ଶାରଳା ମନ୍ଦିରରେ ନୀତି ହୋଇ ପାରିଲାନି: ୨ ହଜାର ଲୋକଙ୍କ ପ୍ରସାଦ ନଷ୍ଟ

ଜଗତ୍‌ସିଂହପୁର ଅଫିସ,୧୯ା୧୧: ସୋମବାର ନୂଆଖିଆ ପର୍ବରେ ମା’ସାରଳା ମନ୍ଦିରରେ ପୁଣି ଦେଖା ଦେଇଛି ବିଭ୍ରାଟ। ଏହି ପର୍ବରେ ପାଖାପାଖି ୨ ହଜାର ଲୋକଙ୍କ ପାଇଁ ଅପରାହ୍ନ ପ୍ରାୟ ୧ଟା ସୁଦ୍ଧା ରୋଷେଇ ହୋଇଥିଲେ ସୁଦ୍ଧା ତାହା ନୀତି ନ ହେବା କାରଣରୁ ନଷ୍ଟ ହୋଇଛି। ଜଣେ ରାଉଳ ରୋଷଶାଳାରେ ପ୍ରବେଶ କରିଥିବା ଦର୍ଶାଇ ପଣ୍ଡାମାନେ ରୋଷେଇ ହୋଇଥିବା ଖାଦ୍ୟ ନୀତି ନ କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ କମ୍‌ ପରିମାଣର ପ୍ରସାଦ, ଡାଲି, ତରକାରୀ ଓ ଖିରୀ ଆଦି ପ୍ରସ୍ତୁତ କରାଯାଇ ନୀତି କରାଯାଇଥିଲା। ରାତି ନୀତିରେ ମଧ୍ୟ ବିଳମ୍ବ ହୋଇଛି। ଏହାକୁ ନେଇ ମନ୍ଦିର ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାତିରେ ମନ୍ଦିର ପ୍ରଶାସନ, ପଣ୍ଡା ଓ ସେବାୟତଙ୍କ ବୈଠକ ହୋଇଥିଲା। ଏଥିରେ ପ୍ରସାଦ ମାରା ହୋଇଥିବା ଉପରେ ଆଲୋଚନା ହୋଇଥିଲେ ସୁଦ୍ଧା କେହି ଏ ସମ୍ପର୍କରେ ମୁହଁ ଖୋଲି ନ ଥିଲେ। ଆଶ୍ଚର୍ଯ୍ୟର କଥା ହେଲା ପ୍ରସାଦ ମାରା ହୋଇ ନ ଥିବା ଉପସ୍ଥିତ ପଣ୍ଡାମାନେ କହିଥିଲେ। ତେବେ କେଉଁ କାରଣରୁ ଖାଦ୍ୟ ନଷ୍ଟ ହେଲା ବୋଲି ପ୍ରଶ୍ନ ଉଠିବାରୁ କେହି କିଛି କହି ନ ଥିଲେ। ଶେଷରେ ମଙ୍ଗଳବାର ପୁଣିଥରେ ବୈଠକର ଆୟୋଜନ ହେବ ଏବଂ ଏଥିରେ ଉପଜିଲାପାଳ କିମ୍ବା ଜିଲାପାଳ ଉପସ୍ଥିତ ରହିପାରନ୍ତି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଆକାଉଣ୍ଟାଣ୍ଟ ହରି ଲେଙ୍କା ସୂଚନା ଦେଇଥିଲେ। ଏ ସମ୍ପର୍କରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ ପାରାଦୀପ ବାଲିଯାତ୍ରାରେ ଥିବା ଦର୍ଶାଇ ଏହି ଖବର ମନ୍ଦିର ନିର୍ବାହୀ ଅଧିକାରୀଙ୍କୁ ଦେବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।
ମନ୍ଦିରରେ ପ୍ରତିବର୍ଷ ନୂଆଖିଆ ପର୍ବରେ ବ୍ୟାପକ ଆୟୋଜନ କରାଯାଏ। ପାଖାପାଖି ୩/୪ ହଜାର ଲୋକଙ୍କ ପାଇଁ ରୋଷଶାଳା ବାହାରେ ରୋଷେଇ ହୁଏ। ଏହି ଅନୁଯାୟୀ ଚଳତବର୍ଷ ସମସ୍ତ ପ୍ରସ୍ତୁତି ହୋଇଥିଲା। ସକାଳୁ ଯଜ୍ଞଶାଳା ପାର୍ଶ୍ୱରେ ପରମ୍ପରା ଅନୁଯାୟୀ ପଣ୍ଡାମାନେ ରୋଷେଇ କରିଥିଲେ। ଅନ୍ନଖେଚେଡି, ଡାଲି, ତରକାରୀ, ଖିରି, ଖଟା, ମରିଚପାଣି, ଦହିକଡି ଓ ସାଗ ଆଦି ପ୍ରସ୍ତୁତ କରାଯାଇ ପାଖାପାଖି ୩୦ଟି ହଣ୍ଡା, ଶତାଧିକ ହାଣ୍ଡିରେ ରଖାଯାଇଥିଲା। ଅପରାହ୍ନ ପ୍ରାୟ ୧ଟା ସୁଦ୍ଧା ଏସବୁ ପ୍ରସ୍ତୁତ ହୋଇ ଯାଇଥିଲା। କିନ୍ତୁ ତା ଭିତରେ କେହି ଜଣେ ରାଉଳ ରୋଷେଇ ସ୍ଥାନ ଦେଇ ଚାଲି ଯିବାରୁ ଆଉ ପ୍ରସ୍ତୁତ ହେବାକୁ ଥିବା ଖିରି ଓ ତରକାରି ତିଆରି ହୋଇପାରି ନ ଥିଲା। ଏ ବାବଦ ପାଖାପାଖି ୩୦/୪୦ ଲିଟର କ୍ଷୀର ଓ ଅମୁଣିଆ ପରିବା ପୂର୍ବପରି ରହିଛି। ତେବେ କାହିଁକି ରାଉଳ ଜଣକ ରୋଷେଇ ସ୍ଥାନ ଦେଇ ଗଲେ ତାକୁ ନେଇ ଗଣ୍ଠି କରିଥିଲେ ପଣ୍ଡାମାନେ। ସମ୍ପୃକ୍ତ ରାଉଳଙ୍କ ଯୋଗୁ ସମସ୍ତ ଖାଦ୍ୟ ମାରା ହେଲା ବୋଲି ଯୁକ୍ତି ବାଢି ପଣ୍ଡାମାନେ ଏହାକୁ ନୀତି ପାଇଁ ନେଇ ନ ଥିଲେ। ବିଗତବର୍ଷଗୁଡିକରେ ଦେଖାଯାଇଛି ନୂଆଖିଆରେ ପ୍ରସ୍ତୁତ ଖାଦ୍ୟ ହଣ୍ଡାରେ ମାଙ୍କ ପାଖକୁ ନୀତି ପାଇଁ ଯାଏ। କିନ୍ତୁ ପଣ୍ଡାମାନେ ଏହାକୁ ନୀତି ପାଇଁ ନ ନେବାରୁ ଏକପ୍ରକାର ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ମନ୍ଦିର ପରିସରରେ ହୋ ହଲ୍ଲା ଆରମ୍ଭ ହୋଇ ଯାଇଥିଲା। ମନ୍ଦିର ନିର୍ବାହୀ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚତ୍ ପରିସ୍ଥିତି ଦେଖି ସ୍ଥାନ ଛାଡି ଚାଲି ଯାଇଥିଲେ। ଏ ପରିସ୍ଥିତିରେ ପଣ୍ଡାମାନେ ନୀତି ବନ୍ଦ କରିବା ଠିକ ନୁହେଁ ବୋଲି ଅନୁଭବ କରି ପୁଣିଥରେ କମ ପରିମାଣର ଅନ୍ନ, ଡାଲି, ଖିରୀ, ଶାଗ ଓ ତରକାରୀ ଆଦି ପ୍ରସ୍ତୁତ କରି ନୀତି କରିଥିଲେ। କିନ୍ତୁ ୨ ହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ମା’ଙ୍କ ପାଖରେ ନୀତି ହେବା ସମ୍ଭବ ନ ହେବାରୁ ତାହା ବାହାରେ ସେମିତି ହଣ୍ଡା ଓ ହାଣ୍ଡି ଆଦିରେ ରହିଛି। ପ୍ରସାଦ ସେବନ ପାଇଁ ମନ୍ଦିରରେ ପହଞ୍ଚତ୍ଥିବା ଲୋକେ ଏଥିରେ ଅତିଷ୍ଠ ହୋଇ ପାଟିତୁଣ୍ଡ କରିଥିଲେ।
ରାତି ବୈଠକରେ ପଣ୍ଡା ଓ ସେବାୟତ (ରାଉଳ)ଙ୍କ ମୁରବୀ ତଥା ପରିଛା ସୁଦାମ ଚରଣ ପଣ୍ଡା, ବଡ ପଣ୍ଡା ପ୍ରଜ୍ଞାଜୀତ ପଣ୍ଡା, ରଘୁନାଥ ପଣ୍ଡା, କୈଳାସ ଚନ୍ଦ୍ର ରାଉଳ, ତ୍ରିଲୋଚନ ରାଉଳ, ସାରଦା ପ୍ରସାଦ ରାଉଳ, ଅଜିତ କୁମାର ରାଉଳ, ଅଜିତ କୁମାର ନାୟକ, ହେରେକୃଷ୍ଣ ନାୟକ, ନୃସିଂହ ନାୟକ ଓ ସତ୍ୟାନନ୍ଦ ନାଏକ, ମନ୍ଦିର ଆକାଉଣ୍ଟାଣ୍ଟ ହରି ଲେଙ୍କା, ବରିଷ୍ଠ କିରାଣି ବାଇଧର ଜେନା, ମନ୍ଦିର କର୍ମଚାରୀ ନୃସିଂହ ଚରଣ ସାହୁ ଓ ରାଜକିଶୋର ମହାନ୍ତିଙ୍କ ସମେତ ଶତାଧିକ ପଣ୍ଡା, ସେବାୟତ ଯୋଗ ଦେଇଥିଲେ।
ଅତୀତରେ ବଡ ପଣ୍ଡା ବିବାଦରୁ ମନ୍ଦିର ପରିସରରେ ନୀତି ବିଭ୍ରାଟ ହୋଇଥିଲା। ଏହି ବିବାଦ ଜିଲାପାଳ, ଦେବୋତ୍ତର କମିଶନରଙ୍କ ସ୍ତରରେ ନ ଛିଡିବାରୁ ମାମଲା ହାଇକୋର୍ଟକୁ ଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ମନ୍ଦିରରେ ୨ ବଡ ପଣ୍ଡାଙ୍କୁ ପୃଥକ ଭାବେ ପର୍ବ ବାଣ୍ଟି ଦିଆଯାଇଥିଲା। ତା ପୂର୍ବରୁ ଏହି ପରିସରରେ ଭୋଗ, ଦୀପ ଦୋକାନ କରିଥିବା ବ୍ୟକ୍ତିମାନେ କିସ୍ତି ବାବଦ ପାଖାପାଖି ୫୦ ଲକ୍ଷ ଟଙ୍କା ପୈଠ କରୁ ନ ଥିବା ଦର୍ଶାଇ ଲୋକେ ସ୍ବର ଉଠାଇଥିଲେ। ଏହାଦ୍ୱାରା ମନ୍ଦିରର ରାଜସ୍ବ କମୁଥିଲେ ସୁଦ୍ଧା ଦେବୋତ୍ତର ବିଭାଗ ନୀରବତାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ବଡ କଥା ହେଲା ଏହି ଭୋଗ ଓ ଦୀପ ଦୋକାନୀ କିସ୍ତି ଟଙ୍କା ଦେଉ ନ ଥିବାବେଳେ ସେମାନଙ୍କୁ ବାତ୍ୟା ଫନୀ କ୍ଷତିର ଆଳ ଦେଖାଇ ଦେବୋତ୍ତର ବିଭାଗ ଅର୍ଥ ଛାଡ କରିବାକୁ ପଦକ୍ଷେପ ନେଇଥିଲା। ଏହି ଖବର ଧରିତ୍ରୀରେ ପ୍ରକାଶ ପାଇଲା ପରେ ଦେବୋତ୍ତର କମିଶନର ଛାଡ ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଥିଲେ। ମୋଟାମୋଟି ଭାବେ ମନ୍ଦିର ପରିସରରେ ବିଭିନ୍ନ ସମୟରେ ବିଶୃଙ୍ଖଳା ଲୋକଙ୍କ ମନରେ ଗଭୀର ରେଖାପାତ କରୁଛି। ଲୋକଙ୍କ ଭାବାବେଗ ସହ ଖେଳାଯାଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri