ରାଜ୍ୟରେ ସ୍ବପ୍ନ ଦେଖୁଛି ଭାଜପା

ଭୁବନେଶ୍ୱର,୨୧।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନ ଶେଷ ହୋଇଛି। ଏବେ ନିର୍ବାଚନ ଫଳାଫଳକୁ ନେଇ ଚାଲିଛି ଅଙ୍କକଷା। ଫଳାଫଳ କ’ଣ ହେବ ସେକଥା ଚିନ୍ତା କରି ରାଜ୍ୟଠାରୁ ଆରମ୍ଭ କରି ଜାତୀୟସ୍ତର ନେତାଙ୍କ ନିଦ ହଜିଗଲାଣି। ବିଶେଷକରି ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ବୁଥ୍‌ ଫେରନ୍ତା ମତ(ଏକ୍‌ଜିଟ୍‌ ପୋଲ୍‌) ରିପୋର୍ଟ ଆସିବା ପରେ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି। ଏକାଧିକ ଜାତୀୟ ଗଣମାଧ୍ୟମ ଆକଳନ ଅନୁଯାୟୀ ଏଥର ଦେଶରେ ପୁଣି ନରେନ୍ଦ୍ର ମୋଦିଙ୍କ ସରକାର ଆସିବ। ପୂର୍ଣ୍ଣ ବହୁମତ ସହକାରେ ଭାଜପା କେନ୍ଦ୍ରରେ ସରକାର କରିବାରେ ସକ୍ଷମ ହେବ। ସେହିପରି ଉତ୍ତରପ୍ରଦେଶରୁ ଭାଜପା ଯେତିକି ଆସନ ହରାଇବ ତା’ର ପାଖାପାଖି ସଂଖ୍ୟା ଓଡିଶା ଓ ପଶ୍ଚିମବଙ୍ଗରୁ ଦଳକୁ ମିଳିଯିବ ବୋଲି ମଧ୍ୟ ରିପୋର୍ଟରେ ଦର୍ଶାଯାଉଛି। ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ ରାଜ୍ୟର ଶାସକ ଦଳ ବିଜେଡି(ବିଜୁ ଜନତା ଦଳ) ଠାରୁ ମଧ୍ୟ ଅଧିକ ଲୋକ ସଭା ଆସନ ଏଥର ଭାଜପା ଖାତାକୁ ଯିବ। ଏହି ଆଧାରରେ ରାଜ୍ୟରେ ଅଧିକରୁ ଅଧିକ ବିଧାନସଭା ଆସନ ଦଖଲ କରି ସରକାର ଗଢ଼ିବାର ସ୍ବପ୍ନ ଭାଜପା ଦେଖିଲାଣି। ତେବେ ବିରୋଧୀ କିନ୍ତୁ ଏକ୍‌ଜିଟ ପୋଲ୍‌ ରିପୋର୍ଟ ଠିକ୍‌ ହେବ ନାହିଁ ବୋଲି ଯୁକ୍ତି ବାଢିବା ଆରମ୍ଭ କରିଛନ୍ତି। ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଲୋକ ସଭା ଆସନର ଗଣିତକୁ ନେଇ ହିସାବ କରାଯାଇଛି। ବିଧାନସଭାକୁ ନେଇ ସେପରି କୌଣସି ହିସାବ ରଖାଯାଇ ନାହିଁ। ଏହାସତ୍ତ୍ୱେ ଏଥର ଓଡ଼ିଶାରେ ଭାଜପା ସରକାର କରିବା ନିଶ୍ଚିତ ବୋଲି ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମତ ରଖିଛନ୍ତି। କେବଳ ଜୁଏଲ ନୁହନ୍ତି, ଅନ୍ୟ କେତେଜଣ ନେତା ମଧ୍ୟ ସମାନ କଥା ଦୋହରାଇଛନ୍ତି। ହେଲେ ବିଜେଡି ଓ କଂଗ୍ରେସ ଏହାକୁ ଗ୍ରହଣ କରିନାହାନ୍ତି।
୨୦୧୯ ନିର୍ବାଚନର ଜନାଦେଶ ଭାଜପା ସପକ୍ଷରେ ଯିବା ନେଇ ଚାରିଆଡେ ଚର୍ଚ୍ଚା ଜୋର୍‌ ଧରିଛି। ଭାଜପା ରାଜ୍ୟ ନେତୃବୃନ୍ଦମାନେ ମଧ୍ୟ ଏହାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶାରେ ଦଳ ୧୨୦ପ୍ଲସ ଆସନ ପାଇବ ବୋଲି ଯେଉଁ ହିସାବ ଦେଇଥିଲେ ତାହା ଠିକ୍‌ ନ ହେଲେ ମଧ୍ୟ ସରକାର କରିବୁ ବୋଲି ଭାଜପା ନେତା ଦମ୍ଭୋକ୍ତି ଦେଖାଉଛନ୍ତି। ତେବେ ଏହା କେତେ ମାତ୍ରାରେ ଠିକ୍‌ ହେବ ତାହା ଆସନ୍ତା ୨୩ରେ ଫଳାଫଳ ବାହାରିବା ପରେ ସ୍ପଷ୍ଟ ହୋଇଯିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ରଖିଛନ୍ତି। ଚଳିତ ନିର୍ବାଚନରେ ରାଜ୍ୟର ଭୋଟରମାନେ ଏତେ ମାତ୍ରାରେ ନୀରବ ଥିଲେ ଯେ, ଫଳାଫଳ କାହା ସପକ୍ଷରେ ଯିବ ସେକଥା ଆକଳନ କରିବା ବଡ଼ ମୁସ୍କିଲ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟକୁ ନେଇ କହିଛନ୍ତି ଯେ, ଏଥର କେନ୍ଦ୍ରରେ ଆମକୁ ୩ଶହ ଆସନ ମିଳିବ। ଓଡିଶା ବିଧାନସଭାରେ ମଧ୍ୟ ଭଲ ପ୍ରଦର୍ଶନ କରିବୁ। ରାଜ୍ୟରେ ଭାଜପା ବେଧଡକଭାବେ ସରକାର କରିବାକୁ ଯାଉଛି। ରାଜ୍ୟରେ ମୋଦି ମ୍ୟାଜିକ୍‌ କାମ ଦେଇଛି। ରାଜ୍ୟରେ ୭୦ ବିଧାନସଭା ଆସନରେ ଆମେ ଜିତି ସରକାର ଗଢ଼ିବୁ ବୋଲି ଜୁଏଲ କହିଛନ୍ତି। ସେହିପରି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଭାଜପା ବଢୁଛି। ଦେଶରେ କଂଗ୍ରେସ ଛିଡୁଛି ଓ ବିଜେଡି ମଧ୍ୟ ରାଜ୍ୟରେ ତଳକୁ ଖସିବାରେ ଲାଗିଛି। ଏଥର ରାଜ୍ୟରେ ଭାଜପା ସରକାର କରିବାକୁ ଯାଉଛି ବୋଲି ବସନ୍ତ କହିଛନ୍ତି। କିନ୍ତୁ ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି ଯେ, ଏଥର ରାଜ୍ୟରେ ଝୁଲା ବିଧାନସଭା ହେବାର ସମ୍ଭାବନା ରହିଛି। ବିଜେଡି ମ୍ୟାଜିକ୍‌ ନମ୍ବର ଛୁଇଁପାରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଭାଜପା ବିଜେଡି ପାଖାପାଖି ଆସନ ପାଇଲେ ବିଜେଡି ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିପାରେ ବୋଲି ଦାମ ଆକଳନ କରିଛନ୍ତି।
ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏକ୍‌ଜିଟ୍‌ ପୋଲ୍‌ ଆକଳନ ବିଶ୍ୱାସଯୋଗ୍ୟ ବୋଲି କହିହେବ ନାହିଁ। ରାଜ୍ୟରେ ୨୦ରୁ ୩୦ ଆସନ ପାଇବୁ ବୋଲି ଆକଳନ କରିଥିଲୁ। ରାଜ୍ୟରେ କିନ୍ତୁ ଭାଜପା କ୍ଷମତାକୁ ଆସିପାରିବ ନାହିଁ। ଦଳର ବରିଷ୍ଠ ନେତା ସୁର ରାଉତରାୟଙ୍କ କହିବାନୁଯାୟୀ, ଏକ୍‌ଜିଟ୍‌ ପୋଲ୍‌ ଆକଳନ ସମ୍ପୂର୍ଣ୍ଣ ଠିକ୍‌ ହେବ ବୋଲି କହିହେବ ନାହିଁ। କେନ୍ଦ୍ରରେ ଏନ୍‌ଡିଏ ସଂଖ୍ୟା କମିବ ଏବଂ ରାଜ୍ୟରେ କଡା ପ୍ରତିଯୋଗିତା ହେବ। ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୩ତାରିଖ ମେଣ୍ଟ ବୈଠକରେ ଯୋଗଦେବା ପାଇଁ ଚିଠି ଦେଇଛନ୍ତି। ଯଦି ମେଣ୍ଟ ହୁଏ ତେବେ ଓଡିଶାରେ କଂଗ୍ରେସ ମୁଖ୍ୟ ଭୂମିକା ତୁଲାଇବ ବୋଲି ସୁର କହିଛନ୍ତି।
ଏହିସବୁ ଆକଳନ ଚାଲିଥିବା ବେଳେ ରାଜ୍ୟର ବହୁ ହେଭିଓ୍ବେଟ୍‌ ନେତା ଏଥର ଚିତ୍‌ପଟାଙ୍ଗ ମାରିପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ରାଜ୍ୟର ଏକାଧିକ ଲୋକ ସଭା ଏବଂ ବିଧାନସଭା ଆସନରୁ ଲଢୁଥିବା ଟାଣୁଆ ନେତାଙ୍କ ନାମ ଏହି ତାଲିକାରେ ରହିଛି। ଏକ୍‌ଜିଟ ପୋଲ୍‌ ରିପୋର୍ଟ ଅନୁସାରେ ଭାଜପା ଯଦି ବିଜେଡି ପାଖାପାଖି ବିଧାନସଭା ଆସନ ପାଇବ ତେବେ କ’ଣ ରହିବ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ସେ ନେଇ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅନୁମାନ ଲଗାଇ ପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri