Posted inଜାତୀୟ

ଶିବକୁମାର କର୍ନାଟକ କଂଗ୍ରେସ ମୁଖ୍ୟ

ବେଙ୍ଗାଲୁରୁ, ୧୨।୩: କର୍ନାଟକ କଂଗ୍ରେସ ଅଧ୍ୟକ୍ଷ ଭାବେ ଦଳର ବରିଷ୍ଠ ନେତା ଡି. କେ. ଶିବକୁମାରଙ୍କୁ ନିଯୁକ୍ତି ମିଳିଛି। ଏହି ପଦରେ ଥିବା ଦୀନେଶ୍‌ ଗୁଣ୍ଡୁ ରାଓ ଗତବର୍ଷ ଡିସେମ୍ବରରେ ହୋଇଥିବା ଉପନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଲାଗି ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ସେତେବେଳେ କଂଗ୍ରେସ ଓ ଜେଡିଏସ୍‌ର ପୂର୍ବତନ ବିଦ୍ରୋହୀମାନେ ୧୧ ଆସନ ଦଖଲ କରିଥିଲେ। ଶିବକୁମାରଙ୍କ ବିରୋଧରେ ମନିଲଣ୍ଡରିଂ ଅଭିଯୋଗ ଆସିବା ପରେ ତାଙ୍କୁ ତିହାର ଜେଲ ଯିବାକୁ ପଡ଼ିଥିଲା। ଏବେ ଶିବକୁମାରଙ୍କ ନେତୃତ୍ୱରେ ଦଳ ମଜ୍‌ଭୁତ ହୋଇପାରିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରାମାୟା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଭାବେ ଯୁବନେତା ଅନିଲ ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି। ଏନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର ଘୋଷଣା କରିଛନ୍ତି। ଦିଲ୍ଲୀ କଂଗ୍ରେସ ଉପାଧ୍ୟକ୍ଷ ଭାବେ ଅଭିଷେକ୍‌ ଦତ୍ତ, ଶିବାନୀ ଚୋପ୍ରା, ଜୟକିଷାନ, ମୁଦିତ୍‌ ଅଗ୍ରଓ୍ବାଲ ଏବଂ ଅଲି ହାସନ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ଗତ ଫେବୃୟାରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରିସ୍ଥିତି ଲାଗି ନିଜକୁ ଦାୟୀ କରି କଂଗ୍ରେସ ମୁଖ୍ୟ ପଦରୁ ସୁଭାଷ ଚୋପ୍ରା ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନର ଗୋଟିଏ ଦିନ ପରେ ଭାଜପା ପ୍ରାର୍ଥୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦ା୪: ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଗୋଟିଏ ଦିନ ପରେ ମୃତ୍ୟୁ ବରଣ କରିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ଲୋକ ସଭା ପ୍ରାର୍ଥୀ। ଉତ୍ତରପ୍ରଦେଶ ମୋରାବାଦର ପ୍ରାର୍ଥୀ...

ତୁମେ ମୋତେ ଭୋଟ୍‌ ଦିଅ, ମୁଁ ତୁମକୁ…

ନୂଆଦିଲ୍ଲୀ,୨୦ା୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଫସିଛନ୍ତି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ତାଙ୍କ ବିରୋଧରେ ପୋଲିସ...

‘କେଜ୍‌ରିଓ୍ବାଲଙ୍କୁ ଧୀର ମୃତ୍ୟୁ ଦିଆଯାଉଛି’

ନୂଆଦିଲ୍ଲୀ,୨୦।୪: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦେହରେ ମଧୁମେହ ସ୍ତର ବୃଦ୍ଧି ନେଇ ରାଜନୀତି ସରଗରମ ରହିଛି। ଗୋଟିଏ...

କଂଗ୍ରେସକୁ ବଡ଼ ଝଟ୍‌କା, ହାତ ଛାଡି ପଦ୍ମ ଧରିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ

ନୂଆଦିଲ୍ଲୀ, ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଲାଗିଲା ବଡ ଝଟକା। ହାତ ଛାଡିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ। ହାତ ଛାଡିଛନ୍ତି ହିମାଚଳ ପ୍ରଦେଶ କଂଗ୍ରେସ...

Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

‘ଯେମିତି କଂଗ୍ରେସ ରାଜକୁମାର ଆମେଠି ଛାଡ଼ିଛନ୍ତି, ଓ୍ବାୟନାଡ ବି ଛାଡ଼ିବେ’

ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ...

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ନେତା ତାଜିନ୍ଦର ସିଂ

ସିମ୍‌ଲା,୨୦।୪: ହିମାଚଳ ପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ରାଜ୍ୟ ପ୍ରଭାରୀ ସଚିବ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ତାଜିନ୍ଦର ସିଂ ବିଟ୍ଟୁ ଦଳରୁ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri