ରାଜ୍ୟରେ ବନ୍ଦ ହେବ ଓଏସ୍‌ଟିଏଫ୍‌

କଟକ ଅଫିସ, ୯ା୧: ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍‌ଟିଏଫ୍‌) ବନ୍ଦ ହେବାକୁ ଯାଉଛି। ଫେବୃୟାରୀ ମାସ ଅଧାରୁ ଏହି ଯୋଜନାକୁ ବନ୍ଦ କରାଯିବ। ଓଏସ୍‌ଟିଏଫ୍‌କୁ ସାର୍ବଜନୀନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ମିଶାଇ ଦେବାକୁ ସରକାର ଚିନ୍ତା କରୁଛନ୍ତି। ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କୁମାର ସାହୁ ଏହି ମର୍ମରେ ଗତ ୨ତାରିଖରେ ମେଡିକାଲ ସହିତ ସହବନ୍ଧିତ ଥିବା ସମସ୍ତ ମେଡିସିନ ଷ୍ଟୋର ମାଲିକମାନଙ୍କୁ ଚିଠି ଲେଖିଛନ୍ତି। ମେଡିକାଲ ଉପରେ ଏହି ସବୁ ଦୋକାନଗୁଡ଼ିକର ଯେତେ ବାକି ପଡ଼ିଛି ତା’ର ଏକ ତାଲିକା ପ୍ରସ୍ତୁତ ସହ ମେଡିକାଲର ସମସ୍ତ ବିଭାଗର ମୁଖ୍ୟଙ୍କଠାରୁ କାଉଣ୍ଟର ଦସ୍ତଖତ କରି ଜାନୁୟାରୀ ୧୫ ସୁଦ୍ଧା ଦାଖଲ କରିବା ପାଇଁ ଚିଠିରେ କୁହାଯାଇଛି। ଚିଠିରେ ଆହୁରି ଉଲ୍ଲେଖ ରହିଛି ଯେ, ମେଡିକାଲରେ ଓଏସ୍‌ଟିଏଫ ବାବଦରେ ଥିବା ଟଙ୍କାକୁ ସରକାର ଜାନୁୟାରୀ ୧୫ ପୂର୍ବରୁ ପ୍ରତ୍ୟାହାର କରି ନେଇପାରନ୍ତି। ତେଣୁ ଉକ୍ତ ସମୟ ମଧ୍ୟରେ ବିଲ୍‌ ଦାଖଲ କଲେ ସେମାନଙ୍କର ବକେୟା ପୈଠ କରାଯିବ।
ଅନ୍ୟପକ୍ଷରେ ଓଏସ୍‌ଟିଏଫ୍‌ ବନ୍ଦ କରାଯିବା ନିଷ୍ପତ୍ତିକୁ ନେଇ ଏବେ ତର୍ଜମା ଆରମ୍ଭ ହୋଇଛି। ଏହି ଯୋଜନା ବନ୍ଦ ହେବା ଦ୍ୱାରା ଗରିବ ରୋଗୀମାନେ ଚିକିତ୍ସା ସେବାରୁ ବଞ୍ଚତ୍ତ ହେବେ ବୋଲି ଅନେକ ବରିଷ୍ଠ ଡାକ୍ତର ମତ ଦେଉଛନ୍ତି। ମାତ୍ର ସରକାରୀ ସ୍ତରରେ ସେଭଳି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଯଦି ଓଏସ୍‌ଟିଏଫ୍‌ ବନ୍ଦ କରାଯାଏ ରୋଗୀ ବିଏସ୍‌କେୱାଇରୁ ଉପକୃତ ହେବାରେ ସାମାନ୍ୟ ଅସୁବିଧା ଉପୁଜିବ ନାହିଁ ବୋଲି ମେଡିକାଲ ଅଧୀକ୍ଷକ ପ୍ରଫେସର ସାହୁ କହିଛନ୍ତି। ଓଏସ୍‌ଟିଏଫ୍‌ ତାଲିକାକୁ ଦେଖିଲେ ୨୦୧୭-୧୮ ଆର୍ଥିକ ବର୍ଷରେ ଏସ୍‌ସିବିରେ ୮୫୫୨ ଜଣ ରୋଗୀଙ୍କ ପିଛା ୩୭ କୋଟି ୯୭ ଲକ୍ଷ ୩୨ ହଜାର ୮୭୩ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୮-୧୯ ବର୍ଷରେ ୭୦୫୪ ରୋଗୀଙ୍କ ବାବଦରେ ୨୯ କୋଟି ୩୦ ଲକ୍ଷ ୫୪ହଜାର ୯୫୬ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷର ଡିସେମ୍ବର ମାସ ସୁଦ୍ଧା ଏହି ଯୋଜନାରୁ ୩୭୩୧ ରୋଗୀଙ୍କ ବାବଦରେ ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସୂଚନା ଥାଉ କି, ୨୦୧୧ରେ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ଆରମ୍ଭ କରିଥିଲେ। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ରୋଗୀଙ୍କୁ ଏହି ଯୋଜନାରୁ ଚିକିତ୍ସା ସହାୟତା ଯୋଗାଇ ଦେଉଛନ୍ତି।
ଯୋଜନାର ରୂପରେଖ ଅନୁଯାୟୀ, ଗ୍ରାମାଞ୍ଚଳରେ ଯେଉଁମାନଙ୍କର ବାର୍ଷିକ ଆୟ ୪୦ ହଜାର ଟଙ୍କାରୁ କମ୍‌ ଓ ସହରାଞ୍ଚଳରେ ୬୦ହଜାର ଟଙ୍କାରୁ କମ୍‌ ସେହିମାନଙ୍କୁ ଏହି ଯୋଜନାରୁ ସହାୟତା ମିଳୁଛି। ରାଜ୍ୟର ୩ଟି ମେଡିକାଲ କଲେଜ ସମେତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ଏହା ବାଦ୍‌ ରାଜ୍ୟର ୧୪ଟି ଘରୋଇ ହସ୍ପିଟାଲ ସମେତ ରାଜ୍ୟ ବାହାରର ୬ଟି ଘରୋଇ ହସ୍ପିଟାଲ ସହିତ ସରକାର ଓଏସ୍‌ଟିଏଫ୍‌ ବାବଦରେ ଚୁକ୍ତି କରିଥିଲେ। କ୍ୟାନସର, କିଡ୍‌ନୀ, ଲିଭର, ହୃଦ୍‌ରୋଗୀମାନେ ଏହି ଯୋଜନାରେ ମାଗଣା ଚିକିତ୍ସା ପାଇପାରୁଥିଲେ। ସେମାନଙ୍କର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ, ଉପକରଣ ସହବନ୍ଧିତ ଔଷଧ ଦୋକାନଗୁଡ଼ିକରୁ ଯୋଗାଇ ଦିଆଯାଉଥିଲା। ଏବେ ସରକାର ଓଏସ୍‌ଟିଏଫ୍‌କୁ ବିଏସ୍‌କେୱାଇ ସହିତ ମିଶାଇ ଦେବାକୁ ଯୋଜନା କରୁଛନ୍ତି। ମାତ୍ର ବିଏସ୍‌କେୱାଇ ଆରମ୍ଭ କରିବା ପୂର୍ବରୁ ଏହାର ଭିତ୍ତିଭୂମିକୁ ଅଦ୍ୟାବଧି ସୁଦୃଢ କରାଯାଇନାହିଁ। ମୁଖ୍ୟତଃ ବିଏସ୍‌କେୱାଇର ଅନୁଭାଗଗୁଡ଼ିକୁ ଦେଖିଲେ ଏହି ଯୋଜନାରେ ରୋଗୀ ନିରାମୟ କେନ୍ଦ୍ରରୁ ଔଷଧ ଆଣିବାକୁ ଥିବାବେଳେ ସହାୟ ମାଧ୍ୟମରେ ଡାଏଲିସିସ୍‌ ଓ ନିଦାନ ମାଧ୍ୟମରେ ପରୀକ୍ଷା ନିରୀକ୍ଷା କରାଇବେ। ମାତ୍ର ନିରାମୟ ଯୋଜନାର ବିକଳ ଚିତ୍ର ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ନିରାମୟ ଯୋଜନାରେ ସରକାର ୫୧୨ ପ୍ରକାର ଅତ୍ୟାବଶ୍ୟକ ଔଷଧ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। ମାତ୍ର ନିରାମୟ କେନ୍ଦ୍ରଗୁଡ଼ିକରେ ସାଧାରଣ ଜ୍ୱର, ଝାଡ଼ା ଔଷଧ ବି ଉପଲବ୍ଧ ରହୁନି। ଏଭଳି ସ୍ଥିତିରେ ରୋଗୀ ନିରାମୟରୁ ଔଷଧ ନ ପାଇ ଘରୋଇ ଔଷଧ ଦୋକାନରୁ ଔଷଧ କିଣିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ଔଷଧ ଦୋକାନୀମାନେ ଲାଭବାନ ହେଉଛନ୍ତି। ସେହିପରି ବିଏସ୍‌କେୱାଇ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବା ଦ୍ୱାରା ରୋଗୀଙ୍କୁ ହୀନସ୍ତା ହେବାକୁ ପଡ଼ିବ ବୋଲି ମେଡିକାଲର କେତେଜଣ ବରିଷ୍ଠ ଡାକ୍ତର ମତ ଦେଇଛନ୍ତି । ଅନ୍ୟପକ୍ଷରେ ସରକାର ଓଏସ୍‌ଟିଏଫ୍‌କୁ ସରକାରୀ ମେଡିକାଲ ଓ ମେଡିକାଲ କଲେଜଗୁଡ଼ିକରେ ବନ୍ଦ କରି ଘରୋଇ ହସ୍ପିଟାଲଗୁଡ଼ିକରେ ଏହାକୁ ବଳବତ୍ତର ରଖିବା ଅନ୍ୟ ଏକ ପ୍ରଶ୍ନ ହୋଇଛି। ଘରୋଇ ହସ୍ପିଟାଲଗୁଡ଼ିକୁ ଲାଭ ପହଞ୍ଚାଇବା ପାଇଁ ଏଭଳି ଭିତିରି ବ୍ୟବସ୍ଥା ହୋଇଥିବା କେତେଜଣ ଡାକ୍ତର କହିଛନ୍ତି। ଉଦାହରଣ ସ୍ବରୂପ, ଏସ୍‌ସିବିରେ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କଲେ ୨ରୁ ଅଢେଇ ଲକ୍ଷ ଟଙ୍କା ଓଏସ୍‌ଟିଏଫ୍‌ରୁ ଖର୍ଚ୍ଚ ହେଉଥିବାବେଳେ ବାହାର ରାଜ୍ୟରେ (ଓଏସ୍‌ଟିଏଫ୍‌ ସୁବିଧା ଥିବା ହସ୍ପିଟାଲ)ରେ ଏହି ଖର୍ଚ୍ଚ ୧୫ ଲକ୍ଷ ହେଉଛି। ସେହିପରି ଓପନ ହାର୍ଟ ସର୍ଜରି ପାଇଁ ଏସ୍‌ସିବିରେ ଓଏସ୍‌ଟିଏଫ୍‌ରୁ ଅଢେଇରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଘରୋଇ ହସ୍ପିଟାଲରେ ଏହି ପରିମାଣ ଢେର ଅଧିକ ରହୁଛି। କିନ୍ତୁ ଓଏସ୍‌ଟିଏଫ୍‌ ବନ୍ଦ ହେବା ଦ୍ୱାରା ରୋଗୀଙ୍କୁ ଔଷଧ ଯୋଗାଣରେ କୌଣସି ଅସୁବିଧା ଉପୁଜିବ ନାହିଁ। ସରକାରୀ ସହବନ୍ଧିତ ଔଷଧଦୋକାନଗୁଡ଼ିକ ମେଡିକାଲ ଷ୍ଟୋରରେ ଔଷଧ ଗଚ୍ଛିତ ରଖିବେ। ପୂର୍ବରୁ ରୋଗୀମାନେ ସିଧାସଳଖ ସରକାରୀ ସହବନ୍ଧିତ ଦୋକାନରୁ ଔଷଧ କିଣୁଥିଲେ। ମାତ୍ର ଏବେ ମେଡିକାଲ ପକ୍ଷରୁ ସେମାନଙ୍କୁ ଏହି ଔଷଧକୁ ଷ୍ଟୋର ଜରିଆରେ ଦିଆଯିବ ବୋଲି ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତି ଓ ଓଡ଼ିଶା ରାଇଜିଂ ଫାଉଣ୍ଡେସନ ମଧ୍ୟରେ MOU: କଳାହାଣ୍ଡିର ଏସଏଚଜି ମହିଳା ପାଇବେ ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ

ଭବାନୀପାଟଣା, ୨୭/୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ ଓ ସାକ୍ଷର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ…

ବାତ୍ୟା ‘ଅର୍ଣ୍ଣବ’ ସତର୍କତା: ଗୁଡ଼ାରି ‘ମା’ ଗୃହ’ରେ ୧୯ ଗର୍ଭବତୀ, ପ୍ରଶାସନର ‘ଜିରୋ କାଜୁଆଲଟି’…

ଗୁଡ଼ାରି, ୨୭।୧୦(ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ…

ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…

ଏକମାତ୍ର ବିଜ୍ଞାନ ଶିକ୍ଷକଙ୍କ ବଦଳି ପ୍ରତିବାଦ: ମେଣ୍ଢିପାଲି ସ୍କୁଲରେ ତାଲା, ଛାତ୍ରଛାତ୍ରୀଙ୍କ ସହ ଧାରଣାରେ ଗ୍ରାମବାସୀ

ଦେବଗଡ଼, ୨୭।୧୦(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟାଳୟରେ ଥିବା ଏକମାତ୍ର ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ନେଇ ଅସନ୍ତୋଷ। ତାଙ୍କ ସ୍ଥାନରେ ଅନ୍ୟ କୌଣସି ବିଜ୍ଞାନ ଶିକ୍ଷକଙ୍କୁ ନିଯୁକ୍ତି ନଦେବା…

ବଡ଼ ଖବର: କାଲି ନୁହେଁ ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା, ହଠାତ୍‌ ବଦଳିଲା ସମୟ

ଭୁବନେଶ୍ୱର, ୨୭।୧୦: କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ । ହଠାତ୍ ବଦଳିଲା ବାତ୍ୟା ଲ୍ୟାଣ୍ଡଫଲର ସମୟ । ଆଜି ରାତି…

କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ…

ଦ୍ବୀପରେ ଅଟକି ରହିଥିଲେ କଙ୍କଡ଼ା ଧରାଳି, ଉଦ୍ଧାର ହୋଇ ଆସିଲେ

ମହାକାଳପଡ଼ା,୨୭।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଶବରପଡ଼ାର ୨୦ଜଣ କଙ୍କଡ଼ା ଧରାଳି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ହୁକିଟୋଲା ଅନତୀ ଦୂରରେ ଥିବା…

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?