Posted inଖେଳ

ଶୀତଦିନେ ଆୟୋଜନ ହେବ ଫିଫା ବିଶ୍ୱକପ

ଦୋହା,୫।୯(ପି.ଟି.)- ୨୦୨୨ ଫିଫା ବିଶ୍ୱକପ୍‌ ଶୀତଦିନରେ ଆୟୋଜନ ହେବା ନେଇ ପ୍ରାକ୍‌ ସୂଚନା ମିଳିଛି। ବିଶ୍ୱକପ୍‌ର ଲୋଗୋ ଉନ୍ମୋଚନରୁ ଏହା ଜଣାପଡୁଛି। କାତାରରେ ଏହି ବିଶ୍ୱକପ୍‌ ଆୟୋଜନ ନେଇ ପୂର୍ବରୁ ଏକାଧିକ ବାର ବିବାଦ ସୃଷ୍ଟି ହୋଇଥିଲା। ଏହି ମୋଗା ଇଭେଣ୍ଟ ପାଇଁ ବିଶ୍ୱସ୍ତରୀୟ ତଥା ସୁନ୍ଦର ଭିତ୍ତିଭୂମି ସୃଷ୍ଟି କରାଯାଇଛି। ମଧ୍ୟପ୍ରାଚ୍ୟର ଏହି କ୍ଷୁଦ୍ର ଦେଶ କାତାରରେ ବିଶ୍ୱକପ୍‌ ଆୟୋଜନ ଅଧିକାର ପ୍ରଦାନ ନେଇ ପୂର୍ବରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପ୍ରଥମଥର ପାଇଁ ମଧ୍ୟପ୍ରାଚ୍ୟରେ ବିଶ୍ୱକପ୍‌ ଆୟୋଜନ ହେଉଥିବାରୁ ଏଠାରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ବିଶ୍ୱକପ୍‌ ଲୋଗୋରେ ଉଲର ପାରମ୍ପରିକ ସାଲ୍‌ ଦେଖିବାକୁ ମିଳିଛି। ଶୀତଦିନେ ଏହାର ବ୍ୟବହାର କରାଯାଇଥାଏ। ତେଣେ ବିଶ୍ୱକପ୍‌ ଶୀତଦିନେ ଆୟୋଜନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି ବୋଲି ଫିଫା କହିଛି। ଯଦିଓ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା କରାଯାଇନାହିଁ। ତେବେ ବିଶ୍ୱକପ୍‌ ନଭେମ୍ବର ଓ ଡିସେମ୍ବରରେ ଖେଳାଯିବ। ସାଧାରଣତଃ ଜୁନ୍‌ ଓ ଜୁଲାଇରେ ଫିଫା ବିଶ୍ୱକପ୍‌ ଆୟୋଜନ ହୋଇଥାଏ। ତେବେ ସେତେବେଳେ କାତାରରେ ଗ୍ରୀଷ୍ମ ଓ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଶୀତଦିନେ ଏହି ମୋଗ ଇଭେଣ୍ଟ ଆୟୋଜନ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ଅନ୍ୟ ପଡୋଶୀ ଦେଶ ବିଶ୍ୱକପ୍‌ ଆୟୋଜନରେ କୌଣସି ଭୂମିକା ନିର୍ବାହ କରୁନାହାନ୍ତି। ରାଜନୈତିକ ତଥା କୁଟନୈତିକ ସ୍ତରରେ ମୁକାବିଲାମୁଳକ ସ୍ଥିତି ସୃଷ୍ଟି ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ୨୦୧୭ ପରଠାରୁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ), ସୌଦି ଆରବ ଓ ଇଜିପ୍ଟ କାତାରଠାରୁ କୁଟନୈତିକ ଓ ଅର୍ଥନୈତିକସ୍ତରରେ ସବୁ ସମ୍ପର୍କ ଛିନ୍ନ କରିଛନ୍ତି। ଫଳରେ ବିଶ୍ୱକପ୍‌ ଅବସରରେ ପ୍ରଶଂସକଙ୍କ ଯାତାୟାତ ନେଇ ସମସ୍ୟା ସୃଷ୍ଟି ହେବାର ସମ୍ପାବନା ରହିଛି। ୨୦୧୦ରେ କାତାର ମତଦାନ ମାଧ୍ୟମରେ ବିଶ୍ୱକପ୍‌ ଆୟୋଜନ ଅଧିକାର ପାଇଥିଲା। ବିଶ୍ୱକପ୍‌ ଭିତ୍ତିଭୂମି ନିର୍ମାଣ ଉନ୍ନତ ମାନର ହୋଇନାହିଁ ବୋଲି ଫିଫା ତଦନ୍ତ କରି ଜାଣିବାକୁ ପାଇଥିଲା। ତେବେ ଏ ନେଇ କୌଣସି ପ୍ରମାଣ ପାଇ ନ ଥିଲା। ଫଳରେ ବିବାଦ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

‘ମୋର ଶେଷ ବିଶ୍ୱକପ…’, କ୍ରିକେଟରୁ ବିଦାୟ ନେବା ନେଇ ଭାବପ୍ରବଣ ବୟାନ ଦେଲେ ବିରାଟ କୋହଲି, ପ୍ରଶଂସକ ଜାଣିଲେ…

ନୂଆଦିଲ୍ଲୀ,୨୬।୯: ବିରାଟ କୋହଲି ନିଜେ ଘୋଷଣା କରିଛନ୍ତି ଯେ ୨୦୨୭ ODI ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ…

ଗିଲଙ୍କ କ୍ୟାପଟେନ୍ସି ଉପରେ କୋହଲିଙ୍କ ବଡ଼ କଥା, ଭବିଷ୍ୟତକୁ ନେଇ କହିଲେ…

ନୂଆଦିଲ୍ଲୀ,୨୬।୯: ରୋହିତ ଶର୍ମାଙ୍କ ପରେ ଶୁଭମନ ଗିଲଙ୍କୁ ଭାରତର ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆସନ୍ତା ୨୭ ସେପ୍ଟେମ୍ବର…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

କବାଡ଼ିରେ ଭାରତକୁ ସ୍ବର୍ଣ୍ଣ: ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଇରାନକୁ ହରାଇଲା

ନାଗୋୟା,୨୬।୯:ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଭାରତ ଇରାନକୁ ୩୭-୩୪ ପଏଣ୍ଟରେ…

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?