହୋଇଛି । ଝିଲିମିଣ୍ଡା ପ୍ୟାକ୍ସ ଅଧୀନ ଜହ୍ନାପଡ଼ା ଓ ଝିଲିମିଣ୍ଡା ଧାନକ୍ରୟ କେନ୍ଦ୍ରକୁ ପତ୍ରାପାଲି, ଲହଣ୍ଡା ପ୍ୟାକ୍ସ ଅଧୀନ ଲହଣ୍ଡା ଧାନକ୍ରୟ କେନ୍ଦ୍ରକୁ ଗୋଡ଼ଭଗା, ଲରମ୍ଭା ପ୍ୟାକ୍ସ ଅଧୀନ ତାଲପଦରଟିକ୍ରା ଧାନକ୍ରୟ କେନ୍ଦ୍ରକୁ ଗୋଡ଼ଭଗା, ପାହାଡ଼ଶ୍ରୀଗିଡ଼ା ପ୍ୟାକ୍ସ ଅଧୀନ ଟାଙ୍ଗରପାଲି ଧାନକ୍ରୟ କେନ୍ଦ୍ରକୁ ଖରମୁଣ୍ଡା, ରେମୁଣ୍ଡା ପ୍ୟାକ୍ସ ଅଧୀନ ରେମୁଣ୍ଡାକୁ ଝରାପାଲି, ସିଆଲଖଣ୍ଡହଥା ପ୍ୟାକ୍ସ ଅଧୀନ ବରପଦର, ସୁନାଲରମ୍ଭାକୁ ଭେଡ଼େନ, ସଂକ୍ରୀଡ଼ା ପ୍ୟାକ୍ସ ଅଧୀନ ଚିଚିଣ୍ଡାକୁ ପପଙ୍ଗା ଏବଂ ସଂକ୍ରୀଡ଼ା ପ୍ୟାକ୍ସ ଅଧୀନ ଅର୍ଜୁଣ୍ଡା ଧାନକ୍ରୟ କେନ୍ଦ୍ରକୁ ଝରାପାଲି ମାର୍କେଟୟାର୍ଡ଼କୁ ସ୍ଥାନାନ୍ତର କରାଯାଇଛି ।
ସେହିପରି ବରଗଡ଼ ଆରଏମସି ଅଧୀନ ଅଡ଼ଗାଁ ପ୍ୟାକ୍ସ ଅନ୍ତର୍ଗତ ଗାଇସିମା, ଖଣ୍ଡହଥାକୁ ଅଡ଼ଗାଁ, ତାଲଶ୍ରୀଗିଡ଼ାକୁ କଲାପାଣି, ଚଢ଼େଇଗାଁ ପ୍ୟାକ୍ସ ଅଧୀନ ଜଡ଼ା ଓ କମଗାଁକୁ ଭଟଲି ମାର୍କେଟୟାର୍ଡ଼କୁ ସ୍ଥାନାନ୍ତର କରାଯାଇଛି । ଗୋବିନ୍ଦପୁର ପ୍ୟାକ୍ସ ଅଧୀନ ଚକରକେନ୍ଦ ଓ ଗୋବିନ୍ଦପୁର ଧାନକ୍ରୟ କେନ୍ଦ୍ରକୁ ଗୁଡ଼େଶିରା, ବରଗଡ଼ କଟାପାଲି ପ୍ୟାକ୍ସ ଅଧୀନ ବରଗାଁ, ନୁନିଆଁ ଜାମପାଲି ଓ ବନ୍ଦାକୁ ବରଗଡ଼, ସରସରା ପ୍ୟାକ୍ସ ଅଧୀନ ଖୁଣ୍ଟପାଲି ଓ ଲାଉନସରାକୁ ବେହେରା ଏବଂ ତୋରା ପ୍ୟାକ୍ସ ଅଧୀନ ଜମୁର୍ଡ଼ାକୁ ବରଗଡ଼ ମାର୍କେଟୟାର୍ଡ଼କୁ ସ୍ଥାନାନ୍ତର କରାଯାଇଛି ।
ଜିଲାର ବରଗଡ଼, ଅତାବିରା ଓ ପଦ୍ମପୁର ଆରଏମସି ଅଧୀନ ସମସ୍ତ ଧାନକ୍ରୟ କେନ୍ଦ୍ର ଖୋଲା ରହିବ । ମାତ୍ର ପୂର୍ବଭଳି ସବୁଦିନ ସେହି ଧାନକ୍ରୟ କେନ୍ଦ୍ର ଗୁଡ଼ିକରେ ଧାନ ସଂଗ୍ରହ କିମ୍ବା ଉଠାଣ ଚାଲିବ ନାହିଁ । ସପ୍ତାହର ପ୍ରଥମ ତିନିଦିନ ସେହି ମଣ୍ଡି ତଥା ଧାନକ୍ରୟ କେନ୍ଦ୍ର ଗୁଡ଼ିକରେ ଧାନ ସଂଗ୍ରହ କରାଯିବ ଏବଂ ଚତୁର୍ଥ ଦିବସରେ ସମ୍ପୃକ୍ତ ବ୍ଲକ ଯୋଗାଣ ନିରୀକ୍ଷକ ତାହା ଯାଞ୍ଚ କରି ସାରିବା ପରେ ଯାଇ ସେହି ଧାନ କିଣାଯାଇ ଉଠାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ପରେ ଧାନ କିଣାବିକାରେ ସୁଧାର ଆସିବ ନା ଚାଷୀଙ୍କୁ ଆହୁରି ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡ଼ିବ, ତାହା ସମୟ କହିବ ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri