Posted inଫୁରସତ

ଓଟଙ୍କ ଡାକ୍ତରଖାନା

ମଣିଷଙ୍କ ଭଳି ପଶୁଙ୍କ ପାଇଁ ବି ଡାକ୍ତରଖାନା ଅଛି। ତେବେ ଖାସ୍‌କରି ଦୁବାଇରେ ଓଟଙ୍କ ପାଇଁ ନିର୍ମିତ ଡାକ୍ତରଖାନାର କଥା ଟିକେ ଅଲଗା। ଏଠି କେବଳ ଓଟଙ୍କର ଚିକିତ୍ସା କରାଯାଏ। ଡାକ୍ତରଖାନାଟିର ନାମ ହେଉଛି ‘ଦୁବାଇ କ୍ୟାମେଲ ହସ୍ପିଟାଲ’। ଏ ହେଉଛି ପୃଥିବୀର ଏହିଭଳି ଏକମାତ୍ର ଡାକ୍ତରଖାନା। ଏଠାରେ ବହୁ ଆଧୁନିକ ପଦ୍ଧତି ବ୍ୟବହାର କରାଯାଇଛି। ତେଣୁ ଏହାକୁ ନିର୍ମାଣ କରିବା ଲାଗି ୭୧ କୋଟି ଖର୍ଚ୍ଚ ହୋଇଥିଲା। ଏହା ଏବେ ସାରା ପୃଥିବୀରେ ଚର୍ଚ୍ଚିତ। ଏଠାରେ ଓମାନ୍‌ରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସଂଯୁକ୍ତ ଆରବ ଏମିରେଟ୍‌ର ଓଟଙ୍କ ଚିକିତ୍ସା କରାଯାଏ। ଏଠାରେ ପ୍ରାୟତଃ ଓଟଙ୍କ ମାରାଥନ୍‌ରେ ଅଂଶଗ୍ରହଣ କରି ହାଡ଼ଭଙ୍ଗା ଓ କ୍ଷତବିକ୍ଷତ ହୋଇଥିବା ଓଟଙ୍କୁ ଚିକିତ୍ସା କରାଯାଇଥାଏ। ଅନେକ ସମୟରେ ଏଠାରେ ଅପରେଶନ ଥିଏଟରରେ ଓଟଙ୍କୁ ଓଲଟା ଝୁଲାଇ ଚିକିତ୍ସା କରାଯାଇଥାଏ। ହସ୍ପିଟାଲରେ ମୋଟ ୬୫ ଜଣ ମେଡିକାଲ ଷ୍ଟାଫ୍‌ ଅଛନ୍ତି। ଏଠି ବିଦେଶୀ ବିଶେଷଜ୍ଞଙ୍କ ଟିମ୍‌ ବି ଅଛନ୍ତି ଓ ଗୋଟିଏ ଥରରେ ୨୨ଟି ଓଟଙ୍କ ଚିକିତ୍ସା କରାଯାଇପାରେ। ତେବେ ଓଟଙ୍କ ଚିକିତ୍ସା ଖର୍ଚ୍ଚ ଏଠାରେ ବହୁତ ଅଧିକ। କେବଳ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ୮ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହୁଏ। ଏଠାରେ ଏକ ୫ ମିଟର ଉଚ୍ଚର ଏଣ୍ଡୋସ୍କୋପି ମେଶିନ ବି ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?