ମୁକ୍ତିକାନ୍ତଙ୍କୁ ଶିଶୁ ଭବନ ଛକରେ ଅଟକାଇଲା ପୋଲିସ୍‌

ଭୁବନେଶ୍ୱର,୧୯।୧୨(ବ୍ୟୁରୋ):ରାଉକେଲାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ବହୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏହାର ପ୍ରତିବାଦରେ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ ନଭେମ୍ବର ୧୬ରୁ ରାଉରକେଲାରୁ ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ। ଗତ ୧୬ ତାରିଖରେ ଭୁବନେଶ୍ୱରରେ ପହଞ୍ଚତ୍ ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିଲେ। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସ ଯାଉଥିବାବେଳେ ପୋଲିସ ତାଙ୍କୁ ଶିଶୁ ଭବନ ଛକ ନିକଟରେ ଅଟକାଇଥିଲା। ମୁକ୍ତିକାନ୍ତଙ୍କୁ ସମର୍ଥନ ଜଣାଇ ମିଳିତ ଯୁବ-ଛାତ୍ର ଫୋରମ ପକ୍ଷରୁ ମୁକ୍ତିକାନ୍ତଙ୍କ ଧାରଣାସ୍ଥଳରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା। ନିରବ ପ୍ରତିବାଦ ଜରିଆରେ ମୁକ୍ତିକାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବାକୁ ଦିଆଯିବାକୁ ମିଳିତ ଫୋରମ ଦାବି କରିଛି। ଏହି ଶୋଭାଯାତ୍ରାରେ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର, ଏଆଇଏସ୍‌ଏଫ୍‌ ରାଜ୍ୟ ସଭାପତି ସଂଘମିତ୍ରା ଜେନା, ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ, ଛାତ୍ର ନେତା ମନୋଜ କର, ଦେବବ୍ରତ ବେହେରା, ବୁଲୁ ଗଉଡ଼, ରାଜେଶ୍ୱରୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ।
ପଦଯାତ୍ରାରେ ବାହାରିଥିବା ମୁକ୍ତିକାନ୍ତଙ୍କ କାନ୍ଧରେ ରହିଛି ୨୭ କିଲୋଗ୍ରାମରୁ ଅଧିକ ଓଜନର ଅସମ୍ପୂର୍ଣ୍ଣ ପ୍ରକଳ୍ପର ଭାର। ଆଉ ସେ ପାଦରେ ଚାଲି ଚାଲି ୫୩୦ କିମିରୁ ଅଧିକ ରାସ୍ତା ଅତିକ୍ରମ କରିଛନ୍ତି। ୪୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ, କୋଏଲ ନଦୀରେ ବ୍ୟାରେଜ, ରିଂରୋଡ଼ ଓ ଶୀତଳ ଭଣ୍ଡାର ଆଦି ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ କରିବା ତାଙ୍କର ଦାବି ରହିଛି। ରାଉରକେଲାରେ ଅନୁଷ୍ଠିତ ହେବାକୁ
ଥିବା ହକି ବିଶ୍ୱକପ୍‌ ପାଇଁ ସ୍ଥାନୀୟ ପ୍ରଶାସନ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଏବେ ସୁଦ୍ଧା ରାଉକେଲାବାସୀଙ୍କ ଯେଉଁ ସାଧାରଣ ସମସ୍ୟା ରହିଛି ତାହା ପୂରଣ ହୋଇ ପାରିନାହିଁ ବୋଲି ମୁକ୍ତିକାନ୍ତ କହିଛନ୍ତି। ପ୍ରକଳ୍ପ ଆରମ୍ଭ ହୋଇଛି ସତ, କିନ୍ତୁ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି। ତେବେ ଏନେଇ ସେ ସ୍ଥାନୀୟ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ଫଳପ୍ରଦ ହେଉନାହିଁ। ତେବେ ଏହା ତାଙ୍କର ପ୍ରଥମପଦ ଯାତ୍ରା ନୁହେଁ, ଏହା ପୂର୍ବରୂ ୨୦୧୮ ଜୁଲାଇ ୩୦ରେ ମଧ୍ୟ ସେ ରାଉରକେଲାରୁ ଭୁବନେଶ୍ୱର ପଦଯାତ୍ରାରେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri