ନୂଆ ପିଆଜ ଆସିଲେ ଦର କମିବ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଗତ ୨/୩ ମାସ ହେବ ପିଆଜର ଅହେତୁକ ଦର ବୃଦ୍ଧି ଲୋକମାନଙ୍କୁ ଅତିଷ୍ଠ କରି ରଖିଛି। ନୂଆ ଅମଳ ନ ଆସିବା ଯାଏ ରାଜ୍ୟରେ ପିଆଜ ଦର୍‌ କମିବା ଆଶା କ୍ଷୀଣ। ତେବେ ଆଉ ମାସେ ଏଭଳି ଦର୍‌ ବୃଦ୍ଧି କଷ୍ଟ ଭୋଗିବାକୁ ପଡ଼ିବ। ଆସନ୍ତା ଜାନୁୟାରୀ ମାସ ପ୍ରଥମ ସପ୍ତାହ ବେଳକୁ ନୂଆ ପିଆଜ ଆସିବାପରେ ଦର୍‌ କମିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ସୋମବାର ଲୋକସେବା ଭବନଠାରେ ଅନୁଷ୍ଠିତ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ପିଆଜ ଉତ୍ପାଦନ ବୃଦ୍ଧି ପାଇଁ ପ୍ରୋତ୍ସାହନ ଯୋଗାଇବା ସହ ଅଧିକ ଅଞ୍ଚଳରେ ଏହାର ଚାଷକୁ ପରିବ୍ୟାପ୍ତ କରିବା ଆବଶ୍ୟକ। ଗତବର୍ଷଠାରୁ ଚଳିତ ବର୍ଷ ୨୬ ପ୍ରତିଶତ କମ୍‌ ଅଞ୍ଚଳରେ ପିଆଜ ଚାଷ କରାଯାଇଛି। ଲଗାଣ ବର୍ଷା ଯୋଗୁ ପିଆଜ ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି। ଏଥିଯୋଗୁ କେବଳ ରାଜ୍ୟରେ ନୁହେଁ ସମଗ୍ର ଦେଶରେ ପିଆଜ ଦର୍‌ ବହୁ ପରିମାଣ ବଢିଯାଇଛି। ଆଗରୁ ଯେଉଁ ଅଞ୍ଚଳରେ ୩ ମେଟ୍ରିକ ଟନ ଉତ୍ପାଦନ ହେଉଥିଲା ବେଳେ ବର୍ତ୍ତମାନ ୨୫ରୁ ୩୦ କୁଇଣ୍ଟାଲ ଉତ୍ପାଦନ ହେଉଛି। ଦେଶରେ ଦୈନିକ ୧୨ରୁ ୧୩ ଲକ୍ଷ ମେଟ୍ରିକ ଟନ ପିଆଜର ଆବଶ୍ୟକତା ଥିବାବେଳେ କେନ୍ଦ୍ର ସରକାର ଇଜିଷ୍ଟ ଓ ଅନ୍ୟ ଦେଶରୁ ମାତ୍ର ୧ ଲକ୍ଷ ମେଟ୍ରିକ ଟନ ପିଆଜ ଆମଦାନି କରିଛନ୍ତି। ଯାହାକି ସମୁଦ୍ରକୁ ଶଙ୍ଖେ । ଏହା ସ୍ଥାୟୀ ସମାଧାନ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଦେଶରେ ଉତ୍ପାଦନ ହେଉଥିବା ନୂଆ ପିଆଜ ଚଳିତ ମାସ ଶେଷ ସପ୍ତାହ କିମ୍ବା ଜାନୁୟାରୀ ପ୍ରଥମ ସପ୍ତାହ ସୁଦ୍ଧା ବଜାରକୁ ଆସିବା ସମ୍ଭାବନା ରହିଛି। ଏହା ପରେ ଦର୍‌ ହ୍ରାସ ପାଇବ। ଆଗରୁ ରାଜ୍ୟକୁ ୫୦ ଟ୍ରକ ପିଆଜ ଆସୁଥିବାବେଳେ ଗତ କିଛିଦିନ ହେବ ଗୋଟିଏ କିମ୍ବା ଆଦୌ ପିଆଜ ଗାଡି ଆସୁ ନାହିଁ। ନୂଆ ପିଆଜ ଆସିଲା ପରେ ଦର୍‌ କମିବ ବୋଲି ମନ୍ତ୍ରୀ କହିଛନ୍ତି। କିଛିଦିନ ପୂର୍ବରୁ ମନ୍ତ୍ରୀ କହିଥିଲେ ଯେ ଦେଶରେ ଦେଖାଦେଇଥିବା ପିଆଜ ଅଭାବ ଏକ ଜାତୀୟ ବିପତ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହାୟତା ନୀତି: ଚାଷୀ ଅଲୋଡ଼ା

ଭୁବନେଶ୍ୱର, ୫ା୮(ରବିନାରାୟଣ ଜେନା): ବନ୍ୟା, ବାତ୍ୟା ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀଙ୍କ ଫସଲ ନଷ୍ଟ ହେଲେ ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତା ଅତ୍ୟନ୍ତ ନଗଣ୍ୟ। ମାତ୍ର…

ଦ୍ୱିଅର୍ଥବୋଧକ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ୍‌ଙ୍କୁ ଗିରଫ ପରେ ଜାମିନ

ଚେନ୍ନାଇ,୫ା୮: ଲୋକପ୍ରିୟ ଅଭିନେତ୍ରୀ ତ୍ରିଶାଙ୍କୁ ଇଙ୍ଗିତ କରି ଓ ତାଙ୍କ ସମ୍ମାନ ଏବଂ ନାରୀତ୍ୱକୁ ଅପମାନିତ କରି ଦ୍ୱିଅର୍ଥବୋଧକ ମନ୍ତବ୍ୟ ଦେବା ଅଭିଯୋଗରେ ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ…

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri