ସଙ୍ଗରୋଧ କେନ୍ଦ୍ରରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଉଠାଇ ବ୍ଲାକମେଲିଂ: ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର,୧୭।୬(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ଏକ ସଙ୍ଗରୋଧ କେନ୍ଦ୍ରରେ ରହୁଥିତ୍ବା ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଉଠାଇ ବ୍ଲାକମେଲିଂ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ(ନଂ.୭୨/୨୦୨୦)ରେ ମାମଲା ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ସଙ୍ଗରୋଧ କେନ୍ଦ୍ରରେ ଜଣେ ଯୁବତୀ କ୍ୱାରାଣ୍ଟାଇନ୍‌ରେ ରହୁଥିଲେ। ଗତ ୧ ତାରିଖ ରାତିରେ ଯୁବତୀ ଜଣକ ଶୋଇଥିବା ବେଳେ ଏହାର ସୁଯୋଗ ନେଇ ସେଠାରେ ରହୁଥିବା ରାଜସ୍ଥାନ ଫେରନ୍ତା ଯୁବକ ସଞ୍ଜୀବ କୁମାର ପାତ୍ର ଝରକା ପଟେ ମୋବାଇଲରେ ତାଙ୍କ ଫଟୋ ଉଠାଇଥିଲେ। ୩ ତାରିଖରେ ସଞ୍ଜୀବ ସମ୍ପୃକ୍ତ ଯୁବତୀଙ୍କୁ ଉକ୍ତ ଫଟୋ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ କହିଥିଲେ। ଯଦି ତାଙ୍କ କଥାରେ ରାଜି ନ ହୁଅନ୍ତି ତେବେ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ କରିଦେବାକୁ ସେ ଧମକ ଦେଇଥିଲେ। ଯୁବତୀ ଜଣକ ପ୍ରଥମେ ଏହି ଘଟଣାରେ ନୀରବ ରହିଥିଲେ। ପରେ ଏନେଇ ନୋଡାଲ ଅଫିସର, ବିଡିଓ, ତହସିଲଦାର ଓ କେନ୍ଦ୍ର ଦାୟିତ୍ୱରେ ଥିବା ସରପଞ୍ଚଙ୍କୁ ଜଣାଇଥିଲେ। ପ୍ରଶାସନ ଘଟଣାର ଅନୁସନ୍ଧାନ କରିବା ସହ ଯୁବତୀ ଜଣକ ୧୫ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri