ଶରୀର ଦାନ କରିବେ ଭବାନୀ ଚରଣ ପଟ୍ଟନାୟକ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଶରୀର ଦାନ କରିବେ ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ। ମୃତ୍ୟୁ ପରେ ସେ ତାଙ୍କ ଶରୀରକୁ କଟକ ଏସ୍‌ସିବି ମେଡିକାଲ କଲେଜକୁ ଦାନ କରିବେ ବୋଲି ୯୯ତମ ଜନ୍ମ ଦିବସ ଅବସରରେ ପଟ୍ଟନାୟକ ଘୋଷଣା କରିଛନ୍ତି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ସକାଳେ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସମୟରେ ପଟ୍ଟନାୟକ ମନ୍ତ୍ରୀଙ୍କୁ ଏନେଇ ଜଣାଇଥିଲେ। ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ତାଙ୍କର ଦେହାନ୍ତ ପରେ ଶରୀର ଦାନ କରିବା ନିଷ୍ପତ୍ତିକୁ ମନ୍ତ୍ରୀ ସ୍ବାଗତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ। ୧୯୨୨ ମେ’ ୧୧ ତାରିଖରେ ପୁରୀ ଜିଲା ନିମାପଡାଠାରେ ଜନ୍ମଗ୍ରହଣ କରିଥିବା ଭବାନୀ ଚରଣ ପଟ୍ଟନାୟକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ରେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ। ସେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଜଣେ ଅନ୍ତରଙ୍ଗ ସହଯୋଗୀ ଭାବେ କାର୍ଯ୍ୟ କରିବାସହ ୧୯୬୧, ୧୯୬୬ ଏବଂ ୧୯୭୮ରେ ୩ଥର ଲୋକସଭା ଓ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆସୁଛନ୍ତି ଜିନ୍‌ପିଙ୍ଗ୍, ନୂଆଦିଲ୍ଲୀରୁ ବେଜିଂ ହଲଚଲ

ନୂଆଦିଲ୍ଲୀ,୩୧।୭: ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ସେପ୍ଟେମ୍ବର ମାସରେ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିବାର ସମ୍ଭାବନା ରହିଛି। ୨୦୨୦ରେ…

ନୂଆଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରାଜ୍ୟର ରେଳ ସଂଯୋଗୀକରଣ…

‘ଯୁଦ୍ଧରେ ମୃତ ଭାରତୀୟଙ୍କ ପରିବାରକୁ କେନ୍ଦ୍ର ସାହାଯ୍ୟ କରିବା ଉଚିତ’: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୧।୭: ସୁପ୍ରିମକୋର୍ଟ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଶୁକ୍ରବାର ଆହତ ହୋଇଥିବା ଭାରତୀୟଙ୍କ ପରିବାରକୁ ସହାୟତା କରିବା ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି…

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର; ଜୈଶ ଆତଙ୍କବାଦୀ ଗିରଫ

କୋଲକାତା,୩୧।୭: ପଶ୍ଚିମବଙ୍ଗର ସ୍ପେଶାଲ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ (JeM) ସହିତ ଜଡିତ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କୁ ହମିମ ମଣ୍ଡଳ ଭାବରେ…

ସ୍ତ୍ରୀଙ୍କୁ ଛାଡ଼ିବା ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଓମାର ଅବଦୁଲ୍ଲା: ଆଗକୁ…

ଶ୍ରୀନଗର,୩୧।୭: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଖୁବଶୀଘ୍ର ତାଙ୍କ ପତ୍ନୀ ପାୟଲ ଅବଦୁଲ୍ଲାଙ୍କଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି। ଏନେଇ ସେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ…

ଭାରତ ସହ ମିଶି ବାଂଲାଦେଶ-ରୁଷିଆ ନେଲା ବଡ଼ ନିଷ୍ପତ୍ତି, ଆମେରିକା ହୋଇଗଲା କାବା!

ନୂଆଦିଲ୍ଲୀ,୩୧।୭: ରୁଷ୍‌ର ପୁଟିନ୍ ସରକାର ବାଂଲାଦେଶକୁ ଭାରତୀୟ ଟଙ୍କା (INR)ରେ ବ୍ୟାପାରିକ ନେଣଦେଣ ଏବଂ ଋଣ ପରିଶୋଧ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଅଧୀନରେ ବାଂଲାଦେଶରେ…

Odisha Floods: ବନ୍ୟାଜଳ ହ୍ରାସ ପରେ ଶହ ଶହ ଏକର ଜମିରେ ବାଲିଚର, କ୍ଷତିପୂରଣ ଦାବି କଲେ ଚାଷୀ

କେସିଙ୍ଗା,୩୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଲଗାଣ ଲଘୁଚାପଜନିତ ବର୍ଷାରେ ଶହ ଶହ ଏକର ଜମିରେ ଜଳମଗ୍ନ ହୋଇଥିଲା। ଗତ ରାତ୍ରିରୁ ପାଣି କମି ଯିବାରୁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ଭୋଗଲେ

ନୂଆଦିଲ୍ଲୀ,୩୧।୭: ଆଗାମୀ ଦୁଲୀପ ଟ୍ରଫି 2026-27 ଘରୋଇ ସିଜିନ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରି ପୂର୍ବ ଜୋନ ଚୟନକର୍ତ୍ତାମାନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri