ସଙ୍କଟରେ କୁମ୍ଭାକାରଙ୍କ କୌଳିକ ବୃତ୍ତି

ଜୟପୁର, ୭ା୩ (ନି.ପ୍ର) କୋରାପୁଟ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ କୁମ୍ଭାରପୁଟ କୁମ୍ଭାରଙ୍କ ପାଇଁ ପ୍ରସିଦ୍ଧ। କିନ୍ତୁ ଗ୍ରାମରେ ରହୁଥିବା ୨ ପରିବାରଙ୍କ ଜୀବନ ଜୀବିକା ଏବେ ସଙ୍କଟରେ। ପରିବାରର ସମସ୍ତ ସଦସ୍ୟ ୨୪ ଘଣ୍ଟା କାମ କଲେ ମଧ୍ୟ ପେଟ ପୂରୁ ନାହିଁ । ଭବିଷ୍ୟତରେ କୁମ୍ଭାର ଚକ ବୁଲିବ କି ନାହିଁ ସେ ନେଇ ଚିନ୍ତାରେ ପରିବାର । ଗ୍ରାମରେ ଏକ ହାଣ୍ଡିଶାଳ ନିର୍ମାଣ ଓ ବଜାର ସୁବିଧା ନେଇ ବାରମ୍ବାର ଗୁହାରି କଲେ ମଧ୍ୟ କେହି ସେମାନଙ୍କ ଦୁଃଖ ଶୁଣୁନାହାନ୍ତି ।
ମାଟି ସହିତ ମଣିଷର ସମ୍ପର୍କ ଅତି ନିବିଡ । ଅନ୍ତୁଡିଶାଳରୁ ଶ୍ମଶାନ ପର୍ଯ୍ୟନ୍ତ ମାଟି ସାମଗ୍ରୀ ଲୋଡା । ଦିନ ଥିଲା ଏହା ଲୋକଙ୍କ ଜରୁରୀ ଥିଲା । ହେଲେ ବର୍ତ୍ତମାନ ଆଧୁନିକ ଯୁଗରେ ଏହାର ଚାହିଦା କମିବାରେ ଲାଗିଛି । ବଜାର ଚାହିଦା ହ୍ରାସ, ପ୍ରଶାସନ ତରଫରୁ ବଜାର ପାଇ ସୁଯୋଗ ନ ଦେବା, ଜାଳେଣିକାଠର ଅଭାବ, ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି କୁମ୍ଭାରଙ୍କ ପରିବାରକୁ ବେଶ୍‌ ପ୍ରଭାବିତ କରିଛି । ଉପଯୁକ୍ତ ପାରିଶ୍ରମିକ ମିଳୁ ନ ଥିବାରୁ ଅନେକ ପରିବାର ଏହି ବେଉସାକୁ ଛାଡିବାରେ ଲାଗିଲେଣି । କୁମ୍ଭାରପୁଟ ଗ୍ରାମରେ ହାତଗଣତି ପରିବାର ଏହି କାୈଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି। ସକାଳ ହେବା ମାତ୍ରେ ପରିବାର ଲୋକେ ଦୀପ, ରୁଖା, କଳସ, ହାଣ୍ଡି, ପାଣି ହାଣ୍ଡି ଆଦି ମାଟି ସାମଗ୍ରୀ ପ୍ରସ୍ତୁତ କରିବାରେ ଲାଗି ପଡ଼ନ୍ତି । ଏହି କାମରେ ପୁରୁଷମାନଙ୍କୁ ଘରର ମହିଳାମାନେ ସହଯୋଗ କରିଥାନ୍ତି । ପରିବାରର ସମସ୍ତ ସଦସ୍ୟ ଏହି କାମ କରୁଥିଲେ ମଧ୍ୟ ପରିବାର ଚଳିବା କଷ୍ଟକର ହୋଇପଡ଼େ ସେମାନଙ୍କର । ସରକାରଙ୍କ କୌଣସି ଯୋଜନା ମଧ୍ୟ ଏମାନଙ୍କ ଲାଗି ନାହିଁ । ମାଟି ପାତ୍ର ତିଆରି କରିବା ପରେ ସେମାନେ ଜୟପୁରକୁ ଆସି ସାହି ସାହି ବୁଲି ବିକ୍ରି କରିଥାନ୍ତି । ଏମାନଙ୍କ ପାଇଁ ପୌରପରିଷଦ କି ପ୍ରଶାସନ ତରଫରୁ ମାଟି ଜିନିଷ ବିକ୍ରି କରିବା ଲାଗି ବଜାର ସୁବିଧା କରାଯାଉନାହିଁ । ଫଳରେ କମ ଦରରେ ଘର ଘର ବୁଲି ବିକ୍ରି କରିବାକୁ ପଡ଼ିଥାଏ ସେମାନଙ୍କୁ । ଦୈନିକ ଶହେରୁ ୨ ଶହ ଟଙ୍କା ରୋଜଗାର କରିଥାନ୍ତିି । ଏତିକି ରୋଜଗାରରେ ପରିବାର ଚଳାଇବା ସେମାନଙ୍କ ପାଇଁ କାଠିକାର ପାଠ । ହାଣ୍ଡିଶାଳଟିଏ ନିର୍ମାଣ କରିବା ପାଇଁ ଗୁହାରି କରି ଥକିଲେଣି । କିନ୍ତୁ କୌଣସି ନେତା କି ପ୍ରଶାସନ କର୍ଣ୍ଣପାତ କରୁ ନାହାଁନ୍ତି । ବର୍ଷ କୁ ୬ ମାସ କାମ କଲେ ୬ ମାସ ବନ୍ଦ ସେମାନଙ୍କର ଏହି କାମ । ସରକାରଙ୍କ ଆନ୍ତରିକତା ଅଭାବରୁ କୁମ୍ଭାରପୁଟ କୁମ୍ଭାରମାନେ କୌଳିକ ବୃତ୍ତିକୁ ଛାଡି ଅନ୍ୟ କାମ କରିବା ସହ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ବୋଲି ଗ୍ରାମର ରଘୁ ନାଥ କୁମ୍ଭାର, ଲବ କୁମ୍ଭାର, ଇଶ୍ୱର କୁମ୍ଭାର, ସୁନା ଧର କୁମ୍ବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୪।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

ନିର୍ବାଚନରୁ ଓହରିଲେ ବିରଞ୍ଚତ୍

ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ନିର୍ବାଚନ ମଇଦାନରୁ ଓହରିଲେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ବିରଞ୍ଚତ୍ ମହାସୁପକାର ଓରଫ ଲିଟୁ। ଏବେ ସେ ଦଳ ପାଇଁ...

ନିଦ ହଜାଇଲେଣି ସାଇବର ଅପରାଧୀ

ଭୁବନେଶ୍ୱର,୨୩।୪ (ସୂର୍ଯ୍ୟକାନ୍ତ ବେହେରା):ବାରମ୍ବାର ସଚେତନତା ସତ୍ତ୍ୱେ ଦିନକୁ ଦିନ ଠକାମିର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ କୌଶଳ ଆପଣାଇ ଲୁଟୁଛନ୍ତି ସାଇବର ଅପରାଧୀ। କେତେବେଳେ ହ୍ବାଟ୍‌ସଆପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri