ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ପରିବାର

ବରଗଡ଼ ଅଫିସ୍‌,୨୭।୩- ପରିବାରରେ କାହାକୁ କରୋନା ଭାଇରସ୍‌ ସଂକ୍ରମଣ କରି ନାହିଁ । କେହି ପରିବାର ସଦସ୍ୟ ରାଜ୍ୟ କିମ୍ବା ଦେଶ ଫେରନ୍ତା ନୁହଁନ୍ତି । ତଥାପି ଗତ ୨୨ତାରିଖରୁ ପରିବାର ସବୁ ସଦସ୍ୟ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି । ଏଭଳି ସଚେତନତା, ସତର୍କତା ଅବଲମ୍ବନ କରିଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଯାଜ୍ଞସେନୀ ସାହୁଙ୍କ ପରିବାର ଲୋକେ ଏହି ସମୟରେ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ, ପ୍ରେରଣା ସାଜିଛନ୍ତି ।
ଯାଜ୍ଞସେନୀଙ୍କ ପରିବାର କହିଲେ, ୪ପୁଅ, ୩ପୁତ୍ରବଧୂ, ନାତୁଣୀ, ନାତି ଏଭଳି ୧୬ଜଣ ଅଛନ୍ତି । ନାତି ଦିବସ କୁମାର ସାହୁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରନ୍ତି । ରାଜ୍ୟ ସରକାର ସ୍କୁଲ ବନ୍ଦ ଘୋଷଣା କରିବା ପରେ ସେ ଗାଁକୁ ଫେରିଛନ୍ତି । ଘରକୁ ସେ ଆସିବା ପରେ ନାତିଙ୍କ କଥା ରଖି ପରିବାର ଲୋକେ ସେଭଳି ସତର୍କତା, ସଚେତନତା ଅବଲମ୍ବନ କରି ରହୁଥିବା ଯାଜ୍ଞସେନୀ କହିଛନ୍ତି ।
ସେ କହିଛନ୍ତି, ଘର ମଧ୍ୟରେ ତାଙ୍କୁ ଏକ ସ୍ବତନ୍ତ୍ର କୋଠରୀ ମଧ୍ୟରେ ରଖାଯାଇଛି । ସେହିଭଳି ପରିବାରର ଅନ୍ୟଲୋକେ ମଧ୍ୟ ସାଧାରଣ କାମରେ ଘରକୁ ବାହାରୁ ନାହାନ୍ତି । ଆବଶ୍ୟକ ହେଲେ ପରିବା କିମ୍ବା ମେଡ଼ିକାଲ କାମରେ ବାହାରକୁ ଯାଉଛନ୍ତି ଏବଂ ଫେରିବା ସମୟରେ ଘର ଆଗରେ ବାଲଟିରେ ରଖାଯାଇଥିବା ପାଣି ଏବଂ ସାବୁନରେ ହାତ ଧୋଇ ଘରକୁ ପଶୁଛନ୍ତି । ସେହିପରି ବହୁବର୍ଷ ତଳର କଥା ମନେ ପକାଇ ଯାଜ୍ଞସେନୀ କହିଥିଲେ, ଆଗରୁ ଥରେ ଏଭଳି ଲୋକେ ଜଣେ ପରେ ଜଣେ ମୃତ୍ୟୁମୁଖରେ ପଡ଼ୁଥିଲେ । ଏବେ ସିନା ଘରେ ରହୁଛୁ, ସେତେବେଳେ ଲୋକେ ଜଙ୍ଗଲକୁ ଯାଇ ରହୁଥିଲେ ବୋଲି ସେ କହନ୍ତି ।
ଯାଜ୍ଞସେନୀଙ୍କ ନାତି ଦିବସ କହନ୍ତି, ମହାମାରୀ କରୋନା ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ମେଡ଼ିସିନ କିମ୍ବା ଭେକ୍‌ସିନ୍‌ ଏପର୍ଯ୍ୟନ୍ତ ବାହାରି ପାରି ନାହିଁ । ସଚେତନତା, ସତର୍କତାରୁ ହିଁ କରୋନା ଆମଠାରୁ ଦୂରେଇ ଯିବ । ଫଳରେ କେବଳ ପରିବାର ପାଇଁ ନୁହଁ, ସ୍କୁଲରେ ଥିବାବେଳେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏଭଳି ସଚେତନତା କାର୍ଯ୍ୟକ୍ରମ ହୋଇ ସାରିଛି । ଏହା ସହିତ ସ୍କୁଲ ବନ୍ଦ ହୋଇ ଗ୍ରାମକୁ ଫେରିବା ପରେ ପଡ଼ୋଶୀ ୪ଟି ଗ୍ରାମ ଲିଟିପାଲି, ବାଦିପାଲି, ଭାଟିବାହାଲି ଏବଂ କମଳପଦର ଗ୍ରାମକୁ ଯାଇ କରୋନାକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ବଜାୟ ରଖି ଲୋକଙ୍କୁ ସଚେତନ କରାଇଥିବା ଦିବସ କହିଛନ୍ତି । ସେହିଭଳି ଦିବସ ନିୟମିତ ସୋସିଆଲ ମିଡ଼ିଆରେ କରୋନା ସଚେତନତା ପାଇଁ ଉଦ୍ଦିଷ୍ଟ ବାର୍ତ୍ତା ଦେଇ ଏଭଳି ପରିସ୍ଥିତିରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri