ଲାଇନ୍‌ଜୁରି ବେବସ୍‌ତା ଫେଲ: ମରନ୍‌ ଯଁତା ପାଲଟିଛେ ରାସ୍‌ତା

ଲାଠୋର, ୩।୩ (ଡି.ଏନ୍‌.ଏ.)-
ସରକାର ଲୁକ୍‌କର ଯିବାର ଆଏବାର ଲାଗି କୋଟି କୋଟି ଟଁକା ଖରଚ୍‌ କରି ରାସ୍‌ତାଘାଟ, ରାସ୍‌ତା ତରେ ପାଏନ୍‌ ଯିବାର ଲାଗି ଲାଇନ୍‌ଜୁରି ବେବସ୍‌ତା କରୁଛନ୍‌। ହେଲେ ଅନେକ ଜାଗାରେ ରାସ୍‌ତାଘାଟ, ଲାଇନ୍‌ଜୁରି ବେବସ୍‌ତା ଠିକ୍‌ ନାଇଁଥିବାର ଲାଗି ଲୋକ୍‌ ନାନା ସମସିଆର ସାମନା କରୁଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗଁାରେ।
ସୂଚନା ଅନ୍‌ସାରେ ୧୨ ଓ୍ବାର୍ଡକେ ନେଇ ଗଠିତ ଲାଠୋର ଗଁାରେ ପାଖାପାଖି ୮ ହଜାର ଲୋକ୍‌ ବାସ କରୁଛନ୍‌। ଲାଠୋରଟା ଗୁଟେ ବେପାରବନିଜ କେନ୍ଦ୍ର ହିସାବେ ଜନାଶୁନା। ଫିଦିନ ଇଠାନକେ ବେପାରବନିଜ ଉଦେଶରେ ଲୋକ ଭିନେ ଭିନେ ଜିଲାରୁ ଯାଆସ କରୁଛନ୍‌। ସେ ହିସାବେ ଗାଡ଼ିମଟର ବି ଯିବଆର ଆଏବାର କରୁଛେ। ହେଲେ ଗଁାରେ ଲାଇନ୍‌ଜୁରି ବେବସ୍‌ତା ନଁାଇଁନ। ଏନ୍‌ତାଥି କଲେଜ ଛକରୁ ହନୁମାନ ଗୁଡ଼ି ତକ୍‌ ପିଡବ୍ଲୁଡି ରାସ୍‌ତାର ଅବସ୍‌ତା ବେହାଲ ହେଇ ମରନ୍‌ଯଁତା ପାଲଟିଛେ। ଲାଇନ୍‌ଜୁରି ବେବସ୍‌ତା ନାଇଁଥିବାର ଲାଗି ଦୁକାନ ବଜାର, ଲୁକ୍‌କର ଘରର ମଏଲା ପାଏନ୍‌ ସିଧା ରାସ୍‌ତା ଉପରକେ ଆସୁଛେ। ଇ ମଏଲା ପାଏନ୍‌ ରାସ୍‌ତାରେ ଦିନ୍‌ ଦିନ୍‌ ଧରି ଟୁଡ଼ି ରହିବାର ସଂଗେ ପରିବେଶ ପରଦୁଷିତ ହେଉଛେ। ମସା, ମାଛି, ନାନା ପୋକ୍‌ଜୋକ ନିଜର ବଉଁଶ ବଢ଼ଉଛନ୍‌। ଏନ୍‌ତାଥି ଲୋକ୍‌ ନାନା ରୋଗ୍‌ ବେମାରିରେ ପଡ଼ୁଥିବାର ବି ଅଭିଯୋଗ ହେଉଛେ। ଇଆଡ଼େ ବିଭାଗ ତରଫୁ ରାସ୍‌ତା ତିଆରି ନାଇଁ ହେବାର ଲାଗି ଗାଡ଼ିମଟର ଗଲା ଆଏଲା ସମିଆରେ ବହୁତ୍‌ ଧୁଇଲ ଉଡ଼ୁଛେ। ଯେନ୍‌ଥିରଲାଗି ଅନେକ ସମିଆରେ ଲୋକ୍‌ ଅଧ୍‌ନିଶାସି ହେଇଯାଉଛନ୍‌। ଦିନାକେତେ ଭିତରେ ବିଭାଗ ତରଫୁ ରାସ୍‌ତା ତିଆର ନାଇଁ ହେଲେ ଲାଠୋର ଗଁାରେ ଲୋକ୍‌ ନାନା ରୋଗ୍‌ ବେମାରିର ଶିକାର ହେବାରଟା ଥଏ ଆଏ ବଲି ବୁଧିଜୀବୀ ମହଲରୁ ମତ ପରକାଶ ପାଉଛେ। ରାସ୍‌ତା ଆର ଲାଇନ୍‌ଜୁରି ତିଆର ଲାଗି ଲାଠୋର ସରପଁଚ୍‌ ପିଡବ୍ଲୁଡି ବିଭାଗକେ ପଁଚେତ୍‌ ତରଫୁ ଚିଠି ଲେଖିଛନ୍‌। ହେଲେ ଆଏଜ୍‌ତକ ଇ ଦିଗେ ବିଭାଗ ତରଫୁ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନିଆଯାଇ। ଦିନାକେତେ ଭିତରେ ବିଭାଗ ତରଫୁ ଇ ଦିଗେ ପଦକ୍ଷେପ ନାଇଁ ନେଲେ ଲାଠୋର ପଁଚେତ୍‌ ତରଫୁ ସରପଁଚ ପ୍ରବିଣ କୁମାର ଅଗ୍ରଓ୍ବାଲ କଣ୍ଟାବାଞ୍ଜି ପିଡବ୍ଲୁଡି ଅଫିସ ଘେରାଉ କରବେ ବଲି ସୂଚନା ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନିଶା ସେବନ କରି ଗାଡ଼ି ଚଲାଉଥିଲେ ଫରେଷ୍ଟର, ପୋଲିସ ଅଟକ ରଖି…

ବଲାଙ୍ଗୀର,୩୦ା୫(ସୁନିଲ କୁମାର ମହାନ୍ତି): ନିଶାସେବନ କରି ଗାଡ଼ି ଚଲାଇବା ଜଣେ ସରକାରୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ବଙ୍ଗୋମୁଣ୍ଡା ଫରେଷ୍ଟର ଦିବସ ମାଝୀ ନିଶାସେବନ କରି ଗାଡ଼ି ଚଲାଉଥିବା…

ବୁର୍ଡାରେ ପାଳିକରି ଜଳଯୋଗାଣ: ବଢୁଛି ଅସନ୍ତୋଷ

ଲୋଇସିଂହା,୩୦।୫(ସୁଶାନ୍ତ ବାରିକ):ନବଗଠିତ ଲୋଇସିଂହା ଏନଏସି ଅଧୀନ ବୁର୍ଡା ଗ୍ରାମରେ ଜଳଯୋଗାଣ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ହୋଇଛି ା ତେବ ଗ୍ରାମର ବିଭିନ୍ନ ପଡ଼ାକୁ ପାଳି କରି ପାଇପ…

ଅମୃତ ଧାରା ପ୍ରକଳ୍ପ ଅଚଳ: ଲୋକେ ହଟହଟା

ଲୋଇସିଂହା,୨୮।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର୍‌ ଅମୃତ ଧାରା ପ୍ରକଳ୍ପ ଦୀର୍ଘ ଦିନ ହେଲା ଅଚଳ ହୋଇପଡିଛି। ଫଳରେ ଡ଼ାକ୍ତରଖାନାକୁ ଆସୁଥିବା…

ପିଇବା ପାଣି ଲାଗି ବିକ୍ଷୋଭ: ଟ୍ରାକ୍ଟର ଜବତ କଲା ପୋଲିସ

ଲୋଇସିଂହା ୨୮।୫ (ସୁଶାନ୍ତ ବାଇକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ପଞ୍ଚାୟତ ଅଧୀନ ଛେଲବାହାଲ ସୁକତେଲ ନଦୀ ଗ୍ୟାଲେରୀ ଉପରୁ ବେଇଆନ ବାଲି ଚାଲାଣ ହେଉଛି। ଏହାର…

ପାଟଣାଗଡ଼ରେ ଘୋଷିତ ପାୱାର୍ କଟ୍‌: ପ୍ରତିବାଦରେ ବିଦ୍ୟୁତ୍ ଅଫିସ୍ ଘେରାଉ କରିବ ବିଜେଡି

ବଲାଙ୍ଗୀର,୨୭।୫(ସୁନୀଲ କୁମାର ମହାନ୍ତି): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଉଗ୍ର ରୂପ ନେଉଛି ବିଦ୍ୟୁତ ସମସ୍ୟା। ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଆଗାମୀ ଦିନରେ ବିଦ୍ୟୁତ ଅଫିସ ଘେରାଉ…

ତୈଳଦର ଅହେତୁକ ବୃଦ୍ଧି ନେଇ ବିଜୁ ଯୁବ ଛାତ୍ର ଜନତା ଦଳର ପ୍ରତିବାଦ

ପାଟଣାଗଡ଼,୨୭ା୫(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ବିଜେଡି ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି କୁନେଇ ବୁଧବାର ସ୍ଥାନୀୟ ବିଜୁ ଯୁବ…

ସୌଜନ୍ୟତା ଭୁଲିଗଲେ ଜିଲାପାଳ: ପୂର୍ବତନ ଏମ୍‌ପିଙ୍କୁ ଚୌକି ଦେଲେନାହିଁ, ଠିଆ ହୋଇ କହିଲେ

ବଲାଙ୍ଗୀର/ଲୋଇସିଂହା,୨୭ା୫(ବୀରେନ୍ଦ୍ର କୁମାର ଝାଙ୍କର/ ସୁଶାନ୍ତ ବାରିକ):ପୂର୍ବତନ ଏମପି ତଥା ବର୍ଷୀୟାନ ରାଜନେତା ବାଳଗୋପାଳ ମିଶ୍ରଙ୍କୁ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ଅସମ୍ମାନ କରାଯାଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର…

ଉତ୍କଟ ପାନୀୟ ଜଳ ସମସ୍ୟା: ଗରା-ମାଠିଆ ଧରି ୨୦ କିଲୋମିଟର ପଦଯାତ୍ରା କଲେ ଶତାଧିକ ମହିଳା,ପ୍ରତିବାଦ…

ବଲାଙ୍ଗିର, ୨୬।୫ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ପିଇବା ପାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri