ଶୀତରେ କରିବେ ଗ୍ଲୋ

ତ୍ୱଚାର ଯତ୍ନ ସବୁବେଳେ ସବୁ ସମୟରେ ନେବା ନିହାତି ଜରୁରୀ। ଆଉ ଶୀତଦିନେ ତ ଏଥିପ୍ରତି ଅଧିକ ସଚେତନ ହେବା ନିତ୍ୟାନ୍ତ ଆବଶ୍ୟକ। କାରଣ ଶୀତଦିନେ ତ୍ୱଚାର ସଠିକ୍‌ ଯତ୍ନ ନ ନେଲେ ଏହା ଶୀଘ୍ର ଡ୍ରାଏ ହୋଇଯାଏ। ତେଣୁ ଶୀତରେ କିପରି ତ୍ୱଚାର ଯତ୍ନ ନେଲେ ଏହା ଗ୍ଲୋ କରିବା ସହିତ ଆକର୍ଷଣୀୟ ଲାଗିବ ଜାଣନ୍ତୁ ସେ ସମ୍ପର୍କରେ…

ଶୀତଦିନେ ତ୍ୱଚାର ଡ୍ରାଏନେସ୍‌ରୁ ମୁକ୍ତି ପାଇବା ପାଇଁ କିଏ କେତେ କ’ଣ ଉପାୟ କରିଥାନ୍ତି। କିଏ ମାର୍କେଟ୍‌ରେ ମିଳୁଥିବା ନାମୀଦାମୀ ମଇଶ୍ଚରାଇଜର୍‌ କ୍ରିମ୍‌ ଆଣି ଲଗାନ୍ତି ତ କିଏ ବଡ଼ି ଲୋଶନର ବ୍ୟବହାର କରିଥାନ୍ତି। ହେଲେ ଜାଣନ୍ତି କି ଏମିତି କିଛି ତେଲ ରହିଛି; ଯାହାକୁ ଶୀତଦିନେ ତ୍ୱଚାରେ ଲଗାଇଲେ ତ୍ୱଚାର ଡ୍ରାଏନେସ୍‌ ଦୂର ହେବା ସହିତ ଏହା ଧୀରେ ଧୀରେ ଗ୍ଲୋ ମଧ୍ୟ କରିବାକୁ ଲାଗିଥାଏ। ଯେମିତିକି:

ନଡିଆ ତେଲ: ଶୀତଦିନେ ନଡିଆ ତେଲର ବ୍ୟବହାର ନାଚୁରାଲ୍‌ ମଇଶ୍ଚରାଇଜର୍‌ ଭାବେ କାମ କରିଥାଏ। ତା’ଛଡ଼ା ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଫଙ୍ଗଲ୍‌ ଗୁଣ ପାଇଁ ଏହା ବିଭିନ୍ନ ପ୍ରକାର ତ୍ୱଚା ଜନିତ ସମସ୍ୟାରୁ ଶୀତଦିନେ ଆମକୁ ସୁରକ୍ଷା ଦେଇଥାଏ। ତେଣୁ ପ୍ରତିଦିନ ଗାଧୋଇବା ପୂର୍ବରୁ ହେଉ ଅବା ପରେ ତ୍ୱଚାରେ ହାଲ୍‌କା ନଡ଼ିଆ ତେଲର ମାଲିସ୍‌ କଲେ ତ୍ୱଚାକୁ ପୋଷଣ ମିଳିବା ସହ କ୍ରମେ ସ୍କିନ୍‌ ଟୋନ୍‌ରେ ବି ସୁଧାର ଆସିଥାଏ।

ଅଲିଭ୍‌ ତେଲ: ଶୀତଦିନେ ତ୍ୱଚାର ଖାସ୍‌ ଯତ୍ନ ନେବା ପାଇଁ ଅଲିଭ୍‌ ତେଲର ବ୍ୟବହାର କରିବା ବି ଏକ ଭଲ ଅପ୍ସନ। କାରଣ ଏହି ତେଲରେ ଆଣ୍ଟି ଏଜିଙ୍ଗ୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ଭରି ରହିଛି। ଯଦି ପ୍ରତିଦିନ ଶରୀରରେ କିଛି ସମୟ ପାଇଁ ଅଲିଭ୍‌ ତେଲର ମସାଜ୍‌ କରାଯାଏ; ତା’ହେଲେ ତ୍ୱଚା ସଫ୍ଟ ହେବା ସହ ଗ୍ଲୋ ମଧ୍ୟ କରିଥାଏ।

ଆଲମଣ୍ଡ ତେଲ: ଭିଟାମିନ୍‌ ଏ, ଭିଟାମିନ୍‌ ଈ ଓ ଜିଙ୍କ୍‌ ଭଳି ଗୁଣକାରୀ ତତ୍ତ୍ୱରେ ଭରା ଆଲମଣ୍ଡ ତେଲକୁ ଶୀତଦିନେ ତ୍ୱଚାରେ ମାଲିସ୍‌ କଲେ ତ୍ୱଚାର ଡ୍ରାଏନେସ୍‌ ଦୂର ହେବା ସହିତ ତ୍ୱଚାକୁ ସଠିକ୍‌ ପୋଷଣ ମଧ୍ୟ ମିଳିଥାଏ। କେବଳ ତ୍ୱଚା ନୁହେଁ କେଶ ପାଇଁ ବି ଆଲମଣ୍ଡ ତେଲ ବେଶ୍‌ ଉପକାରୀ ହୋଇଥାଏ। ଏପରିକି ଆଖି ତଳେ ପଡୁଥିବା କଳାଦାଗକୁ ବି ଠିକ୍‌ କରିବାରେ ଏହା ବିଶେଷ ସାହାଯ୍ୟ କରିଥାଏ। ତେଣୁ ପ୍ରତିଦିନ କିଛି ସମୟ ପାଇଁ ଶରୀରରେ ଆଲମଣ୍ଡ ତେଲ ମାଲିସ୍‌ କଲେ ତ୍ୱଚା ଚିକ୍କଣ ରହିବା ସହ ସନ୍‌ ଟ୍ୟାନ୍‌ ଓ ଡେଡ୍‌ ସ୍କିନ୍‌ ସମସ୍ୟାରୁ ବି ମୁକ୍ତି ମିଳେ।

ସୂର୍ଯ୍ୟମୂଖୀ ତେଲ: ଏହି ତେଲରେ ମଧ୍ୟ ଆଣ୍ଟି ଅକ୍ସିଡାଣ୍ଟର ତତ୍ତ୍ୱ ଭରି ରହିଥିବା ଯୋଗୁ ଏହାର ବ୍ୟବହାର ତ୍ୱଚା ପାଇଁ ବହୁତ ଉପକାରୀ ହୋଇଥାଏ। ତ୍ୱଚାକୁ ବ୍ୟାକ୍ଟେରିଆଲ୍‌ ଇନ୍‌ଫେକ୍ସନ୍‌ ତଥା ବ୍ରଣ ସମସ୍ୟାରୁ ମୁକ୍ତି ଦେବା ସହ ତ୍ୱଚାର ଡେଡ୍‌ ସ୍କିନ୍‌ ସେଲ୍ସକୁ ରିପେୟାର୍‌ କରିବାରେ ସୂର୍ଯ୍ୟମୁଖୀ ତେଲ ବେଶ୍‌ ଉପକାରୀ ହୋଇଥାଏ। ତେଣୁ ନିୟମିତ ଭାବେ ଏହି ତେଲରେ ଶରୀରକୁ ମସାଜ୍‌ କଲେ ସ୍କିନ୍‌ ଗ୍ଲୋ କରିବା ସହିତ ପ୍ରୋବ୍ଲେମ୍‌ ଫ୍ରି ରହିଥାଏ।

ସୋରିଷ ତେଲ: ଶୀତଦିନେ ତ୍ୱଚାରେ ବ୍ଲଡ୍‌ ସର୍କୁଲେଶନ୍‌କୁ ସଠିକ୍‌ ରଖିବାରେ ସୋରିଷ ତେଲ ବେଶ୍‌ ସହାୟକ ହୋଇଥାଏ। ଆଣ୍ଟି ଫଙ୍ଗଲ୍‌, ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣରେ ଭରା ସୋରିଷ ତେଲକୁ ଶରୀରରେ ମାଲିସ୍‌ କଲେ ତ୍ୱଚାରେ ରହିଥିବା କୌଣସି ଇନଫେକ୍ସନ୍‌ର ଦାଗ ଧୀରେ ଧୀରେ କମିଯାଏ। ତା’ସହିତ ତ୍ୱଚାରେ ଥିବା ଓପନ୍‌ ପୋର୍ସ ସମସ୍ୟାରୁ ବି ଏହା ମୁକ୍ତି ଦେଇଥାଏ। ଶୀତଦିନେ ଗାଧୋଇବା ପୂର୍ବରୁ ଶରୀରରେ କିଛି ସମୟ ସୋରିଷ ତେଲ ମାଲିସ୍‌ କରିବା ବହୁତ ଉପକାରୀ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri