ଲୋକ ଅଦାଲାତ: ୧୨୫ ମାମଲାର ଫଇସଲା

ବରଗଡ଼ ଅଫିସ୍‌,୧୪।୭ – ବରଗଡ଼ ଜିଲାରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ଲୋକ ଅଦାଲତରେ ୧୫୧୧ଟି ବିଭିନ୍ନ ମାମଲା ମଧ୍ୟରୁ ୧୨୫ଟି ମାମଲାର ଫଇସଲା କରାଯାଇ ସମୁଦାୟ ୧କୋଟି ୪୫ଲକ୍ଷ ୩୧ହଜାର ୬୫ ଟଙ୍କା ଅସୁଲ ହୋଇଥିଲା । ଜିଲା ଜଜ୍‌ ଏସ.ଏ. କେ.ଜେଡ୍‌ ଅହମ୍ମଦଙ୍କ ତତ୍ତ୍ବାବଧାନରେ ହୋଇଥିବା ଲୋକ ଅଦାଲତରେ ପରିବାର କୋର୍ଟ ବିଚାରପତି ଅଶ୍ୱିନୀ କୁମାର ନାଏକ, ଚିଫ୍‌ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍‌ ସତ୍ୟନାରାୟଣ ପାତ୍ର, ରେଜିଷ୍ଟ୍ରାର କମ୍‌ ଏସଜେ (ଏସଟିସି) ସୁବାଷ ଚନ୍ଦ୍ର ଧଳ, ସିଭିଲ ଜଜ୍‌ (ସିନିୟର ଡିଭିଜନ୍‌) ବିଶେଷ କୁମାର ସାହୁ, ଡିଏଲଏସଏର ସେକ୍ରେଟାରୀ ନୀଳିିମା ପଣ୍ଡା, ସିଭିଲ ଜଜ୍‌(ଜୁନିୟର ଡିଭିଜନ) ସାଇ ଅଭିପ୍‌ସା ଗୋଚ୍ଛାୟତ, ଜେଏମଏଫସି ରେଶ୍ମା ଧଳ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପଦ୍ମପୁରରେ ଅତିରିକ୍ତ ଜିଲା ଜଜ୍‌ ନୀଳଗିରି ଜେନା, ସିଭିଲ ଜଜ୍‌(ସିନିୟର ଡିଭିଜନ) ସାବିତ୍ରୀ ନାୟକ, ଏସଡିଜେଏମ ପଲ୍ଲବୀରାଣୀ ରାଉତ, ସୋହେଲାରେ ସିଭିଲ ଜଜ୍‌(ଜୁନିୟର ଡିଭିଜନ) ଶାନ୍ତ ସାମଲ, ବରପାଲିରେ ସିଭିଲ ଜଜ୍‌(ଜୁନିୟର ଡିଭିଜନ) ସଂଘମିତ୍ରା ବିଶ୍ୱାଳ ଏବଂ ଅତାବିରାରେ ନ୍ୟାୟାଧିକାରୀ ବି. ଡି. ଡି ଚନ୍ଦନା ମାମଲା ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଜାମୁମାଳ ଅଞ୍ଚଳରେ ରାସ୍ତା ବିପର୍ଯ୍ୟସ୍ତ: ଶିକ୍ଷା ଓ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ଛାତ୍ରୀଛାତ୍ରଙ୍କ ସହ ଗ୍ରାମବାସୀ

ଜମନକିରା,୧୩।୮(ରବୀନ୍ଦ୍ର ପ୍ରସାଦ ଦାନୀ): ଆଧୁନିକ ସମାଜରେ ଉତ୍ତମ ସଡ଼କ ଯୋଗାଯୋଗ ବିକାଶର ଏକ ପ୍ରମୁଖ ମାପକାଠି । କିନ୍ତୁ ଆଜି ବି ଅନେକ ଗ୍ରାମାଞ୍ଚଳ ଏହି ମୌଳିକ…

ରେଢ଼ାଖୋଲ ବିକାଶ ଓ ଇକୋ ପାର୍କକୁ ଅବହେଳା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗେଟ କରି ରୋହିତ ପୂଜାରୀ କହିଲେ ଏମିତି…

ସମ୍ବଲପୁର,୧୨ା୮(ପ୍ରମୋଦ ବହିଦାର): ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣରେ ଅବହେଳାକୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି…

ଗୋପାଳଙ୍କୁ ନିର୍ମମ ହତ୍ୟା: ମାଁ ପାଟଣେଶ୍ୱରୀ ମନ୍ଦିର ପଛପଟ ରୋଡ଼ରୁ ମିଳିଲା ଜୁଡ଼ୁବୁଡ଼ୁ ମୃତଦେହ

ସମ୍ବଲପୁର,୧୨।୮(ପ୍ରମୋଦ ବହିଦାର): ଟାଉନ ଥାନା ଅନ୍ତର୍ଗତ ମାଁ ପାଟଣେଶ୍ୱରୀ ମନ୍ଦିର ପଛପଟ ଫିସେରୀ ରୋଡ଼ରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଖବର ମିଳିଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri