ଶାରଳା ମନ୍ଦିରରେ ନୀତି ହୋଇ ପାରିଲାନି: ୨ ହଜାର ଲୋକଙ୍କ ପ୍ରସାଦ ନଷ୍ଟ

ଜଗତ୍‌ସିଂହପୁର ଅଫିସ,୧୯ା୧୧: ସୋମବାର ନୂଆଖିଆ ପର୍ବରେ ମା’ସାରଳା ମନ୍ଦିରରେ ପୁଣି ଦେଖା ଦେଇଛି ବିଭ୍ରାଟ। ଏହି ପର୍ବରେ ପାଖାପାଖି ୨ ହଜାର ଲୋକଙ୍କ ପାଇଁ ଅପରାହ୍ନ ପ୍ରାୟ ୧ଟା ସୁଦ୍ଧା ରୋଷେଇ ହୋଇଥିଲେ ସୁଦ୍ଧା ତାହା ନୀତି ନ ହେବା କାରଣରୁ ନଷ୍ଟ ହୋଇଛି। ଜଣେ ରାଉଳ ରୋଷଶାଳାରେ ପ୍ରବେଶ କରିଥିବା ଦର୍ଶାଇ ପଣ୍ଡାମାନେ ରୋଷେଇ ହୋଇଥିବା ଖାଦ୍ୟ ନୀତି ନ କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ କମ୍‌ ପରିମାଣର ପ୍ରସାଦ, ଡାଲି, ତରକାରୀ ଓ ଖିରୀ ଆଦି ପ୍ରସ୍ତୁତ କରାଯାଇ ନୀତି କରାଯାଇଥିଲା। ରାତି ନୀତିରେ ମଧ୍ୟ ବିଳମ୍ବ ହୋଇଛି। ଏହାକୁ ନେଇ ମନ୍ଦିର ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାତିରେ ମନ୍ଦିର ପ୍ରଶାସନ, ପଣ୍ଡା ଓ ସେବାୟତଙ୍କ ବୈଠକ ହୋଇଥିଲା। ଏଥିରେ ପ୍ରସାଦ ମାରା ହୋଇଥିବା ଉପରେ ଆଲୋଚନା ହୋଇଥିଲେ ସୁଦ୍ଧା କେହି ଏ ସମ୍ପର୍କରେ ମୁହଁ ଖୋଲି ନ ଥିଲେ। ଆଶ୍ଚର୍ଯ୍ୟର କଥା ହେଲା ପ୍ରସାଦ ମାରା ହୋଇ ନ ଥିବା ଉପସ୍ଥିତ ପଣ୍ଡାମାନେ କହିଥିଲେ। ତେବେ କେଉଁ କାରଣରୁ ଖାଦ୍ୟ ନଷ୍ଟ ହେଲା ବୋଲି ପ୍ରଶ୍ନ ଉଠିବାରୁ କେହି କିଛି କହି ନ ଥିଲେ। ଶେଷରେ ମଙ୍ଗଳବାର ପୁଣିଥରେ ବୈଠକର ଆୟୋଜନ ହେବ ଏବଂ ଏଥିରେ ଉପଜିଲାପାଳ କିମ୍ବା ଜିଲାପାଳ ଉପସ୍ଥିତ ରହିପାରନ୍ତି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଆକାଉଣ୍ଟାଣ୍ଟ ହରି ଲେଙ୍କା ସୂଚନା ଦେଇଥିଲେ। ଏ ସମ୍ପର୍କରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ ପାରାଦୀପ ବାଲିଯାତ୍ରାରେ ଥିବା ଦର୍ଶାଇ ଏହି ଖବର ମନ୍ଦିର ନିର୍ବାହୀ ଅଧିକାରୀଙ୍କୁ ଦେବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।
ମନ୍ଦିରରେ ପ୍ରତିବର୍ଷ ନୂଆଖିଆ ପର୍ବରେ ବ୍ୟାପକ ଆୟୋଜନ କରାଯାଏ। ପାଖାପାଖି ୩/୪ ହଜାର ଲୋକଙ୍କ ପାଇଁ ରୋଷଶାଳା ବାହାରେ ରୋଷେଇ ହୁଏ। ଏହି ଅନୁଯାୟୀ ଚଳତବର୍ଷ ସମସ୍ତ ପ୍ରସ୍ତୁତି ହୋଇଥିଲା। ସକାଳୁ ଯଜ୍ଞଶାଳା ପାର୍ଶ୍ୱରେ ପରମ୍ପରା ଅନୁଯାୟୀ ପଣ୍ଡାମାନେ ରୋଷେଇ କରିଥିଲେ। ଅନ୍ନଖେଚେଡି, ଡାଲି, ତରକାରୀ, ଖିରି, ଖଟା, ମରିଚପାଣି, ଦହିକଡି ଓ ସାଗ ଆଦି ପ୍ରସ୍ତୁତ କରାଯାଇ ପାଖାପାଖି ୩୦ଟି ହଣ୍ଡା, ଶତାଧିକ ହାଣ୍ଡିରେ ରଖାଯାଇଥିଲା। ଅପରାହ୍ନ ପ୍ରାୟ ୧ଟା ସୁଦ୍ଧା ଏସବୁ ପ୍ରସ୍ତୁତ ହୋଇ ଯାଇଥିଲା। କିନ୍ତୁ ତା ଭିତରେ କେହି ଜଣେ ରାଉଳ ରୋଷେଇ ସ୍ଥାନ ଦେଇ ଚାଲି ଯିବାରୁ ଆଉ ପ୍ରସ୍ତୁତ ହେବାକୁ ଥିବା ଖିରି ଓ ତରକାରି ତିଆରି ହୋଇପାରି ନ ଥିଲା। ଏ ବାବଦ ପାଖାପାଖି ୩୦/୪୦ ଲିଟର କ୍ଷୀର ଓ ଅମୁଣିଆ ପରିବା ପୂର୍ବପରି ରହିଛି। ତେବେ କାହିଁକି ରାଉଳ ଜଣକ ରୋଷେଇ ସ୍ଥାନ ଦେଇ ଗଲେ ତାକୁ ନେଇ ଗଣ୍ଠି କରିଥିଲେ ପଣ୍ଡାମାନେ। ସମ୍ପୃକ୍ତ ରାଉଳଙ୍କ ଯୋଗୁ ସମସ୍ତ ଖାଦ୍ୟ ମାରା ହେଲା ବୋଲି ଯୁକ୍ତି ବାଢି ପଣ୍ଡାମାନେ ଏହାକୁ ନୀତି ପାଇଁ ନେଇ ନ ଥିଲେ। ବିଗତବର୍ଷଗୁଡିକରେ ଦେଖାଯାଇଛି ନୂଆଖିଆରେ ପ୍ରସ୍ତୁତ ଖାଦ୍ୟ ହଣ୍ଡାରେ ମାଙ୍କ ପାଖକୁ ନୀତି ପାଇଁ ଯାଏ। କିନ୍ତୁ ପଣ୍ଡାମାନେ ଏହାକୁ ନୀତି ପାଇଁ ନ ନେବାରୁ ଏକପ୍ରକାର ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ମନ୍ଦିର ପରିସରରେ ହୋ ହଲ୍ଲା ଆରମ୍ଭ ହୋଇ ଯାଇଥିଲା। ମନ୍ଦିର ନିର୍ବାହୀ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚତ୍ ପରିସ୍ଥିତି ଦେଖି ସ୍ଥାନ ଛାଡି ଚାଲି ଯାଇଥିଲେ। ଏ ପରିସ୍ଥିତିରେ ପଣ୍ଡାମାନେ ନୀତି ବନ୍ଦ କରିବା ଠିକ ନୁହେଁ ବୋଲି ଅନୁଭବ କରି ପୁଣିଥରେ କମ ପରିମାଣର ଅନ୍ନ, ଡାଲି, ଖିରୀ, ଶାଗ ଓ ତରକାରୀ ଆଦି ପ୍ରସ୍ତୁତ କରି ନୀତି କରିଥିଲେ। କିନ୍ତୁ ୨ ହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ମା’ଙ୍କ ପାଖରେ ନୀତି ହେବା ସମ୍ଭବ ନ ହେବାରୁ ତାହା ବାହାରେ ସେମିତି ହଣ୍ଡା ଓ ହାଣ୍ଡି ଆଦିରେ ରହିଛି। ପ୍ରସାଦ ସେବନ ପାଇଁ ମନ୍ଦିରରେ ପହଞ୍ଚତ୍ଥିବା ଲୋକେ ଏଥିରେ ଅତିଷ୍ଠ ହୋଇ ପାଟିତୁଣ୍ଡ କରିଥିଲେ।
ରାତି ବୈଠକରେ ପଣ୍ଡା ଓ ସେବାୟତ (ରାଉଳ)ଙ୍କ ମୁରବୀ ତଥା ପରିଛା ସୁଦାମ ଚରଣ ପଣ୍ଡା, ବଡ ପଣ୍ଡା ପ୍ରଜ୍ଞାଜୀତ ପଣ୍ଡା, ରଘୁନାଥ ପଣ୍ଡା, କୈଳାସ ଚନ୍ଦ୍ର ରାଉଳ, ତ୍ରିଲୋଚନ ରାଉଳ, ସାରଦା ପ୍ରସାଦ ରାଉଳ, ଅଜିତ କୁମାର ରାଉଳ, ଅଜିତ କୁମାର ନାୟକ, ହେରେକୃଷ୍ଣ ନାୟକ, ନୃସିଂହ ନାୟକ ଓ ସତ୍ୟାନନ୍ଦ ନାଏକ, ମନ୍ଦିର ଆକାଉଣ୍ଟାଣ୍ଟ ହରି ଲେଙ୍କା, ବରିଷ୍ଠ କିରାଣି ବାଇଧର ଜେନା, ମନ୍ଦିର କର୍ମଚାରୀ ନୃସିଂହ ଚରଣ ସାହୁ ଓ ରାଜକିଶୋର ମହାନ୍ତିଙ୍କ ସମେତ ଶତାଧିକ ପଣ୍ଡା, ସେବାୟତ ଯୋଗ ଦେଇଥିଲେ।
ଅତୀତରେ ବଡ ପଣ୍ଡା ବିବାଦରୁ ମନ୍ଦିର ପରିସରରେ ନୀତି ବିଭ୍ରାଟ ହୋଇଥିଲା। ଏହି ବିବାଦ ଜିଲାପାଳ, ଦେବୋତ୍ତର କମିଶନରଙ୍କ ସ୍ତରରେ ନ ଛିଡିବାରୁ ମାମଲା ହାଇକୋର୍ଟକୁ ଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ମନ୍ଦିରରେ ୨ ବଡ ପଣ୍ଡାଙ୍କୁ ପୃଥକ ଭାବେ ପର୍ବ ବାଣ୍ଟି ଦିଆଯାଇଥିଲା। ତା ପୂର୍ବରୁ ଏହି ପରିସରରେ ଭୋଗ, ଦୀପ ଦୋକାନ କରିଥିବା ବ୍ୟକ୍ତିମାନେ କିସ୍ତି ବାବଦ ପାଖାପାଖି ୫୦ ଲକ୍ଷ ଟଙ୍କା ପୈଠ କରୁ ନ ଥିବା ଦର୍ଶାଇ ଲୋକେ ସ୍ବର ଉଠାଇଥିଲେ। ଏହାଦ୍ୱାରା ମନ୍ଦିରର ରାଜସ୍ବ କମୁଥିଲେ ସୁଦ୍ଧା ଦେବୋତ୍ତର ବିଭାଗ ନୀରବତାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ବଡ କଥା ହେଲା ଏହି ଭୋଗ ଓ ଦୀପ ଦୋକାନୀ କିସ୍ତି ଟଙ୍କା ଦେଉ ନ ଥିବାବେଳେ ସେମାନଙ୍କୁ ବାତ୍ୟା ଫନୀ କ୍ଷତିର ଆଳ ଦେଖାଇ ଦେବୋତ୍ତର ବିଭାଗ ଅର୍ଥ ଛାଡ କରିବାକୁ ପଦକ୍ଷେପ ନେଇଥିଲା। ଏହି ଖବର ଧରିତ୍ରୀରେ ପ୍ରକାଶ ପାଇଲା ପରେ ଦେବୋତ୍ତର କମିଶନର ଛାଡ ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଥିଲେ। ମୋଟାମୋଟି ଭାବେ ମନ୍ଦିର ପରିସରରେ ବିଭିନ୍ନ ସମୟରେ ବିଶୃଙ୍ଖଳା ଲୋକଙ୍କ ମନରେ ଗଭୀର ରେଖାପାତ କରୁଛି। ଲୋକଙ୍କ ଭାବାବେଗ ସହ ଖେଳାଯାଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ମହୋତ୍ସବର ତୃତୀୟ ସନ୍ଧ୍ୟା: ଦୀପ୍ତିରେଖା-କୁଲଦୀପଙ୍କ ଗୀତରେ ବିଭୋର ହେଲେ ଶ୍ରୋତା

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ…

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

କଳାବ୍ୟାଜ୍‌ ପିନ୍ଧିଲେ ବରଗଡ଼ କୋଷାଗାର କର୍ମଚାରୀ, ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ…

ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ)- ଯାଜପୁର ଜିଲା କୋଷାଗାର କର୍ମଚାରୀଙ୍କୁ କୋଷାଗାର ଅଧିକାରୀଙ୍କ ଅଶ୍ଳୀଳ ଆଚରଣ ଓ ମାଡ଼ ମାରିବା ଅଭିଯୋଗ ଘଟଣାକୁ ନେଇ ଚାଲିଥିବା ଆନ୍ଦୋଳନର ପ୍ରଭାବ ବରଗଡ଼ରେ…

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ…

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri