ପେନ୍‌ସନ୍‌ ଟଙ୍କାରେ ମାଗଣା ଶିକ୍ଷା ଦେଉଛନ୍ତି ଅମର

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ):ଜୀବନର ସଫଳତା ପାଇଁ ଶିକ୍ଷା ଅପରିହାର୍ଯ୍ୟ। ଯଦି ଶିକ୍ଷାରେ ଅର୍ଥ ବାଧକ ସାଜିବ, ତେବେ ସଫଳତା ପାଇବା ବି କଷ୍ଟ ହୋଇପଡ଼ିବ। କିନ୍ତୁ ମନୋବଳ ଦୃଢ଼ ଥିଲେ ଲକ୍ଷ୍ୟ ପୂରଣ କରିବାରେ କୌଣସି ଆର୍ଥିକ ପରିସ୍ଥିତି କାହାକୁ ଅଟକାଇପାରିବ ନାହିଁ। ଶିକ୍ଷାର ଅର୍ଥ ଓ ଆର୍ଥିକ ସ୍ଥିତିକୁ ସାମ୍ନା କରି ସଫଳତା ପାଇଥିବା ଜଣେ ବ୍ୟକ୍ତି ହେଉଛନ୍ତି ଅବସରପ୍ରାପ୍ତ ସିଆଇଏସ୍‌ଏଫ ଯବାନ ଅମର କୁମାର ନାୟକ। ନିଜେ ସଫଳତା ପାଇବା ପରେ ଏବେ ତାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ପ୍ରଶଂସନୀୟ ପ୍ରୟାସ ଚଳାଇଛନ୍ତି। ଆର୍ଥିକ ସ୍ବଚ୍ଛଳ ନ ଥିବା ମେଧାବୀ ବିଦ୍ୟାର୍ଥୀଙ୍କୁ ମାଗଣାରେ ଶିକ୍ଷା ଦେଇ ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ କରିବା ସ୍ବପ୍ନକୁ ସାକାର କରିବାକୁ ଲାଗି ପଡିଛନ୍ତି। ନିଜ ମାସିକ ପେନ୍‌ସନ୍‌ ଟଙ୍କାରେ କଟକ ସଦର କୁଳସରିଚୁଆଁ ଗ୍ରାମରେ ୩୬୦ ଡିଗ୍ରୀ ଫ୍ରି ଏଜୁକେଶନ ନାମରେ ଏକ ନିଃଶୁଳ୍କ ଶିକ୍ଷା କେନ୍ଦ୍ର ଖୋଲିଛନ୍ତି। ସାମାଜିକ କର୍ମୀ ପ୍ରିୟତମା ଜେନା ସ୍କୁଲ୍‌ ପାଇଁ ଏକ ଘର ଦେଇଛନ୍ତି। ପାଠ ପଢ଼ାଇବା ନିମନ୍ତେ ନିଯୁକ୍ତ ଶିକ୍ଷକମାନେ ମଧ୍ୟ କମ୍‌ ବେତନରେ ଶିକ୍ଷା ପ୍ରଦାନ କରୁଛନ୍ତି। ଅନ୍ୟ କର୍ମଚାରୀମାନେ ମଧ୍ୟ କମ୍‌ ଟଙ୍କାରେ ଏଠାରେ କାମ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଗତ ଫେବୃୟାରୀରୁ ଏଠାରେ ପାଠପଢ଼ା ଚାଲିଛି। ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ କୋଚିଂ ଓ ମାଗଣାରେ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି। ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ସମେତ ୪୫ବର୍ଷ ବୟସର ଲୋକେ କମ୍ପ୍ୟୁଟର ପଢ଼ୁଛନ୍ତି। ଆଖପାଖର ୭ଟି ଗାଁର ପିଲା ଏଠାରେ ମାଗଣା ଶିକ୍ଷା ପାଇବା ସହ ଭବିଷ୍ୟତ ସ୍ବପ୍ନକୁ ସାକାର କରିବାକୁ ଉତ୍ସାହ ଓ ଶକ୍ତି ପାଉଛନ୍ତି।
କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ ଅମରଙ୍କ ଘର। ପିତା ସ୍ବର୍ଗତ ହରେକୃଷ୍ଣ ନାୟକ ଓ ମା’ ପଦ୍ମିନୀଙ୍କ ଚାରି ପୁଅଙ୍କ ମଧ୍ୟରୁ ଅମର ଦ୍ୱିତୀୟ। ନିଜ ସ୍ବପ୍ନ ଓ କର୍ତ୍ତବ୍ୟ ସମ୍ପର୍କରେ ଅମର କହିଛନ୍ତି, ସେ ଚାଷୀ ପରିବାରରୁ ଆସିଛନ୍ତି। ପିଲା ବେଳୁ ଅଭାବ ଦେଖିଛନ୍ତି, କିନ୍ତୁ ପରିଶ୍ରମ ବଳରେ ସରକାରୀ ଚାକିରୀ ପାଇଥିଲେ। ଅନ୍ୟ ୩ଭାଇ ମଧ୍ୟ ପ୍ରତିଷ୍ଠିତ ହୋଇସାରିଛନ୍ତି। ଚାକିରି କାଳ ଭିତରେ ଅନେକ ସ୍ଥାନରେ କାର୍ଯ୍ୟ କରିଛନ୍ତି। ଭଲ ପାଠ ପଢ଼ିବାର ସୁଯୋଗ ନ ମିଳିବାରୁ ଅଧାରୁ ପାଠ ଛାଡ଼ିଥିବା ବହୁ ପିଲାଙ୍କୁ ଦେଖିଛନ୍ତି। ୨୦୧୮ରେ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଅନୁଗୋଳ ଓ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ଶିକ୍ଷାକେନ୍ଦ୍ର ଖୋଲିବାକୁ ଜାଗା ଖୋଜିଥିଲେ। ଶେଷରେ କୁଳସରିଚୁଆଁ ଗ୍ରାମରେ ସାମାଜିକ କର୍ମୀ ତାଙ୍କୁ ସହାୟତା କରିଥିଲେ। ଏକ ଭଡ଼ା ଘରେ ତାଙ୍କ ଶିକ୍ଷାକେନ୍ଦ୍ର ଚାଲିଛି। ପେନ୍‌ସନ ଟଙ୍କାକୁ ଶିକ୍ଷାକେନ୍ଦ୍ରରେ ବିନିଯୋଗ କରୁଛି। ଏଥିରେ ପରିବାର ଲୋକଙ୍କର ମଧ୍ୟ ସମର୍ଥନ ରହିଛି। ଅବସର ପୂର୍ବର ଜୀବନ ପରିବାର ଲୋକଙ୍କ ଭଲମନ୍ଦ ବୁଝିବାରେ ବିତାଇଲି। ଦୁଇ ପୁଅଙ୍କୁ ଉଚ୍ଚ ଶିକ୍ଷା ଦେଇଛି। ଏବେ ସେମାନେ ନିଜ ଗୋଡ଼ରେ ଛିଡ଼ା ହୋଇ ସାରିଲେଣି। ସେଥିପାଇଁ ଅବସର ଜୀବନକୁ ଗରିବ ମେଧାବୀ ପିଲାଙ୍କୁ ଉଚ୍ଚ ଶିକ୍ଷା ଦେବାରେ ସହାୟ ହୋଇପାରିଲେ ଆତ୍ମତୃପ୍ତି ମିଳିବ। କେବଳ ମୁଁ ନୁହେଁ, ଏହି ଶିକ୍ଷା କେନ୍ଦ୍ର ସହିତ ଜଡ଼ିତ ପ୍ରତିଟି ବ୍ୟକ୍ତିବିଶେଷଙ୍କର ଏକ୍ଷେତ୍ରରେ ପ୍ରମୁଖ ଭୂମିକା ରହିଛି ବୋଲି ଅମର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri