ଲର୍ଡସ ଲଢ଼େଇରେ ଇଂଲଣ୍ଡର ବାଜିମାତ୍‌

ଲଣ୍ଡନ,୧୫।୭(ପି.ଟି.) – କ୍ରିକେଟର ଜନକ କୁହାଯାଉଥିବା ଇଂଲଣ୍ଡ ଶେଷରେ ବିଶ୍ୱକପ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର ପାଇଁ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛି। ଏଥିସହିତ ଇଂଲଣ୍ଡର ଦୀର୍ଘ ୪୪ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଖେଳାଯାଇଥିବା ରୋମାଞ୍ଚକ ଫାଇନାଲ ମ୍ୟାଚ୍‌ ଶେଷରେ ଟାଇରେ ଶେଷ ହୋଇଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ ଉଇକେଟ ହରାଇ ୨୪୧ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ଠିକ ୫୦ ଓଭରରେ ସମାନ ୨୪୧ ରନ କରି ଅଲଆଉଟ ହୋଇଥିଲା। ଅନ୍ତିମ ଓଭରରେ ବିଜୟ ପାଇଁ ୧୫ ରନ ଆବଶ୍ୟକ ହେଉଥିବା ବେଳେ ଇଂଲଣ୍ଡ ୧୪ ରନ ସଂଗ୍ରହ କରିପାରିଥିଲା। ୯୮ ବଲରୁ ୫ ଚୌକା ଓ ୨ ଛକା ସହ ବେନ୍‌ ଷ୍ଟୋକ୍ସ ଦ୍ରୁତ ୮୪ ରନ କରି ଇଂଲଣ୍ଡକୁ ପରାଜୟରୁ ରକ୍ଷା କରିଥିଲେ। ମ୍ୟାଚ ଟାଇ ହେବାଫଳରେ ସୁପର ଓଭର ଖେଳାଯାଇଥିଲା। ଏଥିରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ବିନାକ୍ଷତିରେ ୧୫ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଗୋଟିଏ ଉଇକେଟ ହରାଇ ସମାନ ୧୫ ରନ କରିଥିଲା। ଶେଷ ବଲରେ ୨ ରନ ନେବାକୁ ଯାଇ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରନଆଉଟ ହୋଇଥିଲେ। ସୁପର ଓଭର ମଧ୍ୟ ଟାଇରେ ଶେଷ ହୋଇଥିଲା। ତେବେ ଅପେକ୍ଷାକୃତ ଅଧିକ ସଂଖ୍ୟକ ବାଉଣ୍ଡାରି ମାରିଥିବାରୁ ଇଂଲଣ୍ଡ ବିଜୟୀ ଘୋଷିତ ହୋଇଥିଲା। ଫଳରେ ଇଂଲଣ୍ଡର ସ୍ବପ୍ନ ସାକାର ହେଲା। ଶେଷ ୩ଟି ବିଶ୍ୱକପ୍‌ରେ ଆୟୋଜକ ଦେଶମାନେ ବାଜି ମାରିଛନ୍ତି। ପୂର୍ବରୁ ବିଶ୍ୱକପ୍‌ର କୌଣସି ଫାଇନାଲ ମ୍ୟାଚ୍‌ ଟାଇ ହୋଇ ନ ଥିଲା। ଲଢୁଆ ଇନିଂସ ଖେଳି ବିଜୟରେ ମୁଖ୍ୟ ଭୂମିକାଗ୍ରହଣ କରିଥିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନ ବେନ୍‌ ଷ୍ଟୋକ୍ସ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ସେହିପରି ସାରା ଟୁର୍ନାମେଣ୍ଟରେ ସ୍ଥିର ପ୍ରତର୍ଶନ କରିଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ ଭାବେ ପୁରସ୍କୃତ ହୋଇଛନ୍ତି।
୨୪୨ ରନ ଆଭରେଜ ଟାର୍ଗେଟର ପିଛା କରି ଇଂଲଣ୍ଡ ଭଲ ଆରମ୍ଭ କରିପାରି ନ ଥିଲା। ଦଳ ମାତ୍ର ୭୧ ରନରେ ଟପ୍‌ ଅର୍ଡର ଇନ୍‌ଫର୍ମ ୩ ମୂଲ୍ୟବାନ ଉଇକେଟ ହରାଇଥିଲା। ସାରା ଟୁର୍ନାମେଣ୍ଟରେ ଧୂଆଁଧାର ପ୍ରଦର୍ଶନ କରିଥିବା ଦୁଇ ଓପନର ଜାସନ ରୟ ଓ ଜନ୍ନି ବେୟାରଷ୍ଟୋଙ୍କ ସହ ଜୋ ରୁଟ୍‌ ପ୍ୟାଭିଲିୟନ ଫେରିଥିଲେ। ୩ ଚୌକା ସହ ୨୦ ବଲରୁ ୧୭ ରନ କରିଥିବା ବେଳେ ରୟ ମ୍ୟାଟ୍‌ ହେନରିଙ୍କ ଅଫ୍‌ ଷ୍ଟମ୍ପ ବାହାରର ବଲ୍‌କୁ ଖେଳିବାକୁ ଯାଇ ଉଇକେଟକିପର ଟମ୍‌ ଲଥାମଙ୍କ ହାତରେ ଧରାପଡି ପ୍ରଥମେ ଆଉଟ ହୋଇଥିଲେ। ଜବରଦସ୍ତ ଫର୍ମରେ ଥିବା ରୁଟ୍‌ ମାତ୍ର ୭ ରନକରି ଆଉଟ ହେବା ସହ ଘରୋଇ ଦର୍ଶକଙ୍କୁ ନିରାଶ କରିଥିଲେ। ସେ କଲିନ ଡି ଗ୍ରାଣ୍ଡହୋମଙ୍କ ଅଫ୍‌ ଷ୍ଟମ୍ପ ବାହାରର ଗୁଡ ଲେନ୍ଥ ବଲ୍‌କୁ ଖେଳିବାକୁ ପ୍ରୟାସ କରିଥିଲେ। ବଲ୍‌ ବ୍ୟାଟ୍‌ର ଇନ୍‌ସାଇଡ୍‌ ଏଜ୍‌ ନେଇଥିଲା ଓ ଲଥାମ ଏକ ସହଜ କ୍ୟାଚ ନେଇ ରୁଟ୍‌ଙ୍କୁ ପ୍ୟାଭିଲିୟନ ଫେରାଇଥିଲେ। ଏହାପରେ ବେୟାରଷ୍ଟୋ ୩୬ ରନ (୫୫ ବଲ, ୭ ଚୌକା) କରିଥିବା ବେଳେ ଲୋକି ଫର୍ଗୁସନଙ୍କ ଅଫ୍‌ ଷ୍ଟମ୍ପ ବାହାର ବାଉନ୍ସ ବଲ୍‌କୁ ଜମ୍ପ ଖେଳିବାକୁ ଯାଇଥିଲେ। ତେବେ ବଲ୍‌ ବ୍ୟାଟ୍‌ ଭିତର ପଟର ଏଜ୍‌ ନେଇ ଷ୍ଟମ୍ପରେ ବାଜିଥିଲା। ଫଳରେ ରୁଟ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅଧିନାୟକ ଇଅନ ମୋର୍ଗାନଙ୍କ ପାଳି ପଡିଥିଲା। ଭଲ ଫର୍ମରେ ନ ଥିବା ମୋର୍ଗାନ ଜେମ୍ସ ନିଶାମଙ୍କ ଓ୍ବାଇଡ୍‌ ଲେନ୍ଥ ବଲ୍‌କୁ ଜୋର୍‌ଦାର ଶଟ୍‌ ଖେଳିବାକୁ ଯାଇ ପଏଣ୍ଟ ବାଉଣ୍ଡରିରେ ଫର୍ଗୁସନଙ୍କୁ କ୍ୟାଚ୍‌ ଦେଇଥିଲେ। ଫର୍ଗୁସନ ଏକ ସୁନ୍ଦର କ୍ୟାଚ୍‌ ନେଇଥିଲେ। ମୋର୍ଗାନ ମନ୍ଥର ବ୍ୟାଟିଂ କରି ୨୨ଟି ବଲର ସମ୍ମୁଖୀନ ହୋଇ ମାତ୍ର ୯ ରନ କରି ପ୍ୟାଭିଲିୟନ ଫେରିଥିଲେ। ଇଂଲଣ୍ଡ ୮୪ ରନରେ ଟପ୍‌ ଅର୍ଡର ୪ ଉଇକେଟ ହରାଇ ବିପଦରେ ପଡିଥିଲା। ଏହାପରେ ପଞ୍ଚମ ଉଇକେଟରେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ୍‌ ବଟଲର ଲଢୁଆ ପ୍ରଦର୍ଶନ କରି ୧୨୯ଟି ବଲ୍‌ରୁ ୧୧୦ ରନର ଶତକୀୟ ଭାଗୀଦାରି ସ୍ଥାପନ କରି ସ୍ଥିତି ସମ୍ଭାଳିବା ସହ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ତେବେ ବଟଲର ୬୦ ବଲରୁ ୬ ଚୌକା ସହ ଦ୍ରୁତ ୫୯ ରନ କରି ଫର୍ଗୁସନଙ୍କ ବଲ୍‌ରେ ଏକ୍ସଟ୍ରା କଭର ଉପରେ ଦେଇ ଛକା ମାରିବାକୁ ଯାଇ ବଦଳ ଖେଳାଳି ଟିମ ସାଉଦିଙ୍କ ହାତରେ ଧରା ପଡିଥିଲେ। ଏହାପରେ ୨ ରନକରି ଥିବା ବେଳେ କ୍ରିସ୍‌ ଓ୍ବକ୍ସ ଫର୍ଗୁସନଙ୍କ ବାଉନ୍ସ ବଲ୍‌କୁ ଲମ୍ବା ଶଟ ଖେଳିବାକୁ ଯାଇଥିଲେ। ତେବେ ବଲ ବ୍ୟାଟ୍‌ରେ ଠିକ୍‌ ରୂପେ ସଂଯୋଗ ନ ହେବା କାରଣରୁ ସେ ଲଥାମଙ୍କ ହାତରେ ଧରା ପଡି ପ୍ୟାଭିଲିୟନ ଫେରିଥିଲେ। ସେହିପରି ଲିୟମ ପ୍ଲଙ୍କେଟ ୧୦ ରନ କରି ଆଉଟ ହୋଇଥିଲେ। ଏହାର ଦୁଇଟି ବଲ ପରେ ଜୋଫ୍ରା ଆର୍ଚର ଖାତା ଖୋଲିବା ପୂର୍ବରୁ ନିଶାମ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ୨ ରନ ନେବାକୁ ଯାଇ ଆଡିଲ ରସିଦ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଇନିଂସର ଶେଷ ବଲ୍‌ରେ ଅନୁରୂପ ଭାବେ ୨ ରନ ନେବାକୁ ଯାଇ ମାର୍କ ଉଡ୍‌ ବୋଲ୍ଟଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ଫଳରେ ମ୍ୟାଚ୍‌ ଟାଇ ହୋଇ ଯାଇଥିଲା। ଦଳ ଅଲ୍‌ଆଉଟ ହୋଇଥିଲେ ମଧ୍ୟ ବେନ୍‌ ଷ୍ଟୋକ୍ସ ୮୪ ରନ କରି ଶେଷପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଫର୍ଗୁସନ ଓ ନିଶାମ ୩ଟି ଲେଖାଏ, ଆର୍ଚର ଓ ଉଡ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ମେଘୁଆ ପାଗରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ତରଫରୁ ଦୁଇ ଓପନର ମାର୍ଟିନ ଗୁପ୍ଟିଲ ଓ ନିକୋଲ୍ସ ଦେଖିଚାହିଁ ଆରମ୍ଭ କରିଥିଲେ। ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଜ୍ଞ ମାର୍ଟିନ ଗୁପ୍ଟିଲ ପ୍ରଥମେ ଆଉଟ ହୋଇଥିଲେ। ୧୮ ବଲରୁ ୨ ଚୌକା ଓ ୧ ଛକା ସହ ୧୯ ରନ କରିଥିବା ଗୁପ୍ଟିଲ କ୍ରିସ୍‌ ଓ୍ବକ୍ସଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ବ୍ୟାଟ୍‌ରେ ଏଜ୍‌ ନେଇଥିବା ଭାବି ସେ ରିଭ୍ୟୁ ନେଇଥିଲେ ମଧ୍ୟ କିଛି ଫଳ ହୋଇ ନ ଥିଲା। ା ଇନ୍‌ଫର୍ମ ଅଧିନାୟକ କେନ୍‌ ଓ୍ବିଲିୟମସନ ଅବଶ୍ୟ ଏହି ହାଇଭୋଲ୍‌ଟେଜ ନିର୍ଣ୍ଣାୟକ ମ୍ୟାଚ୍‌ରେ ଚମକ ଦେଖାଇବାରେ ବିଫଳ ହୋଇଥିଲେ। ଧିମା ଆରମ୍ଭ କରି ୫୩ଟି ବଲର ସମ୍ମୁଖୀନ ହୋଇ ୨ ଚୌକା ସହ ୩୦ ରନ କରିଥିବା ବେଳେ ସେ ଲିଅମ୍‌ ପ୍ଲଙ୍କେଟଙ୍କ ବଲ୍‌ରେ ଉଇକେଟକିପର ଜୋସ ବଟଲରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଦ୍ୱିତୀୟ ଉଇକେଟରେ ଓ୍ବିଲିୟମସନ ଓ ନିକୋଲ୍ସ ୭୪ ରନ ସଂଗ୍ରହ କରିଥିଲେ। ଏହାପରେ ୭୭ ବଲରୁ ୪ ଚୌକା ସହ ୫୫ରନର ଅର୍ଦ୍ଧଶତକୀୟ ପାଳି ଖେଳି ନିକୋଲ୍ସ ଆଉଟ ହୋଇଥିଲେ। ଲାଇନ୍‌ମିସ୍‌ କରି ନିକୋଲ୍ସ ପ୍ଲଙ୍କେଟଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଅଭିଜ୍ଞ ରସ୍‌ ଟେଲର ଫାଇନାଲରେ କିନ୍ତୁ ବିଫଳ ହୋଇଥିଲେ। ୩୧ଟି ବଲ୍‌ ଖେଳି ମାତ୍ର ୧୫ ରନ କରିଥିବା ବେଳେ ସେ ମାର୍କ ଉଡ୍‌ଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ଜେମ୍ସ ନିଶାମ ୨୫ଟି ବଲ ଖେଳି ୩ ଚୌକା ସହ ୧୯ ରନ କରିଥିବା ବେଳେ ମିଡ୍‌ଅନ୍‌ ଉପରେ ବଡ଼ ଶଟ୍‌ ଖେଳିବାକୁ ପ୍ରୟାସ କରି ଜୋ ରୁଟ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ଲଙ୍କେଟଙ୍କ ତୃତୀୟ ଶିକାର ହୋଇଥିଲେ। କଲିନ୍‌ ଡି ଗ୍ରାଣ୍ଡହୋମ ମନ୍ଥର ବ୍ୟାଟିଂ କରି ୨୮ ବଲରୁ ୧୬ ରନ କରିଥିବା ବେଳେ ଓ୍ବକ୍ସଙ୍କ ବଲ୍‌ରେ ମିଡ୍‌ଅନ୍‌କୁ ଜୋରଦାର ଶଟ୍‌ ଖେଳିଥିଲେ। ତେବେ ବଲ୍‌ ବ୍ୟାଟ୍‌ର ଏଜ୍‌ ନେଇ ମିଡ୍‌ ଅଫ୍‌ ଅଞ୍ଚଳକୁ ଯାଇଥିଲା ଓ ବଦଳ ଖେଳାଳି ଜେମ୍ସ ଭିନ୍ସ ସହଜ କ୍ୟାଚ ନେଇ ତାଙ୍କୁ ପ୍ୟାଭିଲିୟନ ଫେରାଇଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍‌ ଲଥାମ ୨ ଚୌକା ଓ ୧ ଛକା ସହ ୫୬ ବଲରୁ ୪୭ ରନ କରିଥିବା ବେଳେ ଓ୍ବକ୍ସଙ୍କ ଏକ ଅଫ୍‌ ଷ୍ଟମ୍ପ ବାହାରର ସ୍ଲୋ ଫୁଲ ଲେନ୍ଥ ବଲ୍‌କୁ ମିଡ ଅଫ୍‌ ଉପର ଦେଇ ମାରିବାକୁ ଚେଷ୍ଟା କରିଥିଲେ। ବଲ୍‌ କିନ୍ତୁ ବ୍ୟାଟ୍‌ର ନିମ୍ନରେ ବାଜିଥିଲା ଓ ଭିନ୍ସ ତାଙ୍କ କ୍ୟାଚ ନେଇଥିଲେ। ଷଷ୍ଠ ଉଇକେଟରେ ଲଥାମ ଓ ଗ୍ରାଣ୍ଡହୋମ୍‌ ଗୁରୁତ୍ୱପୂର୍ଣ୍ଣ ୪୬ ରନ ସଂଗ୍ରହ କରିଥିଲେ। ଏକଦା ଗୋଟିଏ ଉଇକେଟ ହରାଇ ନ୍ୟୁଜିଲାଣ୍ଡ ୧୦୩ ରନ ସଂଗ୍ରହ କରି ଦୃଢ ସ୍ଥିତିରେ ରହିଥିଲା। ତେବେ ନିୟମିତ ଉଇକେଟ ହରାଇ ଦଳ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଇଂଲଣ୍ଡ ବୋଲରମାନେ ଭଲ ବୋଲିଂ କରିଥିଲେ ମଧ୍ୟ ଫାଇନାଲ ଭଳି ନିର୍ଣ୍ଣାୟକ ମ୍ୟାଚ୍‌ରେ ଅତିରିକ୍ତ ୩୦ ରନ ବ୍ୟୟ କରିଥିଲେ। ବୋଲିଂରେ ଓ୍ବକ୍ସ ଓ ପ୍ଲଙ୍କେଟ ୩ଟି ଲେଖାଏ, ଆର୍ଚର ଓ ଉଡ୍‌ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?