ରସୁଲପୁର ତହସିଲ ପହଞ୍ଚତ୍ଲା ତିତିଲି, ଫନୀ ଫସଲ କ୍ଷୟକ୍ଷତି ଅର୍ଥ

ରସୁଲପୁର,୧୭।୧୨(ଡିଏନଏ)ରେ ରସୁଲପୁର ତହସିଲ ଅଞ୍ଚଳରେ ତିତିଲି ଓ ଫନୀ ବାତ୍ୟାରେ ଫସଲ ହାନୀ ବାବଦରେ କ୍ଷତିପୂରଣ ଅର୍ଥ ଆସି ପହଞ୍ଚିଛି। ଏ ନେଇ ଚାଷୀଙ୍କର ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଛି। ଚାଷୀଙ୍କୁ କ୍ଷତି ପୂରଣ ମିଳିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ ଏ ବାବଦରେ ଅର୍ଥ ତହସିଲରେ ପହଞ୍ଚତ୍ବା ପରେ କ୍ଷୟକ୍ଷତି ଆକଳନ ନେଇ ତପତ୍ରତା ପ୍ରକାଶ ପାଇଛି। ତହସିଲ, କୃଷି, ଉଦ୍ୟାନ କୃଷି ବିଭାଗର କ୍ଷେତ୍ରୀୟ ଅଧିକାରୀଗଣ ବିଭିନ୍ନ ରାଜସ୍ବ ନିରୀକ୍ଷକଙ୍କ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିସାରିଛନ୍ତି। ସେହି ମୁତାବକ ଏହି ଅଞ୍ଚଳରେ ୧୬୪୮ ହେକ୍ଟର ଫସଲ କ୍ଷୟକ୍ଷତି ହୋଇଥିବାବେଳେ ଏ ବାବଦକୁ ମୋଟ ୧କୋଟି ୧୨ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ଫାଇଲ କାର୍ଯ୍ୟ ଚାଲିଛି। ଏ ବାବଦରେ ଚାଷୀଙ୍କ ଜମାଖାତାକୁ ଟଙ୍କା ପ୍ରଦାନ କରାଯିବ ବୋଲି ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ସୂତ୍ରରୁ ଜଣାପଡିଛି।
ପ୍ରକାଶ ଯେ, ଏହି ତହସିଲ ଅଧୀନରେ ୫ଟି ସର୍କଲ ରହିଛି। ଏହି ସର୍କଲ ଅଧୀନରେ ୨୮ଟି ପଞ୍ଚାୟତ ରହିଛି। ସେଥିରୁ ତିତିଲି ବାତ୍ୟାରେ ମୋଟ ୧୨ଟି ପଞ୍ଚାୟତରେ କ୍ଷୟକ୍ଷତି ହୋଇଥିଲା। କସ୍ପା ଅଧୀନ ଓଡିଶୋ ପଞ୍ଚାୟତରେ ୫୧ ହେକ୍ଟର ଜମି, କଲଣରେ ୪୯, ସିଂହାପୁରରେ ୨୫ ହାରରେ ମୋଟ ୧୨୫ ହେକ୍ଟର କ୍ଷୟକ୍ଷତି ହୋଇଥିବାବେଳେ ଏଥିପାଇଁ ୮.୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ସେହିପରି ଆଦମପୁର ସର୍କଲ ଅଧୀନ ବଡକଇଁଚିରେ ୩୨, ଗନ୍ଧଣରେ ୩୯, ନଠୁଆବରରେ ୫୪, ଜାବରାରେ ୧୮ ହିସାବରେ ମୋଟ ୧୪୩ ହେକ୍ଟର ପାଇଁ ୯.୭୨ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଛି। ନରସିଂହପୁର ସର୍କଲ ଅଧୀନ ରାହାମ୍ବାରେ ୨୬, ମୁଗୁପାଳରେ ୧୯, ଭୋଟକାରେ ୧୦କୁ ନେଇ ମୋଟ ୫୫ହେକ୍ଟର ଚାଷ ଜମିକୁ ୩.୭୪ ଲକ୍ଷ, ପହଁଗା ସର୍କଲର ଶ୍ରୀବନ୍ତପୁରରେ ୧୦, ପହଁଗାରେ ୫ ହେକ୍ଟରକୁ ନେଇ ୧୫ହେକ୍ଟର ପାଇଁ ୧.୦୨ଲକ୍ଷ ଟଙ୍କା ସମେତ ମୋଟ ୩୩୮ ହେକ୍ଟର ପାଇଁ ମୋଟ ୨୨ଲକ୍ଷ, ୯୮ହଜାର, ୪୦୦ଟଙ୍କା ଆସିଥିବା ଜଣାପଡ଼ିଛି। ସେହିଭଳି ଫନି ବାତ୍ୟାରେ ମୋଟ ୨୫ଟି ପଞ୍ଚାୟତରେ ଚାଷରେ କ୍ଷୟକ୍ଷତି ହୋଇଥିଲା। ସେଥିରୁ କସ୍ପା ସର୍କଲରେ ଓଡିଶୋରେ ୯୪ ହେକ୍ଟର, କଲଣରେ ୩୯, ସିଂହାପୁରରେ ୩୯, ବାରବାଟୀରେ ୮୪, ପ୍ରଥମାଖଣ୍ଡିରେ ୩୦କୁ ନେଇ ମୋଟ ୨୮୬ ହେକ୍ଟର ପାଇଁ ୧୯.୪୪ଲକ୍ଷ, ନରସିଂହପୁର ସର୍କଲ ପାଇଁ ରାହାମ୍ବାରେ ୯୫, ମୁଗୁପାଳରେ ୬୩, ଭୋଟକାରେ ୬୯, ଅତଲାପୁରରେ ୩୭, ରାଜେନ୍ଦ୍ରପୁରରେ ୪୦, ରସୁଲପୁରରେ ୯୧, ବାହାଦଲାପୁରରେ ୫୨, ନରସିଂହପୁରରେ ୬୦ ହେକ୍ଟରକୁ ନେଇ ମୋଟ ୫୦୭ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିପାଇଁ ୩୪.୪୭ଲକ୍ଷ ଟଙ୍କା ଆସିଛି। ସାମନ୍ତରାପୁର ସର୍କଲ ଅଧୀନରେ ବନ୍ଧଡିହରେ ୪୭, ସାମନ୍ତରାପୁରରେ ୪୨, ମଙ୍ଗରାଜପୁରରେ ୫୬, ଅର୍ଥଗାଁରେ ୫୫, ରାଉତରାପୁରରେ ୩କୁ ମିଶାଇ ମୋଟ ୨୦୩ ହେକ୍ଟର ପାଇଁ ୧୩.୮୦ଲକ୍ଷ ଟଙ୍କା, ଆଦମପୁର ସର୍କଲରେ ବଡକଇଁଚିରେ ୬୨, ଗନ୍ଧଣରେ ୬୨, ନଠୁଆବରରେ ୫୯, ଜାବରାରେ ୩୧କୁ ମିଶାଇ ୨୧୪ ହେକ୍ଟର ପାଇଁ ୧୪.୫୫ ଲକ୍ଷ ଟଙ୍କା, ପହଁଗା ସର୍କଲରେ ଶ୍ରୀବନ୍ତପୁରରେ ୫୭, ପହଁଗାରେ ୨୩, ଟିକରପଡାରେ ୨୦ହେକ୍ଟରକୁ ମିଶାଇ ୧୦୦ ହେକ୍ଟର ପାଇଁ ୬.୮ଲକ୍ଷ ଟଙ୍କା ଆସିଛି। ଫନୀ ବାତ୍ୟାରେ ମୋଟ ୧୩୧୦ ହେକ୍ଟର ଚାଷ କ୍ଷୟକ୍ଷତି ପାଇଁ ହେକ୍ଟର ପିଛା ୬,୮୦୦ଟଙ୍କା ଆର୍ଥତ୍କ ସହାୟତା ହାରରେ ୮୯ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ଆକଳନରେ ପରିସରଭୁକ୍ତ ଚାଷୀ ସେମାନଙ୍କ ଜମିଜମା ପ୍ରମାଣପତ୍ର ସହ ବ୍ୟାଙ୍କ ପାସବୁକ୍‌, ଆଧାର କାର୍ଡ ଦାଖଲ କରିବେ। ରାଜସ୍ବ ନିରୀକ୍ଷଙ୍କ ନିକଟରେ ଥିବା ଉଦ୍ଦିଷ୍ଟ ଫର୍ମ ପୂରଣ କରି ଦାଖଲ କରିବା ପରେ ପ୍ରମାଣପତ୍ରଗୁଡିକୁ ଯାଞ୍ଚ କରାଯିବ। ଏହାପରେ ଇନପୁଟ୍‌ ସବିସିଡି ବାବଦକୁ ଅର୍ଥ ଚାଷୀଙ୍କ ଆକାଉଣ୍ଟକୁ ଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ସହରାଞ୍ଚଳରେ ଛୁଇଁନି ୮୦% ମତଦାନ

ଯାଜପୁର,୧୮ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର କୋରେଇ ଓ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇ ପ୍ରମୁଖ ସହର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ରହିଛି। ତେବେ ଗତ ୩...

ନେତାଙ୍କୁ ଅଡୁଆ ଅଧାପନ୍ତରିଆ କାମ

ଯାଜପୁର,୧୭ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନ ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ରଖି ବିଜୁ ସେତୁ ଯୋଜନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ଯାଜପୁର ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର,୧୫।୪: ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା ଘଟିଛି। ଏନଏଚ-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଯାତ୍ରୀବାହୀ ବସ୍‌ ଖସିପଡିଛି। ଏଥିରେ ୩ ଜଣଙ୍କର...

ଓଭରବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍‌: ୩ ମୃତ, ୫ ଗୁରୁତର

ଭୁବନେଶ୍ୱର,୧୫।୪: ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା। ଏନଏଚ-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍‌। ଏଥିରେ ୩ ଜଣଙ୍କର ମୃତ୍ୟୁ...

ରାସ୍ତା ନଷ୍ଟ କରୁଛି ଓଭର ଲୋଡିଂ ହାଇଓ୍ବା

ପ୍ରୀତିପୁର,୧୫ା୪(ସୁଶାନ୍ତ ବେହୁରିଆ): ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଏକ ଜନକଲ୍ୟାଣକାରୀ ସରକାରଙ୍କ ମୂଳ ଲକ୍ଷ୍ୟ ଓ ଏକ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ମାତ୍ର କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri