ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନ ବିଶୃଙ୍ଖଳା ଘଟଣା ୬ ଶିକ୍ଷକ ନିଲମ୍ବିତ:ପ୍ରତିବାଦରେ ଶିକ୍ଷକଙ୍କ ମେଳି

ଭୋଗରାଇ, ୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନରେ ବିଶୃଙ୍ଖଳା ଓ ବ୍ଲକ ପରିସରରେ ୧୨ନଂ. ଓ ୧୪ନଂ. ବୁଥ୍‌ର ଭୋଟ୍‌ ବାକ୍ସ ଖୋଲାଥିବା ଓ ଭଙ୍ଗାଯାଇଥିବା ଅଭିଯୋଗ ହୋଇଥିଲା। ଉପନିର୍ବାଚନରେ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ୬ଜଣ ଶିକ୍ଷକଙ୍କୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଜିଲାପାଳଙ୍କ ଚିଠି (ନଂ. ୨୩୭୮) ଅନୁଯାୟୀ ଗତ ୩ତାରିଖରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲାପାଳଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ଶିକ୍ଷକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦ କରି ଶୁକ୍ରବାର ସନ୍ଧ୍ୟାରେ ଜଳେଶ୍ୱରପୁରସ୍ଥିତ ଶିକ୍ଷକ ଭବନରେ ସମସ୍ତ ବର୍ଗର ଶିକ୍ଷକ ମେଳି କରିଛନ୍ତି। ସେମାନେ ଅବିଳମ୍ବେ ନିଲମ୍ବନ ପ୍ରତ୍ୟାହାର ପାଇଁ ସରକାର ଓ ପ୍ରଶାସନଠାରେ ଦୃଢ଼ ଦାବି କରିଛନ୍ତି। ନଚେତ୍‌ ପ୍ରାଥମିକ ବିଦ୍ୟାଳୟ ସହ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ମିଳିତ ହୋଇ ବୃହତ୍ତର ଶିକ୍ଷକ ଆନ୍ଦୋଳନ ଗଢ଼ି ତୋଳିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ସ୍କୁଲରେ ତାଲା ପଡ଼ିବା ସହିତ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ନିଲମ୍ବିତ ଶିକ୍ଷକମାନେ ହେଲେ କଲ୍ୟାଣପୁର ଆର୍‌.ଏନ୍‌ ଉପ୍ରା ବିଦ୍ୟାଳୟର ତାପସ ସିଂ, ରସଲପୁର ସିଆର୍‌ସିସି ଅବନୀ କୁମାର ଜେନା, ବାଗରୁଖୀ ଏସ୍‌ଆର୍‌ ବିଦ୍ୟାପୀଠର କମ୍ପ୍ୟୁଟର ଶିକ୍ଷକ (ଆଇସିଟି) ତପନ କୁମାର ପ୍ରଧାନ, ଶ୍ରୀଦୁର୍ଗା ପଲ୍ଲୀଭୂମୀ ହାଇସ୍କୁଲର ଶିକ୍ଷକ କମଳଲୋଚନ ପାତ୍ର, ଉତ୍ତରନିଧୁବଣୀ ପ୍ରାଇମେରୀ ସ୍କୁଲର ଶିକ୍ଷକ ସୁକୁମାର ମହାନ୍ତି, ଅନଳିଆ ସରକାରୀ ନୋଡ଼ାଲ ସ୍କୁଲର ଶିକ୍ଷକ ଚିତ୍ତରଞ୍ଜନ ସାହୁ। ଏହି ମେଳିରେ ଉଚ୍ଚମାଧ୍ୟମିକ ଶିକ୍ଷକ ସଂଘର ସଭାପତି ଶ୍ରୀନିବାସ ପ୍ରଧାନ, ସମ୍ପାଦକ ବିଜୟାନନ୍ଦ ପଟ୍ଟନାୟକ, ନଟରଞ୍ଜନ ଘରାଇ, ପ୍ରଶାନ୍ତ କୁମାର ମହାନ୍ତି, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁଶାନ୍ତ ବେହେରା, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ଅଜିତ କୁମାର ସାମଲ, ସମ୍ପାଦକ ସୀତାରାମ ପ୍ରଧାନ, ପରେଶ ଚନ୍ଦ୍ର ଦାସ, ଅଶୋକ କୁମାର ସାହୁ ଓ ଗୌତମ ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri