ଶ୍ରମିକ ଟ୍ରେନ୍‌ରେ ୯୦% ଯାତ୍ରୀଙ୍କୁ ଅନୁମତି

ନୂଆଦିଲ୍ଲୀ,୪ା୫(ପି.ଟି.): ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକିଥିବା ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ପାଇଁ ରେଲଓ୍ବେ ପକ୍ଷରୁ ଶ୍ରମିକ ସ୍ପେଶିଆଲ୍‌ ଟ୍ରେନ୍‌ ଚଳାଚଳ କରୁଛି। ଏହି ଟ୍ରେନ୍‌ ଯାତ୍ରୀ ପରିବହନ ସାମର୍ଥ୍ୟର ୯୦ ପ୍ରତିଶତ ଶ୍ରମିକଙ୍କୁ ନେବା ଲାଗି ରେଲଓ୍ବେ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ସ୍ଥାନୀୟ ରାଜ୍ୟ ସରକାର ଯାତ୍ରୀମାନଙ୍କୁ ଟିକେଟ ଦେବେ ଓ ସେ ବାବଦ ଭଡ଼ା ସେମାନଙ୍କଠାରୁ ଆଦାୟ କରି ରେଳ ବିଭାଗକୁ ପ୍ରଦାନ କରିବେ। ଯେଉଁ ରାଜ୍ୟର ଶ୍ରମିକ ଟ୍ରେନ ଛାଡ଼ିବ ସେହି ରାଜ୍ୟ ସରକାର ଯାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବନ୍ଦୋବସ୍ତ କରିବେ। ଏହି ଟ୍ରେନ୍‌ ଗନ୍ତବ୍ୟ ସ୍ଥଳ ବ୍ୟତୀତ ଅନ୍ୟ କୌଣସି ଷ୍ଟେଶନରେ ଅଟକିବ ନାହିଁ। ଟ୍ରେନ୍‌ ଭିତରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଛି। ଏତଦ୍‌ବ୍ୟତୀତ ଟ୍ରେନ୍‌ରେ ଯାତ୍ରୀ ସଂଖ୍ୟା ୯୦ ପ୍ରତିଶତରୁ କମ୍‌ ହେବା ଉଚିତ ନୁହେଁ। ଏଥିପାଇଁ ସମ୍ପୃକ୍ତ ରାଜ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମାର୍ଗଦର୍ଶିକାରେ କୁହାଯାଇଛି। ସେହିପରି ଟ୍ରେନ୍‌ ଛାଡ଼ିବାକୁ ଥିବା ଷ୍ଟେଶନରେ ହିଁ ରାଜ୍ୟ ସରକାର ଶ୍ରମିକମାନଙ୍କ ପାଇଁ ଖାଦ୍ୟ ପ୍ୟାକେଟ ଓ ପାନୀୟ ଜଳ ଯୋଗାଇଦେବେ। ଯାତ୍ରୀମାନଙ୍କ ପାଇଁ ଫେସ୍‌ ମାସ୍କ ବାଧ୍ୟତାମୂଳକ। ଏଥିସହିତ ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରି ବ୍ୟବହାର କରିବା ନିମନ୍ତେ ରାଜ୍ୟ ସରକାର ପ୍ରୋତ୍ସାହିତ କରିବେ। ୧୨ ଘଣ୍ଟାରୁ ଅଧିକ ଟ୍ରେନ ଯାତ୍ରା ପାଇଁ ରେଲଓ୍ବେ ପକ୍ଷରୁ ଗୋଟିଏ ମିଲ୍‌ ଯୋଗାଇ ଦିଆଯିବ। ଗନ୍ତବ୍ୟ ସ୍ଥଳରେ ଯାତ୍ରୀମାନେ ପହଞ୍ଚତ୍ବା ପରେ ସମ୍ପୃକ୍ତ ରାଜ୍ୟ କର୍ତ୍ତୃପକ୍ଷ ସେମାନଙ୍କୁ ଗ୍ରହଣ କରିବେ। ସେମାନଙ୍କ ସ୍କ୍ରିନିଂ, କ୍ୱାରାଣ୍ଟାଇନ ଓ ଷ୍ଟେଶନଠାରୁ ଅନ୍ୟ ସ୍ଥାନକୁ ନେବା ଓ ସୁରକ୍ଷା ବ୍ୟବସ୍ଥା ସେହି ରାଜ୍ୟ ସରକାର କରିବେ। ସୁରକ୍ଷା ଓ ସ୍ବଚ୍ଛତା ନିୟମର ଉଲ୍ଲଂଘନ ହେଲେ ରେଲଓ୍ବେ କର୍ତ୍ତୃପକ୍ଷ ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଚଳକୁ ବନ୍ଦ କରିଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ, ବକେୟା ୨୫,୯୩୮ କୋଟିର ୟୁସି

ଭୁବନେଶ୍ୱର,୧୫।୯(ରବିନାରାୟଣ ଜେନା): ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ…

ଖୁସି ଖବର: UPI ପେମେଣ୍ଟ ଉପରେ ଲାଗିବ ନାହିଁ କୌଣସି ଶୁଳ୍କ ! RuPay ଡେବିଟ କାର୍ଡ କାରବାର ମଧ୍ୟ ରହିବ ମାଗଣା

ନୂଆଦିଲ୍ଲୀ,୧୫।୯: ଯଦି ଆପଣ UPI କିମ୍ବା RuPay ଡେବିଟ କାର୍ଡ ବ୍ୟବହାର କରି ଦେୟ ପ୍ରଦାନ କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି।…

ଦ୍ରୁତଗତିରେ ତରଳୁଛି ହିମାଳୟର ବରଫ: ବିପଦରେ ଭାରତର….

ହଂକଂ,୧୫।୯: ବିଶ୍ୱର ସର୍ବୋଚ୍ଚ ପର୍ବତମାଳା ହିମାଳୟ ଏବେ ଏକ ବଡ଼ ପରିବେଶ ସଙ୍କଟ ଆଡ଼କୁ ଗତିକରୁଛି । ଚଳିତ ମାସରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ,…

ଓଡ଼ିଶାରେ କମୁଛି ବର୍ଷା; ଏହା ତାରିଖରୁ ଫେରିଯିବ ମୌସୁମୀ

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ରାଜ୍ୟରେ ଧୀରେ ଧୀରେ କମୁଛି ବର୍ଷା । ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି…

ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ…

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ଆକାଶରେ ସୋମବାର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି। ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ…

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?