ରଶି ଲଗାଇ ଆତ୍ମହତ୍ୟା କଲେ ଡାକ୍ତରୀ ପଢ଼ୁଆ ପୁଅ:  କାନ୍ଦବୋବାଳିରେ ଫାଟିପଡ଼ୁଛି ଘର

ପାଟଣା,୨୩।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଗ୍ରାମର ଡାକ୍ତରୀ ଛାତ୍ର ସଚିନ ସାହୁ  ଶୁକ୍ରବାର  ଅପ୍ରାହ୍ନରେ  ବାରିପଦା ପଣ୍ଡିତ ରଘୁନାଥ ମେଡିକାଲ କଲେଜ ହଷ୍ଟେଲ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ଅପରାହ୍ନରେ ପିଆର୍‌ଏମ ମେଡିକାଲ କଲେଜର ହଷ୍ଟେଲରେ ଝୁଲନ୍ତା ଅବସ୍ଥାରେ  ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଶୁକ୍ରବାର ସକାଳେ ମେଡିକାଲର ସର୍ଜରୀ ଓ୍ବାର୍ଡରେ  ନିଜ କାର୍ଯ୍ୟ ଶେଷ କରି ହଷ୍ଟେଲ ରୁମରେ ବିଶ୍ରାମ ନେଇଥିଲେ। ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ କଲେଜ ପରିସରରେ ଥିବା ଅନ୍ୟ ଛାତ୍ରମାନେ ଝରକା ଭାଙ୍ଗିଥିଲେ। ଭାଙ୍ଗିବା ପରେସେ ବେକରେ ରଶି ଲଗାଇ ଥିବା ଦେଖିବାକୁ ପାଇଥିଲେ। ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି  ପିଆରଏମ ହସ୍ପିଟାଲକୁ ଆଣିଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତାଙ୍କ ମୃତ୍ୟୁ ଖବର ଶୁଣି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୁଅକୁ ହରାଇ  କାନ୍ଦବୋବାଳିରେ ଫାଟି ପଡୁଛି ଘର।
ତେବେ ସଚିନ  ରୋଗୀ ସେବା କରିବାକୁ ଡାକ୍ତରୀ ପଢ଼ୁଥିବା ବେଳେ ତାଙ୍କର ଆତ୍ମହତ୍ୟାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସଚିନ ମୁରୁସୁଆଁ ଗାଁର ବାପା ଜ୍ଞାନେନ୍ଦ୍ର ସାହୁ  ମା’ ମଞ୍ଜୁଲତା ସାହୁଙ୍କ  ଏକ ମାତ୍ର ପୁଅ ଥିଲେ  । ୩ ଭଉଣୀଙ୍କ ମଧ୍ୟରେ ଗୋଟିଏ ଭାଇ ଥିଲେ ସଚିନ । ବହୁ କଷ୍ଟରେ ମା’ ବାପା ତାଙ୍କୁ ପିଜି ପଢ଼ାଉ ଥିଲେ। ତେବେ କିଭଳି ପରିସ୍ଥିତିରେ ସଚିନ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ  ତାହାର ନିରପେକ୍ଷ ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ମରାମତି ବେଳେ ବଡ଼ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହେଲେ ଠିକା କର୍ମଚାରୀ

ଗଜପତି,୨୬।୫(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି କେଉଟ ସାହିରେ ବିଦ୍ୟୁତ୍‌ ମରାମତି କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଠିକା କର୍ମଚାରୀ ଆହାତ ହୋଇଛନ୍ତି। ଗୁରୁତର ବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ…

ଭାବାବେଗକୁ ଆଘାତ ଦେଲା….: ଅଡୁଆରେ ଶାସକ ଦଳ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ବିଶ୍ୱପ୍ରସିଦ୍ଧ କୁହାଯାଏ। ଏହି ମହୋତ୍ସବରେ ଦିନକୁ ଦିନ ଅଧିକ ନୂତନତ୍ତ୍ୱ ଏବଂ ଆକର୍ଷଣ ଆଣିବା ପାଇଁ ଉଦ୍ୟମ…

ମାଲିକର ପୋଷା କୁକୁର ସହିତ ଅପ୍ରାକୃତ ସମ୍ପର୍କ ପାଇଁ ଚେଷ୍ଟା କରୁଥିଲେ ରୋଷେୟା, ଧରାପଡିବା ପରେ…

ଭୁବନେଶ୍ବର୨୬।୫(ପ୍ରସନଜିତ୍‌ ସାହୁ): ଚନ୍ଦକା ଥାନା ଅଞ୍ଚଳରେ ଏକ ଫାର୍ମ ହାଉସର ରୋଷେୟା ଏକ ପୋଷା ଡାଲ୍‌ମିଶନ କୁକୁରକୁ ଆକ୍ରମଣ ସହ ଅପ୍ରାକୃତ ସମ୍ପର୍କ ଉଦ୍ୟମ କରିଥିବା ନେଇ…

୮୦ କିମି ବେଗରେ ଝଡ ପବନ! ସତର୍କତା ଜାରି କଲା IMD, ଓଡ଼ିଶା ସମେତ…

ନୂଆଦିଲ୍ଲୀ,୨୬।୫: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ସୋମବାର ଉତ୍ତର ପ୍ରଦେଶର ବାନ୍ଦା ଏବଂ ବିଦର୍ଭର ବ୍ରହ୍ମପୁରୀରେ ତାପମାତ୍ରା ୪୭ଡିଗ୍ରୀରୁ ଅଧିକ ରହିଥିଲା। ଛତରପୁରର ଖଜୁରାହୋରେ ୪୭.୨…

ମୋଦିଙ୍କ ଶାସନ କ୍ଷମତାକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ରାହୁଲ!

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ପଦରୁ ନରେନ୍ଦ୍ର ମୋଦିଙ୍କ ଆସନ୍ନ ବିଦାୟ ସମ୍ପର୍କରେ କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦାବିକୁ ନେଇ…

ସ୍ବଚ୍ଛ ପୁରୁଷୋତ୍ତମପୁର ଗଢି ତୋଳିବା ଲକ୍ଷ୍ୟ: ସାମୂହିକ ସଫେଇ…

ପୁରୁଷୋତ୍ତମପୁର,୨୬/୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ସ୍ବଚ୍ଛ ସର୍ବେକ୍ଷଣ ଆମ ଗଞ୍ଜାମ,ସ୍ବଚ୍ଛ ଗଞ୍ଜାମରେ ସାମୂହିକ ସଫେଇ କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ତ୍ୱାବଧାନରେ…

ମୋଦିଙ୍କ କାର୍ଯ୍ୟକାଳକୁ ପୂରିଲା ୧୨ ବର୍ଷ, ୨୦୧୪ ବିଜୟ ପରେ ପ୍ରଧାନମନ୍ତ୍ରୀ କଣ କହିଥିଲେ ଜାଣନ୍ତୁ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ  ମେ ୨୬ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ । ଆଜି ସେ ଭାରତର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ୧୨…

‘ଆମେରିକାକୁ ୟୁରାନିୟମ ହସ୍ତାନ୍ତର କର, ନଚେତ…’ ଶାନ୍ତି ଆଲୋଚନା ମଧ୍ୟରେ ଇରାନକୁ କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। ଆମେରିକା ଯେକୌଣସି ମୂଲ୍ୟରେ ଇରାନର ସମୃଦ୍ଧ ୟୁରାନିୟମ ଭଣ୍ଡାର ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri