ଶୀତରେ କରିବେ ଗ୍ଲୋ

ତ୍ୱଚାର ଯତ୍ନ ସବୁବେଳେ ସବୁ ସମୟରେ ନେବା ନିହାତି ଜରୁରୀ। ଆଉ ଶୀତଦିନେ ତ ଏଥିପ୍ରତି ଅଧିକ ସଚେତନ ହେବା ନିତ୍ୟାନ୍ତ ଆବଶ୍ୟକ। କାରଣ ଶୀତଦିନେ ତ୍ୱଚାର ସଠିକ୍‌ ଯତ୍ନ ନ ନେଲେ ଏହା ଶୀଘ୍ର ଡ୍ରାଏ ହୋଇଯାଏ। ତେଣୁ ଶୀତରେ କିପରି ତ୍ୱଚାର ଯତ୍ନ ନେଲେ ଏହା ଗ୍ଲୋ କରିବା ସହିତ ଆକର୍ଷଣୀୟ ଲାଗିବ ଜାଣନ୍ତୁ ସେ ସମ୍ପର୍କରେ…

ଶୀତଦିନେ ତ୍ୱଚାର ଡ୍ରାଏନେସ୍‌ରୁ ମୁକ୍ତି ପାଇବା ପାଇଁ କିଏ କେତେ କ’ଣ ଉପାୟ କରିଥାନ୍ତି। କିଏ ମାର୍କେଟ୍‌ରେ ମିଳୁଥିବା ନାମୀଦାମୀ ମଇଶ୍ଚରାଇଜର୍‌ କ୍ରିମ୍‌ ଆଣି ଲଗାନ୍ତି ତ କିଏ ବଡ଼ି ଲୋଶନର ବ୍ୟବହାର କରିଥାନ୍ତି। ହେଲେ ଜାଣନ୍ତି କି ଏମିତି କିଛି ତେଲ ରହିଛି; ଯାହାକୁ ଶୀତଦିନେ ତ୍ୱଚାରେ ଲଗାଇଲେ ତ୍ୱଚାର ଡ୍ରାଏନେସ୍‌ ଦୂର ହେବା ସହିତ ଏହା ଧୀରେ ଧୀରେ ଗ୍ଲୋ ମଧ୍ୟ କରିବାକୁ ଲାଗିଥାଏ। ଯେମିତିକି:

ନଡିଆ ତେଲ: ଶୀତଦିନେ ନଡିଆ ତେଲର ବ୍ୟବହାର ନାଚୁରାଲ୍‌ ମଇଶ୍ଚରାଇଜର୍‌ ଭାବେ କାମ କରିଥାଏ। ତା’ଛଡ଼ା ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଫଙ୍ଗଲ୍‌ ଗୁଣ ପାଇଁ ଏହା ବିଭିନ୍ନ ପ୍ରକାର ତ୍ୱଚା ଜନିତ ସମସ୍ୟାରୁ ଶୀତଦିନେ ଆମକୁ ସୁରକ୍ଷା ଦେଇଥାଏ। ତେଣୁ ପ୍ରତିଦିନ ଗାଧୋଇବା ପୂର୍ବରୁ ହେଉ ଅବା ପରେ ତ୍ୱଚାରେ ହାଲ୍‌କା ନଡ଼ିଆ ତେଲର ମାଲିସ୍‌ କଲେ ତ୍ୱଚାକୁ ପୋଷଣ ମିଳିବା ସହ କ୍ରମେ ସ୍କିନ୍‌ ଟୋନ୍‌ରେ ବି ସୁଧାର ଆସିଥାଏ।

ଅଲିଭ୍‌ ତେଲ: ଶୀତଦିନେ ତ୍ୱଚାର ଖାସ୍‌ ଯତ୍ନ ନେବା ପାଇଁ ଅଲିଭ୍‌ ତେଲର ବ୍ୟବହାର କରିବା ବି ଏକ ଭଲ ଅପ୍ସନ। କାରଣ ଏହି ତେଲରେ ଆଣ୍ଟି ଏଜିଙ୍ଗ୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ଭରି ରହିଛି। ଯଦି ପ୍ରତିଦିନ ଶରୀରରେ କିଛି ସମୟ ପାଇଁ ଅଲିଭ୍‌ ତେଲର ମସାଜ୍‌ କରାଯାଏ; ତା’ହେଲେ ତ୍ୱଚା ସଫ୍ଟ ହେବା ସହ ଗ୍ଲୋ ମଧ୍ୟ କରିଥାଏ।

ଆଲମଣ୍ଡ ତେଲ: ଭିଟାମିନ୍‌ ଏ, ଭିଟାମିନ୍‌ ଈ ଓ ଜିଙ୍କ୍‌ ଭଳି ଗୁଣକାରୀ ତତ୍ତ୍ୱରେ ଭରା ଆଲମଣ୍ଡ ତେଲକୁ ଶୀତଦିନେ ତ୍ୱଚାରେ ମାଲିସ୍‌ କଲେ ତ୍ୱଚାର ଡ୍ରାଏନେସ୍‌ ଦୂର ହେବା ସହିତ ତ୍ୱଚାକୁ ସଠିକ୍‌ ପୋଷଣ ମଧ୍ୟ ମିଳିଥାଏ। କେବଳ ତ୍ୱଚା ନୁହେଁ କେଶ ପାଇଁ ବି ଆଲମଣ୍ଡ ତେଲ ବେଶ୍‌ ଉପକାରୀ ହୋଇଥାଏ। ଏପରିକି ଆଖି ତଳେ ପଡୁଥିବା କଳାଦାଗକୁ ବି ଠିକ୍‌ କରିବାରେ ଏହା ବିଶେଷ ସାହାଯ୍ୟ କରିଥାଏ। ତେଣୁ ପ୍ରତିଦିନ କିଛି ସମୟ ପାଇଁ ଶରୀରରେ ଆଲମଣ୍ଡ ତେଲ ମାଲିସ୍‌ କଲେ ତ୍ୱଚା ଚିକ୍କଣ ରହିବା ସହ ସନ୍‌ ଟ୍ୟାନ୍‌ ଓ ଡେଡ୍‌ ସ୍କିନ୍‌ ସମସ୍ୟାରୁ ବି ମୁକ୍ତି ମିଳେ।

ସୂର୍ଯ୍ୟମୂଖୀ ତେଲ: ଏହି ତେଲରେ ମଧ୍ୟ ଆଣ୍ଟି ଅକ୍ସିଡାଣ୍ଟର ତତ୍ତ୍ୱ ଭରି ରହିଥିବା ଯୋଗୁ ଏହାର ବ୍ୟବହାର ତ୍ୱଚା ପାଇଁ ବହୁତ ଉପକାରୀ ହୋଇଥାଏ। ତ୍ୱଚାକୁ ବ୍ୟାକ୍ଟେରିଆଲ୍‌ ଇନ୍‌ଫେକ୍ସନ୍‌ ତଥା ବ୍ରଣ ସମସ୍ୟାରୁ ମୁକ୍ତି ଦେବା ସହ ତ୍ୱଚାର ଡେଡ୍‌ ସ୍କିନ୍‌ ସେଲ୍ସକୁ ରିପେୟାର୍‌ କରିବାରେ ସୂର୍ଯ୍ୟମୁଖୀ ତେଲ ବେଶ୍‌ ଉପକାରୀ ହୋଇଥାଏ। ତେଣୁ ନିୟମିତ ଭାବେ ଏହି ତେଲରେ ଶରୀରକୁ ମସାଜ୍‌ କଲେ ସ୍କିନ୍‌ ଗ୍ଲୋ କରିବା ସହିତ ପ୍ରୋବ୍ଲେମ୍‌ ଫ୍ରି ରହିଥାଏ।

ସୋରିଷ ତେଲ: ଶୀତଦିନେ ତ୍ୱଚାରେ ବ୍ଲଡ୍‌ ସର୍କୁଲେଶନ୍‌କୁ ସଠିକ୍‌ ରଖିବାରେ ସୋରିଷ ତେଲ ବେଶ୍‌ ସହାୟକ ହୋଇଥାଏ। ଆଣ୍ଟି ଫଙ୍ଗଲ୍‌, ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣରେ ଭରା ସୋରିଷ ତେଲକୁ ଶରୀରରେ ମାଲିସ୍‌ କଲେ ତ୍ୱଚାରେ ରହିଥିବା କୌଣସି ଇନଫେକ୍ସନ୍‌ର ଦାଗ ଧୀରେ ଧୀରେ କମିଯାଏ। ତା’ସହିତ ତ୍ୱଚାରେ ଥିବା ଓପନ୍‌ ପୋର୍ସ ସମସ୍ୟାରୁ ବି ଏହା ମୁକ୍ତି ଦେଇଥାଏ। ଶୀତଦିନେ ଗାଧୋଇବା ପୂର୍ବରୁ ଶରୀରରେ କିଛି ସମୟ ସୋରିଷ ତେଲ ମାଲିସ୍‌ କରିବା ବହୁତ ଉପକାରୀ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୧ରେ ବୁଧ-ଗୁରୁ-ମଙ୍ଗଳଙ୍କ ମହାଚଳନ: ସୁନା ଥାଳିରେ ଖାଇବେ ଏହି ୫ ରାଶି!

ଗଣିତ ଜ୍ୟୋତିଷ ଗଣନା ଏବଂ ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ଦିନ ହେବ। ଏହି ଦିନ ଅନେକ ଗ୍ରହ…

ଅଗଷ୍ଟର ଶେଷ ସପ୍ତାହରେ ବୁଧାଦିତ୍ୟ ରାଜଯୋଗ: କ୍ୟାରିୟର ସହ ଲଭ୍‌ ଲାଇଫରେ ବୃଷ, ମିଥୁନ ସହ ଏହି ରାଶିଙ୍କୁ…

ଅଗଷ୍ଟର ଶେଷ ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ବୁଧ ସିଂହ ରାଶିରେ ଗୋଚର କରିବେ। ସିଂହରେ ପୂର୍ବରୁ ସୂର୍ଯ୍ୟ ରହିଥିବାରୁ ବୁଧ…

୪୯ ଦିନ ପରେ ଶନିଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ; ଦଶହରା ପୂର୍ବରୁ ୬ ରାଶି ହେବେ ମାଲାମାଲ୍‌!

୯ ଅକ୍ଟୋବର ୨୦୨୬ରେ ଶନି ନକ୍ଷତ୍ର ପରିବର୍ତ୍ତନ କରିବେ। ଦଶହରା ପୂର୍ବରୁ ଶନିଙ୍କର ଏହି ଚାଲ୍ ୬ଟି ରାଶି ପାଇଁ ଶୁଭ ବୋଲି ଧରାଯାଉଛି। ଜାଣନ୍ତୁ କେଉଁ…

୨୮ ଅଗଷ୍ଟରେ ଲାଗୁଛି ଗ୍ରହଣ: ୬ ରାଶି ହୋଇଯାଆନ୍ତୁ ସତର୍କ, ଖର୍ଚ୍ଚ ହୋଇଯିବ ସବୁ ଟଙ୍କା…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହାର ପ୍ରଭାବ ୬ଟି ରାଶି ଉପରେ ପଡ଼ିପାରେ। ଜାଣନ୍ତୁ କେଉଁ କେଉଁ…

ଆଜି ଗ୍ରହ ସଂଯୋଗ ଆଣିବ ୫ ରାଶିଙ୍କ ପାଇଁ ବଡ଼ ପରିବର୍ତ୍ତନ, ଅଚାନକ ଘଟିବ ଏଭଳି, ଯାହା କେବେ…

ଜ୍ୟୋତିଷ ଦୃଷ୍ଟିରୁ ୨୧ ଅଗଷ୍ଟ ଦିନଟି ଅନେକ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଗ୍ରହମାନଙ୍କର ସ୍ଥିତି ଅନୁଯାୟୀ ଏହି ଦିନ କ୍ୟାରିୟର, ବ୍ୟବସାୟ ଓ ଆୟ କ୍ଷେତ୍ରରେ…

କେତୁଙ୍କ ଘରେ ବୁଧଙ୍କ ପ୍ରବେଶ, ୩ ରାଶିଙ୍କ ଘରେ ପଡିଯିବ ଅକାଳ! ଆଖି ପିଛୁଳାକେ ଚାଲିଯିବ ସବୁ ଟଙ୍କା…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଚାଲି ପରିବର୍ତ୍ତନ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ବୁଧ ଏବଂ କେତୁଙ୍କ ସ୍ଥିତି ଓ ନକ୍ଷତ୍ର…

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଶନିଙ୍କ ଚଳନରେ ମାଲାମାଲ ହେବେ ୪ ରାଶି: ଅଚାନକ ବଦଳିଯିବ ଭାଗ୍ୟ, ହେବ ଧନବର୍ଷା

ବୈଦିକ ଜ୍ୟୋତିଷରେ ଶନିଦେବଙ୍କ ଚଳନ ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ମହତ୍ତ୍ୱ ଦିଆଯାଏ। ଶନି ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କଲେ ଏହାର ପ୍ରଭାବ ସମସ୍ତ ୧୨ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri