ଲକ୍‌ଡାଉନ୍‌ର ପ୍ରଭାବ: ହଷ୍ଟେଲ୍‌ରୁ ଚାଲି ଚାଲି ଘରକୁ ବାହାରିଲେ ଛାତ୍ରୀଛାତ୍ର

ରାୟଗଡ଼ା ଅଫିସ,୨୫ା୩ : ମହାମାରୀ କରୋନା ସଂକ୍ରମଣକୁ ଦୃଢ଼ ହସ୍ତରେ ଦମନ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ସମଗ୍ର ଭାରତକୁ ଲକ୍‌ଡାଉନ୍‌ ଘୋଷଣା କରିଥିବାବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ସାରା ଓଡ଼ିଶାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲାର ସମସ୍ତ ହଷ୍ଟେଲରେ ଥିବା ଛାତ୍ରୀଛାତ୍ରଙ୍କୁ ପ୍ରଶାସନ ପକ୍ଷରୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଏଥିପାଇଁ ସେମାନଙ୍କ ଅଭିଭାବକମାନଙ୍କୁ ନିଜେ ଗାଡ଼ି ବ୍ୟବସ୍ଥା କରି ପିଲାଙ୍କୁ ନେବାକୁ କୁହାଯାଇଛି। ହେଲେ ଯାନବାହନ ଚଳାଚଳ ବନ୍ଦ ରହିଥିବା ଯୋଗୁ ଅଭିଭାବକମାନେ ଗାଡ଼ି ବ୍ୟବସ୍ଥା କରିବାରେ ଅସୁବିଧା ହେଉଛି। ଯଦ୍ଦ୍ବାରା ଛାତ୍ରୀଛାତ୍ରମାନେ ଚାଲି ଚାଲି ଘରକୁ ଯାଉଥିବା ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଜିଲାର ପିତାମହଲ, ଥେରୁବାଲି, କଲ୍ୟାଣସିଂହପୁର, ମୁକୁନ୍ଦପୁରସ୍ଥିତ ଆଶ୍ରମ ବିଦ୍ୟାଳୟ, ସିରିଗୁଡ଼ାସ୍ଥିତ ଏକଲବ୍ୟ ସ୍କୁଲ, ପେଣ୍ଟା ହାଇସ୍କୁଲ ଆଦିର ୨୫ରୁ ଊର୍ଦ୍ଧ୍ୱ ପିଲା ନିଜ ଘରକୁ ଯିବା ପାଇଁ ସକାଳେ ବାହାରିଥିଲେ। ଆଇଟିଡିଏ ପକ୍ଷରୁ ୨ ବ୍ୟାଚ୍‌ ପିଲାଙ୍କୁ ୨ ଅଟୋରେ ସେମାନଙ୍କ ଘରକୁ ପଠାଯାଇଥିବାବେଳେ ବଳକା ପିଲାମାନେ ଗାଡ଼ି ନ ଥିବାରୁ କିଏ ହଷ୍ଟେଲ୍‌ରୁ ୧୨ କିମି ଦୂର ତ ଆଉ କିଏ ୫ କିମି ଦୂର ଚାଲି ଚାଲି ରାୟଗଡ଼ାକୁ ଆସିଥିଲେ। ହେଲେ ଘରକୁ ଯାଇ ନ ପାରି ସେଠାରେ ଅପେକ୍ଷା କରିଥିଲେ। ଏ ନେଇ ଗଣମାଧ୍ୟମ ପକ୍ଷରୁ ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଟୁକୁ ବାରିକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ସେମାନଙ୍କ ଅଭିଭାବକମାନଙ୍କୁ କୁହାଯାଇଥିଲେ ମଧ୍ୟ ଗାଡ଼ି ବ୍ୟବସ୍ଥା କରିନାହାନ୍ତି। ଜିଲାରେ ବିଭିନ୍ନ ଆଶ୍ରମ ବିଦ୍ୟାଳୟ ହଷ୍ଟେଲ୍‌ରେ ପ୍ରାୟ ୫୦ ହଜାର ୯ଶହ ଛାତ୍ରୀଛାତ୍ରୀ ଥିବାବେଳେ ସକାଳେ ପ୍ରାୟ ୧୨ ହଜାରୁ ଊର୍ଦ୍ଧ୍ୱ ପିଲା ଘରକୁ ଫେରିଛନ୍ତି। ଅନ୍ୟ ପିଲାମାନଙ୍କ ଯିବା ବ୍ୟବସ୍ଥା ମଧ୍ୟ କରାଯିବ। ବାରିକ ଏ ନେଇ ରାୟଗଡ଼ା ଏସ୍‌ପିଙ୍କ ସହ ଯୋଗାଯୋଗ କରିଥିବାବେଳେ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ପିଲାଙ୍କୁ ଚିଠି କରି ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯଦ୍ଦ୍ବାରା ସେମାନେ ଆଶ୍ରମ ବିଦ୍ୟାଳୟ ପିଲା ବୋଲି ପରିଚୟ ଦେଇ ଗାଡ଼ିରେ ଘରକୁ ଯାଇପାରିବେ। ଏବେ ପିଲାଙ୍କୁ ଆଇଟିଡିଏ କାର୍ଯ୍ୟାଳୟରେ ରଖାଯାଇଥିବାବେଳେ ସନ୍ଧ୍ୟା ସୁଦ୍ଧା ଘରକୁ ପଠାଇବା ବ୍ୟବସ୍ଥା କରାଯିବ ବୋଲି ବାରିକ କହିଛନ୍ତି। ଯଦି କୌଣସି ସମସ୍ୟା ହୁଏ, ତେବେ ସେମାନଙ୍କୁ ସୁରକ୍ଷିତ ଭାବେ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri