Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୨ ତାରିଖ – Daily Horoscope

ମେଷ
ଆଜି ଭାଗ୍ୟସ୍ଥାନକୁ ଛଅଟି ଗ୍ରହ ପ୍ରଭାବିତ କରୁଥିବାରୁ ଯେଉଁ କାମରେ ହାତ ଦେବେ ସେଥରେ ସଫଳତା ପାଇବା ନିଶ୍ଚିତ। ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରି ନେବାର ପ୍ରଯତ୍ନ କରିବା ଦିଗରେ ସଫଳତା ପାଇପାରିବେ। ମଙ୍ଗଳଙ୍କ ବଳହୀନତା କାରଣରୁ ଶାରିରୀକ କ୍ଳାନ୍ତି ଓ ଅବସାଦ ସ୍ବାସ୍ଥ୍ୟ ପ୍ରତି ପ୍ରତିକୂଳ ପ୍ରଭାବ ସୃଷ୍ଟିକରିବାର ଆଶଙ୍କା ରହିଛି।
ବୃଷ
ବୃଷ
ମୁଖଭାବରେ ଚତୁଃଗ୍ରହଯୋଗ ଆପଣଙ୍କ ପ୍ରଭାବଶାଳୀ ପ୍ରକାଶଭଙ୍ଗୀ ପରିଚାଳନା ଦକ୍ଷତାକୁ ବୃଦ୍ଧି କରିବା ପରିବାରରେ, କର୍ମକ୍ଷେତ୍ରରେ, ସଭାସମିତିରେ ଆପଣ ବହୁ ଚର୍ଚ୍ଚିତ ହୋଇପାରନ୍ତି। ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ କରିବାକୁ ପଡିପାରେ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ।
ମିଥୁନ
ମିଥୁନ
ରାଶିରେ ଏକାଧିକ ଶାରୀରିକ ଓ ମାନସିକ ସ୍ଥିତିକୁ ବିକ୍ଷିପ୍ତ କରାଇପାରନ୍ତି। କିନ୍ତୁ ବିବାଦୀୟ ସ୍ଥିତି, ମାଲିମକଦ୍ଦମା, ସଙ୍ଗଠନ, ପରିଜନସହ ଯାତ୍ରା କ୍ଷେତ୍ରରେ ସଫଳତା ନିଶ୍ଚିତ। ଜମିଜମା କିମ୍ବା ଗୃହ ସମ୍ପର୍କୀୟ ସମସ୍ୟାର ସମାଧାନ ଦିଗରେ ସାହାଯ୍ୟ,ସହଯୋଗର ଅଭାବ ରହିବନାହିଁ। ଶିଳ୍ପ, ବ୍ୟବସାୟ ଓ ପରିବହନରୁ ସନ୍ତୋଷ ଲାଭ କରିପାରନ୍ତି।
କର୍କଟ
କର୍କଟ
ଦ୍ୱାଦଶସ୍ଥ ଗ୍ରହମାନେ ଆପଣଙ୍କୁ କର୍ମମୁଖର କରାଇ ଅବସର ଦେଇ ନ ପାରନ୍ତି। କାର୍ଯ୍ୟବ୍ୟସ୍ତତା କାରଣରୁ ଆପଣଙ୍କ ବ୍ୟବହାରରେ ଋକ୍ଷତା ବନ୍ଧୁଙ୍କ ମନଦୁଃଖର କାରଣ ହୋଇପାରେ। ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କୀୟ କୌଣସି ଦୁଃଶ୍ଚିନ୍ତା ସାୟାହ୍ନେ ଦୂର ହେବ। କୌଣସି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛ।
ସି˚ହ
ସି˚ହ
ଆଜିର ଅନୁକୂଳ ଗ୍ରହସ୍ଥିତିି ଆପଣଙ୍କ ସୁସ୍ଥ ବାତାବରଣ ସୃଷ୍ଟିକରି ବନ୍ଧୁପ୍ରିୟ କରାଇବ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ କରିବା ସକାଶେ ବିଭିନ୍ନ ପ୍ରକାରର ଫନ୍ଦି ଫିକର କରି ସଫଳତା ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରକାଶନ, ପ୍ରଶାସନ ଏଜେନ୍ସି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ।
କନ୍ୟା
ଦଶମସ୍ଥାନରେ ଏକାଧିକଗ୍ରହ ଆପଣଙ୍କ କର୍ମକ୍ଷେତ୍ରକୁ ଚଳଚଂଚଳ କରାଇବେ। ବୃହସ୍ପତିଙ୍କ ଭାଗ୍ୟସ୍ଥାନକୁ ଦୃଷ୍ଟିଫଳରେ ପରିବାର,ବନ୍ଧୁମିଳନ, ସଭାସମିତି, ଆନୁଷ୍ଠାନିକ କାମକୁ ସମ୍ପନ୍ନ କରିବାରେ ସମର୍ଥ ହୋଇପାରନ୍ତି। କିନ୍ତୁ ଚିତ୍ରା ନକ୍ଷତ୍ର କୌଣସି କଥାକୁ ଭଲ ରୂପେ ବିଚାର ନ କରି କାମକଲେ ସମସ୍ୟା ଭିତରକୁ ଟାଣି ହୋଇଯିବେ।
ତୁଳା
ତୁଳା
ପକ୍ଷୀର ଡେଣାପରି ଦୁଇ, ତିନି ଓ ନଅ, ଦଶସ୍ଥାନରେ ଗ୍ରହମାନେ ଆପଣଙ୍କୁ ଧନ, ସମ୍ମାନ, ଉଚ୍ଚ ପଦବୀ ଓ ବିଶିଷ୍ଟ ବନ୍ଧୁମାନଙ୍କ ସଙ୍ଗଲାଭ କରାଇପାରନ୍ତି। କୌଣସି ଜିନିଷ କ୍ରୟ କରିବା ସକାଶେ ଅର୍ଥର ଆବଶ୍ୟକତା ପାଇଁ ଚିଡ଼ା କରିବାକୁ ପଡିବନାହିଁ । ଅବଶ୍ୟ ପରିବାରରେ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବାର ଆଶା ରହିଛି।
ବିଛା
ବିଛା
ଆଜିର ଗ୍ରହସ୍ଥିତି ଆପଣଙ୍କୁ ଭଲମନ୍ଦର ମିଶ୍ରିତଫଳ ପ୍ରଦାନ କରିବ। ଅଷ୍ଟମଭାବସ୍ଥ ଗ୍ରହ ପ୍ରଭାବରେ ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରିବା ଫଳରେ ମନଟା ଭଲ ଲାଗିବ ନାହିଁ। ପାରିବାରିିକ ପ୍ରତିରୋଧ ଆପଣଙ୍କୁ କାମକୁ ଦୀର୍ଘସମୟଧରି ବିଶେଷ ବିଶୃଙ୍ଖଳିତ କରି ରଖିବନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ।
ଧନୁ
ଧନୁ
ସପ୍ତମ କେନ୍ଦ୍ରରେ ଏକାଧିକ ଗ୍ରହ ଯାତ୍ରାରେ ଦ୍ୱନ୍ଦ୍ୱ, ବିବାଦରେ ପରାଜୟ, ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନୀ ଜନିତ ଚିନ୍ତା ସୃଷ୍ଟିକରେ। କର୍ମାଧିପ ଅଷ୍ଟମସ୍ଥାନରେ ଥିବାରୁ ଅପମାନଜନକ ବ୍ୟବହାର ମନରେ ଆଘାତ ସୃଷ୍ଟି କରିବ। କଳା, କ୍ରୀଡା, ସାହିତ୍ୟ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ସମସ୍ୟା ସମାଧାନ କରିପାରିବେ।
ମକର
ମକର
ଷଷ୍ଠ ଓ ଦ୍ୱାଦଶସ୍ଥ ଗ୍ରହ ପ୍ରଭାବରୁ ପରୋକ୍ଷ ଶତ୍ରୁତା,ସ୍ବାସ୍ଥ୍ୟହାନୀ ଓ ଅର୍ଥସଂକଟ ମାନସିକ ସ୍ଥିତିକୁ ବିପନ୍ନ କରିବ। କିନ୍ତୁ ତୃତୀୟଧିପତିଙ୍କ ଶୁଭଦୃଷ୍ଟିରୁ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ। ପାଖ ପଡୋଶୀମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପାରନ୍ତି।
କୁମ୍ଭ
କୁମ୍ଭ
ଆଜିର ଗ୍ରହପ୍ରଭାବରେ ଆପଣ ଯେକୌଣସି କ୍ଷେତ୍ରରେ ଠିକ୍‌ ନିଷ୍ପତି ନେବା କଷ୍ଟକର ହୋଇପାରେ। କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ କରିବାରେ ସମର୍ଥ ହେବେ। ନିଜ ଲୋକମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ। ଆଜି ଏକ ଭିନ୍ନ ପରିସ୍ଥିତିରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ।
ମୀନମୀନ
ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ ଚନ୍ଦ୍ରଙ୍କ ଅଶୁଭତ୍ୱ ଯୋଗୁଁ ମାନସିକ ସୁସ୍ଥତା ରହିନପାରେ। ପରିବାରରେ ସନ୍ତାନ ମାନଙ୍କ ବିଶୃଙ୍ଖଳିତ ଆଚରଣ ସମସ୍ୟାର କାରଣ ହୋଇପାରେ। ବନ୍ଧୁ ମାନଙ୍କ ହସ୍ତକ୍ଷେପ ଫଳରେ ପ୍ରତ୍ୟେକ ଅସୁବିଧାଜନକ ପରିସ୍ଥିତିକୁ ସୁଧାରି ନେବାରେ ସମର୍ଥ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri