ରାମଦେବଙ୍କ ପରାମର୍ଶ: କରୋନା ଭାଇରସ୍‌ରୁ ଦୂରେଇ ରହିବାକୁ କରନ୍ତୁ ଏହି ପ୍ରାଣାୟାମ

ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଛି। ଭାରତରେ ଏହି ରୋଗରେ ୨୮ ଜଣ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଏହି ରୋଗ କାହାକୁ ବି ଗ୍ରାସ କରିପାରେ। ଯାହାର ରୋଗ ପ୍ରତିରୋଧକ ଶକ୍ତି କମ୍‌ ତାଙ୍କୁ ଏହି ରୋଗ ହେବା ଆଶଙ୍କା ଅଧିକ ରହିଥାଏ। ଏପରି ସ୍ଥିତିରେ ଯୋଗଗୁରୁ ବାବା ରାମଦେବ କରୋନା ଭାଇରସ୍‌ରୁ ମୁକ୍ତି ପାଇଁ ଏକ ପ୍ରାଣାୟାମ କରିବାକୁ ପରାମର୍ଶ ଦେଇଛନ୍ତି। ଜାଣନ୍ତୁ ଏ ସମ୍ପର୍କରେ…

ଅନୁଲୋମ-ବିଲୋମ:
ଚଟାଣରେ ସିଧା ଭାବେ କାନ୍ଧକୁ ଢିଲା କରି ବସନ୍ତୁ। ହସହସ ଚେହେରା ରଖନ୍ତୁ। ଆଣ୍ଠୁ ଉପରେ ବାମ ହାତ ରଖନ୍ତୁ। ଡାହାଣ ହାତରେ ନାକ ଧରନ୍ତୁ। ବିଶି ଆଙ୍ଗୁଠି ଏବଂ ମଧ୍ୟମା ଆଙ୍ଗୁଠି ମୁହଁ ମଝିରେ ରଖନ୍ତୁ। ଅନାମିକା ଏବଂ କାଣି ଆଙ୍ଗୁଠି ନାକର ବାମପଟେ ରଖନ୍ତୁ। ବାମ ନାକପୁଡ଼ା ଖୋଲନ୍ତୁ। ବନ୍ଦ କରିବା ପାଇଁ ଅନାମିକା ଆଙ୍ଗୁଠି ଏବଂ କାଣି ଆଙ୍ଗୁଠି ଡାହାଣପଟ ନାକରେ ବ୍ୟବହାର କରନ୍ତୁ। ଆଙ୍ଗୁଠିକୁ ଡାହାଣପଟ ନାକରେ ଚାପି ରଖି ବାମ ପଟ ନାକରେ ନିଃଶ୍ୱାସ ଛାଡ଼ନ୍ତୁ। ଏବେ ପୁଣି ଥରେ ବାମପଟ ନାକରେ ନିଃଶ୍ୱାସ ନିଅନ୍ତୁ। ଏହା ପରେ ଡାହାଣପଟ ନାକକୁ ଅନାମିକା ଏବଂ କାଣି ଆଙ୍ଗୁଠିରେ ଧୀରେ ଚାପି ଧରନ୍ତୁ। ଏବେ ଧୀରେ ଧୀରେ ଡାହାଣ ପଟ ନାକରୁ ନିଃଶ୍ୱାସ ଛାଡ଼ନ୍ତୁ। ଏପରି ନିୟମିତ ଭାବରେ କରି କରୋନା ଭାଇରସ୍‌ଠାରୁ ଦୂରେଇ ରୁହନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri