Posted inଭଦ୍ରକ

ଷ୍ଟାଣ୍ଡିଂ କମିଟିର ବିଦ୍ୟୁତ୍‌ ବିଭାଗ କାର୍ଯ୍ୟ ସମୀକ୍ଷା

ଭଦ୍ରକ ଅଫିସ,୨୯।୧୨- ବିଧାନସଭା ଷ୍ଟାଣ୍ଡିଂ କମିଟି ଶନିବାର ଭଦ୍ରକ ଜିଲାରେ ବିଦ୍ୟୁତ୍‌ ବିଭାଗ ଅଧୀନରେ ହେଉଥିବା ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ଫେରିଛି। ଏହି ଟିମ୍‌ ପାନ୍ଥିକା ପରିସରରେ ଓପିଟିସିଏଲ୍‌, ନେସ୍କୋ, ଠିକା ଏଜେନ୍ସି ଓ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ଆଲୋଚନା କରିଥିଲା। ଏହାପରେ ଆଗରପଡ଼ା ଓ ଭଦ୍ରକ ବାଗୁରାଇଠାରେ ନିର୍ମାଣାଧୀନ ସବ୍‌ଷ୍ଟେଶନ କାର୍ଯ୍ୟ ବୁଲି ଦେଖିଥିଲେ। ସବ୍‌ଷ୍ଟେଶନ ନିର୍ମାଣ କାର୍ଯ୍ୟ ଆଶାନୁତୀତ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେଉ ନ ଥିବାରୁ କମିଟି ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ମୁଖ୍ୟତଃ ଶିଳ୍ପାଞ୍ଚଳ ଧାମରା ଓ ଚାନ୍ଦବାଲି ଅଞ୍ଚଳରେ ସବ୍‌ଷ୍ଟେଶନ ନିର୍ମାଣ କରାଯାଇଥିଲେ ମଧ୍ୟ ବିଭାଗର ଖାମଖିଆଲି ନୀତି ଯୋଗୁ ଲୋକେ ସମସ୍ୟା ଭୋଗୁଥିବା କୁହାଯାଇଥିଲା। ଆଗାମୀ ୨୦ ବର୍ଷକୁ ଦୃଷ୍ଟିରେ ରଖି ବର୍ଦ୍ଧିତ ଶିଳ୍ପ ପାଇଁ ଆବଶ୍ୟକ କରୁଥିବା ବିଦ୍ୟୁତ୍‌ ସମସ୍ୟାକୁ ତର୍ଜମା କରି ଧାମରାରେ ଉଚ୍ଚକ୍ଷମତା ସମ୍ପନ୍ନ ସବ୍‌ଷ୍ଟେଶନ ପ୍ରତିଷ୍ଠା ଲାଗି ପରାମର୍ଶ ଦିଆଯାଇଥିଲା। ସେହିପରି ଭଦ୍ରକ ଜିଲା ପାଇଁ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ନୂତନ ଟ୍ରାନ୍ସଫର୍ମର ଷ୍ଟକ୍‌ ପଏଣ୍ଟ ପ୍ରତିଷ୍ଠା ସକାଶେ ପରାମର୍ଶ ଦିଆଯାଇଥିଲା। ତିହିଡ଼ିର ଗଦି, ବାସୁଦେବପୁରର ପଦ୍ମପୁର, ବାରାପୁର, ବାଲିମୁଣ୍ଡା, ବନ୍ତର ନିଳୋକ, ଧାମନଗର ରାଣୀପୋଖରୀ, ଭଦ୍ରକର ବିଜେଗଙ୍ଗାଧରପୁର ଓ ତଳାଙ୍ଗ ଆଦି ସ୍ଥାନରେ ସବ୍‌ଷ୍ଟେଶନ କାର୍ଯ୍ୟ ତୁରନ୍ତ ସାରିବା ପାଇଁ କମିଟି ସଦସ୍ୟମାନେ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍‌ କରିଥିଲେ। ସରକାରଙ୍କ ସୌଭାଗ୍ୟ ଯୋଜନାର ସୁଫଳ ଲୋକେ ପାଇପାରୁ ନ ଥିବା, ଉପଭୋକ୍ତା ମୁତାବକ ଟ୍ରାନ୍ସଫର୍ମର ଲଗାଯାଉ ନ ଥିବା ତଥା ଆବଶ୍ୟକ ସବ୍‌ଷ୍ଟେଶନ କ୍ଷମତା ବଢ଼ାଯାଉ ନ ଥିବା ନେଇ ବିଭାଗୀୟ କର୍ମକର୍ତ୍ତାଙ୍କୁ ତାଗିଦ୍‌ କରିଥିଲେ। ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଲୋକଙ୍କ କାମରେ ଲଗାଇବାକୁ କମିଟି ସଦସ୍ୟମାନେ ନିର୍ଦ୍ଦେଶ ଦେଇଥିଲେ।
ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭୋଗରାଇ ବିଧାୟକ ଅନନ୍ତ ଦାସ, ଭଦ୍ରକ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, କେନ୍ଦୁଝର ବିଧାୟକ ମୋହନ ମାଝୀ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ପ୍ରମୁଖ କମିଟିରେ ସାମିଲ ଥିଲେ। ପ୍ରଶାସନ ପକ୍ଷରୁ ଜିଲାପାଳ ଜ୍ଞାନରଞ୍ଜନ ଦାସ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲାପାଳ ପୀତାମ୍ବର ସାମଲ, ନେସ୍କୋ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର(ନର୍ଥ) ଦେବାଶିଷ ଜେନା, ଏସ୍‌ଡିଓ ଗୌରହରି ମଣ୍ଡଳ, ପ୍ରଭାସ ବିଶ୍ୱାଳ, ଓପିଟିସିଏଲ୍‌ର ଜେନେରାଲ ମ୍ୟାନେଜର ଶକ୍ତିପ୍ରସାଦ ଦାଶ, ଡିଜିଏମ୍‌ ପ୍ରବୀର ମଲ୍ଲିକ, ଏଜିଏମ୍‌ ଆଦିତ୍ୟ ମିଶ୍ର, ଏମ୍‌ପିଙ୍କ ପ୍ରତିନିଧି ମଳୟ ଯେନାଙ୍କ ସହ ଓପିଟିସିଏଲ୍‌ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?