ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ଖୁଡ଼ୀ ସହ ସମ୍ପର୍କରୁ କରାଯାଇଥିଲା ହତ୍ୟା

ଅନୁଗୋଳ ଅଫିସ, ୧୬।୧୧ – ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ତ୍ରିପୁର ନାଏକ(୧୯)ଙ୍କ ମୃତଦେହ ଗତ ୮ ତାରିଖରେ ସାକସିଂହା-ଘୁଞ୍ଚାପାଳ ରାସ୍ତା ପାର୍ଶ୍ୱରୁ ଉଦ୍ଧାର ଘଟଣା ଏକ ହତ୍ୟାକାଣ୍ଡ। ଖୁଡୀଙ୍କ ସହ ସମ୍ପର୍କ ରକ୍ଷା କାରଣରୁ ଦାଦା ନବ ଓରଫ ନବୀନା ନାଏକ(୩୧) ଓ ଘୁଞ୍ଚାପାଳ ଗ୍ରାମର ପିଉସା କ୍ଷେତୁ ଓରଫ କ୍ଷେତ୍ରବାସୀ ନାଏକ(୩୫) ତ୍ରିପୁରଙ୍କୁ ହତ୍ୟା କରିଥିବା ଶୁକ୍ରବାର ଅନୁଗୋଳ ପୋଲିସ ପ୍ରକାଶ କରିଛି। ମାମଲା ନଂ. ୯୩୫/୧୯ରେ ଉଭୟଙ୍କୁ ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି ବୋଲି ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି।
ଥାନା ଅଧିକାରୀ କହିଛନ୍ତି, ଗତ ୮ ତାରିଖରେ ତ୍ରିପୁରଙ୍କ ମୃତଦେହ ମିଳିବା ପରେ ତାଙ୍କ ବାପା ତ୍ରିଲୋଚନ ନାଏକ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ଏପରି କି ତାଙ୍କ ଭାଇ ତଥା ତ୍ରିପୁରଙ୍କ ଦାଦା ନବଙ୍କ ଉପରେ ସନ୍ଦେହ ବ୍ୟକ୍ତ କରିଥିଲେ। ଫଳରେ ଘଟଣାର ତଦନ୍ତ କରୁଥିବା ଏସ୍‌ଆଇ ପ୍ରକାଶ ଚନ୍ଦ୍ର ମାଝି ନବଙ୍କୁ ଥାନାକୁ ଆଣି ମାରାଥନ ଜେରା କରିଥିଲେ। ଏହି ସମୟରେ ପୁତୁରାଙ୍କୁ ସେ ଓ କ୍ଷେତୁ ମିଶି ହତ୍ୟା କରିଥିବା ନବ ସ୍ବୀକାର କରିଥିଲେ। ନବ ୮ ବର୍ଷ ପୂର୍ବରୁ ବିବାହ କରିଥିଲେ। ଦ୍ୱିତୀୟ ସନ୍ତାନ ପ୍ରସବ ବେଳେ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହାର ୪ ବର୍ଷ ପରେ ଅର୍ଥାତ ଗତ ୬ ମାସ ପୂର୍ବରୁ ନବ ତାଙ୍କ ଶାଳୀଙ୍କୁ ବିବାହ କରିଥିଲେ। କିଛିଦିନ ରାଜ୍ୟ ବାହାରେ ରଖିବା ପରେ ନବ ସ୍ତ୍ରୀଙ୍କୁ ଘରେ ଛାଡ଼ିଥିଲେ। ଏହି ସମୟରେ ପୁତୁରା ତ୍ରିପୁର ତାଙ୍କ ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଏଥିରୁ ନିବୃତ୍ତ ରହିବାକୁ ବାରମ୍ବାର କହିବା ପରେ ବି ପୁତୁରା ନ ମାନିବାରୁ ଶେଷରେ ନବ ତାଙ୍କୁ ରାସ୍ତାରୁ ହଟାଇଦେବାକୁ କ୍ଷେତୁଙ୍କ ସହଯୋଗ ନେଇଥିଲେ। ଗତ ୪ ତାରିଖରେ ତ୍ରିପୁର ଗାଡ଼ିରେ ଡିକି ଲଗାଇବା ପାଇଁ ଅନୁଗୋଳ ଆସିଥିବା ବେଳେ ନବ ତାଙ୍କୁ ବୁଝାଇବା ଆଳରେ ଡାକିନେଇଥିଲେ। ଅନୁଗୋଳ ବସ୍‌ଷ୍ଟାଣ୍ଡରେ ଥିବା ମଦ ଦୋକାନରୁ ମଦ କିଣିବା ପରେ ଉଭୟ ରାଣୀଗୋଡ଼ା ଦେଇ କୁରୁଡ଼ୁଲୁ ରେଲୱେ ଓଭରବ୍ରିଜ ତଳେ ବାହାରିଥିଲେ। ସେଠାରେ କ୍ଷେତୁ ସେମାନଙ୍କ ଗାଡ଼ିରେ ବସି ସାକସିଂହା-ଘୁଞ୍ଚାପାଳ ଯାଇଥିଲେ। ସେଠାରେ ୩ ଜଣ ବସି ମଦ ପିଇ ସାରିବା ପରେ ଦାଦା ଓ ପିଉସା ତ୍ରିପୁରଙ୍କୁ ବୁଝାଶୁଝା କରିଥିଲେ। କିନ୍ତୁ ତ୍ରିପୁର କଥା ନ ଶୁଣିବାରୁ ଶେଷରେ ତାଙ୍କୁ ହତ୍ୟା କରି ବୁଦା ମୂଳେ ପକାଇ ଦୁହେଁ ପଳାଇ ଆସିଥିଲେ। ତ୍ରିପୁରଙ୍କ ବାଇକ୍‌ ସେମାନେ ଅନୁଗୋଳ ବସ୍‌ଷ୍ଟାଣ୍ଡରେ ରଖିଦେଇଥିଲେ ବୋଲି ପୋଲିସ ପ୍ରକାଶ କରିଛି। ଏସ୍‌ଆଇ ଅରକ୍ଷିତ ସେଠୀ, ବିପ୍ଳବ ସାହୁ ଓ ଅନ୍ୟମାନେ ଏସ୍‌ଆଇ ମାଝିଙ୍କୁ ତଦନ୍ତରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri