କାମ ଦେଉନି ଧରପଗଡ଼, ଜରିମାନା ଆଦାୟ

କେନ୍ଦୁଝର, ୭।୩ (ସ୍ବ.ପ୍ର.)- ଖଣିଖାଦାନ ଭରା କେନ୍ଦୁଝର ଜିଲାରେ ରାସ୍ତାଘାଟ ଦୁରବସ୍ଥା, ଟ୍ରାଫିକ ସମସ୍ୟା ଓ ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବାରେ ପ୍ରଶାସନ ସଫଳ ହୋଇ ପାରୁ ନାହିଁ । ପୋଲିସ ବିଭାଗର ଅପରାଧ ପରିସଂଖ୍ୟାନ ତଥ୍ୟ ଅନୁଯାୟୀ ୨୦୧୯ରେ ଜିଲାରେ ୬୭୪ ସଡକ ଦୁର୍ଘଟଣା ମାମଲା ରୁଜୁ ହୋଇଥିଲା। ସେଥିରେ ୩୩୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯୧ ଜଣ ଗୁରୁତର ଓ ୪୧୨ ଜଣ ସାମାନ୍ୟ ଆହତ ହୋଇଥଲେ। ୨୦୧୮ ମସିହାରେ ଏହି ଦୁର୍ଘଟଣା ସଂଖ୍ୟା ଥିଲା ୬୩୯ । ସଡ଼କ ସୁରକ୍ଷା ଲାଗି ବିଭିନ୍ନ ସ୍ଥାନରେ ସଚେତନତା ରାଲି, ସଭାସମିତି, ପ୍ରତିଯୋଗିତାମାନ ଆୟୋଜନ କରି ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଦୁର୍ଘଟଣା ରୋକାଯାଇ ପାରୁନାହିଁ। ଦୁର୍ଘଟଣା ରୋକିବାଲାଗି ବ୍ୟାପକ ହେଲମେଟ, ସିଟ ବେଲଟ, ବିନା ଲାଇସେନ୍ସରେ ଗାଡିଚାଳନା, ମଦ ପିଇ ଗାଡିଚାଳନା, କ୍ଷୀପ୍ର ଗତିରେ ବା ବେପରୁଆ ଗାଡି ଚାଳନା, ବିନା କାଗଜପତ୍ରରେ ଗାଡି ଚାଳନା ଆଦି ଉପରେ ଧରପଗଡ କରାଯାଇ ଜରିମାନା ଆଦାୟ କରାଯାଉଛି । ୨୦୧୯ ମସିହାରେ ପୋଲିସ ପକ୍ଷରୁ ଧରପଗଡ କରି ୩୯ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରିଯାଇଛି । ସେହିପରି ୬୩୪ ଟି ଲାଇସେନ୍ସ ଜବତ କରାଯାଇ ଏହାକୁ ବାତିଲ କରାଯାଇଛି । ମଦ୍ୟପାନ କରି ଗାଡି ଚଳାଇବା ଅଭିଯୋଗରେ ୬୩୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାଖାପାଖି ୨ ଲକ୍ଷ ଟଙ୍କା ଜରିମାନା ଆଦାୟ ସହ ୪୩୧ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି । କିନ୍ତୁ ଦୁର୍ଘଟଣାର ପ୍ରକୃତ କାରଣ ବିପର୍ଯ୍ୟସ୍ତ ଓ ବିପଦପୂର୍ଣ୍ଣ ରାସ୍ତାଘାଟ ହୋଇଥିବା ବେଳେ ସେସବୁର ମରାମତି କରିବା ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏଣୁ ଧରପଗଡ ଓ ଜରିମାନା ଆଦାୟରୁ କୌଣସି ସୁଫଳ ମିଳୁ ନାହିଁ ।
ଏହି ଜିଲା ଦେଇ ବ୍ୟସ୍ତବହୁଳ ୨୦, ୭୨୦ ଓ ୪୯ ନମ୍ବର ଜାତୀୟ ରାଜପଥ ଯାଇଛି । ଏସବୁ ରାଜପଥର ଅସମ୍ପୂର୍ଣ ଅବସ୍ଥା, ଭଙ୍ଗାଦଦରା ରାସ୍ତା ଓ ପୋଲ ବିଭିନ୍ନ ସମୟରେ ଦୁର୍ଘଟଣାର କାରଣ ହେଉଛି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରୁଛନ୍ତି। ଜିଲାର ଖଣି ସମୃଦ୍ଧ ଅଞ୍ଚଳରେ ଯୋଡା-ବାମେବାରୀ-ପଳାଶପଙ୍ଗା, ଶୁଆକାଠି-ଦୁବୁନା, ଭଦ୍ରାସାହି-ବଡବିଲ-ନାଲଦା ଆଦି ରାସ୍ତାରେ ଲୁହାପଥର ପରିବହନ ଯୋଗୁ ଅବସ୍ଥା ଶୋଚନୀୟ ହୋଇ ପଡୁଛି। ଧୂଳିଧୂଆଁ ପ୍ରଦୂଷଣ ଓ ଟ୍ରାଫିକ ଜାମ ସମସ୍ୟା ନେଇ ଲୋକେ ବାରମ୍ବାର ରାସ୍ତାରୋକୋ ଓ ଘେରାଉ ଆନ୍ଦୋଳନ କରି ଆସୁଛନ୍ତି। ରାସ୍ତା ଉପରେ ବେଆଇନ ଗାଡି ପାର୍କିଂ ଅନେକ ସ୍ଥାନରେ ଦୁର୍ଘଟଣାର କାରଣ ହେଉଛି ବୋଲି ଆଇନଜୀବୀ ସୁରଜ କୁମାର ମହାପାତ୍ର କହିଛନ୍ତି । ଜିଲାରେ ରାସ୍ତା ସମସ୍ୟାର ସ୍ଥାୟୀ ପ୍ରତିକାର ନ ହେଲେ ଆନ୍ଦୋଳନ କରାଯିବ ବୋଲି ସଦର ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି । ଏନେଇ ଆରଟିଓ କେନ୍ଦୁଝର ନିର୍ମଳ ମହାନ୍ତିଙ୍କୁ ପଚାରିବାରୁ ଦୁର୍ଘଟଣା ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ ସହିତ ବ୍ୟାପକ ଧରପଗଡ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

ପ୍ରଚାର କଲେଣି ଭାଜପା, କଂଗ୍ରେସ:ବିଜେଡି ନୀରବ

ହାଟଡିହୀ,୧୭l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତିି। ଭାଜପାରୁ ଆଲୋକ ସେଠୀ ଓ କଂଗ୍ରେସରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri