ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନ: ସେବାରେ ଆସୁନି ଦେୟମୁକ୍ତ ଶୌଚାଳୟ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ପ୍ରତିଦିନ ଭୁବନେଶ୍ୱରର ରେଲଓ୍ବେ ଷ୍ଟେଶନକୁ ହଜାରରୁ ଊର୍ଦ୍ଧ୍ୱ ଯାତ୍ରୀ ଯିବା ଆସିବା କରୁଛନ୍ତି। ହେଲେ ଆବଶ୍ୟକ ପରିମାଣର ଶୌଚାଳୟ ନଥିବାରୁ ଲୋକେ ହଇରାଣ ହେଉଛନ୍ତି। ଏପରିକି ଏଠାରେ କେତେକ ଶୌଚାଳୟ ଦେୟମୁକ୍ତ ଥିଲେ ମଧ୍ୟ କୌଣସି ସୂଚନା ଫଳକ ନ ଥିବାରୁ ଲୋକେ ଜାଣି ନ ପାରି ଖୋଲାରେ ପରିସ୍ରା କରୁଛନ୍ତି। ଫଳରେ ପରିସ୍ରା ଗନ୍ଧରେ ନାକ ଫାଟି ପଡ଼ୁଛି। ଏ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରେଲଓ୍ବେ ପକ୍ଷରୁ ଖୋଲାରେ ପରିସ୍ରା କରୁଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରାଯିବା ନେଇ ନିୟମ ଥିଲେ ବି ଏହା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ୨୦୧୭ରୁ ୩ଟି ବିଭାଗ ଆର୍‌ପିଏଫ, ଷ୍ଟେଶନ ହେଲ୍‌ଥ ଇନସ୍ପେକ୍ଟର ଓ ଟିକେଟ ଚେକିଂକୁ ଦାୟିତ୍ୱ ବଣ୍ଟାଯାଇଛି। ସେହି ବର୍ଷ ଅକ୍ଟୋବରରୁ ଡିସେମ୍ବର ସୁଦ୍ଧା ଆରପିଏଫ ୪୫୯ଟି ମାମଲାରେ ୪୯ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା। ୨୦୧୮ରେ ବର୍ଷକ ଭିତରେ ୨,୩୪୭ଟି ମାମଲାରେ ୨,୪୦,୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଚଳିତ ବର୍ଷ ଜୁଲାଇ ସୁଦ୍ଧା ୪୫୯ ବ୍ୟକ୍ତିଙ୍କଠାରୁ ୪୫,୯୦୦ ଟଙ୍କା ଆଦାୟ କରାଯାଇଛି। ସିଏଚଆଇ(ହେଲ୍ଥ ଇନସ୍ପେକ୍ଟର) ମାତ୍ର ୩ଟି ଜରିମାନାରୁ ୩୦୦ଟଙ୍କା ଆଦାୟ କରିଛନ୍ତି। ଟିକେଟ୍‌ ଚେକିଂ ବିଭାଗ ପକ୍ଷରୁ ୨୦୧୮-୧୯ରେ ୮୭୪ ଟି ମାମଲାରେ ୮୭,୪୦୦ ଟଙ୍କା ଆଦାୟ କରାଯାଇଛି। ୨୦୧୯-୨୦ରେ ୪୦ ଟି ମାମଲାରେ ୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଜରିମାନା ଆଦାୟ କରାଯାଉଥିଲେ ବି ଖୋଲାରେ ପରିସ୍ରା କରିବା ଲୋକଙ୍କ ସଂଖ୍ୟା କମୁନାହଁି। ଷ୍ଟେଶନ ଭିତରେ ପ୍ଲାଟଫର୍ମ ନଂ.୧ରେ ଦୁଇପଟର ଶେଷ ଆଡକୁ ଦୁଇଟି ଦେୟଯୁକ୍ତ ଶୌଚାଳୟ ରହିଛି ଓ ପ୍ଲାଟଫର୍ମ ନଂ.୬ରେ ଗୋଟିଏ ଦେୟଯୁକ୍ତ ଶୌଚାଳୟ ରହିଛି। ଅନ୍ୟ ଶୌଚାଳୟ ସବୁ ପ୍ରତୀକ୍ଷାଳୟରେ ଅଛି। ଷ୍ଟେଶନ ଭିତରେ ଥିବା ଦେୟମୁକ୍ତ ଶୌଚାଳୟ ସମ୍ପର୍କରେ କୌଣସି ସୂଚନା ବା ଫଳକ ଲଗାଯାଇ ନ ଥିବାରୁ ଲୋକେ ଜାଣିପାରୁନାହାନ୍ତି। ଷ୍ଟେଶନକୁ ଟିକେଟ କରି ଆସିଥିବା ସମସ୍ତ ଯାତ୍ରୀ ପ୍ରତୀକ୍ଷାଳୟରେ ଥିବା ଶୌଚାଳୟକୁ ବ୍ୟବହାର କରିପାରିବେ ବୋଲି ରେଲଓ୍ବେ ପକ୍ଷରୁ ଜଣାପଡିଛି। କିନ୍ତୁ ଏ ସମ୍ପର୍କରେ ଯାତ୍ରୀମାନେ ଅବଗତ ନାହାନ୍ତି। ଏ ନେଇ ଷ୍ଟେଶନ କର୍ତ୍ତୃପକ୍ଷ କହିଛନ୍ତି, ଯାତ୍ରୀମାନେ ସ୍ବଚ୍ଛତା ଜ୍ଞାନ ରଖୁ ନ ଥିବାରୁ ପଦାରେ ପରିସ୍ରା କରୁଛନ୍ତି। ଆଗକୁ ସବୁ ପ୍ଲାଟଫର୍ମରେ ଶୌଚାଳୟ ତିଆରି ପାଇଁ ପ୍ରସ୍ତାବ ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?