ସରକାରଙ୍କ ତ୍ରୁଟି : ପିଲା ଯିବେ କୁଆଡ଼େ

ଭୁବନେଶ୍ୱର,୩୦ା୯: ରାଜ୍ୟରେ ଭୁଶୁଡି ପଡିଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ଲାଗି ଗୋଟିଏ ପଟେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଥିବା କହୁଛନ୍ତି। ଅନ୍ୟପଟେ ସରକାରଙ୍କ ତ୍ରୁଟି ଯୋଗୁ ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ୨ ନାମଲେଖା କ୍ଷେତ୍ରରେ ବଡ଼ଧରଣର ତ୍ରୁଟି ଘଟିଥିବା ଧରିତ୍ରୀ ଦୃଷ୍ଟିକୁ ଆସିଛି। ଖବର ନେବାରେ ଜଣାପଡ଼ିଛି ଯେ, ରାଜ୍ୟବ୍ୟାପୀ ପ୍ରାୟ ୨୦ ହଜାରରୁ ଅଧିକ ଛାତ୍ରୀଛାତ୍ର ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି।
ଉଦାହରଣ ସ୍ବରୂପ ଗତ ୧୯ ତାରିଖରେ ବର୍ଷା ପ୍ରିୟଦର୍ଶିନୀ ସାହୁ ନାମ୍ନୀ ଜଣେ ଛାତ୍ରୀ ପୁରୀ ଜିଲା ସୁରଜମଲ ସାହା କଲେଜରେ ଯୁକ୍ତ୨ରେ ନାମ ଲେଖାଇଥିଲେ। ଏଥିପାଇଁ ତାଙ୍କ ନିକଟକୁ ଏସ୍‌ଏମ୍‌ଏସ୍‌ ଯୋଗେ ଇଣ୍ଟିମେଶନ ଆସିଥିଲା। କଲେଜରେ ନାମଲେଖା ମଧ୍ୟ ସରିଗଲା। ଏଥିପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦସ୍ତଖତ ଥିବା ଆଡ୍‌ମିଶନ ରସିଦ ଧରି ଘରକୁ ଫେରିଲେ, ଯେଉଁଥିରେ କଲେଜ ରୋଲ୍‌ ନମ୍ବର ମଧ୍ୟ ରହିଥିଲା। ଏଥିପାଇଁ ତାଙ୍କୁ ୩ହଜାର ୭୦୦ ଟଙ୍କା ଦାଖଲ କରିବାକୁ ପଡ଼ିଥିଲା। ମାତ୍ର ଦୁଇଦିନ ପରେ ପୁଣିଥରେ ତାଙ୍କୁ ଏକ ଫୋନ୍‌ ଆସିଲା ଯେ, ୧୯ ତାରିଖରେ ଯେଉଁମାନଙ୍କ ନାମ ଲେଖାଯାଇଛି ତାହା ବୈଧନୁହେଁ, ଟଙ୍କା ଫେରସ୍ତ କରିନିଅନ୍ତୁ। ଏତିକିରେ ବର୍ଷାଙ୍କ ସମେତ ଯେଉଁ ଛାତ୍ରୀଛାତ୍ରମାନେ ସେଦିନ ନାମ ଲେଖାଇଥିଲେ ସେମାନେ ବ୍ୟସ୍ତ ହୋଇଯାଇଛନ୍ତି। ଏହାପରଠାରୁ ୧୦ଦିନ ହେଲାଣି ସେହି ପିଲାମାନେ କଲେଜ କର୍ତ୍ତୃପକ୍ଷଙ୍କ ନିକଟକୁ ଦୌଡୁଛନ୍ତି। ପିଲାମାନଙ୍କ ସମ୍ପୂର୍ଣ୍ଣ ତାଲିକା ଧରିତ୍ରୀ ପାଖରେ ରହିଛି। ଏନେଇ ବର୍ଷା ପ୍ରିୟଦର୍ଶିନୀଙ୍କୁ ପଚରାଯିବାରୁ ବର୍ତ୍ତମାନ ସେ କ’ଣ କରିବେ ଜାଣିପାରୁନାହାନ୍ତି। କଲେଜ ଯିବାକୁ ଡ୍ରେସ୍‌ ଆଉ ବହି ମଧ୍ୟ କିଣି ଦେଇଛନ୍ତି। ଏପରି ଖବର ପାଇବା ପରେ ବର୍ତ୍ତମାନ ମାନସିକ ସ୍ତରରେ ଡରିଯାଇଥିବା ସେ କହିଛନ୍ତି।
ରବିବାର ଥିବା ସତ୍ତ୍ୱେ ସୁରଜମଲ ସାହା କଲେଜରେ କିଛି କାମ ଚାଲିଥିବାରୁ ସେଠାରେ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାସ ଏବଂ ଯୁକ୍ତ୨ ନାମଲେଖା ଦାୟିତ୍ୱରେ ଥିବା ସୁଶାନ୍ତ ମହାପାତ୍ର ଉପସ୍ଥିତ ଥିଲେ। ସେମାନଙ୍କୁ ଭେଟି ଉପରୋକ୍ତ ବିଷୟରେ ଆମେ ଆଲୋଚନା କରିଥିଲୁ। ହେଲେ ସୁଶାନ୍ତ ମହାପାତ୍ର ଯାହା କହିଲେ ତାହା ଆଶ୍ଚର୍ଯ୍ୟଜନକ। ସେ କହିଛନ୍ତି, କେବଳ ଆମ କଲେଜ ନୁହେଁ ବରଂ ଇଣ୍ଟିମେଶନ ପଠାଯାଉଥିବା ସ୍ଥାନରୁ ଭୁଲ୍‌ରେ ବହୁ କଲେଜକୁ ଏପରି ଭୁଲ ତାଲିକା ଯାଇଛି। ଏପରି କି ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ଜୁନିୟର କଲେଜ ଏବଂ ରେଭେନ୍‌ଶା ଜୁନିୟର କଲେଜକୁ ମଧ୍ୟ ଭୁଲ୍‌ ପିଲାଙ୍କ ତାଲିକା ଚାଲିଯାଇଥିଲା। ସେହିପରି ଆମ କଲେଜକୁ ସ୍ପଟ୍‌ ସିଲେକ୍ସନର ତାଲିକା ୧୯ ତାରିଖରେ ଆସିଥିଲା। ସେହି ପିଲାମାନଙ୍କ ରେଜିଷ୍ଟ୍ରେଶନ କରି ଆଡ୍‌ମିଶନ ଆରମ୍ଭ କଲୁ। ଏହାର ଦିନକ ପରେ ୨୦ ତାରିଖରେ ଏକ ମେସେଜ ପହଞ୍ଚିଲା ଯେ, ୨୧ ତାରିଖରେ ଆଉ ଏକ ଛାତ୍ରୀଛାତ୍ରଙ୍କ ତାଲିକା ପହଞ୍ଚିବ, ୧୯ ତାରିଖରେ ଯେଉଁ ତାଲିକା ଯାଇଛି ତାହା ଭୁଲ୍‌। ଏହି ତ୍ରୁଟି ଯୋଗୁ ଉଚ୍ଚ ମାର୍କ ରଖିଥିବା ପିଲାମାନଙ୍କ ତାଲିକା ବାଦ୍‌ ପଡ଼ିଯାଇଛି। କିନ୍ତୁ ୨୧ ତାରିଖରେ ଯେଉଁ ତାଲିକା ଆସିଥିଲା ସେଥିରେ ୧୯ ତାରିଖ ତାଲିକାରେ ଥିବା ପିଲାଙ୍କ ନାମ ନ ଥିଲା। ସାମସ୍‌(ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ)ରେ ଯେପର୍ଯ୍ୟନ୍ତ ଆଡ୍‌ମିଶନ ପାଇଥିବା ପିଲାଙ୍କ ନଁା ଅପଡେଟ ନ ହୋଇଛି କିଛି କରାଯାଇପାରିବ ନାହିଁ। ଆମକୁ ନିର୍ଦ୍ଦିଷ୍ଟଭାବେ ଏ ପର୍ଯ୍ୟନ୍ତ ଉପରୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇନାହିଁ। ଆମେ ସାମସ୍‌ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍‌(ପିଏମ୍‌ୟୁ) ଅଫିସର ଇନ୍‌ଚାର୍ଜ(ଓଆଇସି) ଭାଗୀରଥି କାଣ୍ଡିଙ୍କୁ ଫୋନ୍‌ କରିବାରୁ ତାହା ଏକ ବଡ଼ ଭୁଲ୍‌ ବୋଲି ଉତ୍ତର ମିଳିଲା। ଏନେଇ ବିଜେବି ଏବଂ ରେଭେନ୍‌ଶାରୁ ଖବର ମିଳିବାପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିବା କାଣ୍ଡି କହିଥିଲେ ବୋଲି ସୁଶାନ୍ତ କହିଛନ୍ତି।
ମାତ୍ର କଲେଜ ପକ୍ଷରୁ ଯାହା କୁହାଯାଇଛି, ତାହାର ଓଲଟା ଜବାବ ପିଏମ୍‌ୟୁ ଓଆଇସି ଭାଗୀରଥି କାଣ୍ଡିଙ୍କ ନିକଟରୁ ଶୁଣିବାକୁ ମିଳିଛି। ଏଥିପାଇଁ ସବୁ କଲେଜଗୁଡିକ ଦାୟୀ ବୋଲି କହିଦେଇ ସେ ସିଧାସଳଖ ନିଜ ଦୋଷ ଗ୍ରହଣ କରି ନ ଥିଲେ। ଘଟଣା ସମ୍ପର୍କରେ ଧରିତ୍ରୀ ପକ୍ଷରୁ ଭାଗୀରଥି କାଣ୍ଡିଙ୍କୁ ମୋବାଇଲ ଫୋନ ନମ୍ବର(୭୦୦୮୨୫୧୯୫୦)କୁ ଏକାଧିକ ବାର ଯୋଗାଯୋଗ କରିବାପରେ ସେ ତାଙ୍କ ଆଡୁ ଟେଲିଫୋନ୍‌ କରି କହିଛନ୍ତି, କଲେଜ ସ୍ତରରେ ଏହି ଭୁଲ୍‌ ହୋଇଛି। ଆମେ ଯାହା ତାଲିକା ପଠାଇଥିଲୁ ସେହିଦିନ ତାହାକୁ ସଂଶୋଧନ କରି ଆଉ ଏକ ଚିଠି କରିଥିଲୁ। ସେସବୁ ଗୋଟିଏ ଦିନରେ ହୋଇଥିଲା। ମାତ୍ର ସଂଶୋଧିତ ତାଲିକାକୁ କଲେଜଗୁଡ଼ିକ ଦେଖିନାହାନ୍ତି ବୋଲି ସେ କହିଛନ୍ତି। କିନ୍ତୁ ତାଙ୍କ ତରଫରୁ ହୋଇଥିବା ତ୍ରୁଟି ସମ୍ପର୍କରେ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ।
ଆଉ କିଛି ଅଧ୍ୟାପକ କହିଛନ୍ତି, ଘଟଣାକୁ ୧୦ଦିନ ବିତିଯିବା ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନ ନେଇ ଚୁପ୍‌ ବସିଛନ୍ତି। ଘଟଣାକୁ ଚାପିଦେବାକୁ ମଧ୍ୟ ଉପରୁ କୁହାଯାଉଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ସୁନ୍ଦରଲାଲ୍‌ ସିଲ୍‌ଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ସେ କିଛି ପଦକ୍ଷେପ ନେଇନାହାନ୍ତି। ଏଭଳି ଗୋଳିଆ ପରିସ୍ଥିତିରେ ଅନ୍ୟ ଏକ ପ୍ରଶ୍ନ କେତେଜଣ ଅଧ୍ୟାପକଙ୍କ ଦ୍ୱାରା ଉଠାଯାଉଛି। ସେମାନଙ୍କ କହିବାନୁଯାୟୀ, ଯେଉଁ ପିଲାମାନଙ୍କୁ ନାମଲେଖା ଯାଇ ପରେ ଏଥିରୁ ବଞ୍ଚିତ କରାଗଲା ତାହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଥାଇପାରେ। ଏଇ କେତେକ ପିଲାଙ୍କୁ ବାଦ୍‌ ପକାଇ ଅଧିକ ମାର୍କ ପାଇଥିବା ପିଲାଙ୍କ ନାମ ଦିଆଯାଇଥିବା ଯାହା କୁହାଯାଉଛି, ତାହା କେତେଦୂର ସତ୍ୟ ସେ ସମ୍ପର୍କରେ ପ୍ରଶ୍ନ ଉଠିଲାଣି। ଏହି ଅଧ୍ୟାପକମାନଙ୍କ ସନ୍ଦେହ ହେଉଛି ଯେ, କେତେକ ମୁଷ୍ଟିମେୟ ପ୍ରଭାବଶାଳୀ ପିଲାଙ୍କୁ ଏଭଳି ତ୍ରୁଟି ଘଟାଇ ବେଆଇନ ଭାବେ ନାମ ଲେଖାଇବାର ସୁଯୋଗ ଦିଆଯାଇଥାଇପାରେ। ସେହିପରି ଘଟଣା ସମ୍ପର୍କରେ ନିର୍ଦ୍ଦେଶକ ସୁନ୍ଦରଲାଲ୍‌ ସିଲ୍‌ଙ୍କ ମୋବାଇଲ ଫୋନ ନମ୍ବର(୯୪୩୭୫୭୯୧୦୧)କୁ ଏକାଧିକ ବାର ଯୋଗାଯୋଗ ପାଇଁ ପ୍ରୟାସ କରାଯାଇଥିଲା। ହେଲେ ସେ ଉତ୍ତର ଦେଇନାହାନ୍ତି।

ସୁନୀତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ମେଡିକାଲରେ ଭର୍ତ୍ତି କରି ଘରକୁ ଫେରିବାବେଳେ କାର୍‌ରେ ଲାଗିଲା ନିଆଁ, ଚାଲିଗଲା ପୁଅଙ୍କ ଜୀବନ

ସୁନ୍ଦରଗଡ଼,୧ା୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନ ଥାନା ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ…

ପକ୍ଷାଘାତ ରୋଗୀଙ୍କ ହାତକୁ ଚେୟାରରେ ଦୁଇ ଘଣ୍ଟା ବାନ୍ଧି ରଖିଲା ସାପ, ତାପରେ ଯାହା ଘଟିଲା….

ହରଭଙ୍ଗା,୧।୬(ନରେନ୍ଦ୍ର ସାହୁ): ପୁରାଣରେ ସର୍ପ ବନ୍ଧନ କଥା ଶୁଣାଯାଏ କିନ୍ତୁ ବାସ୍ତବରେ କେହି ଦେଖି ନ ଥିବେ। ହେଲେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଆଡେଣିଗଡ଼ ଗାଁରେ…

ମଟନ, ଚିକେନ ସହ ହଳଦିଆ ମିଠା…, ଏହା ହେଉଛି ବୈଭବଙ୍କ ଶକ୍ତି ପଛର ରହସ୍ୟ, ୧୫ ବର୍ଷ ବୟସରେ ନେଉଛନ୍ତି…

ନୂଆଦିଲ୍ଲୀ,୧।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ବ୍ୟାଟିଂରେ ଏକ ଆକର୍ଷଣ ସୃଷ୍ଟି କରିଛନ୍ତି। ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ସୁନୀଲ ଗାଭାସ୍କର ପର୍ଯ୍ୟନ୍ତ, ସମସ୍ତେ…

ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି: ପୁରୁଣା ହଟିଲା, ନୂଆ ପ୍ରତି ନାହିଁ ନିଘା

ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ସ୍ଥାନରେ ଉଚ୍ଛେଦ ଚାଲିଛି। ରବିବାର ବରଗଡ଼ ସରକାରୀ ବସଷ୍ଟାଣ୍ଡରେ ଏହି ପ୍ରକ୍ରିୟା…

ଆଇସ୍‌କ୍ରିମ୍‌ ଖାଉଥିଲେ ସାବଧାନ! କ୍ଷୀର ବଦଳରେ ମିଶୁଛି…

ଭୁବନେଶ୍ୱର,୧ା୬(ବନ୍ଦନା ସେଠୀ): ପିଲାଙ୍କଠାରୁ ବୟସ୍କ ବଜାରରୁ ଯେଉଁ ଆଇସ୍‌କ୍ରିମ୍‌ କିଣି ଖାଉଛନ୍ତି, ତାହା ପ୍ରାୟତଃ କୌଣସି କ୍ଷୀରରୁ ପ୍ରସ୍ତୁତ ହୁଏନାହିଁ, ବରଂ ତାଳ ଗଛରୁ ବାହାରୁଥିବା ଶସ୍ତା…

RCBକୁ ମିଳିଲା ୨୦ କୋଟି, ହେଲେ ବୈଭବଙ୍କୁ ମିଳିଲା କେତେ? ଜାଣନ୍ତୁ…

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ IPL 2026 ଟ୍ରଫି ଜିତିଛି। ଚମତ୍କାର…

ବିଜୟର ଛକା ସହ ପ୍ରେମର ନିବେଦନ… RCBର ଟାଇଟଲ ବିଜୟ ପରେ ବିରୁୁଷ୍କାଙ୍କ ରୋମାଣ୍ଟିକ ମୁଡର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧।୬: ଆଇପିଏଲ ଇତିହାସରେ RCBର ନାମ ସ୍ବର୍ଣ୍ଣାକ୍ଷରରେ ଲେଖାଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଚାଲିଥିବା ସମୟରେ ଷ୍ଟାଡିୟମରେ ଥିବା…

ଚଳନ୍ତା ଅବସ୍ଥାରେ ଆମ୍ବୁଲାନ୍ସରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଭୁବନେଶ୍ୱର,୧ା୬: ଖଣ୍ଡଗିରି ନିକଟ ଜାଗମରାରେ ଏକ ଆମ୍ବୁଲାନ୍ସରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଚଳନ୍ତା ଅବସ୍ଥାରେ ହିଁ ଆମ୍ବୁଲାନ୍ସଟିରେ ନିଆଁ ଲାଗିଯାଇଥିଲା। ଫଳରେ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri