ରହସ୍ୟ ହୋଇଯିବ କି ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟ

ଭୁବନେଶ୍ୱର, ୧୯।୧୨ (ବ୍ୟୁରୋ):ବ୍ଲାକ୍‌ମେଲର ମହିଳା ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁହାଁମୁହିଁ ଜେରା କରି ବହୁ ତଥ୍ୟ ହାସଲ କରିଛି। ଏହାରି ଭିତରେ ରବିବାର ଅର୍ଚ୍ଚନାଙ୍କ ୬ ଦିନିଆ ରିମାଣ୍ଡ ଅବଧି ସରିଛି। ତାଙ୍କୁ ଗତ ୧୩ ତାରିଖରେ ଇଡି ଦ୍ୱିତୀୟ ପର୍ଯ୍ୟାୟରେ ରିମାଣ୍ଡରେ ଆଣି ଜେରା କରୁଥିଲା। ରିମାଣ୍ଡ ଅବଧି ସରିଯାଇଥିବାରୁ ସୋମବାର ଇଡି ଅର୍ଚ୍ଚନାଙ୍କୁ ନେଇ କୋର୍ଟରେ ହାଜର କରିବ ବୋଲି ସୂଚନା ମିଳିଛି। ହେଲେ ଅର୍ଚ୍ଚନା କ’ଣ କହିଲେ ଓ କ’ଣ ଲୁଚାଇଲେ ସେ ସଂକ୍ରାନ୍ତରେ ଇଡି ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଉ ନ ଥିଲେ ମଧ୍ୟ ରାଜ୍ୟର ସବୁଠାରୁ ବଡ଼ ହନିଟ୍ରାପ୍‌, ବ୍ଲାକ୍‌ମେଲିଂ ଓ ଠକେଇ ଘଟଣା ରହସ୍ୟରେ ରହିଯିବାକୁ ବସିଛି। ଏଥିରେ ରାଜ୍ୟର ବଡ଼ ବଡ଼ ନେତା, ଅଫିସର, ପୋଲିସ ଓ ବ୍ୟବସାୟୀଙ୍କ ସମ୍ପୃକ୍ତି ଜଳଜଳ ଦିଶୁଥିଲେ ମଧ୍ୟ ଏଯାଏ ଇଡି ଅଧିକାରୀମାନେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିପାରୁ ନ ଥିବାରୁ ଏଭଳି ଚର୍ଚ୍ଚା ଏବେ ଜୋର୍‌ଧରିଛି।
ଏପଟେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ୯ ଦିନିଆ ରିମାଣ୍ଡରୁ ଆଉ ୪ ଦିନ ବାକି ରହିଛି। ସେ ଗତ ୧୪ ତାରିଖରୁ ରିମାଣ୍ଡରେ ଆସି ଜେରା ହେଉଛନ୍ତି। ଆଗାମୀ ବୁଧବାର ତାଙ୍କର ରିମାଣ୍ଡ ସରିବ। ଏହି ସମୟ ମଧ୍ୟରେ ଜଗବନ୍ଧୁଙ୍କଠାରୁ ଅଧିକ ତଥ୍ୟ ହାସଲ କରିବାକୁ ଇଡି ଚେଷ୍ଟା କରୁଛି। ସେହିପରି ପୂର୍ବରୁ ୨ଥର ହାଜର ହୋଇ ଅର୍ଚ୍ଚନାଙ୍କ ହନିଟ୍ରାପ୍‌ ଗୁମର ଖୋଲିଥିବା ସହଯୋଗୀ ଶ୍ରଦ୍ଧାଞ୍ଜଳି ଶନିବାର ତୃତୀୟଥର ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଏହି ସମୟରେ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଇଡି ଅଧିକାରୀମାନେ ଅର୍ଚ୍ଚନା, ଜଗବନ୍ଧୁ ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ଏକାଠି ବସାଇ ମାରାଥନ ଜେରା କରିଥିଲେ। ତେବେ ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଇଡି ପାଇଥିବା ସୂଚନା ମିଳିଛି। ଏପରିକି ଶ୍ରଦ୍ଧାଞ୍ଜଳି ବହୁ ଗୁମର ଖୋଲି ଦେଇଥିବା ଚର୍ଚ୍ଚା ହେଉଛି। ସେହିପରି ଅର୍ଚ୍ଚନା ଗହଣା କିଣିଥିବା ଏକ ପ୍ରତିଷ୍ଠିତ ସୁନା ଦୋକାନର ୨ କର୍ମଚାରୀ ଇଡିରେ ହାଜର ହୋଇ ତଥ୍ୟ ରଖିଥିଲେ। ଅନ୍ୟପଟେ ରାଜ୍ୟ ଫୋରେନ୍‌ସିକ ଲ୍ୟାବ ଅର୍ଚ୍ଚନାଙ୍କ ଡିଜିଟାଲ ପ୍ରମାଣପତ୍ର ଇଡିକୁ ଦେଇଥିବା ସୂଚନା ମିଳିଛି। ସେଥିରୁ ଇଡି ମଧ୍ୟ ତଥ୍ୟ ହାସଲ କରୁଛି। ତେବେ ଇଡି ଏହି ମାମଲାରେ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri