ଶାମୁକାର ବି ଅଭାବୀ ବିକ୍ରୀ

ବାଲେଶ୍ୱର ଅଫିସ,୧୪।୭(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲା ସମୁଦ୍ର ବେଳାଭୂମିରେ ମିଳୁଥିବା ବିଭିନ୍ନ ପ୍ରଜାତିର ଶାମୁକା ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରମଜୀବୀଙ୍କ ଜୀବନଜୀବିକା ପାଲଟିଛି। ବେଳାଭୂମି ସମେତ ଅଗଭୀର ସମୁଦ୍ର ଜଳରାଶିରୁ ସେମାନେ ଶାମୁକା ସଂଗ୍ରହ କରି ବେପାରୀଙ୍କୁ ବିକି ତେଲ ଲୁଣ ଗୁଜୁରାଣ ମେଣ୍ଟାଉଛନ୍ତି। ଏହି ସାମୁଦ୍ରିକ ସମ୍ପଦ ଉପରେ ଆନ୍ତଃରାଜ୍ୟ ବେପାରୀ ଓ ଦଲାଲମାନେ ଆଖି ପକାଇ ସଂଗ୍ରହକାରୀଙ୍କଠାରୁ ଏହାକୁ କମ୍‌ ଦାମ୍‌ରେ କିଣି ନେଇ ନିୟମିତ ବାହାରକୁ ଚାଲାଣ କରି ଆସୁଛନ୍ତି। ଉପକୂଳ ସୁରକ୍ଷା ଦାୟିତ୍ୱରେ ଥିବା ବନବିଭାଗ ସାମୁଦ୍ରିକ ସମ୍ପଦ ଶାମୁକାର ଉପଯୁକ୍ତ ବିନିଯୋଗ ଲାଗି କୌଣସି ପଦକ୍ଷେପ ନେଉ ନ ଥିବାରୁ ଦିନକୁ ଦିନ ଏହାର ଚୋରାଚାଲାଣ ବଢିଚାଲିଛି। ଗରିବ ଶ୍ରମିକମାନେ ଦିନସାରା ପରିଶ୍ରମ କରି ସଂଗ୍ରହ କରୁଥିବା ଶାମୁକା ବିକି ସର୍ବନିମ୍ନ ପାରିଶ୍ରମିକ ପାଇପାରୁ ନ ଥିବା ବେଳେ ବେପାରୀ ଓ ଦଲାଲମାନେ ଏହାକୁ ବାହାରେ ଚଢା ଦାମ୍‌ରେ ବିିକି ଫାଇଦା ଉଠାଉଛନ୍ତି। ଶାମୁକାର ଏହି ଅଭାବୀ ବିକ୍ରିକୁ ନେଇ ଚିନ୍ତା ବଢିଛି।
ବାଲେଶ୍ୱର ଉପକୂଳରୁ କଶି, ସରୁ, ଗେଣ୍ଡା, ଶଙ୍ଖ, ସିପି, ପାତି, ଫାଳି ଓ ଚୁନି ଆଦି ବିଭିନ୍ନ ପ୍ରଜାତିର ଶାମୁକା ମିଳିଥାଏ। ଏଥିମଧ୍ୟରୁ ଗେଣ୍ଡା, ପାତି, ଶଙ୍ଖ ଓ ଫାଳି ଶାମୁକାର ଚାହିଦା ଅଧିକ ରହିଛି। ଏସବୁ ଶାମୁକାରୁ ବିଭିନ୍ନ ଆକର୍ଷଣୀୟ ଘର ସାଜସଜ୍ଜା ସାମଗ୍ରୀ ସମେତ ନାନା ସୌଖୀନ ଉପକରଣ ପ୍ରସ୍ତୁତ କରାଯାଇପାରୁଛି। ଏପରିକି ଶାଢ଼ି କାରୁକାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଉଛି। ସେହିପରି ଚୂନ ଏବଂ କୁକୁଡ଼ା ଦାନା ପ୍ରସ୍ତୁତ କରାଯାଉଛି। ଶାମୁକା ଏକ ସାମୁଦ୍ରିକ ଜୀବ। ଏମାନେ କୂଳକୁ ଭାସି ଆସି ଲହଡିରେ ପିଟି ହୋଇ ମୃତ୍ୟୁମୁଖରେ ପଡିଥାନ୍ତି। ମୃତ ଶାମୁକାଙ୍କ ଖୋଳପା ବେଳାଭୂମି ବାଲୁକା ଶଯ୍ୟାରେ ପଡି ରହିଥାଏ। ସୂର୍ଯ୍ୟକିରଣରେ ଦୂରକୁ ଏହା ଚକଚକ୍‌ ଦିଶେ। ସ୍ଥାନୀୟ ଉପକୂଳବର୍ତ୍ତୀ ଗ୍ରାମର ଶ୍ରମଜୀବୀ ଗରିବ ଲୋକେ ମୃତ ଶାମୁକାର ଖୋଳପାକୁ ସଂଗ୍ରହ କରି ଦୀର୍ଘଦିନ ଧରି ଜୀବନଜୀବିକା ବିତାଇ ଆସୁଛନ୍ତି। ଶାମୁକାକୁ ନେଇ ଉକ୍ତ ଅଞ୍ଚଳରେ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ସକାଶେ ଅଞ୍ଚଳବାସୀ ଦାବି କରିଆସୁଥିଲେ ମଧ୍ୟ ସରକାର ଓ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ।
ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅଧୀନ ବଳରାମଗଡ଼ି, ପରିଖି, ବାହାବଳପୁର, କଷାଫଳ, ତାଳପଦା, ଆଡ଼ିଆ ଅଞ୍ଚଳ ସମେତ ଚାନ୍ଦିପୁର ଆଇଟିଆର୍‌ ରେଞ୍ଜ ଅଧୀନ ୫ ହଜାରରୁ ୧୭ ହଜାର ପଏଣ୍ଟରେ ୫ଶହରୁ ଊର୍ଦ୍ଧ୍ୱ ପରିବାର ସମୁଦ୍ର ଜୁଆରରେ ଭାସି ଆସୁଥିବା ଶାମୁକା ସଂଗ୍ରହ କରୁଥିବା ଜଣାପଡିଛି। ଦୈନନ୍ଦିନ ଜଣେ ବ୍ୟକ୍ତି ୫ରୁ ୭ ବସ୍ତା ପର୍ଯ୍ୟନ୍ତ ଶାମୁକା ପାଣିରୁ ସଂଗ୍ରହ କରି ବ୍ୟବସାୟୀଙ୍କୁ ବିକିଥାନ୍ତି। ଏକବସ୍ତା ଶାମୁକା ପିଛା ସଂଗ୍ରହକାରୀଙ୍କୁ ମିଳିଥାଏ ମାତ୍ର ୨୫ଟଙ୍କା। ପଶ୍ଚିମବଙ୍ଗ ଓ ଅନ୍ୟ ସ୍ଥାନରେ ଶାମୁକା ବସ୍ତା ପିଛା ପ୍ରାୟ ୨ଶହ ଟଙ୍କାରେ ବିକ୍ରି ହୋଇଥାଏ। ବାଲେଶ୍ୱର ଉପକୂଳବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଶାମୁକା ଦଲାଲ୍‌ ଓ ବେପାରୀମାନେ ଦୈନିକ ପ୍ରାୟ ଶହେ ଟନ୍‌ ଶାମୁକା କିଣି ବାହାରକୁ ଚାଲାଣ କରୁଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡିଛି। ଶାମୁକା ଭଳି ସାମୁଦ୍ରିକ ସମ୍ପଦ ସଂଗ୍ରହ ଉପରେ କୌଣସି କଟକଣା ନ ଥିବାରୁ ରାଜ୍ୟ ସରକାର ବିପୁଳ ରାଜସ୍ବ ହରାଉଥିବା ଅଞ୍ଚଳବାସୀ କହିଛନ୍ତି। ଗୁଡୁପାହି ଅଞ୍ଚଳର ଶାମୁକା ସଂଗ୍ରହକାରୀ ରୀମା ସିଂ କହିଛନ୍ତି, ଆଗରୁ ଅଧିକ ପରିମାଣର ଶାମୁକା ମିଳୁଥିଲା। ବର୍ତ୍ତମାନ ଆଗଭଳି ଶାମୁକା ମିଳୁନାହିଁ। ଏଣୁ ଦିନକୁ ଦିନ ରୋଜଗାର କମିବାରେ ଲାଗିଛି। ବେପାରୀମାନେ ଏହାକୁ କମ୍‌ ମୂଲ୍ୟରେ କିଣୁଥିବାରୁ ଆମେ କ୍ଷତି ସହୁଛୁ। ଏ ସମ୍ପର୍କରେ ଜିଲା ବନାଧିକାରୀ ବିଶ୍ୱରାଜ ପଣ୍ଡାଙ୍କୁ ପଚାରିବାରୁ ପୂର୍ବରୁ ଶାମୁକା ଚାଲାଣ ରୋକିବା ପାଇଁ ଚଢ଼ାଉ କରାଯାଇ ଏହାକୁ ଜବତ କରାଯାଇଛି। ତେବେ ଚୋରାଚାଲାଣ ବୃଦ୍ଧି ହେବା ନେଇ କୌଣସି ଅଭିଯୋଗ ମିଳି ନାହଁି। ଏଥିପ୍ରତି ସେ ଦୃଷ୍ଟି ଦେବେ ବୋଲି କହିଥିଲେ। ଉପକୂଳ ଅଞ୍ଚଳରେ ଶାମୁକାର ବିନିଯୋଗ ଲାଗି କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେବା ଉଚିତ୍‌ ବୋଲି ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri