ସରକାରୀ ସହାୟତାରୁ ବଞ୍ଚିତ ପ୍ରକୃତ ନିର୍ମାଣ ଶ୍ରମକ, ହାତେଇଛନ୍ତି ସରକାରୀ କର୍ମଚାରୀ

ଲଖନପୁର,୨୩ା୪(ଡି.ଏନ୍‌.ଏ.) : କରୋନା ଭାଇରସ୍‌ ନିୟନ୍ତ୍ରଣ ପାଇଁ ସରକାର ଲକ୍‌ଡାଉନ୍‌ ଜାରି କରିଛନ୍ତି। ଏଥିରେ ଗରିବ,ଅସହାୟ ଓ ନିର୍ମାଣ ଶ୍ରମିକ କାମଦାମ ନ ପାଇ ଘରେ ବସିରହିଛନ୍ତି। ଫଳରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ସରକାର ସହାୟତାର ହାତ ବଢାଇଛନ୍ତି ା ଏଥି ମଧ୍ୟରେ ଖାଉଟି ସାମଗ୍ରୀ, ଭତ୍ତା ଆଦି ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ସରକାରଙ୍କ ଏହି ସୁବିଧା ସୁଯୋଗକୁ କେତେକ ସରକାରୀ ଚାକିରିଆ,ସ୍ବଚ୍ଛଳବର୍ଗର ଲୋକେ, ଜନପ୍ରତିନିଧି ଚଞ୍ଚକତା କରି ହାତେଇ ନେଉଛନ୍ତି। ଫଳରେ ପ୍ରକୃତ ହିତାଧିକାରୀ ଏହିସବୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଲକ୍‌ଡାଉନ୍‌ରେ ଭୋକ ଉପବାସରେ ଘରେ ରହି ଦିନ ବିତାଉଛନ୍ତି। ଏସମ୍ପର୍କରେ ଜିଲା ପ୍ରଶାସନ,ବ୍ଲକ୍‌ ପ୍ରଶାସନ ଓ ଜିଲା ଶ୍ରମଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଅସହାୟ ଗରିବ ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ହୋଇଛି ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ରେମତା ପଞ୍ଚାୟତ କିରିତିମାଲ ଗ୍ରାମରେ। ଏହି ଗ୍ରାମର ବହୁଶ୍ରମିକ ନିର୍ମାଣ ଶ୍ରମିକ ପାଇଁ ନିଜନିଜ ନାମ ପଞ୍ଜୀକରଣ କରିଥିଲେ। ଏହିସବୁ ଶ୍ରମିକମାନଙ୍କ ନିକଟରୁ ସ୍ଥାନୀୟ କେତେକ ବ୍ୟକ୍ତି ନିର୍ମାଣ ଶ୍ରମିକ କାର୍ଡ କରିଦେବା ପାଇଁ କହି ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥ ଠକି ନେଇଛନ୍ତି। ହେଲେ ଏହି ଶ୍ରମିକମାନଙ୍କର କାର୍ଡ ହୋଇପାରିନାହିଁ। ଯାହାଫଳରେ ସରକାର ଏବେ ପ୍ରଦାନ କରୁଥିବା ୧୫ଶହ ଟଙ୍କା ସରକାରୀ ସହାୟତାରୁ ଶ୍ରମିକମାନେ ବଞ୍ଚିତ ହୋଇଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି କିରିତିମାଲ ଗ୍ରାମର ନିତ୍ୟାନନ୍ଦ ପ୍ରଧାନ,ଡାକେଶ୍ୱର ପାଣ୍ଡେ,ପଦ୍ମଲୋଚନ ସିଦ୍ଦାର, ଅଶୋକ ପ୍ରଧାନ ଓ ଦଶରଥ କୋକ ପ୍ରମୁଖ। ନିର୍ମାଣ ଶ୍ରମିକ ଭାବେ ନାମ ପଞ୍ଜୀକରଣ କରିଥିବା ବେଳେ ତାଙ୍କ ନିକଟକୁ ଟଙ୍କା ଆସିନାହିଁ। ଏସମ୍ପର୍କରେ ଗ୍ରାମର ଶ୍ରମିକମାନେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରି ତଦନ୍ତ ଦାବି କରିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଚଳଚଞ୍ଚଳ ଚାଷୀ: ଲଗାଣ ବର୍ଷାରେ ଜମିରେ ବୁଡ଼ିଲା ବିହନ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ):ଲଘୁଚାପଜନିତ ବର୍ଷା ଶୁକ୍ରବାରଠାରୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ଆରମ୍ଭ ହୋଇଛି l ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଚାଷୀକୁଳ l ଯେହେତୁ ଗତ କିଛି ଦିନ ତଳେ…

କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC ବିୟୁଟି: ମୃତ୍ୟର କାରଣ ଅସ୍ପଷ୍ଟ

କଟକ,୪।୭(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଉଳିଆଗଞ୍ଜ ଥାନା ଅଧିକାରୀ ମହିଳା ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା କରିଛନ୍ତି। ମହିଳା ଆଇଆଇସି ଜଣଙ୍କ…

ୱାଟର ସର୍ଭିସ ସେଣ୍ଟରରୁ ଚୋରି ଅଭିଯୋଗ: ଦୁର୍ବୃତ୍ତଙ୍କୁ କାବୁ କଲା ପୋଲିସ

ଦାରିଙ୍ଗବାଡି, ୪।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ର କାରିପାଙ୍ଗା ସାହିର ଏକ ୱାଟର ସର୍ଭିସ ସେଣ୍ଟରରୁ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ।…

ଦିଲ୍ଲୀ ରାଜନୀତିରେ ହଲଚଲ: ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ, ନିର୍ମଳାଙ୍କ ହାତକୁ ଯାଇପାରେ ଶିକ୍ଷା ବିଭାଗ!

ନୂଆଦିଲ୍ଲୀ,୪ା୭:  ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଦଳୀୟ ମହଲରେ ଶୁଣିବାକୁ ମିଳୁଛି । ଗତ କିଛି ଦିନ ହେଲା ଦିଲ୍ଲୀରେ…

‘ଭୀଷଣ ପାଣିପାଗ’ ସଙ୍କଟ ବଢ଼ିବ: ଡବ୍ଲ୍ୟୁଏମ୍‌ଓର ଚେତାବନୀ ଜାରି

ନୂଆଦିଲ୍ଲୀ,୪ା୭(ପି.ଟି.)ପ୍ରଶାନ୍ତ ମହସାଗର ଉପରିଭାଗରେ ସୃଷ୍ଟ ଏଲ୍‌ ନିନୋ ସ୍ଥିତି ଆଗାମୀ ମାସରେ ଦ୍ରୁତ ବେଗରେ ଶକ୍ତିଶାଳୀ ହେବା ଆଶଙ୍କା କରାଯାଉଛି। ଫଳରେ ଏହା ବିଶ୍ୱର ବିଭିନ୍ନ ଭାଗରେ…

ଡାକ୍ତର ଆନ୍ଦୋଳନ: ଆଲୋଚନାକୁ ଡାକିଲେ ସରକାର

ଭୁବନେଶ୍ୱର,୪ା୭(ବନ୍ଦନା ସେଠୀ):ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ସମେତ ୧୩ଦଫା ଦାବି ନେଇ ବୁଧବାରଠାରୁ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ରାଜ୍ୟ ସରକାର ଦରମା ବନ୍ଦ…

ପ୍ରଥମ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ: ଘରକୁ ପଶିଲା, ରାସ୍ତାରେ ବୋହିଲା

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ):ବିକଶିତ ବରଗଡ଼ର ନାରାବାଜି ଦିଆଯାଉଛି। ହେଲେ ଏଠାରେ ବିକାଶ ବାଟବଣା ହୋଇ ପଡ଼ିଛି। ପାଣି ନିଷ୍କାସନ ଅର୍ଥାତ୍‌ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଏଥର…

ମଣ୍ଡିରୁ ଧାନ ଉଠାଅ, ଚାଷୀଙ୍କୁ ପ୍ରାପ୍ୟ ଦିଅ: ଦାବି ପୂରଣ ନ ହେଲେ ଆନ୍ଦୋଳନ

ବରଗଡ଼,ପ୪।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ମାସ ୩୦ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ହେଲେ ଏପର୍ଯ୍ୟନ୍ତ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ଅସମାହିତ ରହିଛି। ଟୋକନ ତ୍ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri