ରେକର୍ଡ କଲେ ଶିଳ୍ପୀ ସତ୍ୟ: ୧୨ ଘଣ୍ଟାରେ ନିର୍ମାଣ କଲେ ୧.୫ ଇଞ୍ଚ ଉଚ୍ଚତା ରଥ

ବ୍ରହ୍ମପୁର ଅଫିସ,୧୧ା୭-ନିଜ ରେକର୍ଡକୁ ପୁଣି ଭାଙ୍ଗିଲେ ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା। ସତ୍ୟ ଶ୍ରୀଗୁଣ୍ଡିଚା ଅବସରରେ ୨.୫ ଇଞ୍ଚ ଉଚ୍ଚତା, ୨ ଇଞ୍ଚ ଓସାରର ବିଶ୍ୱର ସବୁଠାରୁ କ୍ଷୁଦ୍ର ରଥ ନିର୍ମାଣ କରି ରେକର୍ଡ ସୃଷ୍ଟି କରିଥିଲେ। ଏବେ ତିନିଠାକୁରଙ୍କ ବାହୁଡାଯାତ୍ରାରେ ପୁଣି ନିଜ ରେକର୍ଡ ଭାଙ୍ଗିଛନ୍ତି। କାଠରେ ୧୨ ଘଣ୍ଟାରେ ୧.୫(ଦେଢ ଇଞ୍ଚ) ଇଞ୍ଚ ଉଚ୍ଚତା ୧ ଇଞ୍ଚ ଓସାରର ଜଗନ୍ନାଥଙ୍କ ଅବିକଳ ନନ୍ଦିଘୋଷ ଆକୃତିର ରଥ ନିର୍ମାଣ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଥମ ଦିନରେ ହିଁ ଏହି ରଥ ୱାଲ୍ଡ ରେକର୍ଡ ଅଫ ଇଣ୍ଡିଆରେ ସ୍ଥାନୀତ ହୋଇଥିବା ସେ କହିଛନ୍ତି।
ଚଳିତ ଶ୍ରୀଗୁଣ୍ଡିଚାରେ ୨.୫ ଇଞ୍ଚ ଉଚ୍ଚତା ଓ ୨ ଇଞ୍ଚ ଓସାରର ବିଶ୍ୱର ସବୁଠାରୁ କ୍ଷୁଦ୍ର ରଥ ତିଆରି କରି ବିଶ୍ୱସ୍ତରରେ ନୂତନ ରେକର୍ଡ ସୃଷ୍ଟି କରିଥିଲେ। ଏହାର ମାତ୍ର ୯ ଦିନରେ ପୁଣି ରେକର୍ଡ ଭାଙ୍ଗିଛନ୍ତି। ମାତ୍ର ୧୨ ଘଣ୍ଟା ମଧ୍ୟରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ କରିଛନ୍ତି। କାଠରେ ମାତ୍ର ଦେଢ ଇଞ୍ଚ ଉଚ୍ଚତା ଓ ୧ ଇଞ୍ଚ ଓସାରର ଜଗନ୍ନାଥଙ୍କ ନନ୍ଦିଘୋଷ ଆକୃତିର ରଥ ନିର୍ମାଣ କରିଛନ୍ତି। ଯେଉଁଥିରେ ୪ ଏମଏମ ଉଚ୍ଚତାର ୧୬ ଚକ ରହିଥିବା ବେଳେ ଦଧିନଉତିର ଉଚ୍ଚତା ରହିଛି ମାତ୍ର ୩ ଏମ୍‌ଏମ୍‌। ଏହାବ୍ୟତୀତ ପତିତପାବନ ବାନାର ଉଚ୍ଚତା ୧ ଏମ୍‌ଏମ୍‌, ଜଗନ୍ନାଥ ମୂର୍ତ୍ତିର ଉଚ୍ଚତା ରହିଛି ମାତ୍ର ୬ ଏମ୍‌ଏମ୍‌। ଏଥିସହ ରଥରେ ୪ ଘୋଟା, ୨ ଓଲଟ ଶୁଆ ଖଞ୍ଜାଯାଇଛି। ଏହି ରଥ ପ୍ରଥମ ଦିନରେ ୱାଲ୍ଡ ରେକର୍ଡ ଅଫ ଇଣ୍ଡିଆରେ ସ୍ଥାନୀତ ହୋଇଥିବା ବେଳେ ଆଗକୁ ଅନ୍ୟ ରେକର୍ଡରେ ମଧ୍ୟରେ ସ୍ଥାନୀତ ହେବ ବୋଲି ସତ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

‘ମୁଖ୍ୟମନ୍ତ୍ରୀ ବସ୍‌’ ଅଟକାଇ ଚାଳକଙ୍କୁ ଠେଙ୍ଗା ଦେଖାଇ ଧମକ: ଭିଡିଓ ଭାଇରାଲ୍‌ ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପ୍ରତାପଗିରି ଗ୍ରାମରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ (MBS) ଯୋଜନାରେ ଚାଲୁଥିବା ଏକ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri