ଭୁବନେଶ୍ୱର,୧।୭(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ଏବଂ ହାଇକୋର୍ଟରେ ଚାଲିଥିବା ଓକିଲମାନଙ୍କ ଧର୍ମଘଟକୁ ନେଇ ବିଧାନସଭାରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଲୋକେ ନ୍ୟାୟ ପାଇପାରୁ ନାହାନ୍ତି। ଦୀର୍ଘ ୮ ମାସ ହେବ ପଶ୍ଚିମ ଓଡ଼ିଶାର ଏସ୍ଡିଜେମ୍ କୋର୍ଟରୁ ଆରମ୍ଭକରି ଜିଲା କୋର୍ଟ ପର୍ଯ୍ୟନ୍ତ ସବୁଠାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ତୁରନ୍ତ ସରକାର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଅନ୍ତୁ ଏବଂ ଲୋକଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଉଭୟ ଶାସକ ଏବଂ ବିରୋଧୀ ଦଳର ସଦସ୍ୟମାନେ ଶୂନ୍ୟକାଳରେ ଦାବି ଉଠାଇଥିଲେ। କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ରାଜ୍ୟରେ ଆଇନର ଶାସନ ନାହିଁ। ଲୋକଙ୍କୁ ନ୍ୟାୟ ପ୍ରଦାନ କରାଯାଉ ନାହିଁ। ରାଜ୍ୟରେ ଅରାଜକତା ବ୍ୟାପିଲାଣି। ବର୍ଷ ବର୍ଷ ଧରି ମକଦ୍ଦମା ତଳକୋର୍ଟରୁ ଆରମ୍ଭକରି ହାଇକୋର୍ଟ ଯାଏ ପଡ଼ିରହିଛି। ପିଢ଼ି ପରେ ପିଢ଼ି ମାମଲା ଗଡ଼ି ଚାଲିଛି। ଓକିଲମାନେ ଷ୍ଟ୍ରାଇକ୍ କରୁଛନ୍ତି। ରାଜ୍ୟରେ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଏହା ଉପରେ ବିବୃତି ଦିଅନ୍ତୁ ଏବଂ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ପଦକ୍ଷେପ ନିଅନ୍ତୁ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କର କୌଣସି ଆପତ୍ତି ନାହିଁ ବୋଲି କହୁଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାର କହୁଛନ୍ତି ଯେ, ରାଜ୍ୟ ସରକାର ଆଇନ ଅନୁଯାୟୀ କେନ୍ଦ୍ରକୁ ଚିଠି ଲେଖୁନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଓ ଯଶବନ୍ତ ସିଂହଙ୍କ ରିପୋର୍ଟ ଅନୁଯାୟୀ, ରାଜ୍ୟ ସରକାର କାହିଁକି ଚିଠି ଲେଖୁନାହାନ୍ତି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି। ଲୋକ ଦେଖାଣିଆ ଭାବେ କେବଳ ଚିଠି ଲେଖି ସରକାର ବସିଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଉକ୍ତ ଅଧିବେଶନ କାଳରେ ଯେ କୌଣସି ଦିନ ଗୃହରେ ବିବୃତି ଦିଅନ୍ତୁ ବୋଲି ନରସିଂହ ଦାବି କରିଛନ୍ତି।
କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ନରସିଂହ ଉଠାଇଥିବା ପ୍ରସଙ୍ଗକୁ ସମର୍ଥନକରି କହିଥିଲେ ଯେ, ଦୀର୍ଘ ୮ ମାସ ହେଲା ତଳ କୋର୍ଟରୁ ଜିଲା କୋର୍ଟ ପର୍ଯ୍ୟନ୍ତ ବନ୍ଦ କରିଛି। ଲୋକେ ନ୍ୟାୟ ପାଇପାରୁ ନାହାନ୍ତି। ଶନିବାର ରାଜ୍ୟ ସରକାର ଏ ନେଇ ଏକ କମିଟି ଗଠନ କରିଛନ୍ତି। ଆମେ ଗୃହ ବିଭାଗର ଅତିରିକ୍ତ ସଚିବଙ୍କୁ ଦେଖା କରିଥିଲୁ। ପଶ୍ଚିମ ଓଡ଼ିଶାର ଯେ କୌଣସି ସ୍ଥାନରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ କରିବାରେ ଆମର କିଛି ଆପତ୍ତି ନାହିଁ । ତେବେ ଦକ୍ଷିଣ ଓଡ଼ିଶାର ଜୟପୁରଠାରେ ସ୍ଥାୟୀ ବେଞ୍ଚ ସ୍ଥାପନ କରିବାକୁ ଦାବି କରିଥିଲେ। ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ ହାଇକୋର୍ଟ ବାର ଆସୋସିଶନ ପକ୍ଷରୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ୩ଟି କୋର୍ଟକୁ ବର୍ଜନ କରିଥିବା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, କଲେଜିୟମ୍ ଅନୁଯାୟୀ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଉ। ଓକିଲଙ୍କ ମଧ୍ୟରୁ ବିଚାରପତି ନିଯୁକ୍ତି ହୁଅନ୍ତୁ। ମାତ୍ର ଓଡ଼ିଶାରେ ତାହାର ବ୍ୟତିକ୍ରମ ଦେଖାଦେଉଛି ବୋଲି ଓକିଲମାନେ ଦାବି କରୁଛନ୍ତି। ଏଥିଯୋଗୁ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ତୁରନ୍ତ ଆଇନମନ୍ତ୍ରୀ ଏଥିରେ ହସ୍ତକ୍ଷେକରି ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଦାବି କରିଥିଲେ।
ବିଜେଡି ସଭ୍ୟ ଅନନ୍ତ ଦାସ ଉତ୍ତର ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ କରିବାକୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେଡି ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଓକିଲମାନଙ୍କ କାର୍ଯ୍ୟ ବନ୍ଦ ଯୋଗୁ ରାଜ୍ୟରେ ନ୍ୟାୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି ବୋଲି କହିଥିଲେ। ବିଚାରପତି ଓ ଓକିଲଙ୍କ କଳହ ଯୋଗୁ ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି। ଆମେ ରାଜନୀତି କରୁଛୁ। ଆମକୁ ବିପଦ ଆସିବ ବୋଲି ନ୍ୟାୟାଳୟ ବିଷୟରେ ଆମେ କିଛି କହିପାରୁ ନାହୁିଁ। ଅଯଥାରେ ଅଚଳାବସ୍ଥା ସୃଷ୍ଟି କରାଯାଉଛି। ବରିଷ୍ଠ ଓକିଲ ନରସିଂହ ମିଶ୍ର କହିଥିଲେ ଯେ, ବାଚସ୍ପତିଙ୍କୁ ନେଇ ଏକ କମିଟି ଗଠନକରି ସମସ୍ୟାର ସମାଧାନ କରାଯାଉ। ନ୍ୟାୟାଳୟକୁ ଅଚଳ କରିବାର ଅଧିକାର କାହାରିକୁ ଦିଆଯାଇ ନାହିଁ ବୋଲି ସେ କହିଥିଲେ। ଏଥିସହିତ ବିଜେଡି ସଭ୍ୟ ଜଗନ୍ନାଥ ନାୟକ, ଭାଜପା ସଭ୍ୟ ସୁଶାନ୍ତ ନାୟକ ଏବଂ ନିତ୍ୟାନନ୍ଦ ଗଣ୍ଡ ନିଜ ନିର୍ବାଚନ ସମ୍ପର୍କିତ ସମସ୍ୟା ଉଲ୍ଲେଖ କରିଥିଲେ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ୨୦୧୭ରୁ ଏପର୍ଯ୍ୟନ୍ତ ୯ଟି ଜିଲାରେ ଚାଷୀମାନେ ଫସଲ ବୀମା ପାଇ ନ ଥିବା ବିଷୟ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ, ମରୁଡ଼ି ପରେ ଚାଷୀଙ୍କ ଅବସ୍ଥା ଭଲ ନାହିଁ। ସେମାନଙ୍କୁ ସହାୟତା ଦେବା ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହୋଇଛି। ମାତ୍ର ଏହାର ସୁଫଳ ଚାଷୀମାନେ ପାଇପାରି ନାହାନ୍ତି। ତୁରନ୍ତ ବୀମା କମ୍ପାନୀକୁ ଡକାଇ ଏହାର ସମାଧାନ କରନ୍ତୁ ବୋଲି ସେ ଦାବି କରିଥିଲେ।
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ସରକାରଙ୍କ ଆନ୍ତରିକତା ନାହିଁ: ସମିତି ଗଠନକରି ସମସ୍ୟା ସମାଧାନ କରିବାକୁ ଦାବି
କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ
ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…
ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …
ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…
ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…
ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା
ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା
ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍ ଓ ଦୁଇଟି ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…
ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…
ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…
ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର
ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…
୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ
ଟେନ୍ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

