ସରକାରୀ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ସ୍ନେହଲତା

ବିନିକା, ୨।୩ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସାରଙ୍ଗପାଲି ଗାଁ ଗିରିଟିକ୍ରା ପଡ଼ାର ସ୍ବର୍ଗତ ବିହାରୀ କ୍ଷେତୀ ଆର ରଇବାରୀକଁର ଝି’ ହେଉଛନ୍‌ ସ୍ନେହଲତା କ୍ଷେତୀ(୨୮)। ଜନ୍‌ମୁ ତାକର ଆଏଁଖ୍‌ ଠିକ୍‌ରେ ନାଇଁ ଦିଶ୍‌ବାର। ସୁଆସ୍‌ତିଅ ବିଭାଗ ତାହାକୁ ୮୦ ପରତିଶତ ଭିନ୍ନକ୍ଷମ ପରମାନପତର ଦେଇଛେ। ହେଲେ ଭତା ଟଁକାକେ ଛାଡ଼ିଦେଲେ ସବୁ ପରକାର ସରକାରୀ ଯୋଜନାରୁ ବଁଚିତ୍‌ ଥିବାର ସ୍ନେହଲତା ଅଭିଯୋଗ କରିଛନ୍‌।
ସୂଚନା ହିସାବେ ଗିରିଟିକ୍ରା ପଡ଼ାର ସ୍ବର୍ଗତ ବିହାରୀ କ୍ଷେତୀ ଆର ରଇବାରୀକଁର ୪ ପୁଓ ଆର ଗୁଟେ ବଲି ଝି’ ସ୍ନେହଲତା। ବିହାରୀ ଆଏଜ୍‌କେ ୧୭ ବଛର ତଲେ ଆର ରଇବାରୀ ୧୦ ବଛର ତଲେ ଆରପାରକେ ଚାଲିଯାଇଛନ୍‌। ପରିବାରଟା ନିହାତି ଗରିବ୍‌, ୧୦ ଡେସିମିଲ ଘର ଡିହକେ ଛାଡ଼ିଦେଲେ ସଁପତି ବଲି କିଛି ନାଇଁ। ଇଆଡ଼େ ୨୦ ବଛର ହେଲା ସ୍ନେହଲତାକଁର ବଡ଼ଭାଇ ବିହାଚୁରା ହେଇ ଅଲଗେ ରହୁଛନ୍‌। ଏନ୍‌ତାଥି ଦିବ୍ୟାଙ୍ଗ ସ୍ନେହଲତା ମଝିଅଁା ଭାଇ ଯଦୁ କ୍ଷେତୀକଁର ଘରେ ମୁଡ଼ ଗଁଜିଛନ୍‌। ସେନ୍‌ତା ସାନ୍‌ ଦୁଇ ଭାଇ ବୁଧୁ ଆର ନିଧୁ ମା’ବାପ୍‌ ମରିଗଲା ଉତାରୁ ଗୁଜୁରାଟକେ ଦାଦନ ଖଟିଯାଇଛନ୍‌ ଯେ ଆଏଜ୍‌ତକ ନାଇଁ ଫିରି। ଏହେଦେ ଯଦୁକଁର ଉପରେ ମାଏକିନା ଦୁହିତା, ୩ ଝି, ଗୁଟେ ପୁଓ ଆର ଦିବ୍ୟାଙ୍ଗ ବହେନ୍‌ ସ୍ନେହଲତାର ପାଲ୍‌ପୋଷ ବୋଝ୍‌ ରହିଛେ। ସ୍ନେହଲତାକଁର ଜନ୍‌ମୁ ଆଏଁଖ୍‌ ନାଇଁ ଦିଶବାର ଲାଗି ସେ ବିହାଚୁରା ନାଇଁ ହେଇପାରି କି କେହେନ୍‌ସି କାମ୍‌ବୁତା କରି ନାଇଁ ପାରବାର। ସବୁବେଲେ କେହେନ୍‌ସି କାମ୍‌କାଯ୍‌ ଲାଗି ସେ ଝନ୍‌କର ଉପରେ ନିରଭର କରୁଛନ୍‌। ସୁଆସ୍‌ତିଅ ବିଭାଗ ତାହାକୁ ୮୦ ପରତିଶତ ଭିନ୍ନକ୍ଷମ ପରମାନପତର ଦେଇଛେ। ହେଲେ ସେ ଭତାକେ ଛାଡ଼ିଦେଲେ ବାକି ସବୁ ପରକାର ସରକାରୀ ସୁବିଧାରୁ ବଁଚିତ୍‌ ଥିବାର କହିଛନ୍‌। ସେନ୍‌ତା ସ୍ନେହଲତାକେ ରାଶନକାର୍ଡ ଆର ଆବାସ ଯୋଜନାରେ ଘରଖଁଡ଼େ ମିଲବା ବଲି ଦୁଇ ଭାଇ ବହେନ୍‌ ପଁଚେତ୍‌ରୁ ବ୍ଲକ ତକ୍‌ ନରଦି ନରଦି ନିହାଲ ହେଇଗଲୁଁନ ବଲି ଯଦୁ କହିଛନ୍‌। ଇ ଦିଗେ ଜିଲା ଆର ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ଦିବ୍ୟାଙ୍ଗ ସ୍ନେହଲତାକୁଁ ସବୁ ପରକାର ସରକାରୀ ଯୋଜନାରେ ସାମିଲ କରବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ବାଙ୍କିଘିର୍ଡ଼ି ପଁଚେତ୍‌ ନିର୍ବାହୀ ଅଧ୍‌କାରୀ ନିମାଇଁ ଚରଣ ନାଏକକୁଁ ପଚ୍‌ରାଲାରୁ ମୋର ପାସ୍‌କେ ଏନ୍‌ତା କିଛି ଅଭିଯୋଗ ନାଇଁ ଆସି। ହେଲେ ଘଟନାର ତଦଁତ୍‌ କରି ଯେତେ ଜଲଦି ହେବା ସ୍ନେହଲତାକୁଁ ସବୁ ପରକାର ସାହାଯ୍‌ ଯୁଗେଇ ଦିଆଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ସ୍ନେହଲତାକୁଁ ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

ସହାୟତାର ହାତ ବଢାଇଲେ ବବିତା

ସିଂହପୁର,୨।୮(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅଧୀନ ରଣପୁର ପଞ୍ଚାୟତ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବିଞ୍ଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ ବନ୍ୟା…

ହୃଦଘାତରେ ଚାଲିଗଲା ପରମବ୍ରହ୍ମ ଯୋଶୀଙ୍କ ଜୀବନ, କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା,୨।୮(ଉତ୍ତମ କୁମାର ଦାଶ): ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କଳାହାଣ୍ଡି ଜିଲା ଜୁନାଗଡ଼ର ପୂର୍ବତନ ବିଡ଼ିଓ ପରମ ବ୍ରହ୍ମ ଯୋଶୀ (୬୭)ଙ୍କ ଶନିବାର ଅପରାହ୍ନରେ ହୃଦଘାତରେ ପରଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri