ଷ୍ଟାର୍କଙ୍କ ସ୍ବତନ୍ତ୍ର ରେକର୍ଡ

ଲଡର୍‌ସ,୩୦।୬- ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ଦଳ ଆଇକନିକ ଗ୍ରାଉଣ୍ଡରେ ଚିରପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡକୁ ୮୬ ରନ୍‌ର ବୃହତ୍‌ ବ୍ୟବଧାନରେ ହରାଇ ଦେଇଛି। ମ୍ୟାଚ୍‌ରେ ୫ ଉଇକେଟ ନେବା ସହ ଷ୍ଟାର୍କ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବିଶ୍ୱକପ୍‌ ଇତିହାସରେ ପ୍ରଥମ ବୋଲର ଭାବେ ୩ଥର ଗୋଟିଏ ଇନିଂସ୍‌ରେ ୫ ଉଇକେଟ ନେବାର ସଫଳତା ପାଇଛନ୍ତି। ୨୦୧୫ ବିଶ୍ୱକପ୍‌ରେ ଷ୍ଟାର୍କ ଅକ୍‌ଲାଣ୍ଡଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ୬ ଉଇକେଟ ନେଇଥିଲେ। ବିଶ୍ୱକପ୍‌ ଇତିହାସରେ ଏକ ନିର୍ଦ୍ଧିଷ୍ଟ ଦଳ ବିପକ୍ଷରେ ଦୁଇ ଥର ୫ ଉଇକେଟ ନେବାରେ ଷ୍ଟାର୍କ ଏକମାତ୍ର ବୋଲର। ଚଳିତ ବିଶ୍ୱକପ୍‌ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୫ ଉଇକେଟ ନେଇଥିଲେ। ଏଥିସହ ୨୪ ଉଇକେଟ ସହ ଷ୍ଟାର୍କ ଚଳିତ ବିଶ୍ୱକପ୍‌ରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇ ରହିଛନ୍ତି। ବିଶ୍ୱକପ୍‌ର ଦୁଇଟି ସଂସ୍କରଣରେ ସେ ମୋଟ ୪୬ ଉଇକେଟ ନେଇସାରିଛନ୍ତି। ଉଲ୍ଲେଖଥାଉ କି, ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୨୪୪ ରନ୍‌ର ବିଜୟ ଲକ୍ଷ୍ୟ ଆଗରେ ନ୍ୟୁଜିଲାଣ୍ଡ ୧୫୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା/କିଷାନ )ପାତ୍ର: ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା…

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ…

କ୍ରିକେଟ ଖେଳୁଥିବା ବେଳେ ଯୁବକଙ୍କ ଉପରେ ହେଲା ବଜ୍ରପାତ: ଟଳିପଡ଼ିଲେ…

ମୋହନା,୧୬।୫(ମନ୍ମଥ ମିଶ୍ର ):  ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଶୁଲୁବା ଗାଁ ରେ ଅଘଟଣ ଘଟିଛି।  ଗାଁ ନିକଟସ୍ଥ ଏକ ପଡିଆରେ ବୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri