ରାଜ୍ୟରେ ସ୍ବପ୍ନ ଦେଖୁଛି ଭାଜପା

ଭୁବନେଶ୍ୱର,୨୧।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନ ଶେଷ ହୋଇଛି। ଏବେ ନିର୍ବାଚନ ଫଳାଫଳକୁ ନେଇ ଚାଲିଛି ଅଙ୍କକଷା। ଫଳାଫଳ କ’ଣ ହେବ ସେକଥା ଚିନ୍ତା କରି ରାଜ୍ୟଠାରୁ ଆରମ୍ଭ କରି ଜାତୀୟସ୍ତର ନେତାଙ୍କ ନିଦ ହଜିଗଲାଣି। ବିଶେଷକରି ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ବୁଥ୍‌ ଫେରନ୍ତା ମତ(ଏକ୍‌ଜିଟ୍‌ ପୋଲ୍‌) ରିପୋର୍ଟ ଆସିବା ପରେ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି। ଏକାଧିକ ଜାତୀୟ ଗଣମାଧ୍ୟମ ଆକଳନ ଅନୁଯାୟୀ ଏଥର ଦେଶରେ ପୁଣି ନରେନ୍ଦ୍ର ମୋଦିଙ୍କ ସରକାର ଆସିବ। ପୂର୍ଣ୍ଣ ବହୁମତ ସହକାରେ ଭାଜପା କେନ୍ଦ୍ରରେ ସରକାର କରିବାରେ ସକ୍ଷମ ହେବ। ସେହିପରି ଉତ୍ତରପ୍ରଦେଶରୁ ଭାଜପା ଯେତିକି ଆସନ ହରାଇବ ତା’ର ପାଖାପାଖି ସଂଖ୍ୟା ଓଡିଶା ଓ ପଶ୍ଚିମବଙ୍ଗରୁ ଦଳକୁ ମିଳିଯିବ ବୋଲି ମଧ୍ୟ ରିପୋର୍ଟରେ ଦର୍ଶାଯାଉଛି। ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ ରାଜ୍ୟର ଶାସକ ଦଳ ବିଜେଡି(ବିଜୁ ଜନତା ଦଳ) ଠାରୁ ମଧ୍ୟ ଅଧିକ ଲୋକ ସଭା ଆସନ ଏଥର ଭାଜପା ଖାତାକୁ ଯିବ। ଏହି ଆଧାରରେ ରାଜ୍ୟରେ ଅଧିକରୁ ଅଧିକ ବିଧାନସଭା ଆସନ ଦଖଲ କରି ସରକାର ଗଢ଼ିବାର ସ୍ବପ୍ନ ଭାଜପା ଦେଖିଲାଣି। ତେବେ ବିରୋଧୀ କିନ୍ତୁ ଏକ୍‌ଜିଟ ପୋଲ୍‌ ରିପୋର୍ଟ ଠିକ୍‌ ହେବ ନାହିଁ ବୋଲି ଯୁକ୍ତି ବାଢିବା ଆରମ୍ଭ କରିଛନ୍ତି। ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଲୋକ ସଭା ଆସନର ଗଣିତକୁ ନେଇ ହିସାବ କରାଯାଇଛି। ବିଧାନସଭାକୁ ନେଇ ସେପରି କୌଣସି ହିସାବ ରଖାଯାଇ ନାହିଁ। ଏହାସତ୍ତ୍ୱେ ଏଥର ଓଡ଼ିଶାରେ ଭାଜପା ସରକାର କରିବା ନିଶ୍ଚିତ ବୋଲି ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମତ ରଖିଛନ୍ତି। କେବଳ ଜୁଏଲ ନୁହନ୍ତି, ଅନ୍ୟ କେତେଜଣ ନେତା ମଧ୍ୟ ସମାନ କଥା ଦୋହରାଇଛନ୍ତି। ହେଲେ ବିଜେଡି ଓ କଂଗ୍ରେସ ଏହାକୁ ଗ୍ରହଣ କରିନାହାନ୍ତି।
୨୦୧୯ ନିର୍ବାଚନର ଜନାଦେଶ ଭାଜପା ସପକ୍ଷରେ ଯିବା ନେଇ ଚାରିଆଡେ ଚର୍ଚ୍ଚା ଜୋର୍‌ ଧରିଛି। ଭାଜପା ରାଜ୍ୟ ନେତୃବୃନ୍ଦମାନେ ମଧ୍ୟ ଏହାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶାରେ ଦଳ ୧୨୦ପ୍ଲସ ଆସନ ପାଇବ ବୋଲି ଯେଉଁ ହିସାବ ଦେଇଥିଲେ ତାହା ଠିକ୍‌ ନ ହେଲେ ମଧ୍ୟ ସରକାର କରିବୁ ବୋଲି ଭାଜପା ନେତା ଦମ୍ଭୋକ୍ତି ଦେଖାଉଛନ୍ତି। ତେବେ ଏହା କେତେ ମାତ୍ରାରେ ଠିକ୍‌ ହେବ ତାହା ଆସନ୍ତା ୨୩ରେ ଫଳାଫଳ ବାହାରିବା ପରେ ସ୍ପଷ୍ଟ ହୋଇଯିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ରଖିଛନ୍ତି। ଚଳିତ ନିର୍ବାଚନରେ ରାଜ୍ୟର ଭୋଟରମାନେ ଏତେ ମାତ୍ରାରେ ନୀରବ ଥିଲେ ଯେ, ଫଳାଫଳ କାହା ସପକ୍ଷରେ ଯିବ ସେକଥା ଆକଳନ କରିବା ବଡ଼ ମୁସ୍କିଲ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟକୁ ନେଇ କହିଛନ୍ତି ଯେ, ଏଥର କେନ୍ଦ୍ରରେ ଆମକୁ ୩ଶହ ଆସନ ମିଳିବ। ଓଡିଶା ବିଧାନସଭାରେ ମଧ୍ୟ ଭଲ ପ୍ରଦର୍ଶନ କରିବୁ। ରାଜ୍ୟରେ ଭାଜପା ବେଧଡକଭାବେ ସରକାର କରିବାକୁ ଯାଉଛି। ରାଜ୍ୟରେ ମୋଦି ମ୍ୟାଜିକ୍‌ କାମ ଦେଇଛି। ରାଜ୍ୟରେ ୭୦ ବିଧାନସଭା ଆସନରେ ଆମେ ଜିତି ସରକାର ଗଢ଼ିବୁ ବୋଲି ଜୁଏଲ କହିଛନ୍ତି। ସେହିପରି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଭାଜପା ବଢୁଛି। ଦେଶରେ କଂଗ୍ରେସ ଛିଡୁଛି ଓ ବିଜେଡି ମଧ୍ୟ ରାଜ୍ୟରେ ତଳକୁ ଖସିବାରେ ଲାଗିଛି। ଏଥର ରାଜ୍ୟରେ ଭାଜପା ସରକାର କରିବାକୁ ଯାଉଛି ବୋଲି ବସନ୍ତ କହିଛନ୍ତି। କିନ୍ତୁ ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି ଯେ, ଏଥର ରାଜ୍ୟରେ ଝୁଲା ବିଧାନସଭା ହେବାର ସମ୍ଭାବନା ରହିଛି। ବିଜେଡି ମ୍ୟାଜିକ୍‌ ନମ୍ବର ଛୁଇଁପାରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଭାଜପା ବିଜେଡି ପାଖାପାଖି ଆସନ ପାଇଲେ ବିଜେଡି ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିପାରେ ବୋଲି ଦାମ ଆକଳନ କରିଛନ୍ତି।
ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏକ୍‌ଜିଟ୍‌ ପୋଲ୍‌ ଆକଳନ ବିଶ୍ୱାସଯୋଗ୍ୟ ବୋଲି କହିହେବ ନାହିଁ। ରାଜ୍ୟରେ ୨୦ରୁ ୩୦ ଆସନ ପାଇବୁ ବୋଲି ଆକଳନ କରିଥିଲୁ। ରାଜ୍ୟରେ କିନ୍ତୁ ଭାଜପା କ୍ଷମତାକୁ ଆସିପାରିବ ନାହିଁ। ଦଳର ବରିଷ୍ଠ ନେତା ସୁର ରାଉତରାୟଙ୍କ କହିବାନୁଯାୟୀ, ଏକ୍‌ଜିଟ୍‌ ପୋଲ୍‌ ଆକଳନ ସମ୍ପୂର୍ଣ୍ଣ ଠିକ୍‌ ହେବ ବୋଲି କହିହେବ ନାହିଁ। କେନ୍ଦ୍ରରେ ଏନ୍‌ଡିଏ ସଂଖ୍ୟା କମିବ ଏବଂ ରାଜ୍ୟରେ କଡା ପ୍ରତିଯୋଗିତା ହେବ। ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୩ତାରିଖ ମେଣ୍ଟ ବୈଠକରେ ଯୋଗଦେବା ପାଇଁ ଚିଠି ଦେଇଛନ୍ତି। ଯଦି ମେଣ୍ଟ ହୁଏ ତେବେ ଓଡିଶାରେ କଂଗ୍ରେସ ମୁଖ୍ୟ ଭୂମିକା ତୁଲାଇବ ବୋଲି ସୁର କହିଛନ୍ତି।
ଏହିସବୁ ଆକଳନ ଚାଲିଥିବା ବେଳେ ରାଜ୍ୟର ବହୁ ହେଭିଓ୍ବେଟ୍‌ ନେତା ଏଥର ଚିତ୍‌ପଟାଙ୍ଗ ମାରିପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ରାଜ୍ୟର ଏକାଧିକ ଲୋକ ସଭା ଏବଂ ବିଧାନସଭା ଆସନରୁ ଲଢୁଥିବା ଟାଣୁଆ ନେତାଙ୍କ ନାମ ଏହି ତାଲିକାରେ ରହିଛି। ଏକ୍‌ଜିଟ ପୋଲ୍‌ ରିପୋର୍ଟ ଅନୁସାରେ ଭାଜପା ଯଦି ବିଜେଡି ପାଖାପାଖି ବିଧାନସଭା ଆସନ ପାଇବ ତେବେ କ’ଣ ରହିବ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ସେ ନେଇ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅନୁମାନ ଲଗାଇ ପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?