ପେନ୍‌ସନ୍‌ ଟଙ୍କାରେ ମାଗଣା ଶିକ୍ଷା ଦେଉଛନ୍ତି ଅମର

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ):ଜୀବନର ସଫଳତା ପାଇଁ ଶିକ୍ଷା ଅପରିହାର୍ଯ୍ୟ। ଯଦି ଶିକ୍ଷାରେ ଅର୍ଥ ବାଧକ ସାଜିବ, ତେବେ ସଫଳତା ପାଇବା ବି କଷ୍ଟ ହୋଇପଡ଼ିବ। କିନ୍ତୁ ମନୋବଳ ଦୃଢ଼ ଥିଲେ ଲକ୍ଷ୍ୟ ପୂରଣ କରିବାରେ କୌଣସି ଆର୍ଥିକ ପରିସ୍ଥିତି କାହାକୁ ଅଟକାଇପାରିବ ନାହିଁ। ଶିକ୍ଷାର ଅର୍ଥ ଓ ଆର୍ଥିକ ସ୍ଥିତିକୁ ସାମ୍ନା କରି ସଫଳତା ପାଇଥିବା ଜଣେ ବ୍ୟକ୍ତି ହେଉଛନ୍ତି ଅବସରପ୍ରାପ୍ତ ସିଆଇଏସ୍‌ଏଫ ଯବାନ ଅମର କୁମାର ନାୟକ। ନିଜେ ସଫଳତା ପାଇବା ପରେ ଏବେ ତାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ପ୍ରଶଂସନୀୟ ପ୍ରୟାସ ଚଳାଇଛନ୍ତି। ଆର୍ଥିକ ସ୍ବଚ୍ଛଳ ନ ଥିବା ମେଧାବୀ ବିଦ୍ୟାର୍ଥୀଙ୍କୁ ମାଗଣାରେ ଶିକ୍ଷା ଦେଇ ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ କରିବା ସ୍ବପ୍ନକୁ ସାକାର କରିବାକୁ ଲାଗି ପଡିଛନ୍ତି। ନିଜ ମାସିକ ପେନ୍‌ସନ୍‌ ଟଙ୍କାରେ କଟକ ସଦର କୁଳସରିଚୁଆଁ ଗ୍ରାମରେ ୩୬୦ ଡିଗ୍ରୀ ଫ୍ରି ଏଜୁକେଶନ ନାମରେ ଏକ ନିଃଶୁଳ୍କ ଶିକ୍ଷା କେନ୍ଦ୍ର ଖୋଲିଛନ୍ତି। ସାମାଜିକ କର୍ମୀ ପ୍ରିୟତମା ଜେନା ସ୍କୁଲ୍‌ ପାଇଁ ଏକ ଘର ଦେଇଛନ୍ତି। ପାଠ ପଢ଼ାଇବା ନିମନ୍ତେ ନିଯୁକ୍ତ ଶିକ୍ଷକମାନେ ମଧ୍ୟ କମ୍‌ ବେତନରେ ଶିକ୍ଷା ପ୍ରଦାନ କରୁଛନ୍ତି। ଅନ୍ୟ କର୍ମଚାରୀମାନେ ମଧ୍ୟ କମ୍‌ ଟଙ୍କାରେ ଏଠାରେ କାମ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଗତ ଫେବୃୟାରୀରୁ ଏଠାରେ ପାଠପଢ଼ା ଚାଲିଛି। ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ କୋଚିଂ ଓ ମାଗଣାରେ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି। ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ସମେତ ୪୫ବର୍ଷ ବୟସର ଲୋକେ କମ୍ପ୍ୟୁଟର ପଢ଼ୁଛନ୍ତି। ଆଖପାଖର ୭ଟି ଗାଁର ପିଲା ଏଠାରେ ମାଗଣା ଶିକ୍ଷା ପାଇବା ସହ ଭବିଷ୍ୟତ ସ୍ବପ୍ନକୁ ସାକାର କରିବାକୁ ଉତ୍ସାହ ଓ ଶକ୍ତି ପାଉଛନ୍ତି।
କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ ଅମରଙ୍କ ଘର। ପିତା ସ୍ବର୍ଗତ ହରେକୃଷ୍ଣ ନାୟକ ଓ ମା’ ପଦ୍ମିନୀଙ୍କ ଚାରି ପୁଅଙ୍କ ମଧ୍ୟରୁ ଅମର ଦ୍ୱିତୀୟ। ନିଜ ସ୍ବପ୍ନ ଓ କର୍ତ୍ତବ୍ୟ ସମ୍ପର୍କରେ ଅମର କହିଛନ୍ତି, ସେ ଚାଷୀ ପରିବାରରୁ ଆସିଛନ୍ତି। ପିଲା ବେଳୁ ଅଭାବ ଦେଖିଛନ୍ତି, କିନ୍ତୁ ପରିଶ୍ରମ ବଳରେ ସରକାରୀ ଚାକିରୀ ପାଇଥିଲେ। ଅନ୍ୟ ୩ଭାଇ ମଧ୍ୟ ପ୍ରତିଷ୍ଠିତ ହୋଇସାରିଛନ୍ତି। ଚାକିରି କାଳ ଭିତରେ ଅନେକ ସ୍ଥାନରେ କାର୍ଯ୍ୟ କରିଛନ୍ତି। ଭଲ ପାଠ ପଢ଼ିବାର ସୁଯୋଗ ନ ମିଳିବାରୁ ଅଧାରୁ ପାଠ ଛାଡ଼ିଥିବା ବହୁ ପିଲାଙ୍କୁ ଦେଖିଛନ୍ତି। ୨୦୧୮ରେ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଅନୁଗୋଳ ଓ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ଶିକ୍ଷାକେନ୍ଦ୍ର ଖୋଲିବାକୁ ଜାଗା ଖୋଜିଥିଲେ। ଶେଷରେ କୁଳସରିଚୁଆଁ ଗ୍ରାମରେ ସାମାଜିକ କର୍ମୀ ତାଙ୍କୁ ସହାୟତା କରିଥିଲେ। ଏକ ଭଡ଼ା ଘରେ ତାଙ୍କ ଶିକ୍ଷାକେନ୍ଦ୍ର ଚାଲିଛି। ପେନ୍‌ସନ ଟଙ୍କାକୁ ଶିକ୍ଷାକେନ୍ଦ୍ରରେ ବିନିଯୋଗ କରୁଛି। ଏଥିରେ ପରିବାର ଲୋକଙ୍କର ମଧ୍ୟ ସମର୍ଥନ ରହିଛି। ଅବସର ପୂର୍ବର ଜୀବନ ପରିବାର ଲୋକଙ୍କ ଭଲମନ୍ଦ ବୁଝିବାରେ ବିତାଇଲି। ଦୁଇ ପୁଅଙ୍କୁ ଉଚ୍ଚ ଶିକ୍ଷା ଦେଇଛି। ଏବେ ସେମାନେ ନିଜ ଗୋଡ଼ରେ ଛିଡ଼ା ହୋଇ ସାରିଲେଣି। ସେଥିପାଇଁ ଅବସର ଜୀବନକୁ ଗରିବ ମେଧାବୀ ପିଲାଙ୍କୁ ଉଚ୍ଚ ଶିକ୍ଷା ଦେବାରେ ସହାୟ ହୋଇପାରିଲେ ଆତ୍ମତୃପ୍ତି ମିଳିବ। କେବଳ ମୁଁ ନୁହେଁ, ଏହି ଶିକ୍ଷା କେନ୍ଦ୍ର ସହିତ ଜଡ଼ିତ ପ୍ରତିଟି ବ୍ୟକ୍ତିବିଶେଷଙ୍କର ଏକ୍ଷେତ୍ରରେ ପ୍ରମୁଖ ଭୂମିକା ରହିଛି ବୋଲି ଅମର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

ଅକ୍ଟୋବର ୧୭ରେ ସୂର୍ଯ୍ୟଙ୍କ ବଡ଼ ଗୋଚର: ୩ ରାଶି ରୁହନ୍ତୁ ସାବଧାନ! ପାଖରୁ ଚାଲିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅକ୍ଟୋବର ମଧ୍ୟଭାଗରେ ଗ୍ରହ ସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରକୃତରେ, ବୈଦିକ କ୍ୟାଲେଣ୍ଡର ଅନୁସାରେ, ଆସନ୍ତା ଅକ୍ଟୋବର ୧୭…

ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତରେ ଗୁରୁବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?