ସରକାରୀ ଯୋଜନା ସାତ୍‌ସପନ:କୁରିଆ ଘରେ ବିତୁଛେ ଅସାହା ଜୀବନ

ବରଗଡ଼ ଅଫିସ୍‌,୧୮।୬- ବରଗଡ଼ ଜିଲା ରାଜବୋଡ଼ାସମ୍ବର(ପଦ୍ମପୁର) ବ୍ଲକ ଘନାମାଲ ଗଁ।ର ହଲଧର ପ୍ରଧାନ। ପରିବାର କହେଲେ ମାଏକିନା ହରିପ୍ରିୟା ଆର ୩ ଛୁଆକୁ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ ହେଇଥିଲାବେଲେ ଗଁ।ରେ ତାକର ଘରଦୁଆର ନଁ।ଇଁନ। ସେଥିରଲାଗି କୁଟୁମବସିଆ ଗଁ।ରୁ ୪ଶହ ମିଟର ଦୂରେ ଥିବାର ନିଜର ଚାଷ୍‌ଜମିରେ ଗୁଟେ କୁରିଆ କରି ରହିଆସୁଛନ୍‌। ହେଲେ ସେବାଟ ଦେଇ ଜଂଗଲି ହାତୀ ଦଲ ସବୁବେଲେ ଯିବାର ଆଏବାର କରୁଛନ୍‌। ଯେନ୍‌ଥିରଲାଗି କୁଟୁମବସିଆ ଜୀବନ୍‌କେ ପାଏନ୍‌ଛଡ଼େଇ ଝାଟିମାଟିର କୁରିଆରେ ରହୁଛନ୍‌। ଏନ୍‌ତାଥି କେତେବେଲେ କେନ୍‌ ପରକାର ଅଘଟନ ଘଟବା କିଛି କହି ନାଇଁହୁଏ। ଇଆଡ଼େ ପରିବାରଟା ଦରିଦିରିଆ ସୀମାରେଖା ତଲେ ଥିଲାବେଲେ ହଲଧର ଫିଦିନ କୁଲିମଜୁରି କରି କୁଟୁମ ପୁଷୁଛନ୍‌, ସେଥ୍‌ରେ ପିଲାଛୁଆକର ପାଠ୍‌ପଢ଼ା ଖରଚ୍‌ ତୁଲଉଛନ୍‌। ଏନ୍‌ତା ପରିସ୍ଥିତିରେ ହଲଧର ଘରଖଁଡ଼େ ତିଆରିବାର ସପନ୍‌ ବି ଦେଖି ନାଇଁପାରବାର। ସେଥିରଲାଗି ସରକାରୀ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାର ଲାଗି ଦୁଇ ମାଏଝିମୁନୁଷ ସୋମବାର ଜିଲାପାଲକୁଁ ଗୁହାରି କରବାକେ ଆସିଥିଲେ। ହେଲେ ଜିଲାପାଲ କେହେନ୍‌ସି କାରନରୁ ଅନୁପସ୍ଥିତ ଥିଲାରୁ ଦମ୍ପତି ଜିଲାପାଲ ଅଫିସ ଡାକ ସେକ୍ସନରେ ଜିଲାପାଲକଁର ଉଦେଶ୍‌ରେ ଗୁଟେ ସ୍ମାରକପତର ଦେଇଥିଲେ। ସ୍ମାରକପତରରେ ସେମାନେ ଗଁାରୁ ଦୂରିଆ ଖେତ୍‌ ଭିତରେ କେନ୍‌ତା ଅଭାବ, ଅସବିଧାରେ ରହୁଛନ୍‌ ସେ ବାବ୍‌ଦେ ନିକିନିଖିନୁ ଲେଖିକରି ଦେଇଛନ୍‌। ଯେତେ ଜଲଦି ହେବା ପରଶାସନ ସରକାରୀ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାକେ ହଲଧର ଆର ତାକର ମାଏକିନା ହରିପ୍ରିୟା ଜିଲାପାଲକୁଁ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଜାମୁମାଳ ଅଞ୍ଚଳରେ ରାସ୍ତା ବିପର୍ଯ୍ୟସ୍ତ: ଶିକ୍ଷା ଓ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ଛାତ୍ରୀଛାତ୍ରଙ୍କ ସହ ଗ୍ରାମବାସୀ

ଜମନକିରା,୧୩।୮(ରବୀନ୍ଦ୍ର ପ୍ରସାଦ ଦାନୀ): ଆଧୁନିକ ସମାଜରେ ଉତ୍ତମ ସଡ଼କ ଯୋଗାଯୋଗ ବିକାଶର ଏକ ପ୍ରମୁଖ ମାପକାଠି । କିନ୍ତୁ ଆଜି ବି ଅନେକ ଗ୍ରାମାଞ୍ଚଳ ଏହି ମୌଳିକ…

ରେଢ଼ାଖୋଲ ବିକାଶ ଓ ଇକୋ ପାର୍କକୁ ଅବହେଳା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗେଟ କରି ରୋହିତ ପୂଜାରୀ କହିଲେ ଏମିତି…

ସମ୍ବଲପୁର,୧୨ା୮(ପ୍ରମୋଦ ବହିଦାର): ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣରେ ଅବହେଳାକୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି…

ଗୋପାଳଙ୍କୁ ନିର୍ମମ ହତ୍ୟା: ମାଁ ପାଟଣେଶ୍ୱରୀ ମନ୍ଦିର ପଛପଟ ରୋଡ଼ରୁ ମିଳିଲା ଜୁଡ଼ୁବୁଡ଼ୁ ମୃତଦେହ

ସମ୍ବଲପୁର,୧୨।୮(ପ୍ରମୋଦ ବହିଦାର): ଟାଉନ ଥାନା ଅନ୍ତର୍ଗତ ମାଁ ପାଟଣେଶ୍ୱରୀ ମନ୍ଦିର ପଛପଟ ଫିସେରୀ ରୋଡ଼ରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଖବର ମିଳିଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri