ଲିଚୁ ଉତ୍ପାଦନ ରେ ପାଣି ସାଜିଛି ଅନ୍ତରାୟ

ଫୁଲବାଣୀ ଅଫିସ, ୧୨ା୫- ଏବେ ଖରାଦିନ। ଖରା ଦିନିଆ ଫଳ ଲିଚୁର ଚାହିଦା ବହୁତ। ବିଶେଷ କରି କଟକ, ଭୁବନେଶ୍ୱରରେ ଏହାର ଚାହିଦା ଅଧିକ। ଏହାକୁ ଲକ୍ଷକରି କନ୍ଧମାଳ ଜିଲାରେ କେତେଜଣ ଚାଷୀ ଲିଚୁ ଚାଷକୁ ଆପଣେଇ ନେଇଛନ୍ତି। ଏଥିରୁ ବେଶ୍‌ ଭଲ ରୋଜଗାର ହେବାସହ ଚାଷୀ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି। ଏପରିକି ବର୍ଷକୁ ଲିଚୁ ଚାଷରୁ ଲକ୍ଷାଧିକ ଟଙ୍କାର ବ୍ୟବସାୟ ହେଉଛି। ମାତ୍ର ପାଣିର ଅଭାବ କେତେକ ସ୍ଥଳରେ ଅନ୍ତରାୟ ସାଜୁଛି। ଲିଚୁ ଚାଷ କ୍ଷେତକୁ ପାଣିର ସୁବିଧା ନାହିଁ। ପାଣି ବ୍ୟବସ୍ଥା ହେଲେ ଅଧିକ ଉତ୍ପାଦନ ହୋଇପାରନ୍ତା। ସେହି କ୍ରମରେ ବଜାର ସୁବିଧା ହେଲେ ମଧ୍ୟ ଅଧିକରୁ ଅଧିକ ଚାଷୀ ଏଥିପ୍ରତି ଆକୃଷ୍ଟ ହେବେ। କନ୍ଧମାଳ ଜିଲା ରାଇକିଆ ବ୍ଲକ ରାଇକିଆ ପଞ୍ଚାୟତ ପାଜିମାହାର ରବୀନ୍ଦ୍ର ପ୍ରଧାନ। ୧୨ ବର୍ଷ ହେଲା ସେ ଲିଚୁ ଏବଂ ଆମ୍ବ ଚାଷ କରି ଆସୁଛନ୍ତି। ଗ୍ରାମଠାରୁ କିଛି ଦୂର ସରାପୁଡିରେ ପ୍ରାୟ ୨ ଏକର ସ୍ଥାନରେ ଲିଚୁ ଗଛ ଲଗାଇଛନ୍ତି। ବର୍ଷକୁ ୨ ମାସ ମେ ଏବଂ ଜୁନରେ ଲିଚୁ ବିକ୍ରି କରୁଛନ୍ତି। ପାଖାପାଖି କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଲିଚୁ ବିକ୍ରି କରିଥାନ୍ତି। ଯେଉଁଥିରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ସେ ରୋଜଗାର କରନ୍ତି। ଏନେଇ ସେ କୁହନ୍ତି, ମୁଁ ଏବଂ ମୋ ସ୍ତ୍ରୀ ମିଟିରି ଲିଚୁ ସଂଗ୍ରହ କରି ବିକ୍ରି କରୁଛୁ। କଟକ, ଭୁବନେଶ୍ୱରରୁ ବ୍ୟବସାୟୀମାନେ ଆସି ଲିଚୁ ନେଉଛନ୍ତି। ଯାହା ବଳୁଛି ଆମ ବଜାରରେ ବିକୁଛୁ। ଏବେ କେଜି ୧୫୦ରୁ ୧୬୦ ଟଙ୍କାରେ ବିକ୍ରି କରୁଛୁ। ଆମ୍ବରୁ ମଧ୍ୟ ବର୍ଷକୁ ୧୦ରୁ ୧୫ ହଜାର ଟଙ୍କା ମିଳୁଛି। ଜିଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଉତ୍ସାହିତ ହୋଇ ମଁୁ ଏହି ଚାଷ କରୁଛି। ଏଥିପାଇଁ ମୋତେ ୩ ବର୍ଷରେ ୧୧ ହଜାର ଟଙ୍କାର ସହାୟତା ମିଳିଥିଲା। ଚାଷରୁ ଭଲ ରୋଜଗାର ହେଉଛି। ମାତ୍ର ପାଣି ସମସ୍ୟା ଯୋଗୁ ଫଳ ଅଧିକ ହେଉନାହିଁ। ୧ କିମି ଦୂରରୁ ପାଣି ବୋହି ଆଣି ଗଛ ମୂଳେ ଦେବାକୁ ପଡୁଛି। ପାଣିର ବ୍ୟବସ୍ଥା ହେଲେ ଅଧିକ ଭଲ ଫଳ ହୁଅନ୍ତା। ସରକାରଙ୍କ କୌଣସି ଯୋଜନାରେ ବୋରିଂ ବ୍ୟବସ୍ଥା କରାଗଲେ ଅଧିକ ଉପକୃତ ହୁଅନ୍ତି ବୋଲି ରବୀନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞାନରେ ଏତିକି ନମ୍ବର ରଖି ଦୁଇ ଜଣ ହେଲେ ବ୍ଲକ ଟପ୍ପର : ସଫଳତା ପାଇଁ ଅଧ୍ୟାପକ, ପରିବାରଙ୍କୁ ଦେଲେ ଶ୍ରେୟ

ଛତ୍ରପୁର,୨୧।୫(ଦିଲ୍ଲୀପ ସାମଲ): ପ୍ରକାଶ ପାଇଛି ଯୁକ୍ତ୨ ରେଜଲ୍ଟ । ଏହି ଅବସରରେ ବିଜ୍ଞାନ ବିଭାଗରେ ଦୁଇ ଛାତ୍ର ଛତ୍ରପୁର ବ୍ଲକ ଟପ୍ପର ହୋଇଛନ୍ତି । ଗୋବିନ୍ଦପୁର ସ୍ଥିତ…

ଦୁର୍ଗାମାଧବ ରାଜ୍ୟରେ ଦ୍ୱିତୀୟ: ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୨୧।୫(ବିଦ୍ୟାଧର ସାହୁ): ଚଳିତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛନ୍ତି ଦୁର୍ଗାମାଧବ ବାରିକ l ଗଞ୍ଜାମ ସହର ଦୁର୍ଗାଦେବୀ ସାହି ବାସିନ୍ଦା ତଥା ଶିକ୍ଷକ…

ଗୋଡାଇ ଗୋଡାଇ ଅପରାଧୀଙ୍କୁ ଏନକାଉଣ୍ଟର କଲା ପୋଲିସ: ପୋଲିସ ଡିଜିଙ୍କ ଚରମବାଣୀ ପରେ…

ବ୍ରହ୍ମପୁର, ୨୧/୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରାଯାଇଛି। ଡିଜିଙ୍କ ଚରମବାଣୀ ପରେ ଅପରାଧୀଙ୍କୁ କାଉଣ୍ଟର ପାଇଁ ଏନକାଉଣ୍ଟର…

ଶହୀଦ ଭଗତ୍‌ ସିଂହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା: ବିଜ୍ଞାନରେ ସିମରନ ବ୍ଲକ ଟପ୍ପର

ଗଞ୍ଜାମ,୨୧।୫(ଅନାଥ ତରାଇ): +୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଗଞ୍ଜାମ ବ୍ଲକ ସ୍ଥିତ ସହିଦ ଭଗତ୍ ସିଂହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଏକ ଗୌରବମୟ…

ଭଞ୍ଜନଗର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଶେଷ: ସ୍ଥାୟୀ ମଣ୍ଡପ ଅଭିମୁଖେ ବାହାରିଲେ ଦୁଇ ଭଉଣୀ, ପୁଣି ୩ ବର୍ଷ ପରେ…

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ)- ଦୀର୍ଘ ୨୫ ଦିନ ଧରି ଚାଲିଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ବୁଧବାର ଉଦଯାପିତ ହୋଇଯାଇଛି। ପୁଣି ୩ ବର୍ଷ ପରେ ଦେବୀଙ୍କ…

ଖେମୁଣ୍ଡି କଲେଜ ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ଚନ୍ଦ୍ରକାନ୍ତ-ରୁଦ୍ର ଯୁଗ୍ମ ଟପ୍ପର, କଳାରେ ବାଜି ମାରିଲେ…

ଦିଗପହଣ୍ଡି,୨୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଚନ୍ଦ୍ରକାନ୍ତ ବିଷୋୟୀ ଏବଂ ରୁଦ୍ର ପ୍ରସାଦ…

ଶିକାର କରିବାକୁ ଜଙ୍ଗଲରେ ବୁଲୁଥିଲେ, ମାଡ଼ି ବସିଲା ତାରସିଂ ପୋଲିସ; ବନ୍ଧୁକ ସହ…

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଡିମିରିଝୋଲି ଜଙ୍ଗଲରୁ ପୋଲିସ ମଙ୍ଗଳବାର ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଲେ ବଡ ଡିମିରିଝୋଲିର ସନ୍ତୋଷ…

ବ୍ଲକ ସ୍ତରୀୟ ନାଟକ, ସୁବଳୟା ଖେଳ ପଡିଆରେ ଦୁଲୁକିବ କଳା ସଂସ୍କୃତିକ ମଞ୍ଚର…

ଗଞ୍ଜାମ,୨୦।୫(ବିଦ୍ୟାଧର ସାହୁ ): ୨୦୨୦ରେ ଗଠନ ହୋଇଥିବା ଗଞ୍ଜାମ କଳା ସଂସ୍କୃତିକ ମଞ୍ଚ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଛଅ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri