ଶାମୁକାର ବି ଅଭାବୀ ବିକ୍ରୀ

ବାଲେଶ୍ୱର ଅଫିସ,୧୪।୭(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲା ସମୁଦ୍ର ବେଳାଭୂମିରେ ମିଳୁଥିବା ବିଭିନ୍ନ ପ୍ରଜାତିର ଶାମୁକା ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରମଜୀବୀଙ୍କ ଜୀବନଜୀବିକା ପାଲଟିଛି। ବେଳାଭୂମି ସମେତ ଅଗଭୀର ସମୁଦ୍ର ଜଳରାଶିରୁ ସେମାନେ ଶାମୁକା ସଂଗ୍ରହ କରି ବେପାରୀଙ୍କୁ ବିକି ତେଲ ଲୁଣ ଗୁଜୁରାଣ ମେଣ୍ଟାଉଛନ୍ତି। ଏହି ସାମୁଦ୍ରିକ ସମ୍ପଦ ଉପରେ ଆନ୍ତଃରାଜ୍ୟ ବେପାରୀ ଓ ଦଲାଲମାନେ ଆଖି ପକାଇ ସଂଗ୍ରହକାରୀଙ୍କଠାରୁ ଏହାକୁ କମ୍‌ ଦାମ୍‌ରେ କିଣି ନେଇ ନିୟମିତ ବାହାରକୁ ଚାଲାଣ କରି ଆସୁଛନ୍ତି। ଉପକୂଳ ସୁରକ୍ଷା ଦାୟିତ୍ୱରେ ଥିବା ବନବିଭାଗ ସାମୁଦ୍ରିକ ସମ୍ପଦ ଶାମୁକାର ଉପଯୁକ୍ତ ବିନିଯୋଗ ଲାଗି କୌଣସି ପଦକ୍ଷେପ ନେଉ ନ ଥିବାରୁ ଦିନକୁ ଦିନ ଏହାର ଚୋରାଚାଲାଣ ବଢିଚାଲିଛି। ଗରିବ ଶ୍ରମିକମାନେ ଦିନସାରା ପରିଶ୍ରମ କରି ସଂଗ୍ରହ କରୁଥିବା ଶାମୁକା ବିକି ସର୍ବନିମ୍ନ ପାରିଶ୍ରମିକ ପାଇପାରୁ ନ ଥିବା ବେଳେ ବେପାରୀ ଓ ଦଲାଲମାନେ ଏହାକୁ ବାହାରେ ଚଢା ଦାମ୍‌ରେ ବିିକି ଫାଇଦା ଉଠାଉଛନ୍ତି। ଶାମୁକାର ଏହି ଅଭାବୀ ବିକ୍ରିକୁ ନେଇ ଚିନ୍ତା ବଢିଛି।
ବାଲେଶ୍ୱର ଉପକୂଳରୁ କଶି, ସରୁ, ଗେଣ୍ଡା, ଶଙ୍ଖ, ସିପି, ପାତି, ଫାଳି ଓ ଚୁନି ଆଦି ବିଭିନ୍ନ ପ୍ରଜାତିର ଶାମୁକା ମିଳିଥାଏ। ଏଥିମଧ୍ୟରୁ ଗେଣ୍ଡା, ପାତି, ଶଙ୍ଖ ଓ ଫାଳି ଶାମୁକାର ଚାହିଦା ଅଧିକ ରହିଛି। ଏସବୁ ଶାମୁକାରୁ ବିଭିନ୍ନ ଆକର୍ଷଣୀୟ ଘର ସାଜସଜ୍ଜା ସାମଗ୍ରୀ ସମେତ ନାନା ସୌଖୀନ ଉପକରଣ ପ୍ରସ୍ତୁତ କରାଯାଇପାରୁଛି। ଏପରିକି ଶାଢ଼ି କାରୁକାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଉଛି। ସେହିପରି ଚୂନ ଏବଂ କୁକୁଡ଼ା ଦାନା ପ୍ରସ୍ତୁତ କରାଯାଉଛି। ଶାମୁକା ଏକ ସାମୁଦ୍ରିକ ଜୀବ। ଏମାନେ କୂଳକୁ ଭାସି ଆସି ଲହଡିରେ ପିଟି ହୋଇ ମୃତ୍ୟୁମୁଖରେ ପଡିଥାନ୍ତି। ମୃତ ଶାମୁକାଙ୍କ ଖୋଳପା ବେଳାଭୂମି ବାଲୁକା ଶଯ୍ୟାରେ ପଡି ରହିଥାଏ। ସୂର୍ଯ୍ୟକିରଣରେ ଦୂରକୁ ଏହା ଚକଚକ୍‌ ଦିଶେ। ସ୍ଥାନୀୟ ଉପକୂଳବର୍ତ୍ତୀ ଗ୍ରାମର ଶ୍ରମଜୀବୀ ଗରିବ ଲୋକେ ମୃତ ଶାମୁକାର ଖୋଳପାକୁ ସଂଗ୍ରହ କରି ଦୀର୍ଘଦିନ ଧରି ଜୀବନଜୀବିକା ବିତାଇ ଆସୁଛନ୍ତି। ଶାମୁକାକୁ ନେଇ ଉକ୍ତ ଅଞ୍ଚଳରେ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ସକାଶେ ଅଞ୍ଚଳବାସୀ ଦାବି କରିଆସୁଥିଲେ ମଧ୍ୟ ସରକାର ଓ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ।
ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅଧୀନ ବଳରାମଗଡ଼ି, ପରିଖି, ବାହାବଳପୁର, କଷାଫଳ, ତାଳପଦା, ଆଡ଼ିଆ ଅଞ୍ଚଳ ସମେତ ଚାନ୍ଦିପୁର ଆଇଟିଆର୍‌ ରେଞ୍ଜ ଅଧୀନ ୫ ହଜାରରୁ ୧୭ ହଜାର ପଏଣ୍ଟରେ ୫ଶହରୁ ଊର୍ଦ୍ଧ୍ୱ ପରିବାର ସମୁଦ୍ର ଜୁଆରରେ ଭାସି ଆସୁଥିବା ଶାମୁକା ସଂଗ୍ରହ କରୁଥିବା ଜଣାପଡିଛି। ଦୈନନ୍ଦିନ ଜଣେ ବ୍ୟକ୍ତି ୫ରୁ ୭ ବସ୍ତା ପର୍ଯ୍ୟନ୍ତ ଶାମୁକା ପାଣିରୁ ସଂଗ୍ରହ କରି ବ୍ୟବସାୟୀଙ୍କୁ ବିକିଥାନ୍ତି। ଏକବସ୍ତା ଶାମୁକା ପିଛା ସଂଗ୍ରହକାରୀଙ୍କୁ ମିଳିଥାଏ ମାତ୍ର ୨୫ଟଙ୍କା। ପଶ୍ଚିମବଙ୍ଗ ଓ ଅନ୍ୟ ସ୍ଥାନରେ ଶାମୁକା ବସ୍ତା ପିଛା ପ୍ରାୟ ୨ଶହ ଟଙ୍କାରେ ବିକ୍ରି ହୋଇଥାଏ। ବାଲେଶ୍ୱର ଉପକୂଳବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଶାମୁକା ଦଲାଲ୍‌ ଓ ବେପାରୀମାନେ ଦୈନିକ ପ୍ରାୟ ଶହେ ଟନ୍‌ ଶାମୁକା କିଣି ବାହାରକୁ ଚାଲାଣ କରୁଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡିଛି। ଶାମୁକା ଭଳି ସାମୁଦ୍ରିକ ସମ୍ପଦ ସଂଗ୍ରହ ଉପରେ କୌଣସି କଟକଣା ନ ଥିବାରୁ ରାଜ୍ୟ ସରକାର ବିପୁଳ ରାଜସ୍ବ ହରାଉଥିବା ଅଞ୍ଚଳବାସୀ କହିଛନ୍ତି। ଗୁଡୁପାହି ଅଞ୍ଚଳର ଶାମୁକା ସଂଗ୍ରହକାରୀ ରୀମା ସିଂ କହିଛନ୍ତି, ଆଗରୁ ଅଧିକ ପରିମାଣର ଶାମୁକା ମିଳୁଥିଲା। ବର୍ତ୍ତମାନ ଆଗଭଳି ଶାମୁକା ମିଳୁନାହିଁ। ଏଣୁ ଦିନକୁ ଦିନ ରୋଜଗାର କମିବାରେ ଲାଗିଛି। ବେପାରୀମାନେ ଏହାକୁ କମ୍‌ ମୂଲ୍ୟରେ କିଣୁଥିବାରୁ ଆମେ କ୍ଷତି ସହୁଛୁ। ଏ ସମ୍ପର୍କରେ ଜିଲା ବନାଧିକାରୀ ବିଶ୍ୱରାଜ ପଣ୍ଡାଙ୍କୁ ପଚାରିବାରୁ ପୂର୍ବରୁ ଶାମୁକା ଚାଲାଣ ରୋକିବା ପାଇଁ ଚଢ଼ାଉ କରାଯାଇ ଏହାକୁ ଜବତ କରାଯାଇଛି। ତେବେ ଚୋରାଚାଲାଣ ବୃଦ୍ଧି ହେବା ନେଇ କୌଣସି ଅଭିଯୋଗ ମିଳି ନାହଁି। ଏଥିପ୍ରତି ସେ ଦୃଷ୍ଟି ଦେବେ ବୋଲି କହିଥିଲେ। ଉପକୂଳ ଅଞ୍ଚଳରେ ଶାମୁକାର ବିନିଯୋଗ ଲାଗି କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେବା ଉଚିତ୍‌ ବୋଲି ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri