ରୁକୁଣା ରଥଯାତ୍ରା: ଗଡ଼ିବନି ରଥ, କେବଳ ହେବ ନୀତି : ନିଷ୍ପତ୍ତି ଶୁଣାଇଲା ପ୍ରଶାସନ, ଲିଖିତ ଦେଲେନି

ପୁରୁଣା ଭୁବନେଶ୍ୱର, ୩୧ା୩ (ଡି.ଏନ୍‌.ଏ.) – ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଚଳିତ ବର୍ଷ ଏବେବି ଅନିଶ୍ଚିତତା ମଧ୍ୟରେ ରହିଛି। କରୋନା କଟକଣା ଓ ଲକ୍‌ଡାଉନ୍‌ ପାଇଁ ପ୍ରଶାସନ କୌଣସି ପରିସ୍ଥିତିରେ ରଥଯାତ୍ରା ପାଇଁ ରାଜି ହେଉ ନ ଥିବାବେଳେ ସେବାୟତମାନେ ପରମ୍ପରା ବଜାୟ ରଖିବା ପାଇଁ ପ୍ରୟାସ ଚଳାଇଛନ୍ତି। ସୋମବାର ୪ ନିଯୋଗ ପ୍ରମୁକଙ୍କ ସହ ପ୍ରଶାସନର ଆଲୋଚନାରୁ ମଧ୍ୟ କୌଣସି ନିଷ୍କର୍ଷ ବାହାରିପାରିନି। ଅପରାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ନ କରିବାକୁ ପ୍ରଶାସନ କହିବା ସହ କେତେକ ପ୍ରସ୍ତାବ ରଖାଯାଇଥିଲା। ରଥ କୌଣସି ପ୍ରକାର ଗଡ଼ିପାରିବ ନାହିଁ। କେବଳ ନୀତି ସମ୍ପାଦନ କରାଯାଇ ରଥ ଉପରକୁ ଠାକୁରଙ୍କୁ ନିଆଯାଇ ପାରିବ। ହେଲେ ରଥଯାତ୍ରା ପାଇଁ ପୋଲିସ ଯୋଗାଇ ଦିଆଯାଇ ପାରିବ ନାହିଁ ବୋଲି କୁହାଯିବାରୁ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ହେଲେ ରଥଯାତ୍ରା ବନ୍ଦ ନେଇ ପ୍ରଶାସନ କୌଣସି ଲିଖିତ ନ ଦେବାରୁ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ମଙ୍ଗଳବାର ରଥ ପ୍ରତିଷ୍ଠା। ପରେ ଅନ୍ୟ ସମସ୍ତ ନୀତି ହେବ ବୋଲି ପୂଜାପଣ୍ଡା ନିଯୋଗ ସେବାୟତ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି। ସେ କହିଛନ୍ତି, ଯଦି ବିଧାନସଭା ବସି ପାରୁଛି, ତେବେ ଯୁଗ ଯୁଗ ଧରି ଚାଲି ଆସିଥିବା ରୁକୁଣା ରଥ ପରମ୍ପରାକୁ କାହିଁକି ସରକାର ବନ୍ଦ କରିବାକୁ ଚାହୁଁଛନ୍ତି। ଏହାର ଜବାବ ଦିଆଯିବ। ପରବର୍ତ୍ତୀ ସମୟରେ ଦିଅଁଙ୍କ ନୀତିରେ ଅସହଯୋଗ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ମନ୍ଦିର କାର୍ଯ୍ୟନିର୍ବାହୀଙ୍କୁ ସୋମବାର ଏକ ଦାବିପତ୍ର ଦିଆଯାଇଛି। ଠାକୁରଙ୍କ ପରମ୍ପରା ବଜାୟ ରଖିବାକୁ ବିଧି ମୁତାବକ ରଥଯାତ୍ରା କରିବାକୁ ମଞ୍ଚ ଅଧ୍ୟକ୍ଷ ଭୀଷ୍ମ ନାରାୟଣ ନାୟକ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri