ରାସ୍ତାରେ ଯୁବକଙ୍କୁ ଗଳାକାଟି ହତ୍ୟା

ପୁରୀ ଅଫିସ,୧୪ା୫: ପୁରୀ ସଦର ଥାନା ଅନ୍ତର୍ଗତ ଶାସନ ଦାମୋଦରପୁର ପଞ୍ଚାୟତ ହାଟସାହି ନିକଟରେ ଜଣେ ଯୁବକଙ୍କୁ ଗଳା କାଟି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଦୁର୍ବୃତ୍ତ ରାସ୍ତାରେ ଭୁଜାଲିରେ ହାଣି ହତ୍ୟା କରି ଫେରାର ହୋଇଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ସୁରାକ୍‌ ପାଇପାରିନାହିଁ। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ପୁରୀ ମାର୍କଣ୍ଡେଶ୍ୱର ସାହି ରାଧାଗୋବିନ୍ଦ ଲେନ୍‌ର ପ୍ରକାଶ ସାହୁ (୨୮)। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ବିଭିନ୍ନ ଦିଗକୁ ନେଇ ପୋଲିସ ଏବଂ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।
ବୁଧବାର ଅପରାହ୍ନ ପ୍ରାୟ ୨ଟାରେ ଶାସନ ଦାମୋଦରପୁର -ହାଟସାହି ରାସ୍ତାର ହାଟସାହି ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଆଖପାଖ ଲୋକ ଘଟଣାସ୍ଥଳରେ ରୁଣ୍ଡ ହେବା ସହ ସଦର ଥାନା ପୋଲିସକୁ ଖବର ଦେଇଥିଲେ। ସଦର ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଡୁ, ଥାନା ଆଇଆଇସି ଏସ୍‌. ମହାନ୍ତି ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସନ୍ଧାନୀ କୁକୁର ସହ ପହଞ୍ଚତ୍ଥିଲେ। ସେମାନେ ଘଟଣାସ୍ଥଳରେ ଛାନ୍‌ଭିନ କରିଥିଲେ। ଯୁବକଙ୍କ ବେକକୁ ଅତି ବୀଭତ୍ସ ଭାବେ କାଟିଦିଆଯାଇଥିଲା। ଫଳରେ ତାଙ୍କ ଶରୀର ରକ୍ତରେ ଜୁଡ଼ୁବୁଡ଼ୁ ହୋଇଯାଇଥିଲା। ହତ୍ୟାରେ ବ୍ୟବହୃତ ଭୁଜାଲି ଏବଂ ରାସ୍ତାକଡ଼ ବାଡ଼ ଉପରେ ଏକ ମାଏଷ୍ଟ୍ରୋ (ନଂ.ଓଡି ୦୨ବି-ଇ ୩୫୫୦) ବାଇକ୍‌ ପଡ଼ିରହିଥିଲା। ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲେ ମଧ୍ୟ କେହି କିଛି ଜାଣି ନ ଥିବା କହିଥିଲେ। ପରେ ପୋଲିସ ଭୁଜାଲି ଓ ଗାଡ଼ିକୁ ଜବତ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲକୁ ପଠାଇଥିଲା। ଏ ସମ୍ପର୍କରେ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି, ହତ୍ୟାର ଶିକାର ହୋଇଛନ୍ତି ମାର୍କଣ୍ଡେଶ୍ୱର ସାହି ରାଧାଗୋବିନ୍ଦ ଲେନ୍‌ର ପ୍ରକାଶ ସାହୁ। କିନ୍ତୁ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ପୋଲିସ ତଦନ୍ତ ଜାରି ରଖିଛି, ଖୁବ୍‌ଶୀଘ୍ର ଘଟଣା ସଂକ୍ରାନ୍ତରେ ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଏବଂ ପୋଲିସ ବିଭିନ୍ନ ଦିଗ ପ୍ରତି ସନ୍ଦେହ କରୁଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଏକାଧିକ ହତ୍ୟାକାଣ୍ଡ ଘଟିଛି। ସରକାରୀ ଜମିରୁ ବାଲି ବିକ୍ରି, ଜମି କିଣାବିକା ଏବଂ ଦାଦାବଟି ଆଦାୟ ହିଁ ହତ୍ୟାକାଣ୍ଡର କାରଣ ହୋଇଥାଏ। ମାତ୍ର ପ୍ରକାଶଙ୍କ ହତ୍ୟା ପଛର କାରଣ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ପୋଲିସ କେବେ ଅଭିଯୁକ୍ତଙ୍କୁ ଧରି କାରଣ ସ୍ପଷ୍ଟ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri