Posted inବୌଦ୍ଧ

ରାଜ୍ୟ ବାହାରେ ଫସିଛନ୍ତି ୭ହଜାର ଶ୍ରମିକ: ଫେରାଇ ଆଣିବା ପାଇଁ ଦାବି

ବୌଦ୍ଧ,୧୯ା୫(ସ୍ବ.ପ୍ର.)- ବୌଦ୍ଧ ଜିଲାର ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ମଙ୍ଗଳବାର ଜିଲା ଭାଜପା ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ା ଦାବିପତ୍ର ପ୍ରଦାନ ସମୟରେ ଜିଲା ଭାଜପା ସଭାପତି ବିପ୍ରଚରଣ ମହାନ୍ତି , ବରିଷ୍ଠ ଭାଜପା ନେତା ସୁର୍ଯ୍ୟ ନାରାୟଣ ମହାପାତ୍ର, ଅଞ୍ଜନ ସାହୁ, ସତ୍ୟାନନ୍ଦ ପାଣ୍ଡେ, ପ୍ରେମାନନ୍ଦ ମିଶ୍ର, ନାରାୟଣ କର୍ମୀ , ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ା
କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ରେ ଥିବା ବେଳେ ସମସ୍ତ ପ୍ରକାର କାର୍ଯ୍ୟ ଠପ୍‌ ହୋଇପଡିଛି ା ଫଳରେ ବହୁ ପ୍ରବାସୀ ଶ୍ରମିକ କାମ ହରାଇ ରାଜ୍ୟ ବାହାରେ ଭୋକ ଉପାସରେ ପଡି ରହିଛନ୍ତି ା ଗାଡି ଚଳାଚଳ ସୁବିଧା ନ ଥିବାରୁ ସେମାନେ ନିଜ ଗାଁକୁ ମଧ୍ୟ ଫେରି ପାରୁନାହାନ୍ତି ା ଏହାମଧ୍ୟରେ ଜିଲାକୁ କିଛି ପ୍ରବାସୀ ଶ୍ରମିକ ଫେରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୁଜରାଟ, ଚେନ୍ନାଇ, ଦିଲ୍ଳୀ, ବେଙ୍ଗାଲୁର, କୋଲକତା , ଆନ୍ଧ୍ରପ୍ରଦେଶ, କେରଳ,ଓ ତେଲଙ୍ଗନା ଆଦି ରାଜ୍ୟରେ ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଅଟକି ରହିଛନ୍ତି ା ଏହି ଶ୍ରମିକମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବାକୁ ଜିଲା ଭାଜପା ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ପ୍ରଦୀପଙ୍କ ୬ଷ୍ଠ, ଆଶାରେ ନବ, ସରୋଜ ଚ୍ୟାଲେଞ୍ଜ

ବୌଦ୍ଧ,୧୬ା୪(ଅଜିତ କୁମାର ବାରିକ):ବୌଦ୍ଧ ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଏଠାରୁ ୫ ଥର ବିଧାୟକ ହୋଇଥିବା ବିଜେଡିରୁ ପ୍ରଦୀପ...

ଟ୍ରକ୍‌ ସହ ମୁହାଁମୁହିଁ ପିଟିହେଲା ଯାତ୍ରୀବାହୀ ବସ୍‌, ୨୦ ଆହତ

ବୌଦ୍ଧ,୧୫ା୪(ଅଜିତ ବାରିକ) : ବୌଦ୍ଧ ଜିଲା ରାଣୀପଦର ଘାଟିରେ ସୋମବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ...

ନିର୍ବାଚନ ରାଲିରେ ଯାଇଥିବାରୁ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

ବୌଦ୍ଧ,୧୩।୪(ଅଜିତ ବାରିକ): ଏକ ରାଜନୈତିକ ଦଳର ନିର୍ବାଚନ ରାଲିରେ ଯୋଗ ଦେଇଥିବାରୁ ଜଣେ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡିଛି। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲାରେ।...

ବୌଦ୍ଧରେ ହେବ ତ୍ରିମୁଖୀ ଲଢ଼େଇ

ବୌଦ୍ଧ,୮ା୪( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ରଣ କୌଶଳ ଆରମ୍ଭ କରିଛନ୍ତି। ଏଥର ନିର୍ବାଚନରେ...

ଅଡୁଆରେ ବିଜେଡିର ମହୀଧର

କଣ୍ଟାମାଳ, ୧୭ା୩(ଆଦିତେଶ୍ୱର ମିଶ୍ର)ବୌଦ୍ଧ ଜିଲାରେ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ-ବୌଦ୍ଧ ଓ କଣ୍ଟାମାଳ ା କଣ୍ଟାମାଳ ବିଧାନସଭା କ୍ଷେତ୍ର ୨୦୦୯ ମସିହାରୁ ଗଠିତ ହେବାଠାରୁ ବିଜେଡି ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri