Posted inଫୁରସତ

ରେଷ୍ଟୁରାଣ୍ଟରେ ଦିଆଯାଏ ଟଏଲେଟ ପାଣି

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀ ବିଭିନ୍ନ ପନ୍ଥା ଆପଣେଇଥାଆନ୍ତି। ତନ୍ମଧ୍ୟରୁ କିଛି ହୋଇଥାଏ ବେଶ୍‌ ଅଜବ। ଯେମିତିକି ବେଲ୍‌ଜିୟମ, କୁନେରେ ଥିବା ଏକ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ପିଇବାକୁ ଦିଆଯାଏ ଟଏଲେଟ ପାଣି। ଉକ୍ତ ରେଷ୍ଟୁରାଣ୍ଟର ନାମ ହେଉଛି ‘ଗଟ୍ସ ୟୁକ୍ସ’। ଏଠାକୁ ଆସୁଥିବା ଗ୍ରାହକଙ୍କୁ ଟଏଲେଟ ପାଣି ସହ ସିଙ୍କ ପାଣି ପିଇବାକୁ ଦିଆଯାଏ। ଏହା ଶୁଣି ଆଶ୍ଚର୍ଯ୍ୟ ସହ ଘୃଣା ବି ଲାଗୁଥିବ। ତେବେ ଏହି ଅପରିଷ୍କାର ପାଣିକୁ ଏଠାରେ ରିସାଇକେଲ କରି ତାକୁ ବିଶୁଦ୍ଧ କରି ଗ୍ରାହକଙ୍କୁ ଦିଆଯାଇଥାଏ। ସେଥିପାଇଁ ଉକ୍ତ ରେଷ୍ଟୁରାଣ୍ଟରେ ଏକ ନୂଆ ଟେକ୍ନୋଲୋଜିର ଓ୍ବାଟର ପ୍ୟୁରିଫାୟର୍‌ ଲଗାଯାଇଛି। ଉକ୍ତ ପ୍ୟୁରିଫାୟର ନାଳ ପାଣିକୁ ବି ବିଶୁଦ୍ଧ ପାନୀୟ ଜଳରେ ରୂପାନ୍ତରିତ କରିପାରେ। ତେବେ ଖାସ୍‌ କଥା ହେଲା, ଏହି ପାଣିରେ ମିନେରାଲ୍ସ ବି ରହିଥାଏ। ଗଣମାଧ୍ୟମର ରିପୋର୍ଟ ମୁତାବକ, ଏଠାରେ ନାଳ, ଟଏଲେଟ୍‌ ଓ ସିଙ୍କ ପାଣିକୁ ପ୍ରଥମେ ପ୍ଲାଣ୍ଟ ଫର୍ଟିଲାଇଜରରେ ସଫା କରାଯାଏ। ଏହାପରେ ସେଥିରେ ବର୍ଷାଜଳ ମିଶାଯାଏ। ଆଉ ତା’ପରେ ତାକୁ ପାନୀୟ ଉପଯୋଗୀ କରିବା ପାଇଁ ଓ୍ବାଟର ପ୍ୟୁରିଫାୟରକୁ ପଠାଯାଏ। ଉକ୍ତ ରିସାଇକେଲ୍ଡ ପାଣିକୁ ଆଇସ୍‌ କ୍ୟୁବ୍‌, ବିୟର ଓ କଫି ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?